-
1.ଆଫ୍ରିକୀୟ ରାଷ୍ଟ୍ର ବୋତ୍ସ୍ବାନାରୁ ଖୁବ୍ଶୀଘ୍ର ଆଉ ୮ଟି ଚିତା ଭାରତ ଅଣାଯିବ । ଇତିମଧ୍ୟରେ ଭାରତ ଆସିବାକୁ ଥିବା ଦୁଇଟି ଅଣ୍ଡିରା ଚିତାଙ୍କୁ ଧରାଯାଇ ଗୋଟିଏ ମାସ ପାଇଁ କ୍ବାରେଣ୍ଟାଇନରେ ରଖାଯାଇଛି। ଡାକ୍ତରୀ ପରୀକ୍ଷା ପରେ ଛଅ ମାଈ ଚିତାଙ୍କ ସହ ଏମାନଙ୍କୁ ଭାରତ ଅଣାଯିବ।
-
2.ବିହାର ସରକାର 2,400 MW ଭାଗଲପୁର (ପିରପୈନ୍ତି) ବିଦ୍ୟୁତ ପ୍ରକଳ୍ପ ପାଇଁ ଆଦାନୀ ପାୱାର ଲିମିଟେଡକୁ ଚୁକ୍ତିନାମା ପ୍ରଦାନ କରିଛନ୍ତି। ଏହି ବିଦ୍ୟୁତ ପ୍ରକଳ୍ପରେ ଆଦାନୀଙ୍କ ପ୍ରାୟ 30,000 କୋଟି ଟଙ୍କାର ଯୋଜନାବଦ୍ଧ ନିବେଶ ଶିଳ୍ପ କାର୍ଯ୍ୟକଳାପକୁ ବୃଦ୍ଧି କରିବ।
-
3.ପାକିସ୍ତାନ ଏବେ ଏହାର ସେନାମୁଖ୍ୟ ଅସୀମ ମୁନିରଙ୍କୁ ଅଭୂତପୂର୍ବ କ୍ଷମତା ପ୍ରଦାନ କରିଛି। ପାକିସ୍ତାନ ସଂସଦ ଏକ ଐତିହାସିକ ପଦକ୍ଷେପରେ ୨୭ତମ ସାମ୍ବିଧାନିକ ସଂଶୋଧନ ପାସ୍ କରିଛି ଏବଂ ଏହା ଦ୍ବାରା ସେନା ମୁଖ୍ୟ ମୁନିରଙ୍କୁ ସ୍ଥଳସେନା, ନୌସେନା ଓ ବାୟୁସେନାର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି।
-
4.ଭାରତର କ୍ଷତି କରିବା ଲାଗି ସେମାନଙ୍କ ବାରମ୍ବାର ପ୍ରୟାସର ଉପଯୁକ୍ତ ଜବାବ ଦେବାକୁ ପଡିବ ବୋଲି ସେ ବେଙ୍ଗାଲୁରୁରେ ‘ସଂଘର ୧୦୦ ବର୍ଷର ଯାତ୍ରା - ନୂତନ ଦିଗ୍ବଳୟ’ ଶୀର୍ଷକ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ) ମୁଖ୍ୟ ମୋହନ ଭାଗବତ କହିଛନ୍ତି।
-
5.ଆଣ୍ଡାମାନ ଓ ନିକୋବର ଦ୍ଵିପପୁଞ୍ଜରେ ଭୂମିକମ୍ପ ହୋଇଥିବା ସୂଚନା ମିଳିଛି । ୧୨:୬ ସମୟରେ ଭୂମିକମ୍ପ ହୋଇଥିବା ସୂଚନା ରହିଛି । ଭୂମିକମ୍ପ ହୋଇଥିବା , ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି ସୂଚନା ଦେଇଛି ।
-
6.ଉତ୍ତରାଖଣ୍ଡ ପ୍ରତିଷ୍ଠାର ୨୫ତମ ବାର୍ଷିକୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ଗସ୍ତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରାଖଣ୍ଡକୁ ୮ ହଜାର କୋଟିର ଉପହାର ଦେଇଛନ୍ତି।
-
7.ରାଉଜ୍ ଆଭେନ୍ୟୁ କୋର୍ଟ ଦିଲ୍ଲୀ ଦଙ୍ଗା ମାମଲାରେ ବିଜେପି ନେତା କପିଲ ମିଶ୍ରଙ୍କ ଆବେଦନ ଉପରେ ତାଙ୍କର ରାୟ ଶୁଣାଇବେ।
-
8.ସୁପ୍ରିମକୋର୍ଟ ଦେଶରେ ଅନଲାଇନ୍ ଠକେଇ ଏବଂ ଡିଜିଟାଲ୍ ଗିରଫଦାରୀ ବୃଦ୍ଧି ଉପରେ ଏକ ମାମଲାର ଶୁଣାଣି କରିବେ।
-
9.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଙ୍ଗୋଲାର ଜାତୀୟ ସଭାକୁ ସମ୍ବୋଧିତ କରିବେ। ଆଙ୍ଗୋଲା ପରେ ସେ ତାଙ୍କର ଛଅ ଦିନିଆ ଆଫ୍ରିକା ଗସ୍ତ କରିବେ।
-
10. ବିହାରରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଙ୍ଗଳବାର ହେବ ଏବଂ ଶୁକ୍ରବାର ଫଳାଫଳ ପ୍ରକାଶ ପାଇବ
-
11."ଦୃଶ୍ୟମ" ଚଳଚ୍ଚିତ୍ର ଦ୍ୱାରା ଅନୁପ୍ରାଣିତ ହୋଇ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛି ଓ ମୃତଦେହକୁ ଏକ ଭାଟିରେ ପୋଡ଼ି ଦେଇଛି। ପୁଣେର ୱାର୍ଜେ ମାଲୱାଡି ପୁଲିସ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲାର ପର୍ଦ୍ଦାଫାସ କରିଛି ।
-
12. ମାରୁତି ସୁଜୁକି ଇଣ୍ଡିଆ ସହିତ ସୁଜୁକି ମୋଟର ଗୁଜରାଟା ପ୍ରାଇଭେଟ ଲିମିଟେଡ କମ୍ପାନି ମିଶିଯିବ। ଏହି ମିଶ୍ରଣ ପ୍ରସ୍ତାବକୁ ଏନ୍ସିଏଲ୍ଟି (ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ) ମଞ୍ଜୁରି ପ୍ରଦାନ କରିଛି।
-
13. ଅକ୍ଟୋବର ମାସରେ ଦେଶରେ ଉଭୟ ନିରାମିଷ ଓ ଆମିଷ ଖାଦ୍ୟ ଥାଳି ଗତବର୍ଷ ଅକ୍ଟୋବର ତୁଳନାରେ ଶସ୍ତା ହୋଇଛି। ନିରାମିଷ ଥାଳି ମୂଲ୍ୟ ୧୭ ପ୍ରତିଶତ କମି ୨୭ ଟଙ୍କା ୮୦ ପଇସା ରହିଛି। ୨୦୨୪ ଅକ୍ଟୋବରରେ ନିରାମିଷ ଥାଳି ମୂଲ୍ୟ ୩୩ ଟଙ୍କା ୩୦ପଇସା ଥିଲା।
-
14. ଗୁଜରାଟ ଆଣ୍ଟି ଟେରୋରିଷ୍ଟ ସ୍କ୍ବାଡ୍ (ଏଟିଏସ୍) ଜଣେ ଡାକ୍ତରଙ୍କ ସମେତ ତିନି ଜଣ ଇସ୍ଲାମିକ ଷ୍ଟେଟ୍(ଆଇଏସ୍) ଆତଙ୍କବାଦୀଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି।
-
15.ଉତ୍ତର-ପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଛି। କନ୍ଧମାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଭଦ୍ରକ, ଅନୁଗୋଳ, କେନ୍ଦୁଝର, କୋରାପୁଟ, କଳାହାଣ୍ଡି, ବଲାଙ୍ଗିର ଏବଂ ନବରଙ୍ଗପୁର ଆଦି ପାହାଡ଼ିଆ ଜିଲାରେ ପ୍ରବଳ ଶୀତ ପଡୁଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
