• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆଷାଢ଼ ଶୁକ୍ଲ ଏକାଦଶୀ ତିଥିରେ ଆଜି ରଥ ଉପରେ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରାଙ୍କୁ ସୁନାବେଶ କରାଯିବ। ଐଶ୍ବର୍ଯ୍ୟ ପ୍ରିୟ ଦାରୁବ୍ରହ୍ମ ହୀରାନୀଳା ଓ ମୋତି ମାଣିକ୍ୟ ଖଚିତ ୧୩୮ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିବେ।
  2. 2.ମାଉସୀ ଘରେ ୯ ଦିନ ରହିବା ପରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରି ସିଂହଦ୍ଵାର ସମ୍ମୁଖରେ ପହଞ୍ଚିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ନବଦିନାତ୍ମକ ଯାତ୍ରା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି।

  3. 3.୨୩ଟି ଦେଶରେ କରାଯାଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ ସର୍ଭେରେ ସାମିଲ ଥିବା ୭୪% ଭାରତୀୟ ଦେଶର ଗଣତନ୍ତ୍ର ଉପରେ ସନ୍ତୁଷ୍ଟ। ଏହା ଗଣତାନ୍ତ୍ରିକ ଅନୁମୋଦନରେ ଭାରତକୁ ବିଶ୍ୱସ୍ତରରେ ଦ୍ବିତୀୟ ସର୍ବୋଚ୍ଚ ସ୍ଥାନରେ ରଖିଛି। ପ୍ରଥମ ସ୍ଥାନରେ ଅଛି ସ୍ବିଡେନ ଓ ସନ୍ତୋଷ ହାର ୭୫%।

  4. 4.ଭାରତ ବିଶ୍ବର ଚତୁର୍ଥ ଶ୍ରେଷ୍ଠ ଅର୍ଥନୈତିକ ସମାନତା ବିଶିଷ୍ଟ ରାଷ୍ଟ୍ରରେ ପରିଣତ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକା, ଚୀନ ସମେତ ଜି-୭ ଏବଂ ଜି-୨୦ ଦେଶଗୁଡ଼ିକୁ ମଧ୍ୟ ଭାରତ ଏ କ୍ଷେତ୍ରରେ ପଛରେ ପକାଇ ଦେଇଛି। ଅର୍ଥନୈତିକ ‌ସମାନତା ଓ ଅସମାନତା ମାପିବା ପାଇଁ ବ୍ୟବହାର ହେଉଥିବା ସୂଚକାଙ୍କ ‘ଗିନି ଇଣ୍ଡେକ୍ସ’ ଭାରତରେ ୨୫.୫ ରହିଛି।

  5. 5.ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଶୈକ୍ଷିକ ଭିତ୍ତିଭୂମିର ବିକାଶ ପାଇଁ ପ୍ରାୟ ୪୮୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପ ପାଇଁ କେନ୍ଦ୍ରମନ୍ତ୍ରୀ ଭୂମିପୂଜନ କରିବା ସହ ଅନ୍ୟାନ୍ୟ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି

  6. 6.ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟି ଅଧ୍ୟକ୍ଷ ବିଲାୱଲ କହିଛନ୍ତି ଯେ ଲସ୍କର-ଇ-ତୋଇବା ମୁଖ୍ୟ ହାଫିଜ୍ ସଇଦ ଓ ଜୈସ-ଇ-ମହମ୍ମଦ ମୁଖ୍ୟ ମାସୁଦ ଆଝାର ସମେତ ଅନ୍ୟ ମୋଷ୍ଟ ୱାଣ୍ଟେଡ୍ ବ୍ୟକ୍ତି ବିଶେଷଙ୍କୁ ଭାରତ ପ୍ରତ୍ୟର୍ପଣ କରିବା କ୍ଷେତ୍ରରେ ପାକିସ୍ତାନର କୌଣସି ଆପତ୍ତି ନାହିଁ।

  7. 7.ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ଆଜି ମିରଟ-ବଦାୟୁଁ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ବରଯାତ୍ରୀଙ୍କୁ ନେଇ ଯାଉଥିବା ଏସ୍‌ୟୁଭି ଆଜି ଏକ କ‌ଲେଜ କାନ୍ଥକୁ ପିଟି ଦେବା ଫଳରେ ବର ସମେତ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି।

  8. 8. ପ୍ରାୟ ୨୦ ବର୍ଷ ପରେ ଦୁଇ ଭାଇ ଏକାଠି ହୋଇଛନ୍ତି।  ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେ ଏବଂ ତାଙ୍କ ସମ୍ପର୍କୀୟ  ଭାଇ ରାଜ୍‌ ଠାକ୍‌ରେ ଆଜି ମୁମ୍ବାଇରେ ଗୋଟିଏ ମଞ୍ଚରେ ଏକାଠି ହେବା ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି କରିଛି।

  9. 9.  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ୨ ଦିନିଆ ଆର୍ଜେଣ୍ଟିନା ଗସ୍ତରେ ଅଛନ୍ତି।  ଦୀର୍ଘ ୫୭ ବର୍ଷ ପରେ ଏହା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀସ୍ତରୀୟ ଦ୍ବିପାକ୍ଷିକ ଗସ୍ତ।  ପ୍ରଧାନମନ୍ତ୍ରୀ ପୂର୍ବରୁ ୨୦୧୮ରେ ଜି-୨୦ ସମ୍ମିଳନୀରେ ଯୋଗ ଦେବାପାଇଁ ଆର୍ଜେଣ୍ଟିନା ଯାଇଥିଲେ। 

  10. 10.ପିଏନ୍‌ବି ଜାଲିଆତି ମାମଲାରେ ନେହାଲ ମୋଦୀ ଭାରତରେ ୱାଣ୍ଟେଡ୍‌ ଥିଲେ। ସିବିଆଇ ଏବଂ ଇଡି ତଦନ୍ତରୁ ଜଣାପଡ଼ିଛି ଯେ ନେହାଲ ମୋଦୀ ତାଙ୍କ ପଳାତକ ଭାଇ ନିରବ ମୋଦୀଙ୍କ ପକ୍ଷରୁ ଏହି ଅପରାଧରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଥିଲେ। ପୂର୍ବରୁ ଏହି ମାମଲାରେ ନିରବ ମୋଦୀ ଗିରଫ ହୋଇ ସାରିଛନ୍ତି। ସେ ଏବେ ଲଣ୍ଡନ ଜେଲ୍‌ରେ ରହିଛନ୍ତି।

  11. 11.ବାର୍ଷିକ ୨୦ ନିୟୁତ ଟନ୍‌ରୁ ଅଧିକ ଅଶୋଧିତ ଇସ୍ପାତ କ୍ଷମତା ବହନକାରୀ ଭାରତର ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ସଂସ୍ଥା ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌) ନିଜର ବିଶ୍ୱସ୍ତରୀୟ ଉପସ୍ଥିତିକୁ ସୁଦୃଢ଼ ​​କରିବାକୁ ଦୁବାଇରେ ପ୍ରତିନିଧି କାର୍ଯ୍ୟାଳୟ ଖୋଲିଛି।

  12. 12.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୧୨ଟି ଦେଶ ଉପରେ ରପ୍ତାନି ଶୁଳ୍କ ବୃଦ୍ଧି ଘୋଷଣା ପତ୍ରରେ ସ୍ଵାକ୍ଷର କରିଛନ୍ତି।

  13. 13.ସରକାରଙ୍କ ପକ୍ଷରୁ ପ୍ରଦତ୍ତ ୧୦୮, ୧୦୪ ଆମ୍ବୁଲାନ୍ସ, ଜନନୀ ଏକ୍ସପ୍ରେସ ଏବଂ ନୌକା ଆମ୍ବୁଲାନ୍ସ ଲକ୍ଷ୍ୟ ପୂରଣରେ କେତେଦୂର ସଫଳ ହେଉଛନ୍ତି ତାହା ଜାଣିବା ପାଇଁ ଏକ ଅଭିଜ୍ଞ ଓ ବୃତ୍ତିଗତ ସଂସ୍ଥା ଦ୍ବାରା ସର୍ବେକ୍ଷଣ କରାଯିବ।

  14. 14.ସବ୍‌-ଲେଫ୍ଟନାଣ୍ଟ ଆସ୍ଥା ପୁନିଆ ଭାରତୀୟ ନୌବାହିନୀର ପ୍ରଥମ ମହିଳା ପାଇଲଟ ହେବାର ସୌଭାଗ୍ୟଲାଭ କରିଛନ୍ତି। ଆଗାମୀ ଦିନରେ ତାଙ୍କୁ ବିମାନବାହୀ ଯୁଦ୍ଧଜାହାଜରେ ମୁତୟନ ମିଗ୍‌-୨୯କେ ବିମାନ ଉଡାଇବାର ସୁଯୋଗ ମିଳିବ ବୋଲି ଜଣାପଡିଛି।

  15. 15.ଭାରତୀୟ ଅଧିନାୟକ ଶୁଭମନ ଗିଲ୍‌ ଚଳିତ ଦ୍ବିତୀୟ ଟେଷ୍ଟମ୍ୟାଚ୍‌ରେ ବ୍ୟକ୍ତିଗତ ଦ୍ବିତୀୟ ଶତକ ହାସଲ କରିଛନ୍ତି। ଗିଲ୍‌ଙ୍କ ଶତକ ଏବଂ କେ.ଏଲ୍‌. ରାହୁଲ ଓ ଋଷଭ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ଏଜ୍‌ବାଷ୍ଟନ ଟେଷ୍ଟକୁ ନିଜ ନିୟନ୍ତ୍ରଣକୁ ନେଇପାରିଛି ଭାରତ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.