-
1.ପାକିସ୍ତାନ, ଚୀନ୍ ଓ ବାଂଲାଦେଶ ଏକ ନୂତନ ଆଞ୍ଚଳିକ ସଂଗଠନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ଯାହା ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଘ (ସାର୍କ)କୁ ବଦଳାଇବ। ବର୍ତ୍ତମାନର ଆଞ୍ଚଳିକ ଗୋଷ୍ଠୀରେ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ଭାରତ, ମାଳଦ୍ୱୀପ, ନେପାଳ, ପାକିସ୍ତାନ ଓ ଶ୍ରୀଲଙ୍କା ସାମିଲ ଅଛନ୍ତି।
-
2. ଚୀନ୍ ଗୁରୁବାର (ଜୁନ୍ ୨୬) ଏକ ନୂଆ ପ୍ରକାରର ଗ୍ରାଫାଇଟ୍ ବୋମା ବା ବ୍ଲାକ୍ଆଉଟ୍ ବୋମା ପ୍ରଦର୍ଶନ କରିଛି। ଦାବି କରାଯାଇଛି ଯେ ଏହା ଶତ୍ରୁର ଶକ୍ତିକେନ୍ଦ୍ରଗୁଡ଼ିକୁ ଧ୍ୱଂସ କରିପାରେ ଏବଂ ଟାର୍ଗେଟ୍ ଅଞ୍ଚଳକୁ ସମ୍ପୂର୍ଣ୍ଣ ବିଜୁଳିବିହୀନ କରିଦେଇପାରେ।
-
3.୧ କୋଟିରୁ ଅଧିକ ଟଙ୍କାର ଯୌତୁକ ନେଇ ୨୭ ବର୍ଷୀୟା ରିଧାନ୍ୟା ବାପ ଘରୁ ଶାଶୁ ଘରକୁ ଗଲା। ନିର୍ଯାତନା ଅସହ୍ୟ ହେବାରୁ ଶେଷରେ କୀଟନାଶକ ଖାଇ ନବବଧୂ ଜୀବନ ହାରିଲା। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ତାମିଲନାଡୁର ତିରୁପୁର ଅଞ୍ଚଳରୁ। ପୁଲିସ ଏହି ଘଟଣାରେ ନବବଧୂର ଶାଶୁ, ଶ୍ଵଶୁର ଏବଂ ସ୍ଵାମୀକୁ ଗିରଫ କରିଛି।
-
4.ମଣିପୁରରେ ପୁଣି ହିଂସା ଉପୁଜି ୪ ଜଣଙ୍କ ଜୀବନ ଯାଇଛି। ଚୁରାଚାନ୍ଦପୁର ଜିଲ୍ଲାରେ ଆଜି ଦୁର୍ବୃତ୍ତ ଏକ କାର୍ରେ ଯାଉଥିବା ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଏହି ଘଟଣାରେ କୁକିର ଜଣେ ଶୀର୍ଷ କମାଣ୍ଡରଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି।
-
5.ଇରାନର ଫୋର୍ଡୋ ପରମାଣୁ କେନ୍ଦ୍ର ଉପରେ ଆମେରିକା ଜିବିୟୁ-୫୭/ମାସିଭ୍ ଅର୍ଡନାନ୍ସ ପେନିଟ୍ରେଟର ମାଡ଼ କରିବା ପରେ ଭାରତ ଅତ୍ୟାଧୁନିକ ବଙ୍କର-ବଷ୍ଟର କ୍ଷମତା ବିକଶିତ କରିବା ପାଇଁ ନିଜର ପ୍ରୟାସକୁ ତ୍ୱରାନ୍ୱିତ କରୁଛି।
-
6.ଭାରତ ନିଜର କେ-୬ ହାଇପରସୋନିକ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ଯାଉଛି। ସମୁଦ୍ରରେ ପରୀକ୍ଷଣ କରାଯିବାକୁ ଥିବା ଏହି କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ) ଦ୍ଵାରା ବିକଶିତ କରାଯାଇଛି।
-
7.ଜୁଲାଇ ୧ରୁ ବର୍ଦ୍ଧିତ ରେଳଭଡ଼ା ଲାଗୁ ହେବ । ଏ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ରିଜର୍ଭେସନ୍ ଫି, ସୁପରଫାଷ୍ଟ ସରଚାର୍ଜ ଏବଂ ଅନ୍ୟାନ୍ୟ ଶୁଳ୍କ ଅପରିବର୍ତ୍ତିତ ରହିଛି। ବିଜ୍ଞପ୍ତି ଅନୁସାରେ ସାଧାରଣ ଶ୍ରେଣୀରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇନାହିଁ । ତେବେ ୫୦୧ରୁ ୧୫୦୦ କିଲୋମିଟର ଦୂରତା ପାଇଁ ୫ ଟଙ୍କା ଏବଂ ୨୫୦୦ କିଲୋମିଟର ପର୍ଯ୍ୟନ୍ତ ଦୂରତା ପାଇଁ ୧୦ ଟଙ୍କା ଏବଂ ୨୫୦୧ ରୁ ୩୦୦୦ କିଲୋମିଟର ଦୂରତା ସ୍ଲାବ୍ ପାଇଁ ୧୫ ଟଙ୍କା ବୃଦ୍ଧି କରାଯାଇଛି ।
-
8.ତୈଳ ବିପଣନ କମ୍ପାନିଗୁଡ଼ିକ ଦ୍ୱାରା ପ୍ରକାଶିତ ନୂତନ ଦର ତାଲିକା ଅନୁଯାୟୀ, ମଙ୍ଗଳବାର ଜୁଲାଇ ୧ ଠାରୁ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରୟ ମୂଲ୍ୟ ୧୭୨୩.୫୦ ଟଙ୍କା ପରିବର୍ତ୍ତେ ୧୬୬୫ ଟଙ୍କା ହେବ।
-
9. ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ଅକାଳମୃତ୍ୟୁ ନେଇ ଆଜି ପୁଲିସ ନୂଆ କଥା କହିଛି। ଯଦିଓ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି, ତେବେ ତାଙ୍କ ଘରୁ ଜବତ ବାକ୍ସରୁ ଏକ ସାଂଘାତିକ ସୁରାକ୍ ମିଳିଛି। ଜଣେ ଅଧିକାରୀ କହିଛନ୍ତି ଯେ ଜରିୱାଲା ଚର୍ମ ଚିକ୍କଣ ଦେଖାଯିବା ଓ ବୟସ କମ୍ ଦେଖାଯିବା (ଆଣ୍ଟି-ଏଜିଂ) ଔଷଧ ବ୍ୟବହାର କରୁଥିଲେ।
-
10.ତେଲଙ୍ଗାନାର ବିଜେପି ବିଧାୟକ ଟି. ରାଜା ସିଂହ ଓରଫ ଟାଇଗର ରାଜା ଦଳରୁ ଇସ୍ତଫା ଦେଇଛନ୍ତି। ଅଧିକାଂଶ ସମୟରେ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଗୋସାମହଲ ବିଧାୟକ ରାଜା ସିଂହ ଚର୍ଚ୍ଚାରେ ରୁହନ୍ତି।
-
11. ଉତ୍ତର ଓଡ଼ିଶାରେ ବଡ ବନ୍ୟା ଆଶଙ୍କା.. ଆସନ୍ତା ୨୪ ଘଣ୍ଟା ସହ ବର୍ଷା ଉପରେ ବନ୍ୟା ସ୍ଥିତି ନିର୍ଭର କରେ ବୋଲି କହିଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ..
-
12.ଭାରତର ଜନଗଣନା ୨୦୧୧ରେ ଶେଷଥର ପାଇଁ ହୋଇଥିଲା ଓ ସେହି ଅନୁଯାୟୀ ଦେଶର ଲୋକ ସଂଖ୍ୟା ପାଖାପାଖି ୧୨୧ କୋଟି ଥିଲା। ଜାତିସଂଘ ତଥ୍ୟ ଅନୁଯାୟୀ, ଏହି ସଂଖ୍ୟା ୧୪୨ କୋଟିରୁ ଊର୍ଦ୍ଧ୍ୱରେ ପହଞ୍ଚତ୍ କେବେଠାରୁ ଚାଇନାକୁ ଟପିଗଲାଣି।
-
13.ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ମହାବିଦ୍ୟାଳୟର ପ୍ରିନ୍ସିପାଲ ତଥା ଶିକ୍ଷକ ଓ ଅଣ-ଶିକ୍ଷକ କର୍ମଚାରୀମାନଙ୍କୁ ୭ ଘଣ୍ଟିଆ କର୍ତ୍ତବ୍ୟ ନିୟମକୁ କଡ଼ାକଡ଼ି ମାନିବାକୁ ନିର୍ଦ୍ଦେଶ ଦେଇଛି।
-
14.ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ସୋମବାର ନିଜ ଅଫିସରେ କିଛି ଯୁବକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାଟି ସେତେବେଳେ ଘଟିଥିଲା ଯେତେବେଳେ ସାହୁ ଗ୍ରୀଭାନ୍ସ ରିଡ୍ରେସାଲ ବୈଠକରେ ବ୍ୟସ୍ତ ଥିଲେ।
-
15.କ୍ରିକେଟ ମ୍ୟାଚ ସମୟରେ ଜଣେ ବ୍ୟାଟ୍ସମ୍ୟାନ ହୃଦଘାତର ଶିକାର ହୋଇ ଘଟଣାସ୍ଥଳରେ ଟଳିପଡ଼ିଛନ୍ତି। ଗୁରହର ସହାୟର ବାସିନ୍ଦା ହରଜିତ ସିଂହ ନାମକ ଏହି ଖେଳାଳି ହଠାତ୍ ଛକା ମାରିବା ପରେ ତଳେ ପଡ଼ିଗଲେ। ପ୍ରଥମେ ସାଥୀ ଖେଳାଳି ଭାବିଲେ ସେ ଖୁସି ହୋଇ ବୋଧେ ତଳେ ଗଡ଼ିଯାଉଛନ୍ତି। ମାତ୍ର କିଛି ସମୟ ପରେ ସେ ନ ଉଠିବାରୁ ସେମାନେ ଦୌଡିଯାଇ ଦେଖନ୍ତି ତ ତାଙ୍କ ଆଖିଆଗରେ ସବୁ ଶେଷ ହୋଇଯାଉଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.