• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଉତ୍ତରାଖଣ୍ଡ ରାଜ୍ୟ ପ୍ରତିଷ୍ଠା ହେବାର ୨୫ ବର୍ଷ (ସୁବର୍ଣ୍ଣ ଜୟନ୍ତୀ) ପୂର୍ତ୍ତି ଉପଲକ୍ଷେ ସୋମବାର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ସମ୍ବୋଧିତ କରିଛନ୍ତି।

  2. 2.ଭାରତୀୟ ଚଳଚ୍ଚିତ୍ର ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ତଥା ଜୀବନବ୍ୟାପୀ ଅବଦାନ ନିମନ୍ତେ ପ୍ରଖ୍ୟାତ କବି, ସଂଳାପ ଲେଖକ, ଗୀତିକାର ଓ ସମାଜ ଚିନ୍ତକ ପଦ୍ମଭୂଷଣ ଜାଭେଦ ଅଖତରଙ୍କୁ ସୋଆ ସାହିତ୍ୟ ସମ୍ମାନ ୨୦୨୫ ପ୍ରଦାନ କରାଯିବ।

  3. 3.ରାଜ୍ୟରେ ଭାଜପା ସରକାର ୨୦୨୪ ଜୁନ୍‌ରେ ଦାୟିତ୍ୱଭାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଦ୍ୟାବଧି ୧୭ ମାସରେ ୧୪ ଥର ଲୋକଙ୍କ ଅଭିଯୋଗ ଶୁଣାଣି ପ୍ରତ୍ୟକ୍ଷ ଭାବେ କରିଛନ୍ତି।

  4. 4.ଦେଶର ୯ ରାଜ୍ୟ ଓ ୩ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକା ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ମଙ୍ଗଳବାରଠାରୁ ଆରମ୍ଭ ହେଉଛି ।

  5. 5.ଟ୍ରମ୍ପ କହିଛନ୍ତି ଯେ ରୁଷ୍‌, ଚୀନ୍, ଉତ୍ତର କୋରିଆ ଓ ପାକିସ୍ତାନ ସମେତ ଅନେକ ଦେଶ ପରମାଣୁ ପରୀକ୍ଷଣ କରୁଛନ୍ତି। କିନ୍ତୁ ସେମାନେ ଏ ବିଷୟରେ କଥାବାର୍ତ୍ତା କରନ୍ତି ନାହିଁ।

  6. 6.ଭାରତର ତ୍ରି-ସେବା (ସେନା, ନୌସେନା ଏବଂ ବାୟୁସେନା) ମିଳିତ ସାମରିକ ଅଭ୍ୟାସ "ତ୍ରିଶୁଳ"କୁ ନେଇ ପାକିସ୍ତାନ ଚିନ୍ତାରେ ପଡ଼ିଯାଇଛି । ଏପରି ସମୟରେ ଭାରତର ସମରାଭ୍ୟାସ ପାକିସ୍ତାନକୁ ଭୟଭୀତ କରିଛି । 

  7. 7.ଆଫ୍ରିକୀୟ ଦେଶ ସୁଦାନରେ ଜଣେ ଓଡ଼ିଆ ଯୁବକଙ୍କୁ ଅପହରଣ କରିନେଇଛନ୍ତି । ଅପହୃତ ଯୁବକଙ୍କ ନାଁ ଆଦର୍ଶ ବେହେରା । ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି ।

  8. 8.ଭାରତ କେବଳ ରୁଷରୁ ତେଲ ଆମଦାନି ବଜାୟ ରଖିନାହିଁ, ବରଂ ଅକ୍ଟୋବରରେ ଆମଦାନି ମଧ୍ୟ ବୃଦ୍ଧି ପାଇଛି। ଆଶ୍ଚର୍ଯ୍ୟଜନକ ଭାବରେ, ଭାରତ ବର୍ତ୍ତମାନ ତାଜିକିସ୍ତାନ ମାର୍ଗକୁ ସକ୍ରିୟ କରିଛି, ଯାହା ନିଶ୍ଚିତ କରୁଛି ଯେ ତେଲ ସିଧାସଳଖ ରୁଷରୁ ନ ଆସି ଏକ ବିକଳ୍ପ ରାସ୍ତା ଦେଇ ଆସିବ।

  9. 9.୧୪ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ଦ୍ୱାରା ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଲଗାଇବା ପାଇଁ ଆଗତ ଏକ ଜନସ୍ୱାର୍ଥ ମାମଲା କୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

  10. 10.ଗତ ଅକ୍ଟୋବର ମାସରେ ରେକର୍ଡ ୨୭.୨୮ ଲକ୍ଷ କୋଟି ଟଙ୍କାର ୟୁପିଆଇ କାରବାର ହୋଇଛି। ସେପ୍ଟେମ୍ବରରେ ହୋଇଥିବା ୨୪.୯ ଲକ୍ଷ କୋଟି ଟଙ୍କାର କାରବାର ତୁଳନାରେ ଏହା ୧୬ ପ୍ରତିଶତ ଅଧିକ।

  11. 11.ଧୀରୁଭାଇ ଅମ୍ବାନୀଙ୍କ ସାନ ପୁଅ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍‌ ସହ ଜଡ଼ିତ ୭୫୦୦ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜବତ କରିଛି। କମ୍ପାନି ବିରୋଧରେ ଇଡି ମନି ଲଣ୍ଡରିଂ ଅଭିଯୋଗର ତଦନ୍ତ କରୁଛି।

  12. 12.ଗଜପତି ଜିଲା ଗୋଷାଣି ବ୍ଲକ ଲାବଣ୍ୟଗଡ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଦୀପାବଳି ଦିନ ବିଳମ୍ବିତ ରାତ୍ରରେ ଘଟିଥିବା କାଜୁଫେକ୍ଟ୍ରି ପୋଡି ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ମାଲିକଙ୍କ ମୃତ୍ୟୁ

  13. 13.ଦେଶରେ ବୁଲା କୁକୁର ପ୍ରସଙ୍ଗ ଶୁଣାଣିକୁ ସୁପ୍ରିମକୋର୍ଟ ଆସନ୍ତା ୭ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ବିଶେଷକରି ସରକାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପରିସରରେ ଯେଉଁଠି କର୍ମଚାରୀ ବୁଲା କୁକୁରଙ୍କୁ ଖାଇବାକୁ ଦେଉଛନ୍ତି ଏବଂ ସେମାନଙ୍କୁ ଉତ୍ସାହିତ କରୁଛନ୍ତି ସେ ନେଇ ନିର୍ଦ୍ଦେଶନାମା ଆସିବ।

  14. 14.ତେଲଙ୍ଗାନାର ରଙ୍ଗା ରେଡ୍ଡି ଜିଲାରେ ସୋମବାର ଏକ ବସ୍‌ ଓ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨୪ ଜଣ ପ୍ରାଣ ହରାଇଛନ୍ତି।

  15. 15.ଓଡ଼ିଶାକୁ ଚଳିତ ବର୍ଷ ଶୀତ ବିଳମ୍ବରେ ଆସିବ ଏବଂ ଆଗୁଆ ଫେରିଯିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୋମବାର ପୂର୍ବାନୁମାନ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.