-
1.ଭାରତର ପ୍ରତିରକ୍ଷା କ୍ଷମତାକୁ ଅଧିକ ସୁଦୃଢ଼ କରିବା ପାଇଁ ରୁଷ୍ ସହ ଚର୍ଚ୍ଚା ସଫଳ ହୋଇଛି। ଭାରତକୁ ଅଧିକ ଏସ୍-୪୦୦ ବାୟୁ ପ୍ରତିରକ୍ଷା ଯୋଗାଇ ଦେବାକୁ ରୁଷ୍ ନିଷ୍ପତ୍ତି ନେଇଛି ଏବଂ ଏହି ପ୍ରକ୍ରିୟା ତ୍ବରାନ୍ବିତ ହେବ ବୋଲି ମଧ୍ୟ ସଙ୍କେତ ଦେଇଛି।
-
2.ଲଦାଖ ୨୦୨୫ ଅଗଷ୍ଟରେ ଅଭୂତପୂର୍ବ ବର୍ଷାର ସମ୍ମୁଖୀନ ହୋଇଛି। ଏଥର ଅଗଷ୍ଟରେ ସ୍ବାଭାବିକ ତୁଳନାରେ ୯୩୦% ଅଧିକ ବର୍ଷା ରେକର୍ଡ କରାଯାଇଛି। ଲେହରେ ବାର୍ଷିକ ବର୍ଷା ମାତ୍ର ୧୦୫ ମିଲିମିଟର ଥିବା ବେଳେ ମାତ୍ର ତିନି ଦିନରେ ୭୧.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି।
-
3.ଉତ୍ତର କୋରିଆର ଶାସକ କିମ୍ ଜଙ୍ଗ ଉନ୍ ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ବେଜିଂରେ ଏକ ବୈଠକ କରିବା ପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଅନଲାଇନରେ ପ୍ରକାଶିତ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ କିମ୍ଙ୍କ ସହାୟକମାନେ ବୈଠକ ପରେ ତାଙ୍କ ଦ୍ୱାରା ସ୍ପର୍ଶ କରାଯାଇଥିବା ଚୌକି, ଗ୍ଲାସ୍ ଏବଂ ଅନ୍ୟାନ୍ୟ ବସ୍ତୁରୁ କିମ୍ଙ୍କ ଛାପ ହଟାଉଛନ୍ତି ।
-
4. ସାଧାରଣ ଜନତା ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ବୋଝ ଲାଘବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଚାରିଥାକିଆ ଜିଏସ୍ଟି ଢାଞ୍ଚାକୁ ଦୁଇଥାକିଆ କରିଛନ୍ତି। କେବଳ ୫ ପ୍ରତିଶତ ଓ ୧୮ ପ୍ରତିଶତ ଜିଏସ୍ଟି ସ୍ଲାବ୍କୁ ରଖାଯାଇଥିବା ବେଳେ ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବ୍କୁ ଉଚ୍ଛେଦ କରାଯାଇଛି।
-
5. ସୁପ୍ରିମକୋର୍ଟ ୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ସହ ଅଭିନେତ୍ରୀଙ୍କୁ ମହଙ୍ଗା ଉପହାର ଦେବା ମାମଲାରେ ଜେଲରେ ବନ୍ଦୀ ଥିବା ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସ୍ତ୍ରୀଙ୍କୁ ଭର୍ତ୍ସନା କରିଛନ୍ତି।
-
6.ଆଗାମୀ ୩ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୨ ଲକ୍ଷ ବେସରକାରୀ ଏବଂ ସରକାରୀ ହାଇସ୍କୁଲରେ ବ୍ରଡବ୍ରାଣ୍ଡ୍ ଇଣ୍ଟରନେଟ୍ ସଂଯୋଗ କରାଯିବ। ଆସର୍ ଏବଂ ପରଖ ରିପୋର୍ଟର ସାମ୍ପ୍ରତିକ ତଥ୍ୟନୁସାରେ ଗାଁରେ ପିଲାମାନଙ୍କର ଶିକ୍ଷଣ ଫଳାଫଳରେ ସହର ଅପେକ୍ଷା ଭଲ ହୋଇଛି।
-
7.ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମଙ୍ଗଳବାର ଦିନ ବିଧାନ ପରିଷଦ ସଦସ୍ୟ କେ. କବିତାଙ୍କୁ ଦଳରୁ ନିଲମ୍ବିତ କରିଥିଲା। ଏବେ ନିଲମ୍ବିତ ବିଆରଏସ ନେତ୍ରୀ କବିତା, ଦଳ ଏବଂ ଏମଏଲସି ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ଏଭଳି ହଠାତ୍ ବିଆରଏସ ତାଙ୍କୁ ନିଲମ୍ବନ କରିବା ଗଭୀର ଦୁଃଖ ଦେଇଛି ବୋଲି କହିଛନ୍ତି କେ.କବିତା।
-
8.ବିଦ୍ୟୁତ୍ ସେବା ବ୍ୟାହତ କ୍ଷେତ୍ରରେ ଉପଭୋକ୍ତା ଯଦି ଫୋନ୍ କରୁଛନ୍ତି, ତେବେ ୩ ମିନିଟ୍ ମଧ୍ୟରେ ବିଦ୍ୟୁତ୍ ବଣ୍ଟନକାରୀ ସଂସ୍ଥା ପକ୍ଷରୁ ତା’ର ପ୍ରତିଜବାବ ତଥା ରେସ୍ପଣ୍ଡ କରାଯିବାକୁ ରହିଛି। ଯଦି ଏହି ସମୟ ମଧ୍ୟରେ ବିଦ୍ୟୁତ୍ ବଣ୍ଟନକାରୀ ସଂସ୍ଥା ରେସ୍ପଣ୍ଡ ନ କରନ୍ତି ତେବେ ଜରିମାନା ହେବେ।
-
9.ସୀତାରମଣ କହିଛନ୍ତି, “ପ୍ରତ୍ୟେକ ରାଜ୍ୟର ଅର୍ଥ ମନ୍ତ୍ରୀ ଏହି ଜିଏସ୍ଟି ସରଳୀକରଣକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି।” କାଉନ୍ସିଲ୍ ୧୨% ଓ ୨୮% ଟିକସ ସ୍ଲାବ୍କୁ ରଦ୍ଦ କରି ଦୁଇହାର ଟିକସ ଗଠନ (୫% ଓ ୧୮%) ମଞ୍ଜୁର କରିଛି। ଏହା ସହ ୩୩ଟି ଜୀବନ ରକ୍ଷାକାରୀ ଔଷଧ ଉପରେ ଜିଏସ୍ଟିକୁ ଶୂନ୍ୟ କରାଯାଇଛି।
-
10.ଭାରତ ଅଗଷ୍ଟ ମାସରେ ଜିଏସଟି ଆଦାୟ ୧.୮୬ ଲକ୍ଷ କୋଟି ସଂଗ୍ରହ କରିଛି, ଯାହା ଗତ ବର୍ଷ ଏହି ମାସ ତୁଳନାରେ ୬.୫% ଅଧିକ। ତେବେ, ଏହା ଜୁଲାଇର ୧.୯୬ ଲକ୍ଷ କୋଟି ତୁଳନାରେ କମ।
-
11.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ଦାୟର ରେଫରେନ୍ସ ଉପରେ ବୁଧବାର ସୁପ୍ରିମକୋର୍ଟଙ୍କ ୫ଜଣିଆ ସାମ୍ବିଧାନିକ ପୀଠ ୭ମ ଦିନ ପାଇଁ ଶୁଣାଣି କରିଛନ୍ତି।
-
12.ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନଠାରୁ ବିଜୟର ୮୦ବର୍ଷ ପାଳନ ଅବସରରେ ଚୀନର ରାଜଧାନୀ ବେଞ୍ଜିଂରେ ମିଲିଟାରୀ ପରେଡର ଆୟୋଜନ କରାଯାଇଥିଲା। ଯେଉଁଥିରେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, କିମ୍ ଜୋଙ୍ଗ ଉନ୍ ଅଂଶଗ୍ରହଣ କରିଥିଲେ ।ଜିନ୍ପିଙ୍ଗ ଅଭିଭାଷଣରେ କହିଛନ୍ତି ଯେ ଚୀନ୍ କାହାର ଧମକକୁ ଭୟ କରିବ ନାହିଁ,
-
13.୩୫ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୩ ଏବଂ ୩୬ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୪ ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି।
-
14.ଞ୍ଜାବ ସରକାର ରାଜ୍ୟକୁ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ଘୋଷଣା କରିଛନ୍ତି। ଲଗାଣ ବର୍ଷା ଯୋଗୁଁ ରାଜ୍ୟର ସମସ୍ତ ଜିଲାରେ ବନ୍ୟା ଦେଖାଯାଇଥିବାରୁ ରାଜ୍ୟ ସରକାର ଏପରି ଘୋଷଣା ପୂର୍ବକ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି।
-
15.ବିସିସିଆଇର ପୂର୍ବତନ ସଭାପତି ଏନ୍. ଶ୍ରୀନିବାସନ୍ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍କେ)ର ଚେୟାରମ୍ୟାନ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.