-
1.ଦେଶରେ ସମସ୍ତ ଚାରି ଶ୍ରମ କୋଡ୍ ଲାଗୁ ହୋଇଛି। ସେଗୁଡ଼ିକ ହେଊଛି ମଜୁରି କୋଡ୍ (୨୦୧୯), ଶିଳ୍ପ ସମ୍ପର୍କ କୋଡ୍ (୨୦୨୦), ସାମାଜିକ ସୁରକ୍ଷା କୋଡ୍ (୨୦୨୦) ଏବଂ ବୃତ୍ତିଗତ ସୁରକ୍ଷା, ସ୍ବାସ୍ଥ୍ୟ ଓ କାର୍ଯ୍ୟ ସ୍ଥିତି କୋଡ୍ (୨୦୨୦)। ପୂର୍ବରୁ ପ୍ରଚଳନରେ ଥିବା ୨୯ଟି ଶ୍ରମ ନିୟମ ସ୍ଥାନରେ ଏହି ଚାରି କୋଡ୍ ଲାଗୁ ହୋଇଛି।
-
2.ଆରାବଳୀ ପର୍ବତମାଳା ଅଞ୍ଚଳରେ ନୂଆ ଖଣି ଲିଜ୍କୁ ସୁପ୍ରିମକୋର୍ଟ ନିଷିଦ୍ଧ କରିଛନ୍ତି। ଗୁରୁବାର ପ୍ରଧାନ ବିଚାରପତି ଭୂଷଣ ରାମକୃଷ୍ଣ ଗବଇଙ୍କ ନେତୃତ୍ବାଧୀନ ପୀଠ ଦେଇଥିବା ନିର୍ଦେଶ ଅନୁଯାୟୀ ଆରାବଳୀ ପର୍ବତ ଓ ଏହାର ସଂଲଗ୍ନ ପର୍ବତମାଳାରେ ନୂଆ ଖଣି ଖନନ ପାଇଁ କୌଣସି ଲିଜ୍ ଦିଆଯାଇପାରିବ ନାହିଁ।
-
3.ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆସନ୍ତା ସୋମବାର ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଶପଥ ଗ୍ରହଣ କରିବେ।
-
4.ମେକ୍ସିକୋର ଫାତିମା ବୋଶ୍ ୨୦୨୫ ବର୍ଷ ପାଇଁ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି । ସେ ହେଉଛନ୍ତି ଏହାର ୭୪ ତମ ବିଜୟିନୀ । ଥାଇଲାଣ୍ଡରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏଥିରେ ୧୨୦ଟି ଦେଶର ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ ।
-
5.ସିଡ୍ନୀ - ଅଷ୍ଟ୍ରେଲିଆରେ ନିର୍ଦ୍ଦିଷ୍ଟ ବୟସ ସୀମାଠାରୁ କମ୍ ବୟସ୍କ ପିଲାଙ୍କ ପାଇଁ ଫେସ୍ବୁକ୍ ଏବଂ ଇନଷ୍ଟାଗ୍ରାମ ବନ୍ଦ କରିଦିଆଯିବ ।
-
6.ଶ୍ରମ କୋଡ୍ ଲାଗୁ ହୋଇଥିବାରୁ ସ୍ଥାୟୀ କର୍ମଚାରୀଙ୍କ ଭଳି ଏକ ନିର୍ଦ୍ଦିଷ୍ଟ ମିଆଦର କର୍ମଚାରୀମାନେ ମଧ୍ୟ ଛୁଟି, ମେଡିକାଲ୍ ଓ ସାମାଜିକ ସୁରକ୍ଷା ସୁବିଧା ପାଇବେ। ଏକ ବର୍ଷର ଚାକିରି ପରେ କର୍ମଚାରୀମାନେ ଗ୍ରାଚୁଇଟି ପାଇବାକୁ ଯୋଗ୍ୟ ବିବେଚିତ ହେବେ।
-
7.ଓଡ଼ିଶା ଆଇଟି ନୀତି ୨୦୨୫ର ଏକ ଟପ୍-ଅପ୍ ଭାବେ ଏହା କାର୍ଯ୍ୟ କରିବ। ବିକଶିତ ଓଡ଼ିଶା ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ଏହାର ରୂପରେଖ ପ୍ରସ୍ତୁତ କରାଯାଇଛି। ଏହି ନୀତିରେ ୧୦୦୦ କୋଟି ଟଙ୍କାର ନିବେଶ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି।
-
8.ଓଡିଶା ରାଜ୍ୟ କ୍ୟାବିନେଟ୍ ବୈଠକରେ ୯ଟି ବିଭାଗର ମୋଟ ୧୨ଟି ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପାଇଁ ମଞ୍ଜୁରୀ ମିଳିଛି।
-
9.ଓଡ଼ିଶାର ୨୫ରୁ ଅଧିକ ଗଡ଼ଜାତ ରାଜ୍ୟକୁ ମିଶାଇବାରେ ଡ.ହରେକୃଷ୍ଣ ମହତାବଙ୍କ ଅବଦାନ ରହିଥିଲା। ତାଙ୍କ ପ୍ରଚେଷ୍ଟାକୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ ପୂର୍ଣ୍ଣାଙ୍ଗ ରୂପ ଦେଇଥିଲେ। ସ୍ୱାଧୀନତା ପରେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କର ଦୂରଦୃଷ୍ଟିସଂପନ୍ନ ନେତୃତ୍ବ ଯୋଗୁ ଓଡ଼ିଶାର ବିକାଶ ସମ୍ଭବ ହୋଇଛି।
-
10.ରାଜ୍ୟରେ ରୋଗୀ ପରିବହନ ବ୍ୟବସ୍ଥା ସୁଧୁରିବ। ପାଇଁ ପୁରୁଣା ହୋଇଯାଇଥିବା ଆମ୍ବୁଲାନ୍ସକୁ ବଦଳାଇ ୪୨୮ଟି ନୂଆ ଆମ୍ବୁଲାନ୍ସ ପାଇଁ ସରକାର ଟେଣ୍ଡର କରିଥିଲେ। ଏହି କ୍ରମରେ ଚଳିତମାସ ୨୫ତାରିଖରୁ ଓଡ଼ିଶାକୁ ପର୍ଯ୍ୟାୟକ୍ରମେ ନୂଆ ୧୦୮ ଆମ୍ବୁଲାନ୍ସ ଆସିବା ପ୍ରକ୍ରିୟା ଆରମ୍ଭ ହେବ।
-
11.ଦିବ୍ୟ ସିଂହଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ପରିଚାଳନା କମିଟି ବୈଠକରେ ଏଭଳି ଏକାଧିକ ନିଷ୍ପତ୍ତି ନିଆଯାଇଛି। ଅର୍ଥ ସବ୍କମିଟି ପ୍ରସ୍ତୁତ କରିଥିବା ୧୦୪ କୋଟିର ବଳକା ବଜେଟ୍କୁ ମଧ୍ୟ ପରିଚାଳନା କମିଟି ମୋହର ମାରିଛନ୍ତି।
-
12.ଖାଇବା ତେଲ ବଜାରରେ କିଛି ସଂସ୍ଥା ଏକ ଲିଟରର ପ୍ୟାକେଟ୍ରେ ଅପେକ୍ଷାକୃତ କମ୍ ତେଲ ବିକ୍ରି କରୁଛନ୍ତି। ସାଧାରଣତଃ ଗୋଟିଏ ଲିଟର ପ୍ୟାକେଟ୍ରେ ୯୧୦ ଗ୍ରାମ ତେଲ ରହିଥାଏ। ପ୍ୟାକେଟ୍ର ଓଜନକୁ ମିଶାଇବା ପରେ ତାହାର ଓଜନ ୯୧୬-୯୧୮ ଗ୍ରାମ ପାଖାପାଖି ହୋଇଥାଏ।
-
13.ପାକିସ୍ତାନର ଫୈସଲାବାଦରେ ଭୟଙ୍କର ବିସ୍ଫୋରଣ ଘଟି ଏଯାବତ ୧୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
-
14.୨୩ ନଭେମ୍ବର ଯାଏଁ ଦକ୍ଷିଣ ଆଫ୍ରିକା ଗସ୍ତରେ ମୋଦୀ । ୩ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଜି-୨୦ ଶୀଖର ସମ୍ମିଳନୀରେ ଯୋଗଦେବାକୁ ଦକ୍ଷିଣ ଆଫ୍ରିକା ଅଭିମୁଖେ ଗସ୍ତ କରିଛନ୍ତି ।
-
15. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ ନ୍ୟୁୟର୍କ ସିଟି ମେୟର-ନିର୍ବାଚିତ ଜୋହରାନ ମାମଦାନୀଙ୍କୁ ହ୍ୱାଇଟ୍ ହାଉସରେ ସ୍ୱାଗତ କରିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
