- 1.କାର୍ତ୍ତିକ ପୂର୍ଣ୍ଣିମା ବୁଧବାର ସନ୍ଧ୍ୟାରେ ଆକାଶରେ ଚଳିତ ବର୍ଷର ଦ୍ୱିତୀୟ ସୁପରମୁନ୍ ଦେଖାଯିବ। ଏହା ସାଧାରଣ ଦିନର ପୂର୍ଣ୍ଣଚନ୍ଦ୍ରଠାରୁ ପ୍ରାୟ ୭% ବଡ଼ ଏବଂ ୧୫% ଉଜ୍ଜ୍ୱଳ ଦେଖାଯିବ।
- 2.ଆଜି କଟକର ଐତିହାସିକ ବାଲିଯାତ୍ରା କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ । ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍ଘାଟନ କରିବେ। ସେହିପରି ‘କଟକ ଇନ୍ କଟକ’ରେ ଓଡ଼ିଆ ଭାଷା, ସାହିତ୍ୟ ଥିମ୍ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥର ପାଖାପଖି ୧୬୦୦ ଷ୍ଟଲ୍ ପଡ଼ିଛି।
- 3.ଯାଜପୁରର କଳିଙ୍ଗନଗରରେ ଥିବା ଟାଟା ଷ୍ଟିଲ୍ ଲିମିଟେଡ୍ର ଫେରୋକ୍ରୋମ୍ ପ୍ଲାଣ୍ଟ୍କୁ ଶୁଭ୍ରକାନ୍ତ ପଣ୍ଡାଙ୍କ ନେତୃତ୍ବାଧୀନ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ୍ ଫେରୋ ଆଲୟଜ୍ ଲିମିଟେଡ୍ (ଇମ୍ପା) ୬୧୦ କୋଟି ଟଙ୍କାରେ ଅଧିଗ୍ରହଣ କରିଛି।
- 4.ବର୍ଷକ ମଧ୍ୟରେ ରାଜ୍ୟ ସରକାର ଲକ୍ଷେ ୪୫ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କେବଳ ପାରାଦୀପରେ କରିବାକୁ ନିଷ୍ପତ୍ତି ନେଇସାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଙ୍ଗଳବାର ସାରେ ପାରାଦୀପରେ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ଉଦ୍ଘାଟନ କରିବା ଅବସରରେ ସୂଚନା ଦେଇଛନ୍ତି।
- 5.ଭାରତ ଦେଶରେ ସର୍ବାଧିକ ଧନ ଥିବା ୧% ବ୍ୟକ୍ତିଙ୍କ ସମ୍ପତ୍ତି ୨ ଦଶନ୍ଧି ମଧ୍ୟରେ ୬୨% ବୃଦ୍ଧି ପାଇଛି। ନୋବେଲ ପୁରସ୍କାର ବିଜେତା ଜୋସେଫ୍ ଷ୍ଟିଗ୍ଲିଟ୍ଜଙ୍କ ଦ୍ୱାରା ପ୍ରସ୍ତୁତ ତଥା ଜି-୨୦ ସମର୍ଥତ୍ତ ଏକ ସଦ୍ୟ ରିପୋର୍ଟରେ ଏହା ପ୍ରକାଶ ପାଇଛି।
- 6.ଲୋକପ୍ରିୟ ମେସେଜିଂ ଆପ୍ ହ୍ବାଟ୍ସଆପ୍ (Whatsapp) ବ୍ୟବହାର କରୁଥିବା ବିଶ୍ବରେ କୋଟି କୋଟି ୟୁଜର ମଙ୍ଗଳବାର ସଂଧ୍ୟାରେ ଏହି ଆପ ବ୍ୟବହାର କରିବାବେଳେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ।
- 7.ଛତିଶଗଡ଼ର ନ୍ୟାୟିକ ରାଜଧାନୀ ବିଳାସପୁର ନିକଟରେ ଆଜି ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ଏକ ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ରେଳବାଇର ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ଟ୍ରେନ୍ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।
- 8.କାନାଡା ସରକାରଙ୍କ ତଥ୍ୟ ଅନୁଯାୟୀ, ଅଗଷ୍ଟ ୨୦୨୫ରେ ଭାରତରୁ କରାଯାଇଥିବା ୭୪% ଷ୍ଟଡି ପରମିଟ୍ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଯାହା ଗତ ବର୍ଷ ସମାନ ମାସରେ ୩୨% ଥିଲା। ଏହା ଚଳିତ ବର୍ଷ ଭିସା ପ୍ରତ୍ୟାଖାନ ଠାରୁ ଦୁଇଗୁଣା ଅଧିକ।
- 9.ବିଶ୍ୱର ଏକ ଜଣାଶୁଣା ବ୍ୟବସାୟିକ ସଂସ୍ଥା ମଧ୍ୟରୁ ଗୋଟିଏ ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ଏବଂ ପ୍ରସିଦ୍ଧ ଶିଳ୍ପପତି ଗୋପୀଚନ୍ଦ ପି. ହିନ୍ଦୁଜାଙ୍କର ଲଣ୍ଡନରେ ୮୫ ବର୍ଷରେ ପରଲୋକ ହୋଇଛି।
- 10.ସୁପ୍ରିମକୋର୍ଟ ଜଣେ ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ବର୍ଦ୍ଧିତ ସେବାକୁ ଅସ୍ୱୀକାର କରି ହାଇକୋର୍ଟର ଆଦେଶକୁ ଖାରଜ କରିଛନ୍ତି। ଯେଉଁଥିରେ ଜଣେ ସମବାୟ ବ୍ୟାଙ୍କ କର୍ମଚାରୀଙ୍କୁ ୫୮ ବର୍ଷ ବୟସ ପରେ ମଧ୍ୟ ପଦବୀରେ ରହିବାକୁ ଅନୁମତି ଦିଆଯାଇଥିଲା।
- 11.ଗୁଜରାଟର ଅମରେଲି ଜିଲ୍ଲାର ସାବରକୁଣ୍ଡଲାରେ ଅବସ୍ଥିତ ଜିରା ଗାଁରେ ଘଟିଛି ଏଭଳି ଘଟଣା। ୩୦ବର୍ଷ ଧରି ଋଣ ଭାର ତଳେ ଚାପି ହୋଇ ଜୀବନ ବିତାଉଥିବା ଚାଷୀଙ୍କ ଦୁଃଖର ଅନ୍ତ ଘଟାଇଛନ୍ତି ହୀରା ବ୍ୟବସାୟୀ। ୩୦୦ଚାଷୀଙ୍କୁ ଋଣମୁକ୍ତ କରିଦେଲେ ଗାଁର ବ୍ୟବସାୟୀ।
- 12.ପାକିସ୍ତାନର ସୁପ୍ରିମକୋର୍ଟ କୋଠାରେ ବିସ୍ଫୋରଣ। ଆଜି ପାକିସ୍ତାନରେ ଥିବା ସୁପ୍ରିମକୋର୍ଟ କୋଠାରେ ବିସ୍ଫୋରଣ ଘଟି ୧୨ ଜଣ ଆହତ ହୋଇଥିବା ଜଣାପଡ଼ିଛି।
- 13.ଆମେରିକାର ଲୁଇସଭିଲ୍ ବିମାନବନ୍ଦରରେ ୟୁପିଏସ୍ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ। ବିମାନ ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ, ୧୧ ଜଣ ଆହତ। ବିମାନଟି ନିଆଁରେ ଜଳି ପାଉଁଶ ହୋଇଗଲା।
- 14.ମୁସଲମାନ ପୁରୁଷଙ୍କ ଦ୍ୱିତୀୟ ବିବାହକୁ କେରଳ ବିବାହ ପଞ୍ଜୀକରଣ (ସାଧାରଣ) ନିୟମ, ୨୦୦୮ ଅନୁଯାୟୀ ପଞ୍ଜୀକରଣ କରିବା ପୂର୍ବରୁ, ତାଙ୍କର ପ୍ରଥମ ସ୍ତ୍ରୀଙ୍କୁ ଶୁଣିବାର ସୁଯୋଗ ଦିଆଯିବା ଜରୁରୀ ବୋଲି କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି।
- 15.ଓଡିଶାର ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ ପରେ ଆରମ୍ଭ କରିବାକୁ ସ୍ଥିର ହୋଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
