• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତାଭାବେ ମାନ୍ୟତାଲାଭ କରିଛନ୍ତି। ଆମେରିକାର ‘ମର୍ଣ୍ଣିଂ କନସଲ୍ଟ ଗ୍ଲୋବାଲ ଲିଡର ଆପ୍ରୁଭାଲ ଟ୍ରାକର’ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ମୋଦୀ ୭୫ ପ୍ରତିଶତ ଭୋଟ ପାଇ ତାଲିକାର ଶୀର୍ଷରେ ରହିଛନ୍ତି।

  2. 2. ଭାରତ ଇତିହାସରେ ପ୍ରଥମ ଥର ପାଇଁ ସୈନିକଙ୍କ ପରିବାରକୁ ସକ୍ରିୟ ଭାବେ ଆଇନଗତ ସହାୟତା ଯୋଗାଇ ଦିଆଯିବ। ‘ନାଲ୍‌ସା ବୀର ପରିବାର ସହାୟତା ଯୋଜନା-୨୦୨୫’ ନାମକ ଏହି ନୂତନ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଭାରତୀୟ ସୈନିକମାନେ କଠିନ ଅଞ୍ଚଳ ଓ ଦୂର ଦୂରାନ୍ତରେ ସେବା କରୁଥିବା ବେଳେ ସେମାନଙ୍କୁ ଘରୋଇ ଆଇନଗତ ବୋଝରୁ ମୁକ୍ତ କରିବା।

  3. 3.ବିଶିଷ୍ଟ ବ୍ୟକ୍ତିମାନଙ୍କୁ ‘ଅଟଳ ସମ୍ମାନ-୨୦୨୫’ ପ୍ରଦାନ କରାଯାଇଥିଲା। ବିଶିଷ୍ଟ ଲେଖିକା ପ୍ରତିଭା ରାୟଙ୍କୁ ଅଟଳ ଶ୍ରେଷ୍ଠ ଓଡ଼ିଆ ରତ୍ନ ସମ୍ମାନ, ରାଜନେତା ସମୀର ମହାନ୍ତିଙ୍କୁ ଅଟଳ ମିତ୍ର ରତ୍ନ, ବରିଷ୍ଠ ପ୍ରଶାସକ ଦେବପ୍ରସାଦ ଦାଶଙ୍କୁ ଅଟଳ ସାହିତ୍ୟ ରତ୍ନ, ଆନ୍ତର୍ଜାତିକ କ୍ରିକେଟର୍‌ ଦେବାଶିଷ ମହାନ୍ତିଙ୍କୁ ଅଟଳ ଖେଳ ରତ୍ନ ସମ୍ମାନ ସମେତ ବହୁ ପ୍ରତିଭାଙ୍କୁ ଅଟଳ ସମ୍ମାନରେ ସମ୍ମାନିତ କରାଯାଇଥିଲା।

  4. 4.ଉପରମୁଣ୍ଡରୁ ବର୍ଷାଜଳ ପ୍ରବେଶ କରୁଥିବାରୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଶନିବାର ରାତି ୯ଟାରେ ୬୧୨.୧୨ ଫୁଟ ରହିଥିଲା।  ବାମପଟର ୧୩ ଓ ଡାହାଣପଟର ୭ ଫାଟକ ଦ୍ବାରା ବନ୍ୟାଜଳ ନିଷ୍କାସନ ଜାରି ରହିଛି।

  5. 5.ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB PM-JAY) ଅଧୀନରେ ୯.୮୪ କୋଟିରୁ ଅଧିକ ହସ୍ପିଟାଲ ଭର୍ତ୍ତି ଅନୁମୋଦିତ ହୋଇଛି, ଏବଂ ଏଥିପାଇଁ ୧.୪୦ ଲକ୍ଷ କୋଟି ଟଙ୍କାରୁ ଅଧିକ ପେମେଣ୍ଟ କରାଯାଇଛି।

  6. 6.ଏନସିଇଆରଟି ସ୍କୁଲ ବହିରେ ଅପରେସନ ସିନ୍ଦୁର କଥା ଲେଖାହେବ । ୩ୟରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ବହିରେ ସାମିଲ ହେବ।

  7. 7.ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ସ୍ୱପ୍ନ ହେଲା। ଟେଣ୍ଡର ପ୍ରଦାନ, ଉପରେ ହେବ, ତଳେ ଯିବ, ଏସବୁ ପ୍ରହସନ ପରେ ଟେଣ୍ଡର ବାତିଲ କଲେ ରାଜ୍ୟ ସରକାର

  8. 8.ସଫେଇ କର୍ମଚାରୀଙ୍କୁ ରାଜ୍ୟ ସରକାର ଦେବେ ୧୦ ଲକ୍ଷ ଟଙ୍କାର ଦୁର୍ଘଟଣା ଜୀବନବୀମା।

  9. 9.ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବିଏଡ୍ ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ। ପୂର୍ବରୁ ସେମାନଙ୍କ ଆବେଦନ ସରକାର ଖାରଜ କରିଥିଲେ

  10. 10.ବିହାରର ଗୟା ଜିଲ୍ଲାରେ ହୋମ୍‌ଗାର୍ଡ ନିଯୁକ୍ତି ଅଭିଯାନରେ ଭାଗ ନେଇଥିବା ଜଣେ ୨୬ ବର୍ଷୀୟା ମହିଳା ଶାରୀରିକ ପରୀକ୍ଷା ବେଳେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ଏକ ଆମ୍ବୁଲାନ୍ସରେ  ଡାକ୍ତରଖାନା ନିଆଯାଉଥିବା ବେଳେ ସେହି ଚଳନ୍ତା ଗାଡ଼ିରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି।

  11. 11.କେନ୍ଦ୍ରମନ୍ତ୍ରୀ ଚିରାଗ ପାସ୍‌ୱାନ ଶନିବାର ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ବିହାର ସରକାରଙ୍କୁ ତୀବ୍ର ସମାଲୋଚନା କରି କହିଛନ୍ତି ଯେ ଯେଉଁ ସରକାରରେ ଅପରାଧ ବୃଦ୍ଧି ପାଉଛି ଓ ଅନିୟନ୍ତ୍ରିତ ଅବସ୍ଥାରେ ରହିଛି।

  12. 12.ଦେଶର ଏକ ପ୍ରମୁଖ ମେରିଟାଇମ୍ ହବ୍‌ ଭାବେ ଓଡ଼ିଶା ଉଭା ହେବାକୁ ଯାଉଛି। ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ୨୦୨୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟରେ ଓଡ଼ିଶାର ସାମୁଦ୍ରିକ ପରିବହନ କ୍ଷେତ୍ର ଏକ ପ୍ରମୁଖ ଭୂମିକା ଆଗାମୀ ଦିନରେ ଗ୍ରହଣ କରିବ।

  13. 13. ଶ୍ରମିକଙ୍କର କଲ୍ୟାଣକାରୀ କାର୍ଯ୍ୟକ୍ରମକୁ ସୁନିଶ୍ଚିତ କରିବା ପାଇଁ କାରଖାନାଗୁଡ଼ିକର ଶ୍ରମ କଲ୍ୟାଣ ଅଧିକାରୀମାନଙ୍କର ଗତ ୨୫ ତାରିଖରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

  14. 14.ଭିଜିଲାନ୍ସ ଟିମ୍‌ ଚଢ଼ଉ କରି ବେନାମି ସମ୍ପତ୍ତିର  ଖୋଳତାଡ଼ କରିବା ପରେ ଆୟର ସୂତ୍ର ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ନେପାକ। ଫଳରେ ତାଙ୍କୁ ଗିରଫ କରି ଭିଜିଲାନ୍ସ କୋର୍ଟ ଚାଲାଣ କରିଛି। ଆୟଠାରୁ ୫୦୧ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିଲେ। ଘରେ ଥିବା ଗୁପ୍ତ ଟ୍ରେଜେରୀରେ ରଖିଥିଲେ ବିଡ଼ା ବିଡ଼ା ନୋଟ୍। ବ୍ୟାଙ୍କରେ ମଧ୍ୟ କିଛି କମ୍‌ ନଥିଲା।

  15. 15. ଆମେରିକାର ଉତ୍ତର ମିଚିଗାନର ଟ୍ରାଭର୍ସ ସହରରେ ଥିବା ଏକ ଓ୍ବାଲମାର୍ଟ ଷ୍ଟୋରରେ ଶନିବାର ଆତଙ୍କବାଦୀ ଆକ୍ରମଣ ଘଟିଛି। ଜଣେ ଆତତାୟୀ ଷ୍ଟୋରରେ ୧୧ ଜଣ ଗ୍ରାହକଙ୍କୁ ଛୁରାମାଡ଼ କରିଛି।

  16. 16.ଜଗତସିଂହପୁରରେ କାର ଚାଳକଙ୍କ ସିରିଜ୍ ଦୁର୍ଘଟଣା ପରେ ଖଣ୍ଡା ଧରି ଗୋଡ଼ାଇଲେ। ୩ ଜଣ ଆହତ ଓ ଦୁଇ ଜଣ ଗୁରୁତର

  17. 17.ଅନଲାଇନରେ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଚାଲାଣ ରାକେଟ ଠାବ। ଦିଲ୍ଲୀରେ ୧୦୦ କୋଟିର କୋକେନ ଓ ଗଞ୍ଜେଇ ଜବତ, ୫ ବିଦେଶୀ ଗିରଫ

  18. 18.ଥାଇଲାଣ୍ଡ କାମ୍ବୋଡିଆ ଯୁଦ୍ଧରେ ଭାରୀ ପଡିଲା ଥାଇଲାଣ୍ଡ। ଅସ୍ତ୍ରବିରତି ପାଇଁ କାମ୍ୱୋଡିଆ ଅପିଲ କଲା

  19. 19.ନାସାର ୩,୮୭୦ କର୍ମଚାରୀ ଚାକିରି ଛାଡ଼ିବେ। ଅମାନିଆ ଟ୍ରମ୍ପ୍ ପ୍ରଶାସନ ଯୋଗୁ ଇସ୍ତଫା ଦେବାକୁ ବାଧ୍ୟ ହେବେ ।

  20. 20.ଆସନ୍ତା ସେପ୍ଟେମ୍ବର ୯ରୁ ଆରମ୍ଭ ହେବ ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଟି-୨୦ ଫର୍ମାଟରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.