-
1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଡିଜିଟାଲ ଇଣ୍ଡିଆ ଏକ ଜନ ଆନ୍ଦୋଳନ ପାଲଟିଛି । ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମର ଦଶ ବର୍ଷ ପୂର୍ତ୍ତି ଅବସରରେ ଏକ ବ୍ଲଗରେ, ସେ କହିଛନ୍ତି ଯେ ଭାରତ ଡିଜିଟାଲ ଶାସନରୁ ବିଶ୍ୱ ଡିଜିଟାଲ ନେତୃତ୍ୱ ଆଡକୁ ଗତି କରୁଛି।
-
2.କେନ୍ଦ୍ର କ୍ୟାବିନେଟ୍ ସମସ୍ତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ଏବଂ ସାମାଜିକ ସୁରକ୍ଷା ପ୍ରଦାନ କରିବା ପାଇଁ ନିଯୁକ୍ତି-ସଂଯୁକ୍ତ ପ୍ରୋତ୍ସାହନ ଯୋଜନାକୁ ମଞ୍ଜୁରୀ ଦେଇଛି। ଏହି ଯୋଜନା ଅଧୀନରେ ପ୍ରଥମ ଥର ପାଇଁ କର୍ମଚାରୀମାନେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ଏକ ମାସର ମଜୁରୀ ପାଇବେ।
-
3.ଜାତିସଂଘର ସାଂସ୍କୃତିକ ସଂଗଠନ ୟୁନେସ୍କୋ (UNESCO) ଏକ ସାମ୍ପ୍ରତିକ ରିପୋର୍ଟରେ ଚେତାବନୀ ଦେଇଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ମରୁଡ଼ି ଏବଂ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ହେତୁ ବିଶ୍ୱର ଅଧିକାଂଶ ଐତିହ୍ୟ ସ୍ଥଳ ଗୁରୁତର ବିପଦରେ ଅଛି।
-
4.ଦିଲ୍ଲୀରେ ସରକାର ନୂଆ ନିୟମ ଲାଗୁ କରିଛନ୍ତି। ୧୫ ବର୍ଷ ପୁରୁଣା ପେଟ୍ରୋଲ ଗାଡ଼ି ଏବଂ ୧୦ ବର୍ଷ ପୁରୁଣା ଡିଜେଲ ଗାଡ଼ି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଯଦି କେହି ପୁରୁଣା ଗାଡ଼ି ଧରି ବାହାରକୁ ବାହାରୁଛନ୍ତି ତେବେ ସେମାନଙ୍କୁ ତଣ୍ଡ ଗଣିବାକୁ ପଡିବ । କାର ଚାଳକଙ୍କୁ ୧୦ ହଜାର ଟଙ୍କା ଫାଇନ୍ ଦେବାକୁ ଥିବା ବେଳେ ବାଇକ୍ ଚାଳକ ୫ ହଜାର ଟଙ୍କା ଫାଇନ୍ ଗଣିବେ ।
-
5.ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ କରିଛନ୍ତି । ସେମାନେ ବନ୍ଧୁକ ଓ ରକେଟ ଧରି ପ୍ରଥମେ ଏକ ପୁଲିସ ଷ୍ଟେସନ ଉପରେ ଆକ୍ରମଣ କରିଥିଲେ ଓ ପରେ ୨ଟି ବ୍ୟାଙ୍କ ଲୁଟିବା ପରେ ନିଆଁ ଲଗାଇଦେଇଥିଲେ ।
-
6.ନିଜକୁ ଆଇଆଇଟି ବମ୍ବେର ଛାତ୍ର ବୋଲି ଉପସ୍ଥାପନ କରି କଲେଜ କ୍ୟାମ୍ପସ୍ରେ ରହିଥିବା ଜଣେ ୨୨ ବର୍ଷୀୟ ଯୁବକଙ୍କୁ ଗତ ସପ୍ତାହରେ ଗିରଫ କରାଯାଇଥିଲା।
-
7.ପାକିସ୍ତାନ ମଙ୍ଗଳବାର ଜୁଲାଇ ୨୦୨୫ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ଗ୍ରହଣ କରିବାକୁ ଯାଉଛି। ପାକିସ୍ତାନର ସରକାରୀ ଗଣମାଧ୍ୟମ ଏ ବିଷୟରେ ସୂଚନା ଦେଇଛି।
-
8. ଶିଳ୍ପପତି ଏଲନ ମସ୍କ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟର ତିକ୍ତତା ଆହୁରି ବଢିଯାଇଛି । ସଂପର୍କ ଏତେ ଖରାପ ହୋଇଯାଇଛି ଯେ ମସ୍କଙ୍କୁ ତାଙ୍କ ମୂଳ ଦେଶ ଦକ୍ଷିଣ ଆଫ୍ରିକାକୁ ପ୍ରତ୍ୟାର୍ପଣ କରିବାକୁ ଧମକ ଦେଇଛନ୍ତି ଟ୍ରମ୍ପ । ଏହାର ଜବାବରେ ଏକ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି ମସ୍କ ।
-
9.ଅତୀତରେ ଇନଫୋସିସ୍ ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ୭୦ ଘଣ୍ଟା କାର୍ଯ୍ୟସପ୍ତାହ ଉପରେ ମନ୍ତବ୍ୟ ଦେଇ ବିବାଦରେ ରହିଥିଲେ। ଏବେ ଇନଫୋସିସ୍ ତାର କର୍ମଚାରୀମାନଙ୍କୁ ବୃତ୍ତି ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖିବାକୁ ପରାମର୍ଶ ଦେଇଛି।
-
10.ଭାରତୀୟ ରେଳବାଇ ପ୍ରଯୁକ୍ତି ଓ ଯାତ୍ରୀ ସୁବିଧାରେ ଏକ ବଡ଼ ପାଦ ଆଗକୁ ରଖି ମଙ୍ଗଳବାର ନୂଆ ‘ରେଲ୍ଓ୍ଵାନ୍’(RailOne) ଆପ୍ ଲଞ୍ଚ କରିଛି।
-
11.ରାୟଗଡ଼ା ଜଳ ବିଭାଜିକା ପ୍ରକଳ୍ପର ପୂର୍ବତନ ନିର୍ଦ୍ଦେଶକ (ପିଡି) ତଥା ବର୍ତ୍ତମାନ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ ମଙ୍ଗଳବାର ଗିରଫ ହୋଇଛନ୍ତି।
-
12.ଗାଜାରେ ଇସ୍ରାଏଲର ସେନାର ଆକାଶ ମାର୍ଗରୁ ଆକ୍ରମଣରେ ପ୍ରାୟ ୭୪ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସମୁଦ୍ର କୂଳରେ ଥିବା ଏକ କାଫେରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଖାଦ୍ୟ ସହାୟତା ପାଇବାକୁ ଯାଇଥିବା ଅନେକ ଲୋକଙ୍କ ମଧ୍ୟରୁ ଗୁଳିବିନିମୟରେ ପ୍ରାୟ ୨୩ ଜଣଙ୍କ ମୃତ୍ୟୁ ଘଟିଛି ।
-
13. ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆସନ୍ତା ୧୧ ତାରିଖରେ ଓଡ଼ିଶା ଆସିବେ। ଭୁବନେଶ୍ବରର ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ‘ସମ୍ବିଧାନ ବଞ୍ଚାଅ ସମାବେଶ’ରେ ରାହୁଲ ଉଦ୍ବୋଧନ ଦେବେ।
-
14.ଆଇଏମ୍ଡି ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନ ସମେତ ଅନେକ ଉତ୍ତରାଞ୍ଚଳ ରାଜ୍ୟଗୁଡ଼ିକରେ ଆସନ୍ତା ୬ରୁ ୭ ଦିନ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି। ଆଇଏମ୍ଡି ଅନୁଯାୟୀ ଉତ୍ତରପଶ୍ଚିମ, କେନ୍ଦ୍ରୀୟ ଏବଂ ପୂର୍ବ ଭାରତର ଏକ ବିଶାଳ ଅଂଶରେ ମୌସୁମୀ ସକ୍ରିୟ ରହିବ।
-
15.ସରକାରୀ ଜନକଲ୍ୟାଣକାରୀ ଯୋଜନାରେ ନୈରାଶ୍ୟଜନକ ପ୍ରଦର୍ଶନ କରି ରାଜ୍ୟ ସରକାରଙ୍କ ପ୍ୟାନେଲ୍ରୁ ହଟିବା ଭଳି କାର୍ଯ୍ୟାନୁଷ୍ଠାନ ସାମ୍ନା କରିବା ପରେ ତିନି ଘରୋଇ ବ୍ୟାଙ୍କ ଆସିଆଇସିଆଇ, ଆକ୍ସିସ୍ ଓ ଏଚ୍ଡିଏଫ୍ସି ବ୍ୟାଙ୍କ ଚେତିଛନ୍ତି।
-
16. ଆଧାରକୁ ବ୍ୟବହାର କରି ରାଜ୍ୟଗୁଡ଼ିକ କଲ୍ୟାଣମୂଳକ ଯୋଜନାର ଲାଭ ଲୋକମାନଙ୍କ ପାଖରେ ପହଞ୍ଚାଯାଉଛନ୍ତି। ସେମାନେ ଆଧାରକୁ ନଜରରେ ରଖି ଯୋଜନାଗୁଡ଼ିକୁ ପ୍ରସ୍ତୁତ କରୁଛନ୍ତି। ଆଧାର ଗ୍ରହଣୀୟତାରେ ଓଡ଼ିଶା ଅଗ୍ରଣୀ ରହିଛି ବୋଲି ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ)ର ସିଇଓ ଭୁବନେଶ କୁମାର କହିଛନ୍ତି।
-
17.ଗତ ଜୁନ ମାସରେ ବେଙ୍ଗାଲୁରୁରେ ହୋଇଥିବା ଦଳାଚକଟା ଘଟଣାରେ ବରିଷ୍ଠ ଆଇପିଏସ୍ ଅଧିକାରୀ ବିକାଶ କୁମାରଙ୍କ ବିରୋଧରେ କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ୍ କର୍ଣ୍ଣାଟକ ସରକାରଙ୍କ ନିଲମ୍ବନ ଆଦେଶକୁ ରଦ୍ଦ କରିଛନ୍ତି।
-
18.ବାଂଲାଦେଶରେ, ଜଣେ ୨୫ ବର୍ଷୀୟ ହିନ୍ଦୁ ମହିଳା, ଯିଏକି ଏକ ଜଘନ୍ୟ ଦୁଷ୍କର୍ମର ଶିକାର ହୋଇଥିଲେ, ତାଙ୍କ ସ୍ୱାମୀ ଏବଂ କିଛି ସ୍ଥାନୀୟ ବାସିନ୍ଦାଙ୍କ ଚାପ ପରେ ପ୍ରଥମେ ସେ ପ୍ରତ୍ୟାହାର କରିବାକୁ ଚିନ୍ତା କରିଥିଲେ, ତଥାପି ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି।
-
19.ପରୋକ୍ଷ ଟିକସ ବ୍ୟବସ୍ଥାକୁ ଏକୀକୃତ ଏକୀକୃତ କରି ଦେଶରେ ଲାଗୁ ହୋଇଥିବା ସାମଗ୍ରୀ ଏବଂ ସେବା କର ଆଠ ବର୍ଷ ପୂରଣ କରିଛି। ଆର୍ଥିକ ସମନ୍ୱୟ ଏବଂ ଟିକସ ସଂସ୍କାର ଦିଗରେ ଏକ ପ୍ରମୁଖ ପଦକ୍ଷେପ ଭାବରେ ୨୦୧୭ରେ ଜିଏସଟି ପ୍ରଚଳନ କରାଯାଇଥିଲା।
-
20.ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫି ଟେଷ୍ଟ ଶୃଙ୍ଖଳାର ୨ୟ ମ୍ୟାଚ୍ ବୁଧବାରଠାରୁ ଖେଳାଯିବ। ଅପରାହ୍ନ ସାଢେ ୩ଟାରେ ଆରମ୍ଭ ହେବ ମ୍ୟାଚ।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.