• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆମେରିକାର ପଡ଼ୋଶୀ ଦେଶ ମେକ୍ସିକୋରେ ହଜାର ହଜାର ଲୋକ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମଙ୍କ ସରକାରଙ୍କ ବିରୋଧରେ ରାଜଧାନୀ ମେକ୍ସିକୋ ସିଟିରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। 

  2. 2.ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସହିତ ଯୋଡାଯାଉଛି। ପୁଟିନ ଡିସେମ୍ବର ୫ ତାରିଖରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି। 

  3. 3. ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ର ତଥ୍ୟରୁ ଜଣାପଡ଼ିଛି ଯେ ବିହାର ନିର୍ବାଚନରେ ୨୦ ଜଣ ବାହୁବଳୀ ନେତା କିମ୍ବା ସେମାନଙ୍କ ସମ୍ପର୍କୀୟଙ୍କ ମଧ୍ୟରୁ ବିଜୟୀ ହୋଇଥିବା ୧୧ ଜଣଙ୍କ ମଧ୍ୟରେ ସିଂହ ମଧ୍ୟ ଅଛନ୍ତି।

  4. 4.ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଆରାର ପୂର୍ବତନ ସାଂସଦ ଆର୍‌କେ ସିଂହଙ୍କୁ ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି। ଏହା ସହ ଏମ୍‌ଏଲ୍‌ସି ଆଶୋକ କୁମାର ଅଗ୍ରୱାଲ ଏବଂ କଟିହାର ମେୟର ଉଷା ଅଗ୍ରୱାଲଙ୍କୁ ମଧ୍ୟ ବହିଷ୍କାର କରାଯାଇଛି।

  5. 5.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଅନେକ କୃଷି ଆମଦାନୀ ଉପରେ ଶୁଳ୍କ ହ୍ରାସ କରିବା ପାଇଁ ଏକ ଆଦେଶରେ ସ୍ୱାକ୍ଷର କରିଛନ୍ତି। ଗୋମାଂସ, ଟମାଟୋ, କଫି ଏବଂ କଦଳୀ ଭଳି ଉତ୍ପାଦଗୁଡ଼ିକ ପାରସ୍ପରିକ ଶୁଳ୍କରୁ ମୁକ୍ତ ରହିବେ। କିନ୍ତୁ ସମ୍ପୂର୍ଣ୍ଣ ଶୁଳ୍କରୁ ମୁକ୍ତ ରହିବେ ନାହିଁ। 

  6. 6.ପ୍ରଖ୍ୟାତ ପରିବେଶବିତ୍‌ ତଥା ପ୍ରଦ୍ମଶ୍ରୀ ପୁରସ୍କାର ବିଜେତା ସାଲୁମରଦା ଥିମକ୍କାଙ୍କର ୧୧୪ ବର୍ଷ ବୟସରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

  7. 7. ଡିଜିଟାଲ୍ ଯୁଗରେସାଇବର ସିକୁରିଟିର   ଆବଶ୍ୟକତା କେତେ ଜରୁରି ତାହା ସମସ୍ତେ ଜାଣନ୍ତି। ବିଶେଷ କରି ବ୍ୟାଙ୍କିଂ କ୍ଷେତ୍ରରେ ସାଇବର୍ ସିକ୍ୟୁରିଟିର ଆବଶ୍ୟକତା ବହୁତ ବେଶି।

  8. 8.ଜମ୍ମୁ ଓ କାଶ୍ମୀରର ଶ୍ରୀନଗରର ସ୍ଥିତ ନୌଗାମ ଥାନାରେ ବିସ୍ଫୋରଣରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ଜଣ ଆହତ ହୋଇଛନ୍ତି । ଏହାକୁ ଏକ ଦୁର୍ଘଟଣା ବୋଲି କହିଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନଳିନ ପ୍ରଭାତ ।

  9. 9.ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି (ପିଏମ-କିଷାନ)ର ୨୧ତମ କିସ୍ତି ଆସନ୍ତା ୧୯ ତାରିଖ (ବୁଧବାର) ପ୍ରଦାନ କରାଯିବ। 

  10. 10.ଚର୍ଚ୍ଚିତ ଚଳଚ୍ଚିତ୍ର 'ରକ୍ତ ଗୋଲାପ'ର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି, ଯେଉଁଥିରେ ନାୟିକା ଏଲିନା ସାମନ୍ତରାୟଙ୍କୁ ଦେଖିବାକୁ ମିଳିଛି। 

  11. 11.ଓଡ଼ିଶାର ସବୁ ବନ୍ଦରରେ କୋଷ୍ଟଗାର୍ଡ ବର୍ଥ ସହିତ ପାଟ୍ରୋଲିଂ ଜାହାଜ ରହିବ। ଗୋପାଳପୁର ବନ୍ଦରରେ ମୁତୟନ ହେବ କୋଷ୍ଟ ଗାର୍ଡ ଶିପ୍‌।

  12. 12.OTET-୨୦୨୫ ରେଜଲ୍ଟ। ସେପ୍ଟେମ୍ବର ୨୭ ତାରିଖରେ ହୋଇଥିବା ପରୀକ୍ଷା ରେଜଲ୍ଟ ପ୍ରକାଶ ଶନିବାର ପ୍ରକାଶ ପାଇଛି। ପେପର-୧ରେ ୧୨ହଜାର ୯୮୮ କୃତକାର୍ଯ୍ୟ, ପାସ ହାର ୪୭.୧୭% ଥିବା ବେଳେ ପେପର ୨ରେ ୩୫ ହଜାର ୧୬୫ କୃତକାର୍ଯ୍ୟ ଏବଂ ପାସ ହାର ୭୮.୩୫% ରହିଛି। ମୋଟ ୪୮ ହଜାର ୧୫୩ ଜଣ କୃତକାର୍ଯ୍ୟ ନେଇ BSE ପକ୍ଷରୁ ସୂଚନା ଦିଆଯାଇଛି।

  13. 13.ଭାରତର ସର୍ବାଧିକ ସାକ୍ଷରତା ହାର ଥିବା ତିନୋଟି ରାଜ୍ୟ କେରଳ, ଗୋଆ ଏବଂ ମିଜୋରାମରେ ୯୦% ରୁ ଅଧିକ ଲୋକ ପାଠ ପଢିଥିବା ବେଳେ, ଏହି ରାଜ୍ୟଗୁଡ଼ିକରେ ଶିକ୍ଷିତ ଯୁବକମାନଙ୍କ ମଧ୍ୟରେ ବେକାରୀ ସମସ୍ୟା ବଢ଼ିବାରେ ଲାଗିଛି। 

  14. 14.ଟେକ୍ନୋଲୋଜି ଯୁଗରେ ଅନ୍‌ଲାଇନ ପେମେଣ୍ଟ ଦ୍ରୁତଗତିରେ ଲୋକପ୍ରିୟ ହେଉଛି। ଅନେକ ଦେଶ ନଗଦହୀନ ପେମେଣ୍ଟକୁ ପ୍ରୋତ୍ସାହିତ କରୁଛନ୍ତି। ତଥାପି ଭାରତ ସମେତ ଅନେକ ଦେଶରେ ଅନେକ ଲୋକ ଏବେ ବି ନଗଦ କାରବାର କରିବାକୁ ପସନ୍ଦ କରନ୍ତି।.

  15. 15.ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ପକ୍ଷରୁ ଶନିବାର ବିଶ୍ୱକପ୍‌ରେ ଭାରତୀୟ ମହିଳା ଦଳର ଓପନର ତଥା ଉପଅଧିନାୟିକା ସ୍ମୃତି ମନ୍ଧାନାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଏମ୍‌ସିଏ ପକ୍ଷରୁ ମନ୍ଧାନାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି। ଭାରତୀୟ ମହିଳା ଦଳର ବିଶ୍ୱକପ୍‌ ବିଜୟରେ ମନ୍ଧାନାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସେ ୮ ମ୍ୟାଚ୍‌ରେ ୫୪.୩୫ ଆଭରେଜରେ ୪୩୪ ରନ କରିଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.