• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1. ଜାତିସଂଘ ଜଳବାୟୁ ସଙ୍କଟ ଉପରେ ଚେତାବନୀ ଜାରି କରି ୨୦୨୫  ଏ ପର୍ଯ୍ୟନ୍ତ ଉପଲବ୍ଧ ବିଶ୍ବ ରେକର୍ଡରେ ଦ୍ୱିତୀୟ କିମ୍ବା ତୃତୀୟ ଉଷ୍ମତମ ବର୍ଷ ହେବ ବୋଲି ଘୋଷଣା କରିଛି।  ୨୦୨୩ ଓ ୨୦୨୪ ସହ  ୨୦୨୫ ମଧ୍ୟ ଅଭୂତପୂର୍ବ  ରେକର୍ଡ ଭାଙ୍ଗୁଥିବା ଉଷ୍ମ ବର୍ଷର ଶୃଙ୍ଖଳା ଭିତରେ ରହିବ। 

  2. 2.୨୦୨୪ରେ ଗ୍ରୀନହାଉସ ଗ୍ୟାସ୍‌ ସାନ୍ଦ୍ରତା ବିଶ୍ୱବ୍ୟାପୀ ୨.୩% ବୃଦ୍ଧି ପାଇ ନୂଆ ରେକର୍ଡ ସୃଷ୍ଟି କରିଛି। ଯେଉଁଥିରେ ଭାରତ, ଚୀନ୍‌, ରୁଷ୍‌ ଓ ଇଣ୍ଡୋନେସିଆର ନିର୍ଗମନ ଏଥିରେ ବିଶେଷ ଭୂମିକା ନେଇଛି। ଗତ ଦଶନ୍ଧି (୨୦୧୫-୨୦୨୫) ରେକର୍ଡରେ ୧୧ଟି ଉଷ୍ମତମ ବର୍ଷ ରହିଛି ଏବଂ ସମୁଦ୍ରର ଉତ୍ତାପ ଓ ବାୟୁମଣ୍ଡଳୀୟ ଗ୍ୟାସ ନିରନ୍ତର ବୃଦ୍ଧି ପାଇଛି।  

  3. 3.ବଲିଉଡର ପ୍ରସିଦ୍ଧ ଗାୟିକା ଏବଂ ପ୍ରବୀଣ ଅଭିନେତ୍ରୀ ସୁଲକ୍ଷଣା ପଣ୍ଡିତଙ୍କ ୭୧ ବର୍ଷ ବୟସରେ ପରଲୋକ ହୋଇଯାଇଛି।

  4. 4.ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନରେ ଭୋଟ୍‌ ଗ୍ରହଣ ଶେଷ ହୋଇଛି ଏବଂ ୬୪.୪୬ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ୧୮ ଜିଲ୍ଲା ମଧ୍ୟରୁ ବେଗୁସରାଇରେ ମତଦାନ ପ୍ରତିଶତ ସର୍ବାଧିକ ୬୭.୩୨ ରହିଛି। 

  5. 5.ଭାରତର ବଡ଼ ବଡ଼ ଧନୀ ଚଳିତବର୍ଷ ୧୦,୩୮୦ କୋଟି ଟଙ୍କା ଦାନ କରିଛନ୍ତି। ଇଡେଲଗିଭ୍‌ ହୁରୁନ୍‌ ଇଣ୍ଡିଆ ଫିଲାନ୍‌ଥ୍ରୋପି ଲିଷ୍ଟ୍‌ ୨୦୨୫ରୁ ଏହା ଜଣାଯାଇଛି। ଏହି ତାଲିକାରେ ୧୯୧ ଜଣ ଧନୀ ବ୍ୟକ୍ତି ସ୍ଥାନ ପାଇଛନ୍ତି। 

  6. 6.ରାଜ୍ୟ ବିଦ୍ୟୁତ୍‌ଭାର ପ୍ରେରଣ କେନ୍ଦ୍ର (ଏସ୍‌ଏଲ୍‌ଡିସି) ଶିଳ୍ପପତିମାନଙ୍କ ଦ୍ୱାରା ସ୍ଥାପିତ ୧୫ ହଜାର ମେଗାୱାଟ୍‌ କ୍ଷମତାର ନିଜସ୍ୱ ତଥା ସ୍ୱାଧୀନ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରଗୁଡ଼ିକୁ ସେମାନଙ୍କର ୭୨ ହଜାର ନିୟୁତ ୟୁନିଟ୍ ବିଦ୍ୟୁତ୍ ବିନା କରରେ ପ୍ରେରଣ କାର୍ଯ୍ୟ ନିୟନ୍ତ୍ରଣ କରୁଛି। ଫଳରେ ରାଜ୍ୟ ଗ୍ରିଡ୍‌ ବାର୍ଷିକ ୧୭୨୮ କୋଟି ଟଙ୍କା ରାଜସ୍ୱ ହରାଉଛି।

  7. 7. ଆୟୁର୍ବେଦ ସାମଗ୍ରୀ ପ୍ରସ୍ତୁତ କରୁଥିବା ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳିକୁ କିଛି ଏଭଳି ଭାଷାରେ ଶୁଣାଇଦେଇଛନ୍ତି କୋର୍ଟ।  ବାସ୍ତବରେ ଦିଲ୍ଲୀ ହାଇକୋର୍ଟରେ ଡାବର ଇଣ୍ଡିଆ ଏବଂ ପତଞ୍ଜଳି ଆୟୁର୍ବେଦ ମଧ୍ୟରେ ଏକ ଆଇନଗତ ବିତର୍କ ପରେ, କୋର୍ଟ ତାଙ୍କର ରାୟ ସଂରକ୍ଷିତ ରଖିଛନ୍ତି। ମାମଲାଟି ପତଞ୍ଜଳିର ନୂତନ ସ୍ୱତନ୍ତ୍ର ଚ୍ୟବନପ୍ରାଶ ବିଜ୍ଞାପନ ସହିତ ଜଡିତ, ଯାହା ଅନ୍ୟ ସମସ୍ତ ବ୍ରାଣ୍ଡକୁ ଠକ ବୋଲି ଅଭିହିତ କରିଥିଲା।

  8. 8. ୨୦୨୩ରେ ୬ ଲକ୍ଷରୁ ଅଧିକ ଭାରତୀୟ ଓଇସିଡି ଅଧୀନରେ ଥିବା ଦେଶଗୁଡ଼ିକୁ କାମ କରିବାକୁ ଯାଇଥିଲେ। ଗତବର୍ଷ ତୁଳନାରେ ଏହା ୮ ପ୍ରତିଶତ ଅଧିକ।

  9. 9.ଫିଲିପାଇନ୍ସରେ ସାମୁଦ୍ରିକ ଝଡ଼ ‘କାଲମେଗି’ର ତାଣ୍ଡବ ଦେଖିବାକୁ ମିଳିଛି। ଏଥିରେ ୧୧୪ ଜଣଙ୍କର ପ୍ରାଣହାନି ଘଟିଥିବାବେଳେ ଶତାଧିକ ନିଖୋଜ ଅଛନ୍ତି। ବୁଧବାର ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ଏହି ଝଡ଼ ଯୋଗୁଁ ସେବୁ ପ୍ରଦେଶ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ସେବୁ ପ୍ରଦେଶରେ ୭୧ ଜଣ ପ୍ରାଣ ହରାଇଥିବା କୁହାଯାଇଛି।

  10. 10.ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବାଜି ମାରିଛି ବାମପନ୍ଥୀ ମେଣ୍ଟ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)କୁ ନିର୍ବାଚନରେ ପରାଜୟବରଣ କରିବାକୁ ପଡ଼ିଛି। ୪ ପ୍ରମୁଖ ପଦବୀ ଯଥା- ସଭାପତି, ଉପସଭାପତି, ସାଧାରଣ ସମ୍ପାଦକ ଏବଂ ଯୁଗ୍ମ ସମ୍ପାଦକ ପଦବୀରେ ବାମପନ୍ଥୀ ମେଣ୍ଟ ପ୍ରାର୍ଥୀମାନେ ବିଜୟଲାଭ କରିଛନ୍ତି।

  11. 11.ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପ୍ରାରମ୍ଭିକ ପରୀକ୍ଷା ଫଳ ଗୁରୁବାର ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ଵାରା ପରିଚାଳିତ ଏହି ପରୀକ୍ଷାରେ ୨୪୦୫ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।

  12. 12.ଦକ୍ଷିଣ କୋରିଆରେ ଅନୁଷ୍ଠିତ ଏସିଆ-ପାସିଫିକ୍ ଅର୍ଥନୈତିକ ସହଯୋଗ ଶିଖର ସମ୍ମିଳନୀ ଅବସରରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ।

  13. 13.ଭାରତର ଆର୍ଥିକ ରାଜଧାନୀ ତଥା ସ୍ୱପ୍ନର ସହର ଭାବେ ପରିଚିତ ମୁମ୍ବାଇକୁ ୨୦୨୫ ମସିହା ପାଇଁ ଏସିଆର ସବୁଠୁ ଖୁସି ସହର ଭାବେ ଘୋଷଣା କରାଯାଇଛି। ‘ଟାଇମ୍ ଆଉଟ୍’ ପକ୍ଷରୁ କରାଯାଇଥିବା ଏକ ବାର୍ଷିକ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଛି।  

  14. 14.ପାଶ୍ଚାତ୍ୟ ଜର୍ମାନୀର ଏକ ଅଦାଲତ ଜଣେ ପାଲିଏଟିଭ୍ କେୟାର ନର୍ସଙ୍କୁ ୧୦ ଜଣ ରୋଗୀଙ୍କୁ ହତ୍ୟା ଏବଂ ଅନ୍ୟ ୨୭ ଜଣଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।

  15. 15.ଉତ୍ତରାଖଣ୍ଡ ଲାଲପୁରରେ ଜଣେ ଓଡ଼ିଆ ଛାତ୍ରୀ ରାୟଗଡ଼ା ଜିଲା ଜେକେପୁରର ସୃଷ୍ଟି ଶର୍ମା(୨୩)। ସୃଷ୍ଟି ରହୁଥିବା ଭଡ଼ା ଘର ମାଲିକଙ୍କ ପୁଅ ତାଙ୍କୁ ହତ୍ୟା କରି ମୃତଦେହକୁ ଚଦରରେ ଗୁଡ଼ାଇ ଇଟା ଓ ପଥର ବାନ୍ଧି ନଦୀରେ ଫିଙ୍ଗି ଦେଇଥିଲେ। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.