• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ପ୍ରତିବର୍ଷ ସାଧାରଣତଃ ଜୁଲାଇ ୮ରେ ସାରାଦେଶରେ ମୌସୁମୀ ପହଞ୍ଚିଥାଏ । ଏବର୍ଷ ମଧ୍ୟ ମୌସୁମୀ ପ୍ରାୟ ଏକ ସପ୍ତାହ ପୂର୍ବରୁ କେରଳ ଛୁଇଁଥିଲା।

  2. 2.ଦେଶର ଜନଗଣନା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ସମସ୍ତ ଘରକୁ ତାଲିକାଭୁକ୍ତ ଘର ଗଣନା କରିବାକୁ ଧାର୍ଯ୍ୟ ହୋଇଥିବାବେଳେ ଏଥିପାଇଁ ଆବଶ୍ୟକ କାର୍ଯ୍ୟ ୨୦୨୬ ଏପ୍ରିଲ ପହିଲାରୁ କାର୍ଯ୍ୟ ଆରମ୍ଭ ହେବ।

  3. 3.ରୁଷ କିଭ ଉପରେ ମୋଟ ୪୭୭ ଡ୍ରୋନ୍ ଏବଂ ୬୦ଟି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ତଥାପି, ୟୁକ୍ରେନୀୟ ସେନା ଏହି ଡ୍ରୋନ୍ ମଧ୍ୟରୁ ୨୪୯ଟିକୁ ଖସାଇ ଦେଇଥିବା ଦାବି କରିଛି। ଯେତେବେଳେ ୨୨୬ଟି ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ରକୁ ଇଲେକ୍ଟ୍ରୋନିକ୍ ସିଷ୍ଟମ ଦ୍ୱାରା ଜାମ୍ କରାଯାଇଥିବା କୁହାଯାଉଛି।

  4.  4.ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ବଡ଼ ପୁରୁଣାପାଣି ନିକଟ ୧୪୩ ନମ୍ୱର୍ ଜାତୀୟ ରାଜପଥରେ ସିରିଜ୍ ଦୁର୍ଘଟଣାରେ ୧୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୬ ଜଣ ମହିଳା, ଦୁଇ ଶିଶୁ ଏବଂ ୪ ଜଣ ପୁରୁଷ ଅଛନ୍ତି।

  5. 5.ଭାରତୀୟ ରେଳ ଏକ ନୂଆ ସଂରକ୍ଷଣ ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଛି ଯାହାକୁ ‘କ୍ରିସ୍‌’ ପକ୍ଷରୁ ଚଳିତ ବର୍ଷ ଶେଷ ସୁଦ୍ଧା ଲାଗୁ କରାଯିବ। ଏହି ବ୍ୟବସ୍ଥାରେ ଟିକଟ ସଂରକ୍ଷଣ କ୍ଷମତା ବର୍ତ୍ତମାନର ମିନିଟ୍ ପିଛା ୩୨ ହଜାରରୁ ବୃଦ୍ଧି ପାଇ ଦେଢ଼ ଲକ୍ଷରୁ ଅଧିକ ହେବ।

  6. 6.ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍‌ ଅଧିକାରୀ ଶାଶ୍ବତ ମିଶ୍ରଙ୍କୁ ବଡ଼ ଦାୟିତ୍ବ ଦେଇଛନ୍ତି। ଶ୍ରୀ ମିଶ୍ରଙ୍କୁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି।

  7. 7.ରାଜ୍ୟ ସରକାର ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦେଇଛନ୍ତି। ଏନେଇ  ରାଜ୍ୟ ପୁଲିସ ମୁଖ୍ୟାଳୟ ଦ୍ୱାରା ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେ ଚଳିତ ବର୍ଷର ପୁରୀ ରଥଯାତ୍ରାର ପରିଚାଳନା ଦାୟିତ୍ୱରେ ରହିବେ।

  8. 8.ପୁରୀ ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମେତ ଅନ୍ୟ ଅଧିକାରୀ। ଆଜିର ଏହି ଅଭାବନୀୟ ଘଟଣା ପରେ ବରିଷ୍ଠ ଆଇଏଏସ୍‌ ଅଧିକାରୀ ଅରବିନ୍ଦ ଅଗ୍ରୱାଲଙ୍କୁୁ ରଥଯାତ୍ରା ପରିଚାଳନା ଦାୟିତ୍ବ ଦିଆଯାଇଛି। 

  9. 9.ପରଲୋକଗତ ଭକ୍ତମାନଙ୍କ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହିତ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି।

  10. 10.ଆଇଆରସିଟିସି ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି। ୧ ଜୁଲାଇ, ୨୦୨୫ଠାରୁ, ଯେଉଁ ଆଇଆରସିଟିସି ୟୁଜର୍ସମାନଙ୍କର ଆକାଉଣ୍ଟରେ ଆଧାର ପ୍ରମାଣୀକରଣ ରହିବ ନାହିଁ, ସେହି ଲୋକମାନେ ତତ୍କାଳ ଟିକେଟ୍ ବୁକିଂ ସୁବିଧାର ଲାଭ ଉଠାଇପାରିବେ ନାହିଁ।

  11. 11.ବର୍ଷା ଋତୁ ଯୋଗୁ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ଜୁଲାଇ ୧ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। ଏନେଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ପରବର୍ତ୍ତୀ ବିଜ୍ଞପ୍ତି ଯାଏଁ ଏହା ବଳବତ୍ତର ରହିବ। ତେବେ ପର୍ଯ୍ୟଟକମାନେ ଜାମୁଆଣି, ଗୁଡ଼ୁଗୁଡ଼ିଆ, କୁମାରୀ, ବରେହିପାଣି ଓ ରାମତୀର୍ଥ ଇକୋ ଟୁରିଜିମ୍‌ ପ୍ରକଳ୍ପ ବୁଲିପାରିବେ। 

  12. 12.ଯାଜପୁର ଗରାମିଆଁ ସରକାରୀ ପ୍ରାଥମିକ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ କନକଲତା ଦେହୁରୀ। ଗ୍ରୀଷ୍ମଛୁଟିରେ ଦୁର୍ଗମ ଗ୍ରାମାଞ୍ଚଳରେ ଦେଢ଼ଶହ ମହିଳାଙ୍କୁ ସାନିଟାରି ପ୍ୟାଡ୍‌ ବାଣ୍ଟି ସେମାନଙ୍କୁ ସ୍ବାସ୍ଥ୍ୟ ସଚେତନ କରାଇଛନ୍ତି।

  13. 13.ଭ‌ାରତୀୟ ମହିଳା ଫୁଟ୍‌ବଲ୍‌ ଦଳ ଚଳିତ ଏଏଫ୍‌ସି ମହିଳା ଏସୀୟ କପ୍‌ ଯୋଗ୍ୟତା ପର୍ଯ୍ୟାୟରେ ବିଜୟ ଧାରା ଜାରି ରଖିଛି। ମଙ୍ଗୋଲିଆକୁ ୧୩-୦ରେ ହରାଇ ଅଭିଯାନ ଆରମ୍ଭ କରିଥିବା ଭାରତ ରବିବାର ନିଜର ଦ୍ବିତୀୟ ମ୍ୟାଚ୍‌ରେ ଟିମର ‌ଲିଷ୍ଟେକୁ ୪-୦ ଗୋଲ୍‌ରେ ମାତ୍‌ ଦେଇଛି। 

  14. 14ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ସପ୍ଲିମେଣ୍ଟାରୀ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା (ଦ୍ୱିତୀୟତୀୟ) ଆଜି ଠାରୁ ଆରମ୍ଭ ହେବ। ରାଜ୍ୟ ବିଭିନ୍ନ ଜିଲାରେ ମୋଟ ୯୮ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି।

  15. 15.ସମ୍ମାନଜନକ ୟୁଏସ୍ ଓପନ୍ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ୍ ପ୍ରତିଯୋଗିତାରେ ଭାରତୀୟ ଲଳନା ତନ୍ବୀ ଶର୍ମା ଜୟଯାତ୍ରା ଜାରି ରଖି ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ସେହିଭଳି ପୁରୁଷ ଏକକରେ ଆୟୁଷ ସେଟ୍ଟୀ ଐତିହାସିକ ସଫଳତା ସହ ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.