- 1.ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍ଙ୍କ ‘ବ୍ଲୁ ଓରିଜିନ୍’ ସଂସ୍ଥା ଦ୍ବାରା ନିର୍ମିତ ‘ନ୍ୟୁ ଗ୍ଲେନ୍ ରକେଟ୍’ କେପ୍ କାନାଭେରାଲ୍ ସ୍ପେସ୍ ଫୋର୍ସ ଷ୍ଟେସନରୁ ମଙ୍ଗଳ ଅଭିମୁଖେ ଐତିହାସିକ ଉଡ଼ାଣରେ ସଫଳ ହୋଇଛି।
-
2.ଭାରତରେ କାର୍ଯ୍ୟସ୍ଥଳୀରେ ପ୍ରେମ କରିବା ଦେଖାଯାଇଥାଏ। ଡେଟିଂ ପ୍ଲାଟଫର୍ମ ‘ଆଶ୍ଲେ ମ୍ୟାଡିସନ’ ପକ୍ଷରୁ କରାଯାଇଥିବା ବିଶ୍ୱସ୍ତରୀୟ ଅଧ୍ୟୟନ ଅନୁଯାୟୀ କର୍ମକ୍ଷେତ୍ରରେ ହେଉଥିବା ରୋମାନ୍ସ ବିଷୟରେ ଲୋକେ କରିଥିବା ସ୍ବୀକାରୋକ୍ତିରୁ ଜଣାପଡ଼ିଛି ଯେ, ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି।
-
3. ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ତାରିଖ ପ୍ରକାଶ କରାଯାଇଛି। ପରୀକ୍ଷାଗୁଡ଼ିକ ଫେବ୍ରୁଆରି ୧୭, ୨୦୨୬ ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦, ୨୦୨୬ ପର୍ଯ୍ୟନ୍ତ ଚାଲିବ ।
-
4.ଐତିହାସିକ କଟକ ବାଲିଯାତ୍ରା ୯ ଦିନ ପରେ ସମାପ୍ତ ହୋଇଛି। ୯ ଦିନର ଏହି ଯାତ୍ରାରେ ପ୍ରାୟ ୭୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ। ଚଳିତ ବର୍ଷ ବାଲିଯାତ୍ରାରେ ପ୍ରାୟ ୩୦୦ କୋଟି ଟଙ୍କାର ବେପାର ହୋଇଥିବା ଅନୁମାନ କରାଯାଉଛି।
-
5.ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ଦ୍ବାରା ପରିଚାଳିତ ଯୁକ୍ତଦୁଇ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ ଆସେସ୍ମେଣ୍ଟ/ପ୍ରୋଜେକ୍ଟ ପରୀକ୍ଷା ଆସନ୍ତା ଡିସେମ୍ବର ୨୨ରୁ ୩୧ ମଧ୍ୟରେ ଅନୁଷ୍ଠିତ ହେବ।
-
6.ବେଦାନ୍ତ ଆଲୁମିନିୟମ ଲିମିଟେଡର ଓଡ଼ିଶାସ୍ଥିତ ଲାଞ୍ଜିଗଡ଼ ଆଲୁମିନା ରିଫାଇନାରୀ ନିକଟରେ ଭାରତୀୟ ଶିଳ୍ପ ମହାସଂଘ ବା ସିଆଇଆଇ (CII) ଦ୍ୱାରା ‘ଏକକ ବ୍ୟବହାର ପ୍ଲାଷ୍ଟିକ୍ ମୁକ୍ତ ୟୁନିଟ୍’ପ୍ରମାଣପତ୍ର ହାସଲ କରିଛି।
-
7.ଇଜିପ୍ଟ ଦୂତାବାସ ପକ୍ଷରୁ ଭାରତର ଇଜିପ୍ଟ ହାଉସରେ ବିଶ୍ୱର ସର୍ବବୃହତ ସଂଗ୍ରହାଳୟ - ଗ୍ରାଣ୍ଡ ଇଜିପ୍ଟୀୟ ସଂଗ୍ରହାଳୟ (GEM) ର ଉଦଘାଟନ ଉତ୍ସବ ପାଳନ କରାଯାଇଛି |
-
8.ପ୍ରତ୍ୟେକ ନାଗରିକଙ୍କୁ ଆଧାର ନମ୍ବର ପ୍ରଦାନ କରିବାର ୧୫ ବର୍ଷ ବିତିଗଲାଣି। ଏହି ସମୟ ମଧ୍ୟରେ ୧୪୨ କୋଟିରୁ ଅଧିକ ଆଧାର କାର୍ଡ ଜାରି କରାଯାଇଥିଲା, କିନ୍ତୁ ୮ କୋଟିରୁ ଅଧିକ ଧାରକଙ୍କ ମୃତ୍ୟୁ ସତ୍ତ୍ବେ ମାତ୍ର ୧.୮୩ କୋଟି କାର୍ଡ ନିଷ୍କ୍ରିୟ ହୋଇପାରିଛି।
-
9. ପୁଣେସ୍ଥିତ ବେଙ୍ଗାଲୁରୁ-ମୁମ୍ବାଇ ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୮ ଜଣ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି ଓ ୧୫ ଜଣ ଗୁରୁତର ହୋଇଛନ୍ତି। ଏକ ସେତୁ ଉପରେ ମାଲବାହୀ ଟ୍ରକ୍ ବ୍ରେକ୍ ଫେଲ୍ ହେବା ପରେ ନିୟନ୍ତ୍ରଣ ହରାଇ ୬ଟି ଗାଡ଼ିକୁ ଧକ୍କା ଦେଇଥିଲା।
-
10. ଦିଲ୍ଲୀ ବିସ୍ଫୋରଣ ସମ୍ପର୍କରେ ସୋସିଆଲ ମିଡିଆରେ ଉତ୍ତେଜନାପୂର୍ଣ୍ଣ ଏବଂ ଆପତ୍ତିଜନକ ପୋଷ୍ଟ କରିବା ଅଭିଯୋଗରେ ଆସାମରେ ୧୫ ଜଣଙ୍କୁ ଗିରଫ କରାଯାଇଛି।
-
11.ଶିମିଳପାଳରେ ତାପମାତ୍ରା ୫ ଡିଗ୍ରୀକୁ ଖସିଛି। ଫଳରେ ଶିମିଳିପାଳ ଏବଂ ପାଦ ଦେଶରେ ଥିବା ଗାଁଗୁଡ଼ିକରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି।
-
12.ଓଡିଶା ରାଜ୍ୟର ସମସ୍ତ ଜିଲାରେ ଥିବା ୦-୬ ବର୍ଷ ବର୍ଗର ଦିବ୍ୟାଙ୍ଗ ଶିଶୁଙ୍କ ସର୍ଭେ କରାଯିବ। ଭିନ୍ନକ୍ଷମ ଅଧିକାର, ଅଧିନିୟମ ୨୦୧୬ ଅନୁସାରେ ଅକ୍ଷମତାର ସମସ୍ତ ୨୧ଟି ବର୍ଗକୁ ସର୍ଭେରେ ଗୁରୁତ୍ବ ଦିଆଯିବ। ଏହି ସର୍ଭେ ୩୦ ଦିନ ବା ଏକମାସ ମଧ୍ୟରେ ସମାପ୍ତ ହେବ।
-
13.ଭୁବନେଶ୍ୱର ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ୍। ଏନେଇ ଗୁରୁବାର ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମାଟି ତଳେ ଓ ଉପରେ ୨ ଥାକିଆ ରାସ୍ତା ନିର୍ମାଣ ହେବ।
-
14.୨୦୨୫ ନଭେମ୍ବର ୧୪ ତାରିଖ। ନୂଆପଡ଼ା ଓ ବିହାର ନିର୍ବାଚନ ଫଳ ଆସିବ । ସକାଳ ୮ଟାରୁ ମତଗଣନା ଆରମ୍ଭ ହେବ।
-
15.ଶିଶୁମାନଙ୍କର ଅନ୍ୟତମ ପ୍ରିୟ ଦିବସ ‘ଶିଶୁଦିବସ’ ଆଜି ଦେଶସାରା ପାଳନ ହେଉଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
