-
1.ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଇରାନର ୬ଟି ସାମରିକ ବିମାନଘାଟି ଉପରେ ଆକ୍ରମଣ କରି ୧୫ଟି ଯୁଦ୍ଧ ବିମାନ ଓ ହେଲିକପ୍ଟର ନଷ୍ଟ କରିଛି।
-
2.କିବ୍ ଓ ଏହାର ଆଖପାଖ ଅଞ୍ଚଳରେ ରୁଷୀୟ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ମାଡ଼ରେ ଗତ ରାତିରେ ୮ ଜଣଙ୍କ ମୃତ୍ୟୁ ହେବା ସହ ବହୁ ଲୋକ ଆହତ ହୋଇଛନ୍ତି। ରୁଷ୍ ଆକ୍ରମଣରେ ଆବାସିକ ଅଞ୍ଚଳରେ ନିଆଁ ଲାଗିଯିବାରୁ ରାତି ଆକାଶ ଆଲୋକିତ ହୋଇ ଉଠିଥିଲା।
-
3. ଇରାନର ଫୋର୍ଡୋ ପରମାଣୁ ସ୍ଥଳ ଉପରେ ଆମେରିକା ବୋମା ମାଡ଼ କରିବାର ଗୋଟିଏ ଦିନ ପରେ ସୋମବାର ଇସ୍ରାଏଲ ବି ସେଠାରେ ଆକ୍ରମଣ କରିଛି। ଏଥି ସହ ଇରାନର ସାମରିକ ଭିତ୍ତିଭୂମି ଉପରେ ଇସ୍ରାଏଲ ତୀବ୍ର ଆକ୍ରମଣ କରିଥିବା ଜଣାପଡ଼ିଛି।
-
4.ଇରାନର ୩ଟି ପରମାଣୁ ଠିକଣାରେ ଆମେରିକା ଗତ ଶନିବାର ଆକ୍ରମଣ କରି ଧ୍ବଂସ କରିବାର ଦିନକ ପରେ ଇରାନ୍ ପ୍ରତିଶୋଧ ନେବା ଆରମ୍ଭ କରିଛି। କତର ଏବଂ ଇରାକରେ ଥିବା ଆମେରିକାର ସାମରିକ ଘାଟି ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ ଆରମ୍ଭ କରିଦେଇଛି।
-
5. ଟେକ୍ନୋଲୋଜି, ପ୍ରଶିକ୍ଷଣ ଓ ଲୋକାଭିମୁଖୀ ଶାସନ ଦ୍ବାରା ଆର୍ଥିକ ନିରୀକ୍ଷଣକୁ ସୁଦୃଢ କରିବା ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆହ୍ବାନ ଦେଇଛନ୍ତି।
-
6.ନିକଟରେ ଶେଷ ହୋଇଥିବା ୪ ରାଜ୍ୟର ୫ ବିଧାନସଭା ଆସନ ଉପନିର୍ବାଚନରେ ଆପ୍ ବାଜି ମାରିଛି। ପଞ୍ଜାବର ଲୁଧିଆନା ପଶ୍ଚିମ ଏବଂ ଗୁଜରାଟର ବିସାବଦର ଆସନରେ ଆପ୍ ବିଜୟୀ ହୋଇଛି।(ୟୁନାଇଟେଡ୍ ଡେ ମୋକ୍ରାଟିକ ଫ୍ରଣ୍ଟ୍) କେରଳର ନିଳାମ୍ବୁର ଆସନରେ ଜିତିଛି। ବିଜେପି କେବଳ ଗୁଜରାଟର କଡ଼ି ଆସନରେ ନିର୍ବାଚନ ଜିତିଛି। ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗର କାଲିଗଞ୍ଜ ଆସନ ବଜାୟ ରଖିଛି।
-
7.ଦୀର୍ଘକାଳୀନ ସମ୍ପତ୍ତି ସୃଷ୍ଟି କରିବା ଲାଗି ସରକାର କରୁଥିବା ବ୍ୟୟକୁ ପୁଞ୍ଜି ବ୍ୟୟ କୁହାଯାଏ, ଯାହାର ଦୀର୍ଘକାଳୀନ ଲାଭ ମିଳିଥାଏ। ସେହି ବ୍ୟୟ କରୁଥିବା ଦେଶର ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ଭିତରେ ଓଡ଼ିଶା ରହିଛି।
-
8.ରିଟେଲ୍ ଓ ଯୋଗାଣ ଶୃଙ୍ଖଳ ସମାଧାନ ପ୍ରଦାନ କରୁଥିବା ସଂସ୍ଥା ‘ଲଜାଇଲ୍’ର ଗ୍ଲୋବାଲ୍ ଡେଭେଲପ୍ମେଣ୍ଟ ସେଣ୍ଟର ଭୁବନେଶ୍ବରରେ ଆରମ୍ଭ ହୋଇଥିବା ସମ୍ପର୍କରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଘୋଷଣା କରିଛନ୍ତି। ଓଡ଼ିଶାକୁ ଏକ ଫିନ୍ଟେକ୍ ହବ୍ରେ ପରିଣତ କରିବା ଦିଗରେ ସରକାର କାମ କରୁଛନ୍ତି।
-
9.କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ରେ ଚଳିତ ବର୍ଷ ଏପ୍ରିଲ୍ରେ ୧୯.୧୪ ଲକ୍ଷ ସଦସ୍ୟ ଯୋଡ଼ି ହୋଇଛନ୍ତି।
-
10.ସାମୁଦ୍ରିକ ପରିବହନର ଏକ ପ୍ରମୁଖ ଜଳପଥ ହୋର୍ମୁଜ୍ ପ୍ରଣାଳୀ ବନ୍ଦ କରିବା ଲାଗି ଇରାନ ସରକାର ନେଇଥିବା ନିଷ୍ପତ୍ତି ଭାରତକୁ ବିଶେଷ ପ୍ରଭାବିତ କରିବ ନାହିଁ।
-
11.ନିଯୁକ୍ତି ପରୀକ୍ଷାରେ ବାଧ୍ୟକ ସାଜିବନି ଅର୍ଥ। ଅନ୍ୟମାନଙ୍କ ଭଳି ଗରିବ ଶ୍ରେଣୀର ପିଲାମାନେ ମଧ୍ୟ ସମସ୍ତ ନିଯୁକ୍ତି ପରୀକ୍ଷା ଦେଇପାରିବେ। ଏଥିପାଇଁ ରାଜ୍ୟ ସରକାର ଫି’ ଛାଡ କରିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି।
-
12.ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ପାଲାକୋଲ୍ଲୁରୁ ଜଣେ ୨୩ ବର୍ଷୀୟା ଯୁବତୀ ଡାଙ୍ଗେଟି ଜାହ୍ନବୀ ୨୦୨୯ ମସିହାରେ ମହାକାଶ ଯାତ୍ରା କରି ଇତିହାସ ରଚିବାକୁ ଯାଉଛନ୍ତି।
-
13.ଓଡ଼ିଶା ସରକାର ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକୁ ୨୦୨୫ ମସିହା ଜୁନ ୨୫ ତାରିଖକୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
14.ଭାରତୀୟ ସେନାର ଆଧୁନିକୀକରଣ ଏବଂ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ଆହୁରି ମଜବୁତ କରି ରକ୍ଷା ଗବେଷଣା ଓ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ ୫.୫୬x୪୫ ମିମି କ୍ଲୋଜ୍ କ୍ୱାର୍ଟର ବ୍ୟାଟଲ (CQB) କାର୍ବାଇନ ଯୋଗାଣ ପାଇଁ ଭାରତ ଫୋର୍ଜ ଲିମିଟେଡକୁ ଟେଣ୍ଡର ମିଳିଛି।
-
15.ଶିଶୁ କଲ୍ୟାଣ ଏବଂ ଡିଜିଟାଲ ପ୍ରଶାସନକୁ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ବରୁପ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ରାଜ୍ୟ ମହିଳା ଏବଂ ଶିଶୁ ପ୍ରତିଷ୍ଠାନରେ ମହିଳା ଏବଂ ଶିଶୁ ବିକାଶ ବିଭାଗ ଅଧୀନରେ ‘ଆମରି ଶିଶୁ’ ଓ୍ବେବ୍ ପୋର୍ଟାଲ ଉନ୍ମୋଚନ କରିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.