• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ପୁରୀ ଜଗନ୍ନାଥ ଧାମ ମହାନଗର ନିଗମ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

  2. 2.କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ମୋଦି ସରକାର ପୁଣିଥରେ ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି କେନ୍ଦ୍ରୀୟ କର୍ମଚାରୀମାନେ ଜୁଲାଇ ୨୦୨୫ରୁ ୪% DA ବୃଦ୍ଧି କରିବେ।

  3. 3.ପୁରୀ ସହରରେ ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ। ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜଗନ୍ନାଥ ମ୍ୟୁଜିୟମ ସହ ଗବେଷଣା କେନ୍ଦ୍ର ଓ ଲାଇବ୍ରେରୀ ହେବ। ଗୋଟିଏ ପରିସରରେ ମ୍ୟୁଜିୟମ, ଗବେଷଣା କେନ୍ଦ୍ର ଓ ଲାଇବ୍ରେରୀ କେନ୍ଦ୍ର ରହିବ। ପରିସରରେ ୩୦୦ ଆସନ ବିଶିଷ୍ଟ ଅଡିଟୋରିୟମ ପ୍ରତିଷ୍ଠା ହେବ। ଅଡିଟୋରିୟମରେ ପ୍ରତିଦିନ ଲାଇଟ୍ ଆଣ୍ଡ ସାଉଣ୍ଡ୍ ଶୋ’ ପ୍ରଦର୍ଶିତ ହେବ।  ଅଡିଟୋରିୟମ ସହ ମୁକ୍ତାକାଶ ରଙ୍ଗମଞ୍ଚ ମଧ୍ୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। 

  4. 4.ଗିରଫ ହୋଇଥିବା ଭାଜପା ନେତା ଜଗନ୍ନାଥ ପ୍ରଧାନଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଖୋର୍ଦ୍ଧା ଜିଲା ଦୌରାଜଜ୍‌ କୋର୍ଟରେ ସେ ଜାମିନ ଆବେଦନ କରିଥିଲେ ହେଲେ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ଗତକାଲି ମଧ୍ୟ ଏସ୍‌ଡିଜେଏମ୍‌ କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଯାଇଥିଲା।

  5. 5.ସୁପ୍ରିମ୍‌କୋର୍ଟ କଲେଜିୟମ୍ ବିଭିନ୍ନ ହାଇକୋର୍ଟରେ ବିଚାରପତି ଭାବେ ପଦୋନ୍ନତି ପାଇଁ ରେକର୍ଡ ୩୬ ଜଣଙ୍କ ନାମକୁ ମଞ୍ଜୁରି ପ୍ରଦାନ କରିଛି। ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ସେମାନଙ୍କୁ ନିଯୁକ୍ତି ମିଳିବ। ଦିଲ୍ଲୀ, ପଞ୍ଜାବ ଓ ହରିୟାଣା, ମଧ୍ୟପ୍ରଦେଶ, ତେଲେଙ୍ଗାନା, ପାଟନା, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନ ସମେତ ଅନେକ ହାଇକୋର୍ଟରେ ନିଯୁକ୍ତି ପାଇଁ ଏହି ନାମଗୁଡ଼ିକ ସୁପାରିସ କରାଯାଇଛି।

  6. 6. ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନ ପ୍ରସଙ୍ଗରେ ଭାରତର ଆଭିମୁଖ୍ୟକୁ ଚୀନ୍‌ କଡ଼ା ବିରୋଧ କରିଛି।  ଭାରତ ଚୀନ୍‌ର ଆଭ୍ୟନ୍ତରୀଣ ପ୍ରସଙ୍ଗରୁ ଦୂରେଇ ରହିବା ଉଚିତ ଏବଂ ପ୍ରତିଟି ବୟାନ ପାଇଁ ସତର୍କତା ଅବଲମ୍ବନ କରିବାକୁ ହେବ ବୋଲି ଚୀନ୍‌ କହିଛି। 

  7. 7.ଭାରତୀୟ ରେଳପଥରେ ଏଣିକି ଟ୍ରେନ ଭିତରେ ୮୦ ଟଙ୍କାରେ ଶାକାହାରୀ ମିଲ୍ ଓ ଷ୍ଟେସନରେ ୭୦ ଟଙ୍କାରେ ଶାକାହାରୀ ମିଲ୍ ମିଳିବ । ଏ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ 'ଏକ୍ସ'ରେ ଏକ ପୋଷ୍ଟ କରି ସୂଚନା ଦିଆଯାଇଛି ।

  8. 8.ଶୁଭାଂଶୁ ଶୁକ୍ଳା ଏହି ଅବିସ୍ମରଣୀୟ ଯାତ୍ରାର ଅଭିଜ୍ଞତା ବିଭିନ୍ନ ସ୍କୁଲର ପିଲାମାନଙ୍କ ସହିତ ବାଣ୍ଟିଛନ୍ତି। ପିଲାମାନେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ଉପସ୍ଥିତ ମହାକାଶଚାରୀ ଶୁକ୍ଳାଙ୍କ ସହ କଥା ହେବାର ସୁଯୋଗର ପୂର୍ଣ୍ଣ ସଦୁପଯୋଗ କରିଥିଲେ।

  9. 9.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ଅଗଷ୍ଟ ୧ରୁ ପାଲଟା ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭିନ୍ନ ଦେଶ ଉପରେ ସେ ୧୦-୭୦ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଲଗାଇବେ।

  10. 10.ବାର୍ଷିକ ୨୦ ନିୟୁତ ଟନ୍‌ରୁ ଅଧିକ ଅଶୋଧିତ ଇସ୍ପାତ କ୍ଷମତା ବହନକାରୀ ଭାରତର ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ସଂସ୍ଥା ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌) ନିଜର ବିଶ୍ୱସ୍ତରୀୟ ଉପସ୍ଥିତିକୁ ସୁଦୃଢ଼ ​​କରିବାକୁ ଦୁବାଇରେ ପ୍ରତିନିଧି କାର୍ଯ୍ୟାଳୟ ଖୋଲିଛି।

  11. 11.ଭାରତୀୟ ଟେଲିଭିଜନର ସବୁଠାରୁ ଲୋକପ୍ରିୟ କୁଇଜ୍ ସୋ' 'କୌନ୍ ବନେଗା କରୋଡପତି' ଇତି ମଧ୍ୟରେ ପ୍ରସାରଣର ୨୫ବର୍ଷ ପୂରା କରିଛି। ଏହି ବିଶେଷ ମୁହୂର୍ତ୍ତରେ ବଲିଉଡର ଶହେନଶାହ ଅମିତାଭ ବଚ୍ଚନ ଭାବପ୍ରବଣ ହୋଇଯାଇଛନ୍ତି।

  12. 12.କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ ଜାତୀୟ ପେନସନ ଯୋଜନା (ଏନପିଏସ) ଅଧୀନରେ ବର୍ତ୍ତମାନ ଉପଲବ୍ଧ ସମସ୍ତ ଟିକସ ଲାଭ ନୂତନ ଭାବରେ ପ୍ରଚଳିତ ଏକୀକୃତ ପେନସନ ଯୋଜନା (ୟୁପିଏସ)ରେ ମଧ୍ୟ ଲାଗୁ ହେବ।

  13. 13.ପୂର୍ବ ରୋମର ପ୍ରିନେଷ୍ଟିନୋ ଜିଲ୍ଲା ଗୋର୍ଡିଆନିରେ ଶୁକ୍ରବାର ସକାଳେ ଏକ ଗ୍ୟାସ ଷ୍ଟେସନରେ ବିସ୍ଫୋରଣ ଯୋଗୁ ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

  14. 14.ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ-ସେବି ଷ୍ଟକ୍ ସୂଚକାଙ୍କରେ ହେରଫେର କରିବା ଏବଂ ବେଆଇନ ଭାବରେ ୪ ହଜାର ୮୪୩ କୋଟି ଟଙ୍କା ଆୟ କରିବା ଅଭିଯୋଗରେ ଆମେରିକାର ନିବେଶ ସଂସ୍ଥା ଜେନ୍ ଷ୍ଟ୍ରିଟ୍‌କୁ ଭାରତୀୟ ପ୍ରତିଭୂତି ବଜାରରୁ ନିଷିଦ୍ଧ କରିଛି।

  15. 15.ରୁଷ ସାମ୍ପ୍ରତିକ ସମୟରେ ୟୁକ୍ରେନ ଉପରେ ସବୁଠାରୁ ବଡ଼ ବିମାନ ଆକ୍ରମଣ କରିଛି, ଯେଉଁଥିରେ ୫୫୦ଟି ଲକ୍ଷ୍ୟସ୍ଥଳ ସାମିଲ ଅଛି, ଯେଉଁଥିରେ ଅତି କମରେ ୩୩୦ଟି ରୁଷ-ଇରାନ ‘ଶାହେଦ’ ଡ୍ରୋନ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅନ୍ତର୍ଭୁକ୍ତ।

  16. 16.ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ୧ ଜାନୁଆରୀ, ୨୦୦୩ ପରେ ପଞ୍ଜୀକୃତ ଭୋଟରମାନଙ୍କୁ ଗଣନା ଫର୍ମ ପୂରଣ କରିବାକୁ ପଡିବ । ଏହାପରେ ଏକ ଡ୍ରାଫ୍ଟ ତାଲିକା ପ୍ରକାଶିତ ହେବ । ୨ ଅଗଷ୍ଟ ୨୦୨୫ରେ ଡ୍ରାଫ୍ଟ ତାଲିକା ପ୍ରକାଶନ ପରେ ହିଁ ଭୋଟର ଏବଂ ବିଭିନ୍ନ ଦଳ ଏଥିରେ ଆପତ୍ତି ଦାଖଲ କରିପାରିବେ ।

  17. 17.ଆମେରିକା ଇରାନକୁ ପ୍ରାୟ ୧ ଅରବ ଡଲାରର ତେଲ ବ୍ୟବସାୟ ଉପରେ ପୁଣି ଥରେ ପ୍ରତିବନ୍ଧକ ଲଗାଇଛି। ଇରାନର ତେଲ ବ୍ୟବସାୟରେ ହିଜବୁଲ୍ଲାହରୁ ମିଳୁଥିବା ଆର୍ଥିକ ସହାୟତା ଉପରେ ପ୍ରତିବନ୍ଧକ ଲଗାଇଛି ।

  18. 18.ଆଫଗାନିସ୍ତାନରେ ତାଲିବାନ ଶାସନକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେଇଛି ରୁଷ ।

  19. 19.ଭାରତୀୟ ଅଧିନାୟକ ଭାବେ ସର୍ବାଧିକ ଟେଷ୍ଟ ସ୍କୋର୍‌ ହାସଲ କରିଛନ୍ତି ଶୁଭମନ ଗିଲ୍‌। ଚଳିତ ଦ୍ବିତୀୟ ଟେଷ୍ଟମ୍ୟାଚ୍‌ରେ ଗିଲ୍‌ଙ୍କ ଐତିହାସିକ ୨୬୯ ରନ୍‌ର ଇନିଂସ ବଳରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମ ଇନିଂସରେ ୫୮୭ ରନ୍‌ର ବଡ଼ ସ୍କୋର୍ ଛିଡ଼ା କରିପାରିଛି।

  20. 20.ସ୍ପେନରେ ଏକ କାର ଦୁର୍ଘଟଣାରେ ପର୍ତ୍ତୁଗାଲର ଦୁଇ ଫୁଟବଲ ତାରକାଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଡିଓଗୋ ଜୋଟା(୨୮) ଏବଂ ତାଙ୍କ ଭାଇ ଆନ୍‌ଦ୍ରେ ଫେଲିପେ(୨୬)। ଉଭୟ ଫୁଟବଲ ତାରିକା ପର୍ତ୍ତୁଗାଲର ପେନାଫିଲ କ୍ଲବ ତରଫରୁ ପ୍ରତିନିଧିତ୍ଵ କରୁଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.