• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ରାଜ୍ୟର ହାଇସିକ୍ୟୁରିଟି ଜେଲ୍‌ଗୁଡ଼ିକର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇବା ପାଇଁ ଜେଲ୍‌ ବିଭାଗ ବଡ଼ ନିଷ୍ପତ୍ତି ନେଇଛି। ଜେଲ୍‌ ଅତ୍ୟାଧୁନିକୀକରଣ ପ୍ରକଳ୍ପରେ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି। 
  2. 2.ପୁଣେରେ ଜଣେ ଅଜ୍ଞାତ ବ୍ୟକ୍ତି ନିଜକୁ କୋରିଅର୍ ଡେଲିଭରି ବୟ ପରିଚୟ ଦେଇ ଜଣେ ୨୨ ବର୍ଷୀୟା ଆଇଟି ପ୍ରଫେସନାଲଙ୍କୁ ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। 

  3. 3.ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ତାଙ୍କ ଆମେରିକୀୟ ପ୍ରତିପକ୍ଷ ପିଟ୍ ହେଗ୍‌ସେଥ୍ ଭାରତ ଓ ଆମେରିକା ମଧ୍ୟରେ ପ୍ରତିରକ୍ଷା ଓ ରଣନୈତିକ ସମ୍ପର୍କକୁ ଆହୁରି ବିସ୍ତାର କରିବା ପାଇଁ ୧୦ ବର୍ଷିଆ ଢାଞ୍ଚା ପ୍ରସ୍ତୁତ କରିବାକୁ ରାଜି ହୋଇଛନ୍ତି।

  4. 4.ଆରଜେଡି ନେତୃତ୍ବାଧୀନ ମହାଗଠବନ୍ଧନ (ଜାତୀୟ ସ୍ତରରେ ଇଣ୍ଡି ମେଣ୍ଟ)ରେ ଯୋଗ ଦେବାକୁ ଦଳପକ୍ଷରୁ ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କୁ ପତ୍ର ଲେଖାଯାଇଛି । ଏହି ଚିଠି ଏଆଇଏମଆଇଏମ ବିହାର ୟୁନିଟ୍ର ଅଧ୍ୟକ୍ଷ ଅଖତାରୁଲ ଇମାନ ଲେଖିଛନ୍ତି।

  5. 5.ଏବେ ପାକ୍  ବାୟୁସେନା ମୁଖ୍ୟ ଜାହୀର ଅହମଦ ବାବର ସିଦ୍ଧୁ ଆମେରିକା ପହଞ୍ଚିଛନ୍ତି। ପାକିସ୍ତାନର ବାୟୁସେନା ମୁଖ୍ୟଙ୍କ ଆମେରିକା ଗସ୍ତ ସ୍ପଷ୍ଟ କରୁଛି ଯେ ଉଭୟ ଦେଶ ମଧ୍ୟରେ ନିଶ୍ଚିତ ଭାବେ କିଛି ଗୁପ୍ତ ଯୋଜନା ଚାଲୁଛି।

  6. 6.ଘାନା ଗସ୍ତରେ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘାନା ରାଷ୍ଟ୍ରପତିଙ୍କ ପତ୍ନୀ ଲୋର୍ଡିନା ମାହାମାଙ୍କୁ ଏକ ମୂଲ୍ୟବାନ ଉପହାର ଦେଇଛନ୍ତି । ଏହି ଉପହାରର ଓଡ଼ିଶା ସହ ଏକ ସମ୍ପର୍କ ରହିଛି । ଉପହାରଟି ହେଉଛି କଟକରେ ନିର୍ମିତ ଏକ ଚମତ୍କାର ରୁପା ତାରକସୀ କାର୍ଯ୍ୟ ହୋଇଥିବା ପର୍ସ। 

  7. 7.ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଛନ୍ତି, ମରାମତି କାମ ପାଖାପାଖି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଆଜି ଗଜପତି ଓ ବୈଷୟିକ କମିଟି ସଦସ୍ୟ ଏହି ମରାମତି ଅନୁଧ୍ୟାନ କରିଛନ୍ତି। ଭିତର ରତ୍ନଭଣ୍ଡାର ପ୍ରାୟତଃ ସରିଯାଇଛି। ବାହାର ରତ୍ନଭଣ୍ଡାରେ କିଛି ବିମ୍‌ ଲାଗିବା କେବଳ ବାକି ଅଛି। ଚଟାଣ ମଧ୍ୟ ସରିଛି। କେବଳ କେମିକାଲ୍‌ କ୍ଲିନିଂ ହେବ।

  8. 8.ରୁଷୀୟ ତୈଳର ପ୍ରମୁଖ କ୍ରେତାଙ୍କ ଉପରେ ୫୦୦% ଶୁଳ୍କ ଲାଗୁ କରିବା ପାଇଁ ଆମେରିକା ଯୋଜନା ଉପରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ପ୍ରତିକ୍ରିୟା ଦେଇଛନ୍ତି, ସେ କହିଛନ୍ତି ଯେ ଏହି ପ୍ରସଙ୍ଗ ଆସିଲେ ଭାରତ ଉପଯୁକ୍ତ ପଦକ୍ଷେପ ନେବ।

  9. 9.ଦିଲ୍ଲୀ ହାଇକୋର୍ଟ ପତଞ୍ଜଳି ଚ୍ୟବନପ୍ରାଶ ବିଜ୍ଞାପନ ଉପରେ ରୋକ ​​ଲଗାଇଲେ, ଡାବର କହିଲା- ଆମର ଚ୍ୟବନପ୍ରାଶ ଏକ ଆୟୁର୍ବେଦିକ ଔଷଧ, ଏପରି ବିଜ୍ଞାପନ ଉତ୍ପାଦକୁ ବଦନାମ କରୁଛି।

  10. 10.ସୁପ୍ରିମକୋର୍ଟ ଏହାର ଏକ ନିଷ୍ପତ୍ତିରେ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ଅବହେଳା ଯୋଗୁଁ ଗାଡି ଚାଳନା ଯୋଗୁଁ ମୃତ୍ୟୁବରଣ କରନ୍ତି, ତେବେ ବୀମା କମ୍ପାନୀଗୁଡ଼ିକ ତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାୟୀ ନୁହଁନ୍ତି। ଜଷ୍ଟିସ୍ ପିଏସ୍ ନରସିଂହ ଏବଂ ଜଷ୍ଟିସ୍ ଆର ମହାଦେବନଙ୍କ ଖଣ୍ଡପୀଠ ମୃତକଙ୍କ ପରିବାରର ୮୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିକୁ ଖାରଜ କରିଛନ୍ତି।

  11. 11.ଗତ ଚାରି ବର୍ଷ ମଧ୍ୟରେ ମୁମ୍ବାଇରେ ୪୨୭ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ୭୫ ଜଣ ପୋଲିସ କର୍ମଚାରୀ ହୃଦଘାତର ଶିକାର ହୋଇଛନ୍ତି। ୨୫ ଜଣ ପୋଲିସ କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। ଏହି ସୂଚନା ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଦେଇଛନ୍ତି।

  12. 12.ଗୁଜରାଟର ବନାସକାଣ୍ଠାରେ ପ୍ରବଳ ବର୍ଷା, ଘରେ ପାଣି ପଶିଗଲା, ବାରାଣସୀରେ ୨୦ ଫୁଟ ରାଜପଥ ବୁଡ଼ିଗଲା, ମଣ୍ଡିରେ ଭୂସ୍ଖଳନ, ଅନେକ ଲୋକ ବାସହୀନ ହେଲେ ।

  13. 13.ଆସନ୍ତା ୬ ତାରିଖ ରବିବାର ସକାଳ ୧୦ଟାରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ମହାନଦୀ ଫୁଲିବାରେ ଲାଗିଥିବା ବେଳେ ଛତିଶଗଡ଼ ସରକାର କଲ୍‌ମା ବ୍ୟାରେଜ୍‌ର ୪୬ଟି ଗେଟ୍‌ ଖୋଲି ଦେଇଛନ୍ତି। କଲ୍‌ମାର ୬୬ଟି ଗେଟ୍‌ ମଧ୍ୟରୁ ଗତକାଲି ପର୍ଯ୍ୟନ୍ତ ୧୦ଟି ଗେଟ୍‌ ଖୋଲା ରହିଥିଲା। 

  14. 14.ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ହୋଇଥିବା ଆକ୍ରମଣ ମାମଲାରେ ଭୁବନେଶ୍ବର ମଧ୍ୟ ବିଧାୟକ ପ୍ରାର୍ଥୀ ବିଜେପିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟ ଜାମିନ ଖାରଜ କରିବା ପରେ ଶ୍ରୀ ପ୍ରଧାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

  15. 15.୨୦୨୫-୨୬ ଶିକ୍ଷାବର୍ଷ ଆରମ୍ଭରୁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଲଗାତାର ୩ରୁ ୪ଟି ଶିକ୍ଷାବର୍ଷରେ ସିଟ୍‌ ଖାଲି ପଡ଼ିଲେ ସଂପୃକ୍ତ କଲେଜକୁ ମଧ୍ୟ ବନ୍ଦ କରି ଦିଆଯିବ। ଉଚ୍ଚଶିକ୍ଷା ବିଭାଗ ଉଚ୍ଚ କ୍ଷମତାସମ୍ପନ୍ନ କମିଟି (ଏଚ୍‌ପିସି)ରେ ଏଭଳି ନିଷ୍ପତ୍ତି ନିଆଯାଇଛି।

  16. 16.ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି, ସମୟୋଚିତ ଏବଂ ସଠିକ୍ ପାଣିପାଗ ତଥ୍ୟ ସୁନିଶ୍ଚିତ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ଏବଂ ଅଟୋମେଟିକ ରେନ ଗଜ୍ ସ୍ଥାପନ କରାଯିବ।

  17. 17.ଶ୍ରୀ ବଳସାମନ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଆସନ୍ତା ବର୍ଷ ଜାନୁଆରି ୩୧ ସୁଦ୍ଧା ସମବାୟ ପଲିସି ଆସିବ ବୋଲି ସେ କହିଛନ୍ତି।ସମବାୟ ମନ୍ତ୍ରୀ କହିଛନ୍ତି, ରାଜ୍ୟର ସବୁ ପଞ୍ଚାୟତରେ ସମବାୟ ସମିତି ଗଠନ ହେବ। ସମିତିରେ ମଲ୍ଟି ପୁଲ ବ୍ୟବସାୟ ହେବ।ଏଲ୍‌ପିଜି ଗ୍ୟାସ୍‌ ବିତରଣ, ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ଜନସେବା କେନ୍ଦ୍ର, ଡ଼ାଇରି ଫାର୍ମ, ଦୁଗ୍ଧ ବିତରଣ କେନ୍ଦ୍ର ଭଳି ବିଭିନ୍ନ ବ୍ୟବସ୍ଥା ସମିତି ଜରିଆରେ ହେବା ପାଇଁ ପ୍ରସ୍ତୁତ ହୋଇଛି ପ୍ଲାନ୍‌।

  18. 18.ଚଳିତ ରଥଯାତ୍ରାରେ କେତେକ ନୂଆ ଘଟଣାକୁ ନେଇ ସାଧାରଣରେ ନାନା ପ୍ରକାର ଚର୍ଚ୍ଚା ଜୋର୍‌ ଧରିଛି। ଯେପରିକି ଭୁବନେଶ୍ୱରଠାରୁ ଆରମ୍ଭକରି ପୁରୀ ପର୍ଯ୍ୟନ୍ତ ଥିବା ରାସ୍ତାର ଉଭୟ ପାର୍ଶ୍ୱ ଆଦାନୀ କମ୍ପାନୀ ପକ୍ଷରୁ ବିଜ୍ଞାପନରେ ଛାଇ କରିଦିଆଯାଇଛି।

  19. 1.ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକ ସମେତ ରାଜ୍ୟର ଦୁଇଟି ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

  20. 20.ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଶୁଭମାନ ଗିଲ୍ ଇଂଲଣ୍ଡରେ ଏକ ଐତିହାସିକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ପ୍ରଥମ ଏସୀୟ ଅଧିନାୟକ ଭାବେ SENA (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ) ଦେଶରେ ଟେଷ୍ଟ ଦ୍ୱିଶତକ ହାସଲ କରିଛନ୍ତି। ଏଜବାଷ୍ଟନ ଟେଷ୍ଟରେ ଏହି ୨୫ ବର୍ଷୀୟ ଶୁଭମନ ୩୧୧ ବଲରେ ୨୦୦ ରନ ସଂଗ୍ରହ କରି ଏହି କୀର୍ତ୍ତିମାନ ଅର୍ଜନ କରିଛନ୍ତି, ଯେଉଁଥିରେ ୨୧ଟି ଚୌକା ଓ ୨ଟି ଛକା ସାମିଲ ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.