-
1.ଇସଲାମାବାଦ ଦକ୍ଷିଣ-ପଶ୍ଚିମ ପାକିସ୍ତାନରେ ଏକ ରାଜନୈତିକ ରାଲିରେ ଆତ୍ମଘାତୀ ବିସ୍ଫୋରଣ ଘଟି ୧୪ ଜଣଙ୍କର ମୃତ୍ୟୁ ହେବା ସହିତ ବହୁ ଲୋକ ଆହତ ହୋଇଛନ୍ତି।
-
2.୨୦୨୦ ମସିହା ଫେବ୍ରୁଆରି ମାସରେ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ସହ ଜଡ଼ିତ ବହୁତ ବଡ଼ ଷଡ୍ଯନ୍ତ୍ର ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ଅଭିଯୁକ୍ତ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ରନେତା ଉମର ଖାଲିଦ, ଶର୍ଜିଲ ଇମାମ ଏବଂ ଅନ୍ୟ ସାତ ଜଣଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି।
-
3.ବିଆର୍ଏସ୍ (ଭାରତ ରାଷ୍ଟ୍ର ସମିତି) ଏମ୍ଏଲ୍ସି କେ କବିତା ତାଙ୍କର ୨ ସମ୍ପର୍କୀୟ ଭାଇ ତଥା ପୂର୍ବତନ ଜଳସେଚନ ମନ୍ତ୍ରୀ ଟି ହରୀଶ ରାଓ ଏବଂ ପୂର୍ବତନ ସାଂସଦ ଜେ ସନ୍ତୋଷ ରାଓଙ୍କ ବିରୋଧରେ ବିସ୍ଫୋରକ ଦାବି କରିବାର ଦିନକ ପରେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି।
-
4.ସେମିକଣ୍ଡକ୍ଟର୍ କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳତା ଆଡ଼କୁ ଏକ ବଡ଼ ଲମ୍ଫ ପ୍ରଦାନ କରିଛି। ସେମିକନ୍ ଇଣ୍ଡିଆ ୨୦୨୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ମାଇକ୍ରୋ ପ୍ରୋସେସର୍ ଚିପ୍ ‘ବିକ୍ରମ’କୁ ଉନ୍ମୋଚନ କରିଛନ୍ତି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହି ଚିପ୍କୁ ବିକାଶ କରିଛି।
-
5.ଆଫଗାନିସ୍ତାନର ପୂର୍ବାଞ୍ଚଳରେ କୁନାର ପ୍ରଦେଶରେ ଗତକାଲି ଘଟିଥିବା ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ମୃତ୍ୟୁସଂଖ୍ୟା ୧୪୦୦ ଅତିକ୍ରମ କରିଛି ବୋଲି ବିଭିନ୍ନ ସହାୟତା ପ୍ରଦାନକାରୀ ସଂସ୍ଥାମାନଙ୍କ ରିପୋର୍ଟରୁ ଜଣାପଡ଼ିଛି। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୬.୦ ରୁ ୬.୩ ମଧ୍ୟରେ ଥିଲା ଏବଂ ଏହା ସ୍ଥାନୀୟ ଅଂଚଳରେ ପ୍ରଳୟଙ୍କରୀ କ୍ଷୟକ୍ଷତି ଘଟାଇଛି।
-
6.ସାରା ଦୁନିଆରେ ସେମିକଣ୍ଡକ୍ଟର ବିପ୍ଳବ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ବେଳେ ଓଡ଼ିଶା ସେହି ଦୌଡ଼ରେ ସାମିଲ ହୋଇ ନିଜକୁ ଦୃଢ଼ ଭାବେ ଉପସ୍ଥାପନ କରିବା ସହ ଆଗରେ ରହିଛି। ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଥିବା ସେମିକନ୍ ଇଣ୍ଡିଆ ୨୦୨୫ ସମ୍ମିଳନୀରେ ଓଡ଼ିଶାରେ ପ୍ରସ୍ତୁତ ତିନିଟି ଅତ୍ୟାଧୁନିକ ଚିପ୍ ଉନ୍ମୋଚନ କରାଯାଇଛି।
-
7.ଦେଶରେ ଗ୍ରିନ୍ ହାଇଡ୍ରୋଜେନ୍ ଟ୍ରକ୍ ଚଳାଚଳ ନେଇ ସରକାର ଯୋଜନା କରିଛନ୍ତି। ଏଥିପାଇଁ ଦେଶର ବିଭିନ୍ନ ଅଞ୍ଚଳରେ ଜାତୀୟ ରାଜପଥଗୁଡ଼ିକର ୧୦ଟି ସ୍ଥାନକୁ ଚିହ୍ନଟ କରାଯାଇଛି। ଯାନ ଚଳାଚଳ ଜନିତ ପ୍ରଦୂଷଣ ହ୍ରାସ ପାଇଁ ଏହା କରାଯିବ ବୋଲି ମଙ୍ଗଳବାର କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତୀନ ଗଡ଼କରୀ କହିଛନ୍ତି।
-
8.ଜୁଲାଇ ମାସରେ ରୁଷ ଭାରତ ପାଇଁ ୧ ଡଲାରର ରିହାତି ଦେଉଥିବାବେଳେ ଅଗଷ୍ଟ ମାସରେ ଏହାକୁ ବଢାଇ ୨.୫୦ ଡଲାର କରାଯାଇଥିଲା । ଏବେ ରୁଷ ଘୋଷଣା କରିଛି ଯେ ଭାରତକୁ ବ୍ୟାରେଲ ପିଛା ୩ରୁ ୪ ଡଲାର ପର୍ଯ୍ୟନ୍ତ ରିହାତି ଦିଆଯିବ ।
-
9.ବିଶ୍ୱସ୍ତରୀୟ ଉତ୍ତେଜନା ଏବଂ ଆମେରିକୀୟ ଶୁଳ୍କର ପ୍ରଭାବ ଭାରତୀୟ ଟଙ୍କାକୁ ଦୁର୍ବଳ କରୁଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ସୋମବାର ଟଙ୍କା ୮୮.୩୩ରେ ପହଞ୍ଚିଛି।
-
10.ଅହମ୍ମଦାବାଦ ଦୀର୍ଘ ୧୪ ବର୍ଷ ଧରି ହରିୟାଣା ପାଇଁ ଘରୋଇ କ୍ରିକେଟ୍ ଖେଳିବା ପରେ ପେସ୍ ବୋଲର ହର୍ଷଲ ପଟେଲ ତାଙ୍କ ରାଜ୍ୟ ଗୁଜରାଟକୁ ଫେରିଛନ୍ତି। ୨୦୨୫-୨୬ ଋତୁରେ ଗୁଜରାଟ ପାଇଁ ୩୪ ବର୍ଷ ବୟସ୍କ ହର୍ଷଲ ଖେଳିବେ।
-
11.ମହାରାଷ୍ଟ୍ର ମରାଠାୱାଡା ଅଞ୍ଚଳର ମରାଠାମାନଙ୍କୁ ଓବିସି ସଂରକ୍ଷଣ ସୁବିଧା ପ୍ରଦାନ ସମ୍ପର୍କିତ ଦାବିକୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ମରାଠାୱାଡାର ମରାଠାମାନଙ୍କୁ କୁନବି ଜାତି ମାନ୍ୟତା ପୂର୍ବକ ଓବିସି ସଂରକ୍ଷଣ ସୁବିଧା ପ୍ରଦାନ କରିବା ଲାଗି ସାମାଜିକ କର୍ମୀ ମନୋଜ ଜାରାଙ୍ଗେ ୫ଦିନ ହେଲା ଅନଶନ ଚଳାଇଥିଲେ।
-
12.ଉତ୍ତର ପ୍ରଦେଶ ସରକାର ସଡକ ସୁରକ୍ଷାକୁ ନେଇ ବଡ ପଦକ୍ଷେପ ଉଠାଇଛନ୍ତି । ୧ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ସାରା ରାଜ୍ୟରେ ‘ନୋ ହେଲମେଟ୍, ନୋ ଫ୍ୟୁଲ’ ଅଭିଯାନ ଚଲାଯାଉଛି । ଏହି ସମୟ ମଧ୍ୟରେ ବିନା ହେଲମେଟରେ ପେଟ୍ରୋଲପମ୍ପରେ ତେଲ ମିଳିବନି ।
-
13.ବିଶ୍ୱରେ ବର୍ଷକୁ ୭.୨୭ ଲକ୍ଷ ଲୋକ ଆମତ୍ହତ୍ୟା କରୁଛନ୍ତି। ପ୍ରତି ୧୦୦ ଜଣରେ ଜଣେରୁ ଊର୍ଦ୍ଧ୍ୱ (୧.୧%) ବ୍ୟକ୍ତି ଜୀବନ ହାରୁଛନ୍ତି।
-
14.ଭାରତ ଅଗଷ୍ଟ ମାସରେ ଜିଏସଟି ଆଦାୟ ୧.୮୬ ଲକ୍ଷ କୋଟି ସଂଗ୍ରହ କରିଛି, ଯାହା ଗତ ବର୍ଷ ଏହି ମାସ ତୁଳନାରେ ୬.୫% ଅଧିକ। ତେବେ, ଏହା ଜୁଲାଇର ୧.୯୬ ଲକ୍ଷ କୋଟି ତୁଳନାରେ କମ।
-
15.ଭାରତୀୟ ଟଙ୍କା ଶୁକ୍ରବାର ସର୍ବକାଳୀନ ନିମ୍ନସ୍ତରକୁ ଖସି ଡଲାର ତୁଳନାରେ ୦.୬୦ ପଏଣ୍ଟ (୦.୭୦%) ଦୁର୍ବଳ ହୋଇଯାଇଛି। ଡଲାର ସହ ଟଙ୍କାର ବିନିମୟ ମୂଲ୍ୟ ପ୍ରାୟ ୮୮.୨୦ ଟଙ୍କାରେ ପହଞ୍ଚିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.