-
1.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ‘ଶକ୍ତିଶ୍ରୀ’ ଯୋଜନାର ଘୋଷଣା କରିଛନ୍ତି। ନାଗରିକଙ୍କ ବ୍ୟକ୍ତିଗତ ଅଧିକାର ଓ ମର୍ଯ୍ୟାଦାର ସୁରକ୍ଷା ବିଶେଷ କରି ମହିଳାମାନଙ୍କ ସୁରକ୍ଷା ଓ ନିରାପତ୍ତା ଏବଂ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଭଳି ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକରେ ଛାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ରାଜ୍ୟ ସରକାର ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।
-
2.ରାଜ୍ୟରେ ‘ଶକ୍ତିଶ୍ରୀ’ ଯୋଜନା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଏହି କାର୍ଯ୍ୟକ୍ରମର ୮ଟି ପ୍ରମୁଖ ଦିଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିସ୍ତୃତ ସୂଚନା ଦେଇଛନ୍ତି।
-
3.ଦକ୍ଷିଣ-ପୂର୍ବ ତିବ୍ଦତରେ ବ୍ରହ୍ମପୁତ୍ର ନଦୀ ଉପରେ ଚାଇନା ବିଶ୍ୱର ସର୍ବବୃହତ ନଦୀବନ୍ଧ ନିର୍ମାଣ ଆରମ୍ଭ କରିଛି। ଚାଇନା ଡିସେମ୍ବରରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲା।
-
4.ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ ପୁଣି ଏକ ବଡ଼ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି, ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମୟରେ ୪-୫ଟି ଯୁଦ୍ଧ ବିମାନ ଖସାଇ ଦିଆଯାଇଥିଲା।
-
5.ଭାରତର କେନ୍ଦ୍ରଶାସିତ ଅଂଚଳ ଲକ୍ଷଦ୍ବୀପ ଅଧିନରେ ଆସୁଥିବା ବିତ୍ରା ଦ୍ବୀପରେ ଏକ ସାମରିକ ଘାଟି ସ୍ଥାପନ କରିବାକୁ ଭାରତ ସରକାର ଯୋଜନା କରୁଛନ୍ତି ।
-
6. ୨୦୨୪ ଲୋକସଭା ନିର୍ବାଚନରେ ଏମ୍ଭିଏର ପ୍ରଭାବଶାଳୀ ପ୍ରଦର୍ଶନ ପରେ ଉଲ୍ଲାସ ବିଧାନସଭା ନିର୍ବାଚନ ସମୟରେ ଦଳଗୁଡ଼ିକର ନିଜସ୍ୱ ବିଜୟ ଉପରେ କେନ୍ଦ୍ରିତ ବ୍ୟକ୍ତିଗତ ଅହଂକାରରେ ପରିଣତ ହୋଇଥିଲା, ଯାହା ଶେଷରେ ସେମାନଙ୍କ ପରାଜୟର କାରଣ ହୋଇଥିଲା।
-
7.ଲସ୍ ଆଞ୍ଜେଲସ୍ ଶୁକ୍ରବାର ପୁଲିସ ଟ୍ରେନିଂ ସେଣ୍ଟର ବିସ୍ଫୋରଣକୁ ନେଇ ଚର୍ଚ୍ଚାରେ ଥିବା ଆମେରିକାର ଲସ୍ ଆଞ୍ଜେଲସ୍ ସହର ଆଜି ପୁଣି ଥରେ ଚର୍ଚ୍ଚାକୁ ଆସିଯାଇଛି । ଶନିବାର ସକାଳେ ଏକ ଅନିୟନ୍ତ୍ରିତ ଗାଡ଼ି ହଠାତ୍ ଭିଡ଼ ଭିତରକୁ ପଶିଯିବା ଯୋଗୁଁ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।
-
8.ବ୍ରିଟେନର ଏକ ବଡ଼ ଅବହେଳା ୧ ଲକ୍ଷରୁ ଅଧିକ ଆଫଗାନଙ୍କ ଜୀବନକୁ ବିପଦରେ ପକାଇଛି। ବ୍ରିଟିଶ ସରକାର ବର୍ଷ ବର୍ଷ ଧରି ବ୍ରିଟିଶ ସେନା ଏବଂ ଗୁପ୍ତଚର ସଂସ୍ଥା ପାଇଁ କାମ କରୁଥିବା ଆଫଗାନ ନାଗରିକଙ୍କ ଗୋପନୀୟ ତାଲିକା ହରାଇ ଦେଇଛି। ଏବେ ଏହି ତାଲିକା ତାଲିବାନ ହାତରେ ପଡ଼ିଯାଇଛି ।
-
9.କାଠମାଣ୍ଡୁ ବଢ଼ୁଥିବା ଅନଲାଇନ୍ ଠକେଇ ଏବଂ ମନି ଲଣ୍ଡରିଂର ମୁକାବିଲା କରିବା ପାଇଁ ନେପାଳ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ଲୋକପ୍ରିୟ ମେସେଜିଂ ଆପ୍ 'ଟେଲିଗ୍ରାମ'କୁ ତୁରନ୍ତ ଅବରୋଧ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
10.ଅନଲାଇନ୍ ବେଟିଂ ଆପ୍ ମାମଲାର ତଦନ୍ତ ସହିତ ଜଡିତ ଟେକ୍ କମ୍ପାନି ଗୁଗୁଲ୍ ଏବଂ ମେଟାକୁ ନୋଟିସ୍ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ସେମାନଙ୍କୁ ଇଡି ନୋଟିସ୍ ଜାରି କରି ଜୁଲାଇ ୨୧ ତାରିଖରେ ପଚରାଉଚରା ପାଇଁ ସମନ କରିଛି।
-
11.ଭକ୍ତିପୂର୍ଣ୍ଣ ଏବଂ ଐତିହାସିକ ଚଳଚ୍ଚିତ୍ରଟି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ନବକଳେବର ରୀତିନୀତି ଉପରେ ଆଧାରିତ ହୋଇଥିବା ବେଳେ ରାଷ୍ଟ୍ରପତିଙ୍କ ସହ ସିନେମା ଦେଖିଥିଲେ ପୂରା ନବକଳେବର ଟିମ୍ ।
-
12.ୟୁପିର ଗ୍ରେଟର ନୋଏଡାରେ ଥିବା ଶାରଦା ବିଶ୍ୱବିଦ୍ୟାଳୟର ବିଡିଏସ୍ ଦ୍ୱିତୀୟ ବର୍ଷର ଛାତ୍ରୀ ଜ୍ୟୋତି କଲେଜ ହଷ୍ଟେଲରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏକ ସୁଇସାଇଡ ନୋଟ୍ ମଧ୍ୟ ଜବତ କରିଛି । ଛାତ୍ରୀ ଜଣଙ୍କୁ କଲେଜର ଶିକ୍ଷକ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି ।
-
13.ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେଶନ (ବିଏମ୍ସି) ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସରେ ଆକ୍ରମଣ ଅଭିଯୋଗରେ ଗିରଫ ହୋଇ ଜେଲ ଯିବା ପରେ ଜାମିନରେ ଫେରିଥିବା ଭାଜପାର ୫ ସମର୍ଥକ ଜେଲରୁ ବାହାରିବା ପରେ ଶୁକ୍ରବାର ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତିଙ୍କୁ ଭେଟିଛନ୍ତି।
-
14.ପାଟନା ଏମ୍ସରେ ଜଣେ ଓଡ଼ିଆ ଡାକ୍ତରୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଛାତ୍ରଙ୍କ ନାଁ ରାଘବେନ୍ଦ୍ର ସାହୁ। ସେ ପ୍ରଥମ ବର୍ଷର ମେଡିକାଲ ଛାତ୍ର।
-
15.ଆମେରିକାର ବୋଷ୍ଟନ୍ରେ ଅନୁଷ୍ଠିତ ହୋଇଥିବା ଏକ ନିଲାମରେ ୨.୨୫ ୨.୭୫ ଇଞ୍ଚ୍ର ଏକ ପାସ୍ପୋର୍ଟ ସାଇଜ୍ ଫଟୋ ୨୧,୬୫୫ ଡଲାର (ପ୍ରାୟ ୧୮ ଲକ୍ଷ ଟଙ୍କା)ରେ ନିଲାମ ହୋଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ଆର୍ଆର୍ ଅକ୍ସନ୍ ନାମକ ଏକ ସଙ୍ଗଠନ ଦ୍ୱାରା ଏହି ନିଲାମର ଆୟୋଜନ କରାଯାଇଥିଲା।
-
16.UIDAI କହିଛି , ଏହା ଆଧାର ନମ୍ବର ସହିତ ଜଡିତ ମୃତ୍ୟୁ ରେକର୍ଡଗୁଡ଼ିକୁ ଶେୟାର କରିବାକୁ ଭାରତର ରେଜିଷ୍ଟ୍ରାର ଜେନେରାଲ (RGI)ଙ୍କୁ ଅନୁରୋଧ କରିଛି ଏବଂ ସିଭିଲ ପଞ୍ଜିକରଣ ପ୍ରଣାଳୀ (CRS) ବ୍ୟବହାର କରି ୨୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାୟ ୧.୫୫ କୋଟି ମୃତ୍ୟୁ ରେକର୍ଡ ପାଇଛି। ସଠିକ ଯାଞ୍ଚ ପରେ, ପ୍ରାୟ ୧.୧୭ କୋଟି ଆଧାର ନମ୍ବରକୁ ନିଷ୍କ୍ରିୟ କରାଯାଇଛି।
-
17.ଦେଶରେ ପେନ୍ କିଲର ବଜାର ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ଲୋକମାନେ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଅଧିକରୁ ଅଧିକ ଔଷଧ ବ୍ୟବହାର କରୁଛନ୍ତି। ଯାହା ଯୋଗୁ ଗତ ୫ବର୍ଷ ମଧ୍ୟରେ ପେନ୍ କିଲର ଔଷଧ ବଜାରରେ ଏକ ବିଲିୟନ ଡଲାରରୁ ଅଧିକ ବୃଦ୍ଧି ଘଟିଛି।
-
18.ମୋବାଇଲ ଫୋନରେ କଥାହେବା କ୍ଷେତ୍ରରେ ଓଡ଼ିଶାର ଗ୍ରାହକମାନେ ଆଗରେ ରହିଛନ୍ତି। ଓଡ଼ିଶାର ଗ୍ରାହକମାନେ ମାସିକ ଯେଉଁ ୧୨୧୧ ମିନିଟ୍ ଅର୍ଥାତ ୨୦ ଘଣ୍ଟା ୧୧ ମିନିଟ୍ କଥା ହେଉଛନ୍ତି ସେଥିରୁ ସେମାନଙ୍କର ଆଉଟଗୋଇଂ କଲ୍ ସମୟ ୬୦୦ ମିନିଟ୍ (୧୦ ଘଣ୍ଟା) ରହିଥିବାବେଳେ ଇନକମିଂ କଲ୍ ସମୟ ୬୧୧ ମିନିଟ୍ (୧୦ ଘଣ୍ଟା ୧୧ ମିନିଟ୍) ରହିଛି।
-
19.ଦେଶରେ ଓଡ଼ିଶା ଗ୍ରାହକମାନେ ମୋବାଇଲରେ କଥାହେବା କ୍ଷେତ୍ରରେ ୪ର୍ଥ ସ୍ଥାନରେ ରହିଛନ୍ତି। ବିହାରର ମୋବାଇଲ ଫୋନ ଗ୍ରାହକମାନେ ସବୁଠୁ ଅଧିକ ଅର୍ଥାତ୍ ମାସକୁ ୧୩୮୦ ମିନିଟ୍ ବା ୨୩ ଘଣ୍ଟା କଥା ହେଉଛନ୍ତି। ବିହାର ପଛକୁ ଦ୍ବିତୀୟ ସ୍ଥାନରେ ଉତ୍ତରପ୍ରଦେଶ (ପୂର୍ବ) ସର୍କଲ ରହିଛି। ଏହି ସର୍କଲର ଗ୍ରାହକମାନେ ମାସିକ ହାରାହାରି ୧୨୭୫ ମିନିଟ ବା ୨୧ ଘଣ୍ଟା ୧୫ ମିନିଟ୍ କଥା ହେଉଛନ୍ତି। ତୃତୀୟ ସ୍ଥାନରେ ଜମ୍ମୁ କାଶ୍ମୀର ରହିଛି।
-
20.AIIMS ବର୍ଣ୍ଣ ୱାର୍ଡ ପରିସରକୁ ନିଷିଦ୍ଧାଞ୍ଚଳ ଘୋଷଣା କରିବା ସହ ୧୬୩ ଧାରା ଲାଗୁ କରାଯାଇଛି। ଏପରିକି ସମ୍ପୂର୍ଣ୍ଣ ଅଞ୍ଚଳକୁ ଖାଲି କରିବାକୁ କମିଶନରେଟ୍ ପୋଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
