-
1.ଦେଶରେ ୨୮୫୪ଟି ଅଣ ସ୍ବୀକୃତିପ୍ରାପ୍ତ ଦଳ ଥିବାବେଳେ ବର୍ତ୍ତମାନ ଏହି ସଂଖ୍ୟା ୨୫୨୦କୁ ହ୍ରାସ ପାଇଛି। ବର୍ତ୍ତମାନ ସୁଦ୍ଧା ୬ଟି ଜାତୀୟ ଓ ୬୭ଟି ଆଞ୍ଚଳିକ ରାଜନୈତିକ ଦଳ ସକ୍ରିୟ ରହିଛନ୍ତି।ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ଶନିବାର ୩୩୪ଟି ଅଣ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳକୁ ତାଲିକାରୁ ବାଦ ଦିଆଯାଇଛି।
-
2.ଘରୋଇ ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ବ୍ୟାଙ୍କ ତାର ସର୍ବନିମ୍ନ ହାରାହାରି ମାସିକ ବାଲାନ୍ସ (MAMB) ସମ୍ପର୍କରେ ଏକ ନୂତନ ନିୟମ ଜାରି କରିଛି। ବ୍ୟାଙ୍କ ୧ ଅଗଷ୍ଟ, ୨୦୨୫ କିମ୍ବା ତା'ପରେ ଖୋଲାଯାଇଥିବା ସଞ୍ଚୟ ଖାତା ପାଇଁ ପୂର୍ବରୁ ଥିବା ମାସିକ ବାଲାନ୍ସକୁ ସିଧାସଳଖ ୧୦,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କାକୁ ବୃଦ୍ଧି କରିଛି।
-
3.ଉତ୍ତରପ୍ରଦେଶ ବିଧାନସଭାର ଆଗାମୀ ମୌସୁମୀ । ଅଧିବେଶନ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ, ଅର୍ଥାତ୍ ଅଗଷ୍ଟ ୧୦ ତାରିଖରେ, ବିଧାୟକମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଉପରେ ସ୍ୱତନ୍ତ୍ର ତାଲିମ ଦିଆଯିବ।
-
4.ଗତ ମେ ମାସରେ ହୋଇଥିବା ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ପାକିସ୍ତାନର ୫ଟି ଲଢୁଆ ବିମାନ ଓ ଏକ ପ୍ରାକ୍ ସତର୍କତା ବିମାନ (ଏଡ୍ବୁଲସି)କୁ ନଷ୍ଟ କରିଦେଇଥିବା ବୋଲି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ ସିଂହ କହିଛନ୍ତି । ତେବେ ତାଙ୍କର ଏହି ବୟାନକୁ ଖଣ୍ଡନ କରିଛି ପାକିସ୍ତାନ ।
-
5.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର, ଅଗଷ୍ଟ ୧୦ ତାରିଖରେ କର୍ଣ୍ଣାଟକ ଗସ୍ତ କରିବେ ଏବଂ ବେଙ୍ଗାଲୁରୁରେ ସହରାଞ୍ଚଳ ପରିବହନ ଏବଂ ରେଳ ସଂଯୋଗକୁ ବୃଦ୍ଧି କରିବା ପାଇଁ ଅନେକ ପ୍ରମୁଖ ପ୍ରକଳ୍ପର ଉଦଘାଟନ କରିବେ।
-
6.ରାଜସ୍ଥାନର ସବ-ଇନସ୍ପେକ୍ଟର ପ୍ରଶ୍ନପତ୍ର ଲିକ୍ ମାମଲାରେ ପୁଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାମଲାର ତଦନ୍ତ କରୁଥିବା ରାଜସ୍ଥାନ ପୁଲିସର ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ (ଏସଓଜି) ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସୁରକ୍ଷାରେ ନିୟୋଜିତ ପୁଲିସ ହେଡ୍ କନଷ୍ଟେବଳ ରାଜକୁମାର ଯାଦବ ଏବଂ ତାଙ୍କ ପୁଅ ଭରତ ଯାଦବଙ୍କୁ ଗିରଫ କରିଛି।
-
7.ରୁଷ ଓ ଆମେରିକା ମଧ୍ୟରେ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଆଲାସ୍କାରେ ଏକ ବୈଠକ କରିବାକୁ ହୋଇଥିବା ସହମତିକୁ ସ୍ବାଗତ କରିଛି ଭାରତ ।
-
8.ଇସ୍ରାଏଲୀ ଆକ୍ରମଣ ପରଠାରୁ ଇରାନର ସୁରକ୍ଷା ଏଜେନ୍ସିଗୁଡ଼ିକ ନିଜ ଦେଶରେ ଉପସ୍ଥିତ ମୋସାଦ ଏଜେଣ୍ଟମାନଙ୍କୁ ଧରିବା ପାଇଁ ଏକ ଅଭିଯାନ ଚଳାଇଛନ୍ତି। ଜୁନ୍ ମାସରୁ ଏପର୍ଯ୍ୟନ୍ତ ପ୍ରାୟ ୨୦ ଜଣ ଏଜେଣ୍ଟଙ୍କୁ ଗିରଫ କରାଯାଇଛି ଏବଂ କିଛିଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ଦିଆଯାଇଛି।
-
9.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ପରେ ଭାରତର ଚିନ୍ତା ବଢ଼ିଯାଇଛି।
-
10.ଚଳିତମାସ ୧୬ ସୁଦ୍ଧା ନକଲି ଭୋଟର ପରିଚୟ ପତ୍ର (ଏପିକ୍ କାର୍ଡ) ଦାଖଲ କରିବାକୁ ଶୁକ୍ରବାର ନିର୍ବାଚନ କମିସନ (ଇସି)ଙ୍କ ପକ୍ଷରୁ ଆରଜେଡି ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ନିର୍ଦେଶ ଦେଇଛନ୍ତି।
-
11.ଭାରତୀୟ ରେଳବାଇ ପକ୍ଷରୁ ଏସିଆର ଦୀର୍ଘତମ ମାଲଗାଡି ‘ରୁଦ୍ରାସ୍ତ୍ର’ର ସଫଳ ପରୀକ୍ଷଣ (ଟ୍ରାଏଲ ରନ୍) କରାଯାଇଛି। ଅଗଷ୍ଟ ୭ରେ ଉତ୍ତର ପ୍ରଦେଶର ଚାନ୍ଦାଉଲି ଅନ୍ତର୍ଗତ ଗଞ୍ଜଖ୍ବାଜା ଷ୍ଟେସନରୁ ଝାଡ଼ଖଣ୍ଡର ଗରୱା ରୋଡ ପର୍ଯ୍ୟନ୍ତ ୨୦୯ କିମି ରାସ୍ତାକୁ ଏହି ମାଲଗାଡି ୫ ଘଣ୍ଟା ୧୦ ମିନିଟରେ ଅତିକ୍ରମ କରିଥିବା ଜଣାପଡିଛି।
-
12.ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର’ ସ୍ଥାପନ ହେବ।
-
13.ସ୍ଥାନୀୟ କୁଇନ୍ସ ସ୍ପୋଟର୍ସ କ୍ଲବଠାରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନ୍ୟୁଜିଲାଣ୍ଡ ଏକ ଇନିଂସ ଓ ୩୫୯ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି।
-
14.ଏକ୍ସ (X)ର ମାଲିକ ଏଲନ ମସ୍କ କହିଛନ୍ତି ଯେ ଗ୍ରୋକ୍ର ଉତ୍ତର ଓ ପରାମର୍ଶ ସହିତ ଉପଭୋକ୍ତାଙ୍କୁ ବିଜ୍ଞାପନ ଦେଖାଯିବ, ଯାହା ଗ୍ରୋକ ଚଲାଇବା ପାଇଁ ବ୍ୟବହୃତ ମହଙ୍ଗା ଜିପିୟୁ (GPU)ର ଖର୍ଚ୍ଚ ପୂରଣ କରିବ।
-
15.ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସମସ୍ତ ବ୍ୟାଙ୍କକୁ ୨୦୨୫ ସେପ୍ଟେମ୍ବର ୩୦ ସୁଦ୍ଧା ATM ମାଧ୍ୟମରେ ୫୦୦ ଟଙ୍କିଆ ନୋଟ ବଣ୍ଟନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
