-
1.ଲୋକଙ୍କ ସେବା ଏବଂ ଗାନ୍ଧୀଙ୍କ ମୂଲ୍ୟବୋଧରେ ବ୍ରତୀ ୪ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସଂସ୍ଥା ପକ୍ଷରୁ ୪୭ତମ ଜମନାଲାଲ ବଜାଜ ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କୃତ ହୋଇଥିବା ବିଶିଷ୍ଟ ବ୍ୟକ୍ତିମାନେ ହେଲେ ଗୁଜରାଟର ହସମୁଖ ବାବୁଭାଇ ପଟେଲ। ଗଠନମୂଳକ କାର୍ଯ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।
-
2.ସେହିଭଳି ତାମିଲନାଡ଼ୁର ପିଏମ୍ ମୁରୁଗେସନଙ୍କୁ ଗ୍ରାମୀଣ ବିକାଶରେ ବିଜ୍ଞାନ ଓ ପ୍ରଯୁକ୍ତିର ବ୍ୟବହାର ନିମନ୍ତେ, ମହାରାଷ୍ଟ୍ରର ତ୍ରିବେଣୀ ଆଚାର୍ଯ୍ୟଙ୍କୁ ମହିଳା ଓ ଶିଶୁମାନଙ୍କ ବିକାଶ ପାଇଁ ଏବଂ ରୁଷ୍ର ସେକଚେଭା ଲ୍ୟୁଡମିଲା ଲିଓନିଡୋଭ୍ନାଙ୍କୁ ଭାରତ ବାହାରେ ଗାନ୍ଧୀଙ୍କ ମୂଲ୍ୟବୋଧକୁ ପ୍ରଚାରପ୍ରସାର ପାଇଁ ଜମନାଲାଲ ବଜାଜ ପୁରସ୍କାର ପ୍ରଦାନ କରାଯାଇଛି।
-
3.ଡିଜିଟାଲ ପର୍ସନାଲ ଡାଟା ସୁରକ୍ଷା ନିୟମ, ୨୦୨୫ରେ ବ୍ୟବସ୍ଥା ରହିଛି ଯେ ଡାଟା ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକ କି ପ୍ରକାର ତଥ୍ୟକୁ ବ୍ୟବହାର କରିପାରିବେ ତାହା କେନ୍ଦ୍ର ସରକାରଙ୍କ ଦ୍ବାରା ଗଠିତ କମିଟି ନିର୍ଦ୍ଧାରଣ କରିବ।
-
4.୨୦୨୪-୨୫ ମାର୍କେଟିଂ ବର୍ଷ (୨୦୨୪ ନଭେମ୍ବରରୁ ୨୦୨୫ ଅକ୍ଟୋବର)ରେ ଭାରତ ୧୬ ନିୟୁତ ଟନ ଖାଇବା ତେଲ ଆମଦାନି କରିଛି। ଏହାର ମୂଲ୍ୟ ପ୍ରାୟ ୧.୬୧ ଲକ୍ଷ କୋଟି ଟଙ୍କା। ଚାହିଦା ପୂରଣ ପାଇଁ ଏହି ଆମଦାନି କରାଯାଇଛି ବୋଲି ସଲଭେଣ୍ଟ ଏକ୍ସଟ୍ରାକ୍ଟର୍ସ ଆୋସାସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି।
-
5.ଜମ୍ମୁ କଶ୍ମୀରର ଶ୍ରୀନଗରର ନୌଗାମ ପୁଲିସ ଷ୍ଟେସନ ଭିତରେ ବିସ୍ଫୋରଣ ଘଟଣାରେ ରିପୋର୍ଟ ଲେଖାଯିବା ବେଳକୁ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୯ ଜଣ ଆହତ ହୋଇଛନ୍ତି। କୋଠାଟି ମଧ୍ୟ ବ୍ୟାପକ କ୍ଷତି ହୋଇଛି।
-
6.୧୯୪୬ ମସିହାରେ "ନୀଚା ନଗର" ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିବା ହିନ୍ଦୀ ସିନେମାର ପ୍ରାରମ୍ଭିକ ଅଭିନେତ୍ରୀ କାମିନୀ କୌଶଲଙ୍କ ନଭେମ୍ବର ୧୩ ତାରିଖରେ ମୁମ୍ବାଇସ୍ଥିତ ବାସଭବନରେ ପରଲୋକ ହୋଇଛି ।
-
7.ୟୁକ୍ରେନୀୟ ତଦନ୍ତକାରୀମାନେ ଦାବି କରିଛନ୍ତି ଯେ ଜେଲେନସ୍କିଙ୍କ ବ୍ୟବସାୟିକ ଅଂଶୀଦାର ତୈମୁର ମିଣ୍ଡିଚ୍ଙ୍କ ଅପରାଧିକ ସଂଗଠନ ରାଷ୍ଟ୍ରାୟତ୍ତ ପରମାଣୁ ଶକ୍ତି କମ୍ପାନୀରୁ ୧୦୦ ନିୟୁତ ଡଲାର ହଡ଼ପ କରିଛି।
-
8.ବିହାର ନିର୍ବାଚନରେ ମହାମେଣ୍ଟର ଶୋଚନୀୟ ପରାଜୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି, ମହାମେଣ୍ଟ ଉପରେ ବିଶ୍ବାସ ଦେଖାଇଥିବା ଲକ୍ଷାଧିକ ଭୋଟରଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜ୍ଞାପନ କରୁଛି। ବିହାରରେ ନିର୍ବାଚନ ଫଳ ଆମ ପାଇଁ ପ୍ରକୃତରେ ଆଶ୍ଚର୍ଯ୍ୟଜନକ।
-
9.ଓଡ଼ିଆ ସଂଗୀତ ଜଗତର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ। କିଡନି ଓ ଲିଭର୍ ଜନିତ ସମସ୍ୟା ଯୋଗୁଁ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ ହୋଇଛନ୍ତି।
-
10.ଭାରତୀୟ ଜନତା ପାର୍ଟି ଉପନିର୍ବାଚନରେ ସମସ୍ତ ୮ଟି ଆସନରେ ଲଢ଼ିଥିଲା । କିନ୍ତୁ ୮ଟି ଆସନରୁ ମାତ୍ର ୨ଟି ଆସନରେ ବିଜେପିର ବିଜୟ ହୋଇଛି ।
-
11.ବିହାର ବିଧାନସଭା ନିର୍ବାଚନରେ ଏନଡିଏର ଅଭୂତପୂର୍ବ ବିଜୟକୁ କେହି କେହି ଅପ୍ରତ୍ୟାଶିତ କହିପାରନ୍ତି। ସମସ୍ତ ଏକ୍ଜିଟ୍ ପୋଲର ଆକଳନକୁ ଭୁଲ୍ ପ୍ରମାଣିତ କରି ଏନ୍ଡିଏର ବିପୁଳ ବିଜୟ ହୋଇଛି। ଏନଡିଏ ୨୦୨ ଆସନ ଦଖଲ କରିଛି।
-
12.ବିହାରରେ ଜନ ସୂରଜ ପାର୍ଟିକୁ ବଡ଼ ଝଟ୍କା ଲାଗିଛି। ତରାରି ବିଧାନସଭା ଆସନରୁ ପ୍ରାର୍ଥୀ ଚନ୍ଦ୍ରଶେଖର ସିଂହଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ନିର୍ବାଚନ ଫଳାଫଳ ଘୋଷଣା ହେବାର କିଛି ସମୟ ପରେ ଏହି ଘଟଣା ଘଟିଥିଲା।
-
13.କେନ୍ଦ୍ର ସରକାର ମୁଖ୍ୟ ଉତ୍ପାଦନ ଶିଳ୍ପଗୁଡ଼ିକ ଉପରୁ ନିୟାମକ ଚାପ ହ୍ରାସ କରିବା ଲକ୍ଷ୍ୟରେ ୧୪ଟି BIS (ଭାରତୀୟ ମାନକ ବ୍ୟୁରୋ) ଗୁଣବତ୍ତା ନିୟନ୍ତ୍ରଣ ନିର୍ଦ୍ଦେଶ (QCOs) ପ୍ରତ୍ୟାହାର କରିଛନ୍ତି।
-
14.ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସେରେଗେଡ଼ା ସରକାରୀ ୟୁପି ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ରୀ ସୁମତୀ ରାଜହଂସ ଓ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲ ହାୟର ସେକେଣ୍ଡାରୀ ସ୍କୁଲର ଜୁନେସ ନନ୍ଦ ରାଜ୍ୟ ସ୍ତରୀୟ ଆଥେଲେଟିକ ଚାମ୍ପିୟନସିପ ରେ ବ୍ୟକ୍ତିଗତ ଭାବେ ତୃତୀୟ ସ୍ବର୍ଣ୍ଣ ପଦକ ହାସଲ କରି ଜିଲା ପାଇଁ ଗୌରବ ଆଣିଛନ୍ତି।
-
15.କୋଲକାତା ଟେଷ୍ଟର ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୧୫୯ ରନରେ ଅଲଆଉଟ ହୋଇଯାଇଛି। ଭାରତୀୟ ଦଳ ପକ୍ଷରୁ ଜସପ୍ରୀତ ବୁମରା ୫ଟି ଉଇକେଟ ନେଇଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
