• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ହିମାଳୟ ଅଞ୍ଚଳର ରାଜ୍ୟଗୁଡ଼ିକରେ ପରିବେଶ ଅସନ୍ତୁଳନକୁ ନେଇ ଚିନ୍ତା ପ୍ରକଟ କରି ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ଏହି ଅଞ୍ଚଳ ଏକ ଗୁରୁତର ଅସ୍ତିତ୍ୱ ସଙ୍କଟର ସମ୍ମୁଖୀନ ହେଉଛି। ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ବନ୍ୟା ଓ ଭୂସ୍ଖଳନରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ସମ୍ପତ୍ତି ନଷ୍ଟ ହୋଇଯାଇଛି।
  2. 2.ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଆତଙ୍କୀମାନଙ୍କ ଜଣେ ମୁଖ୍ୟ ସାହାଯ୍ୟକାରୀକୁ ଜମ୍ମୁ ଓ କାଶ୍ମୀର ପୁଲିସ ଗିରଫ କରିଛି। ଏହି ବ୍ୟକ୍ତି ଆତଙ୍କବାଦୀଙ୍କ ପହଞ୍ଚିବା ଓ ଫେରିବାରେ ସହାୟତା କରିବା ସହ ଅସ୍ତ୍ରଶସ୍ତ୍ର ଯୋଗାଣରେ ମଧ୍ୟ ସହାୟତା  କରିଥିଲା।

  3. 3.କେନ୍ଦ୍ରଶାସିତ ଅଞ୍ଚଳ ଲଦାଖକୁ ରାଜ୍ୟମାନ୍ୟତା ପ୍ରଦାନ କରିବା ଦାବିରେ ବୁଧବାର ଆନ୍ଦୋଳନ ହୋଇଛି।ଆନ୍ଦୋଳନବେଳେ ହିଂସାକାଣ୍ଡ ଘଟି ୪ଜଣଙ୍କର ମୃତ୍ୟୁ ହେବା ସହ ୭୦ରୁ ଅଧିକ ଆହତ ହୋଇଛନ୍ତି।

  4. 4.ମହାରାଷ୍ଟ୍ରର ଚନ୍ଦ୍ରପୁରର ଜଣେ ୧୯ ବର୍ଷୀୟ ଛାତ୍ର ଏକ ସରକାରୀ ମେଡିକାଲ କଲେଜରେ ଏମ୍‌ବିବିଏସ୍ ପାଇଁ ନାମ ଲେଖାଇବା ଦିନ ଆତ୍ମହତ୍ୟା କରିଛି । ପୁଲିସ ଘଟଣାସ୍ଥଳରୁ ଏକ ଆତ୍ମହତ୍ୟା ନୋଟ୍ ପାଇଛନ୍ତି, ଯେଉଁଥିରେ ଉକ୍ତ ଛାତ୍ର ଡାକ୍ତର ହେବାକୁ ଚାହୁ ନ ଥିବା ପ୍ରକାଶ କରିଛନ୍ତି।

  5. 5.ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ କହିଛନ୍ତି ଯେ, ନିର୍ବନ୍ଧ ପରେ ବିବାହ ପୂର୍ବରୁ ପ୍ରାପ୍ତବୟସ୍କଙ୍କ ମଧ୍ୟରେ ସହମତିରେ ଶାରୀରିକ ସମ୍ପର୍କ କେବଳ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବିବାହ ପରିଣତ ହୋଇ ନଥିବାରୁ ଦୁଷ୍କର୍ମ ବୋଲି ବିବେଚନା କରାଯାଇପାରିବ ନାହିଁ।

  6. 6.ପ୍ରଧାନମନ୍ତ୍ରୀ ସ୍ମାରକୀ ଇ-ନିଲାମ- ୨୦୨୫ ଆରମ୍ଭ ହୋଇଛି ଏଥିରେ ଓଡ଼ିଶାରୁ ଆସିଥିବା ବିରଳ ଏବଂ ସୁନ୍ଦର କଳାକୃତୀ ମଧ୍ୟ ନିଲାମ ନିମନ୍ତେ ପ୍ରଦର୍ଶିତ ହେଉଛି।

  7. 7.ସୁରକ୍ଷା କର୍ମୀଙ୍କ ଗୁଳିରେ ୩ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ପୁଣି ଟଳିଛନ୍ତି । ପୁଲିସ ଏନ୍‌କାଉଣ୍ଟର୍‌ ଭୟରେ ସଂଗଠନ ଛାଡ଼ିଛନ୍ତି ଆଉ ୭୧ ନକ୍ସଲ। ଛତିଶଗଡ଼ର ଦନ୍ତେଵାଡା ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ୨୧ ଜଣ ମହିଳା ଥିବା ବେଳେ ୩୦ ଜଣଙ୍କ ନାମରେ ୬୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି।

  8. 8.ଗତ ୫ ବର୍ଷ ଭିତରେ ଅନୁଗୁଳ ଜିଲ୍ଲାରେ ୫୬୭ ଜଣ ଆତ୍ମହତ୍ୟା କରିଛନ୍ତି। ଅର୍ଥାତ୍‌ ବର୍ଷକୁ ହାରାହାରି ୧୧୩ ଜଣ ଆତ୍ମହତ୍ୟା କରୁଛନ୍ତି।

  9. 9.ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳର ଏକ ଆଶ୍ରମର ନିର୍ଦ୍ଦେଶକଙ୍କ ଉପରେ ୧୭ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ନେଇ ଅଭିଯୋଗ ହୋଇଛି ।

  10. 10.ଭାରତୀୟ ନିର୍ବାଚନ କମିଶନ ୫ଟି ରାଜ୍ୟସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ପଞ୍ଜାବରେ ଗୋଟିଏ ଏବଂ ଜମ୍ମୁ-କାଶ୍ମୀରରେ ଚାରୋଟି ଆସନ ଖାଲି ପଡିଥିବାରୁ ଏଠାରେ ଉପନିର୍ବାଚନ ଆସନ୍ତା ଅକ୍ଟୋବର ୨୪ରେ ଅନୁଷ୍ଠିତ ହେବ ।

  11. 11.ବିହାର ବିଧାନସଭା ନିର୍ବାଚନ ୨୦୨୫ ପୂର୍ବରୁ ନିର୍ବାଚନ କମିଶନ ବୁଧବାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ନିର୍ବାଚନ କମିଶନ ଏକ ଇ-ସାଇନ୍‌ ଫିଚର ଆରମ୍ଭ କରିଛନ୍ତି ।

  12. 12.ଓଡ଼ିଶାର ବ୍ରହ୍ମପୁରରୁ ଗୁଜରାଟର ସୁରଟ (ଉଧନା) ସହିତ ସଂଯୋଗ କରୁଥିବା ‘ଅମୃତ ଭାରତ ଏକ୍ସପ୍ରେସ’କୁ ଚଳିତ ମାସ ୨୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସି ମାଧ୍ୟମରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ।

  13. 13.ବିଧାନସଭାର ମୌସୁମୀ ଅଧିବେଶନ ଶେଷ ହୋଇଛି । ମାତ୍ର ୬ଟି କାର୍ଯ୍ୟଦିବସ ପରେ ଏହାକୁ ମୁଲତବୀ ଘୋଷଣା କରାଯାଇଛି ।

  14. 14.ମହିଳାଙ୍କର କାର୍ଯ୍ୟସ୍ଥଳ ସମତା ଏବଂ ମାନବିକ ଅଧିକାର ଦିଗରେ ଏକ ଐତିହାସିକ ପଦକ୍ଷେପ ହୋଇଛି । ଜାତିସଂଘ ଚର୍ଚ୍ଚ ସେଣ୍ଟରରେ ଆୟୋଜିତ ୪ଥ ଇଣ୍ଟରନ୍ୟାସନାଲ୍ କନଫରେନ୍ସ ଅନ୍ ପେଡ୍ ପିରିଅଡ୍ ଲିଭ୍ରେ ପ୍ରଥମ ଥର ‘ ପେଡ୍ ପିରୀଅଡ୍ ଲିଭ୍ ‘ ଡକ୍ୟୁମେଣ୍ଟାରି ପ୍ରଦର୍ଶିତ ହେଲା। ‘ ପେଡ୍ ପିରୀଅଡ୍ ଲିଭ୍ ‘ ନାମକ ଏହି ଫିଲ୍ମଟିକୁ ପ୍ରଦୀପ କୁମାର ନାୟକ ନିର୍ଦ୍ଦେଶନା କରିଥିଲେ । 

  15. 15.ଦକ୍ଷିଣ ଚୀନ ସାଗରରେ ସୃଷ୍ଟ ମହାବାତ୍ୟା ‘ରାଗାସା’ ବୁଧବାର ସନ୍ଧ୍ୟାରେ ଚୀନ ଉପକୂଳ ଛୁଇଁଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୨୪୧ କିମି ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.