• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଇସଲାମାବାଦରେ ହୋଇଥିବା ବୋମା ବିସ୍ଫୋରଣ ପରେ ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନ ଗସ୍ତ କରିଥିବା ଶ୍ରୀଲଙ୍କା ଦଳର ଆଠ ଜଣ ଖେଳାଳି ସ୍ୱଦେଶ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।

  2. 2.ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣରେ ଡାକ୍ତର ଓମାର ମହମ୍ମଦଙ୍କ ଭୂମିକାକୁ ଡିଏନଏ ପରୀକ୍ଷା ଦ୍ୱାରା ନିଶ୍ଚିତ କରାଯାଇଛି। ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ମାନବ ଶରୀର ଓମାରଙ୍କ ପରିବାରର ଡିଏନଏ ସହିତ ମେଳ ଖାଉଛି।

  3. 3.ରାଜସ୍ଥାନର ମରୁଭୂମିରୁ ଗୁଜୁରାଟର କଚ୍ଛ ପର୍ଯ୍ୟନ୍ତ ତିନି ସଶସ୍ତ୍ର ଭାରତୀୟ ସେନାର ଅଭ୍ୟାସ ‘ତ୍ରିଶୂଳ’ ବୁଧବାର ଦିନ ପର୍ଯ୍ୟନ୍ତ ଜାରି ରହିଛି।

  4. 4.ଦିଲ୍ଲୀ ଲାଲକିଲ୍ଲା ନିକଟରେ ଶକ୍ତିଶାଳୀ ବିସ୍ଫୋରଣ ହେବାର ୨ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନରେ କ୍ୟାବିନେଟ୍‌ ସୁରକ୍ଷା କମିଟି (ସିସିଏସ୍‌) ବୈଠକ କରିଛନ୍ତି। ସରକାର ଲାଲକିଲ୍ଲା ନିକଟରେ କାର  ବିସ୍ଫୋରଣକୁ କଡ଼ା ନିନ୍ଦା କରି  ପ୍ରସ୍ତାବ ଗୃହୀତ କରିଛନ୍ତି।

  5. 5.ଦିଲ୍ଲୀରେ ଘଟିଥିବା ଭୟଙ୍କର ବିସ୍ଫୋରଣ ପଛରେ ଓଡ଼ିଶା ଲିଙ୍କ୍ କଥା ଜଣାପଡ଼ିଛି। ଓଡ଼ିଶାରେ ଆତଙ୍କୀ ମୁଜାମିଲ୍ ସକିଲର ସମ୍ପର୍କ ରହିଛି। ଜେରା ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ତଦନ୍ତକାରୀ ଟିମ୍‌ ହାତରେ ଲାଗିଛି।

  6. 6.ଦେଶରେ ଅକ୍ଟୋବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୦.୨୫ ପ୍ରତିଶତକୁ ହ୍ରାସ ପାଇଛି। ଏଭଳି ସ୍ଥିତିରେ ଓଡ଼ିଶାର ମୁଦ୍ରାସ୍ଫୀତି ବିଯୁକ୍ତାତ୍ମକ ରହିଛି।

  7. 7.ଅକ୍ଟୋବର ମାସରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୦.୨୫%କୁ ହ୍ରାସ ପାଇଛି। ଫଳରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୧୦ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି।

  8. 8.ଅଭିନେତା ପ୍ରକାଶ ରାଜଙ୍କୁ ବୁଧବାର ତେଲଙ୍ଗାନା ସରକାରଙ୍କ ଏସଆଇଟି ଦଳ ପଚରାଉଚରା କରିଛି। ତାଙ୍କୁ ଅନଲାଇନ୍ ଜୁଆ ଆପର ପ୍ରଚାର ସହ ଜଡିତ ମାମଲାରେ ପ୍ରଶ୍ନ କରାଯାଇଛି।

  9. 9.କଟକ ବାଲିଯାତ୍ରାରେ ଅଘଟଣ । ୧୬ ଜଣ ଲୋକ ଏକ ଦୋଳିରେ ଥିବା ବେଳେ ଏହା ହଠାତ୍‌ ବନ୍ଦ ହୋଇଯାଇଥିଲା । ୭୦ ଫୁଟ୍‌ ଉପରେ ଏମାନେ ଫସି ରହିଥିଲେ । ୨ ଘଣ୍ଟା ଧରି ଏମାନେ ଫସି ରହିଥିଲେ।

  10. 10.କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ସିଭିଲ ସର୍ଭିତ ମୁଖ୍ୟ ପରୀକ୍ଷା-୨୦୨୫ର ଫଳାଫଳ ପ୍ରକାଶ ପାଇଛି। ଏଥିରେ ୨୭୩୬ ପରୀକ୍ଷାର୍ଥି କୃତକାର୍ଯ୍ୟ ହୋଇଛନ୍ତି।

  11. 11.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜମି କ୍ରେତା-ବିକ୍ରେତାଙ୍କ ସମସ୍ୟାକୁ ଦୂର କରିବା ପାଇଁ ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ରୁଲ୍‌ସର ସଂଶୋଧନ ପାଇଁ ଅନୁମୋଦନ ଦେଇଛନ୍ତି। ବର୍ତ୍ତମାନ ଏପରି ମାମଲାରେ ଜମିପଟ୍ଟା କ୍ରେତାଙ୍କ ନାମରେ ରେକର୍ଡ କରିବା ପାଇଁ ସଂପୃକ୍ତ ତହସିଲଦାରମାନେ କ୍ଷମତାପ୍ରାପ୍ତ ହେବେ।

  12. 12.ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର  ସୁସ୍ଥ ହୋଇ ଘରକୁ ଫେରିଲେ । ସ୍ଵତନ୍ତ୍ର ଆମ୍ବୁଲାନ୍ସରେ ତାଙ୍କୁ ବାସଭବନକୁ ନିଆଯାଇଛି।

  13. 13.ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଛି। ଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ରାତିରେ ଗୋବିନ୍ଦା ତାଙ୍କ ଘରେ ଅଚେତ ହୋଇଯାଇଥିଲେ।

  14. 14.କୋରାପୁଟ  ଜିଲ୍ଲାର ପ୍ରାକୃତିକ ପରିବେଶ ସବୁ ସମୟରେ  ଫିଲ୍ମ ସୁଟିଂ ଲାଗି ନିର୍ଦ୍ଦେଶକ ଓ ନିର୍ମାତାଙ୍କୁ  ଆକୃଷ୍ଟ କରି ଆସିଛି । ବର୍ତ୍ତମାନ  ଦକ୍ଷିଣ ଭାରତୀୟ ଫିଲ୍ମ(ତେଲୁଗୁ ଓ  ତାମିଲ)ସୁଟିଂ ପାଇଁ କୋରାପୁଟ ଜିଲ୍ଲାରେ  ନିର୍ମାତା, ନିର୍ଦ୍ଦେଶକ, କଳାକାରଙ୍କ ଭିଡ଼  ଜମୁଛି ।

  15. 15.ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ କରିବାରେ ଓଡିଶାର ସୁନାମ ରହିଛି। କଟକ ବାରବାଟୀ ଷ୍ଟାଡିୟମ୍‌ରେ ପୂର୍ବରୁ ଅନେକ ଅନ୍ତର୍ଜାତୀୟ ମ୍ୟାଚ୍ ସୁବ୍ୟବସ୍ଥିତ ଭାବେ ଭାବେ ଆୟୋଜନ କରାଯାଇଛି। ତେଣୁ, ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ସୁବ୍ୟବସ୍ଥିତ ଓ ସୁନିୟନ୍ତ୍ରିତ ଭାବେ ଆୟୋଜିତ ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.