• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଅପରେସନ୍‌ ‘ମିଡ୍‌ନାଇଟ୍‌ ହାମର୍‌’ ଅଧୀନରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ବୋମାବର୍ଷୀ ବିମାନ ‘ବି-୨’ ଓ ବଙ୍କର ବଷ୍ଟର୍‌ ବୋମା ‘ଜିବିୟୁ-୫୭’ ବ୍ୟବହାର କରି ଆମେରିକା ଏହି ପ୍ରଚଣ୍ଡ ଆକ୍ରମଣ କରିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଏହା ଅତ୍ୟନ୍ତ ସଫଳ ହୋଇଛି।

  2.  2.ଇରାନର ୩ଟି ପ୍ରମୁଖ ପରମାଣୁ ପ୍ରତିଷ୍ଠାନକୁ ଆଜି ଆମେରିକା ଧ୍ବଂସ କରିଦେବା ପରେ  ଇରାନ ଏହାର ପ୍ରତିଶୋଧ  ଏବେ ଇସ୍ରାଏଲ ଉପରେ ନେଉଛି। ଆମେରିକା ଆକ୍ରମଣର କିଛି ଘଣ୍ଟା ପରେ ଇରାନ ତେଲ୍‌ ଅଭିଭ୍‌, ହାଇଫା ସମେତ ସମସ୍ତ ପ୍ରମୁଖ ସହରକୁ ଟାର୍ଗେଟ୍‌ କରି କ୍ଷେପଣାସ୍ତ୍ର ଆକ୍ରମଣ କରିଛି।

  3. 3.ଆମେରିକା ଏହାର ସବୁଠାରୁ ଶକ୍ତିଶାଳୀ ବି-୨ ଷ୍ଟେଲ୍ଥ ବୋମାବର୍ଷୀ ବିମାନ ବ୍ୟବହାର କରିଥିଲା। ମିସୁରୀରୁ ଉଡ଼ାଣ ଆରମ୍ଭ କରି ବି-୨ ବୋମାବର୍ଷୀ ବିମାନ ଇରାନରେ ଆଣବିକ ଟାର୍ଗେଟ ଉପରେ ଆକ୍ରମଣ କରିବାକୁ ଯିବା ଓ ପ୍ରତ୍ୟାବର୍ତ୍ତନ  କରିବାପାଇଁ  ମୋଟ ୩୭ ଘଣ୍ଟା ଯାତ୍ରା କରିଥିଲା।  

  4. 4.ଆମେରିକା ଇରାନର ତିନୋଟି ପରମାଣୁ ସ୍ଥାନ - ଫୋର୍ଡୋ, ନାଟାଞ୍ଜ ଏବଂ ଇସଫାହାନ ଉପରେ ଇତିହାସର ସବୁଠାରୁ ସଫଳ ସାମରିକ ଆକ୍ରମଣ କରିଛି। ଏହା ପରେ ସମଗ୍ର ବିଶ୍ବରେ ଉତ୍ତେଜନା ବଢିଯାଇଛି । ଏଥପାଇଁ ଜାତିସଂଘ ସୁରକ୍ଷା ପରିଷଦର ଏକ ବୈଠକ ଡକାଯାଇଛି ।

  5. 5.ଇରାନର ସଂସଦ ରଣନୈତିକ ଭାବରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ହରମୁଜ୍ ପ୍ରଣାଳୀ ପାରସ୍ୟ ଉପସାଗର ଏବଂ ଓମାନ ଉପସାଗରକୁ ସଂଯୋଗ କରେ। ଏହା ବିଶ୍ୱର ସବୁଠାରୁ ବ୍ୟସ୍ତ ଏବଂ ସମ୍ବେଦନଶୀଳ ତୈଳ ମାର୍ଗ ମଧ୍ୟରୁ ଗୋଟିଏ।

  6. 6.ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ୍‌ ଆରପଟା ପଞ୍ଚାୟତର ଖିରିପଦା ଓ ପରିଛିପୁର ଗ୍ରାମରେ ଜଣ୍ଡିସ୍‌ ରୋଗ ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ସରକାରୀସ୍ତରରେ ଯେତିକି ରୋଗୀ ଚିହ୍ନଟ ହେଉଛନ୍ତି, ତା’ଠାରୁ ଢେର୍‌ ଅଧିକ ରୋଗୀ ଡାକ୍ତରଖାନା ନଯାଇ ଘରୋଇ ଚିକିତ୍ସା କରୁଥିବା ଦେଖିବାକୁ ମିଳୁଛି।

  7. 7.ଛତିଶଗଡ଼ର ଜଗଦଲପୁର ଷ୍ଟେସନ୍‌ ଛାଡ଼ିବାର କିଛି ମିନିଟ୍‌ ପରେ ଦୁଇ ଭାଗ ହେଇଯାଇଛି ଦକ୍ଷିଣ ଓଡ଼ିଶାର ଲାଇଫ୍‌ ଲାଇନ୍‌ ହୀରାଖଣ୍ଡ ଏକ୍ସପ୍ରେସ୍‌। ଦୁଇଟି ବଗି ମଧ୍ୟରେ ସିଭିସି କପଲର୍‌ ଜଏଣ୍ଟ୍‌ ଛିଣ୍ଡି ଯିବାରୁ ଇଞ୍ଜିନ୍‌ ଆଗକୁ ଚାଲିଯାଇଥିଲା ବେଳେ ବଗିଗୁଡ଼ିକ ଅଟକି ରହିଥିଲା। ସୌଭାଗ୍ୟରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

  8. 8.କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ ଡଙ୍ଗରମୁଣ୍ଡା ନିବାସୀ ଓଡ଼ିଆ ବାଲୁକାଶିଳ୍ପୀ ଓମ୍‌ପ୍ରକାଶ ସାହୁ  ତାଇୱାନର ଜ୍ୟାଓଲ ସହର ନିକଟ ଟଙ୍କସାଇଆଓ ବିଚ୍‌ରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକା କଳା କର୍ମଶାଳାରେ ଯୋଗଦେଇ ଓଡ଼ିଶାର ଆଦିମ ସଂସ୍କୃତିକୁ ବାଲୁକା କଳାରେ ପ୍ରଦର୍ଶନ କରିଛନ୍ତି।

  9. 9.ମୁମ୍ବାଇର କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କର ଅସ୍ତ୍ରୋପଚାର ହୋଇଛି। ସର୍ଭିକାଲ୍‌ ଆଥ୍ରାଇଟ୍‌ସରେ ପୀଡ଼ିତ ନବୀନଙ୍କର ଅସ୍ତ୍ରୋପଚାର ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ହୋଇଥିଲା।

  10. 10.ଚଳିତ ବର୍ଷ ନକ୍ସଲଙ୍କ ଯୋଜନାକୁ ଭଣ୍ଡୁର କରିବାକୁ ଯୋଜନା କରିଛି ପୁଲିସ୍‌। ବର୍ଷା ଆରମ୍ଭରୁ ଅପରେସନ୍‌ ‘ମନସୁନ୍’ ଆରମ୍ଭ କରିବାକୁ ହୋଇଛି ନିଷ୍ପତ୍ତି।

  11. 11.ଗୁରୁବାର (ଜୁନ ୧୯) ଚାରିଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନରେ ହୋଇଥିବା ବିଧାନସଭା ଉପନିର୍ବାଚନର ଫଳାଫଳ ସୋମବାର ଆସୁଛି।

  12. 12.ପାକିସ୍ତାନରୁ ଡ୍ରୋନ୍‌ ଯୋଗେ ତୁର୍କୀ ନିର୍ମିତ ପିଏକ୍ସ୫ ପିସ୍ତଲ ପଞ୍ଜାବ ଆସୁଥିବା ଜଣାପଡ଼ିଛି। ଗତ ମେ’ରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘର୍ଷ ଚାଲିଥିଲାବେଳେ ଇସ୍‌ଲାମାବାଦ ଛାଡ଼ିଥିବା ତୁର୍କୀ ଡ୍ରୋନ୍‌ଗୁଡ଼ିକୁ ଭାରତୀୟ ସେନା ଖସାଇଥିଲା।

  13. 13.ସିରିଆର ରାଜଧାନୀ ଡାମାସ୍କସ୍‌ର ଦ୍ୱେଇଲା ଅଞ୍ଚଳରେ ଥିବା ମାର ଏଲିଆସ୍ ଚର୍ଚ୍ଚରେ ରବିବାର ଏକ ଭୟଙ୍କର ଆତ୍ମଘାତୀ ଆକ୍ରମଣରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଡଜନେ ଆହତ ହୋଇଛନ୍ତି।

  14. 14.ପାରା ପାଓ୍ବାରଲିଫ୍ଟିଙ୍ଗ ବିଶ୍ୱକପ୍‌ର ପ୍ରଥମ ଦିବସରେ ଭାରତ ୪ ପଦକ (୧ସ୍ବର୍ଣ୍ଣ, ୧ରୌପ୍ୟ ଓ ୨ ବ୍ରୋଞ୍ଜ୍‌) ହାସଲ କରିଛି। ଟୁର୍ନାମେଣ୍ଟରେ ୪୦ରୁ ଊର୍ଦ୍ଧ୍ୱ ଦେଶର ଟପ୍‌ ପାଓ୍ବାରଲିଫ୍ଟରମାନେ ଅଂଶଗ୍ରହଣ କରିଛନ୍ତି। ୨୦୨୬ ବିଶ୍ୱ ଚାମ୍ପିୟନଶିପ୍‌ ଓ ୨୦୨୮ ପାରାଲିମ୍ପିକ୍‌ ଗେମ୍ସ ପାଇଁ ଏହା ଏକ କ୍ୱାଲିଫିକେଶନ ଇଭେଣ୍ଟ।

  15. 15.ଓଡ଼ିଶାର ପ୍ରତିଭାବାନ ସନ୍ତରଣ ଖେଳାଳି ଶ୍ରୀଷ୍ଟି ଉପାଧ୍ୟାୟ ୭୮ତମ ଜାତୀୟ ଜଳକ୍ରୀଡ଼ା ଚାମ୍ପିଅନସିପ ୨୦୨୫ରେ ୧୦୦ ମିଟର ବଟରଫ୍ଲାଇ (ମହିଳା) ଇଭେଣ୍ଟରେ ସ୍ୱର୍ଣ୍ଣପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.