• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଜି-୨୦ ଶିଖର ସମ୍ମିଳନୀ ଅନେକ କାରଣରୁ ସମଗ୍ର ବିଶ୍ବର ଫୋକସ୍‌ରେ ରହିଛି। ଆମେରିକାର ଅସହଯୋଗ ପଦକ୍ଷେପ ଏବଂ ମିଳିତ ଘୋଷଣାପତ୍ର ଜାରି ନକରିବା ପାଇଁ ଦିଆଯାଇଥିବା ସଙ୍କେତକୁ ଦକ୍ଷିଣ ଆଫ୍ରିକା  ରାଷ୍ଟ୍ରପତି ସିରିଲ ରାମାଫୋସା ପ୍ରତ୍ୟାଖ୍ୟାନ କରିଛନ୍ତି।

  2. 2.ଇସ୍ରାଏଲୀ ବିମାନ ଆକ୍ରମଣରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀମାନେ ଶନିବାର ରିପୋର୍ଟ କରିଛନ୍ତି ଯେ ଆକ୍ରମଣରେ ୮୦ରୁ ଅଧିକ ଆହତ ହୋଇଛନ୍ତି।

  3. 3.ଲଣ୍ଡନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବ୍ରିଟିଶ ସାଂସଦମାନଙ୍କୁ ସମ୍ବୋଧିତ କରି ଭାରତୀୟ ବ୍ୟବସାୟୀ ସୁହେଲ କହିଥିଲେ ଯେ ଭାରତ ସେମାନଙ୍କୁ କେବଳ ଇତିହାସ ନୁହେଁ ବରଂ ଆଧୁନିକ ନେତୃତ୍ୱ ଦେଇଛି। "ଆମେ ତୁମକୁ ଋଷି ସୁନକଙ୍କ ରୂପରେ ଜଣେ ମହାନ ପ୍ରଧାନମନ୍ତ୍ରୀ ଦେଇଥିଲୁ, ଏବଂ ଆମେ ତୁମକୁ ଆହୁରି ଦେବୁ।" ଏହା ଶୁଣି ହଲରେ ଉପସ୍ଥିତ ସମସ୍ତ ବ୍ରିଟିଶ ସାଂସଦଙ୍କ ମଧ୍ୟରେ ହାସ୍ୟରୋଳ ଦେଖାଦେଇଥିଲା ।

  4. 4.ଭାରତୀୟ କମ୍ପାନିଗୁଡ଼ିକ ବିଦ୍ୟୁତ୍‌ କାର୍‌ ନିର୍ମାଣ କରିବା ପାଇଁ ମୁଖ୍ୟତଃ ଚୀନ୍‌ ଉପରେ ନିର୍ଭର କରୁଛନ୍ତି। ଭ‌ାରତରେ ବିକ୍ରି ହେଉଥିବା ମାତ୍ର ୧୩ ପ୍ରତିଶତ ବିଦ୍ୟୁତ୍‌ କାର୍‌ ଅର୍ଥାତ୍‌ ପ୍ରତି ୪୬ଟି କାର୍‌ରୁ ମାତ୍ର ୬ଟି ଭାରତ ସରକାରଙ୍କ ଉତ୍ପାଦନ ସହ ଜଡ଼ିତ ପ୍ରୋତ୍ସାହନ (ପିଏଲଆଇ୍‌) ସ୍କିମ୍‌ରେ ରିହାତି ପାଇବାକୁ ଯୋଗ୍ୟ ବୋଲି ଏକ ରିପୋର୍ଟରୁ ଜଣାଯାଇଛି। 

  5. 5.ଅଶୋଧିତ ତୈଳ ଯୋଗାଣ ଚାହିଦାଠାରୁ ବହୁତ ଅଧିକ ହୋଇଯାଇଛି। ଏହା ଯୋଗୁ "କଳା ସୁନା"କୁ ବିଶ୍ବ ବଜାରରେ ବିକ୍ରି କରିବା ପାଇଁ ସମସ୍ୟା ସୃଷ୍ଟି ହୋଇଛି। ତୈଳ ଉତ୍ପାଦନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। କିନ୍ତୁ ବ୍ୟବହାର ସେହି ଧାରାରେ ବୃଦ୍ଧି ପାଉନାହିଁ।

  6. 6.ବିମାନବନ୍ଦର ଏବଂ ଆଖପାଖ ଅଞ୍ଚଳରେ ଡ୍ରୋନ ଆକ୍ରମଣର ବିପଦକୁ ଦୃଷ୍ଟିରେ ରଖି, ଆଇଜିଆଇ ବିମାନବନ୍ଦର ସମେତ ଦେଶର ପ୍ରମୁଖ ବିମାନବନ୍ଦରଗୁଡ଼ିକରେ ଡ୍ରୋନ ପ୍ରତିରୋଧୀ ସିଷ୍ଟମ ସ୍ଥାପନ ପାଇଁ ପ୍ରସ୍ତୁତି ଚାଲିଛି।

  7. 7.ତେଲେଙ୍ଗାନା ପୁଲିସ ନିକଟରେ ଶନିବାର ୩୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ଷ୍ଟେଟ କମିଟିର ସଦସ୍ୟ ଅଛନ୍ତି ।

  8. 8.ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରେଡ ଫେୟାର ଅବସରରେ ଓଡ଼ିଶା ଦିବସରେ  ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

  9. 9.ସୁନ୍ଦରଗଡ଼ା ଜିଲ୍ଲା ଲାଠିକଟା କୁଚେଇତା ନିକଟରେ ତିନି ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରାଯାଇଛି।ରାଉରକେଲାର ସ୍ୱତନ୍ତ୍ର ପୁଲିସକୁ ଚକମାଦେଇ ଖସି ପଳାଉଥିଲା ବେଳେ ପୁଲିସ ଗୁଳି ଚଳାଇଥିଲା

  10. 10.ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶା ଗଠନର ପ୍ରକୃତ ବିନ୍ଧାଣୀ ପ୍ରଜ୍ଞାପୁରୁଷ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବକୁ ବର୍ଷବ୍ୟାପୀ ପାଳନ କରାଯିବ।

  11. 11.ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଗୃହ ବିଭାଗର ମନ୍ତ୍ରୀପଦ ନେବା ପରେ ଅପରାଧୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ମନ୍ତବ୍ୟକୁ ନେଇ ଚର୍ଚ୍ଚା ବଢିଛି । ସମ୍ରାଟ କହିଥିଲେ, ଅପରାଧୀମାନେ ଜେଲରେ ଥିବେ କିମ୍ବା କବରରେ ଥିବେ ।

  12. 12.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ବିଶ୍ୱାସୀ ତଥା ଜର୍ଜିଆର ରିପବ୍ଲିକାନ ପାର୍ଟିର ସାଂସଦ ମାର୍ଜୋରି ଟେଲର ଗ୍ରୀନ୍‌ ସଂସଦ ଗୃହରୁ (କଂଗ୍ରେସ) ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି ।

  13. 13.ଦିଲ୍ଲୀ କ୍ରାଇମବ୍ରାଞ୍ଚ ପାକିସ୍ତାନର ଆଇଏସଆଇ ସହିତ ଜଡିତ ଏକ ବଡ ଅନ୍ତର୍ଜାତୀୟ ଅସ୍ତ୍ରଶସ୍ତ୍ର ରାକେଟର ପର୍ଦ୍ଦାଫାସ କରିଛି । ଏହି ଗ୍ୟାଙ୍ଗ ପାକିସ୍ତାନ ଦେଇ ଭାରତକୁ ତୁର୍କୀ ଏବଂ ଚୀନରେ ତିଆରି ଉଚ୍ଚମାନର ବନ୍ଧୁକ ଯୋଗାଣ କରୁଥିଲା ।

  14. 14.କ୍ସଲ ମୂଳପୋଛ ନେଇ ଓଡ଼ିଶା ପୁଲିସର ବଡ ପଦକ୍ଷେପ । କନ୍ଧମାଳରେ ପୁଲିସ ମହାନିର୍ଦ୍ଦେଶକ ବଡ ସମୀକ୍ଷା କରି କହିଛନ୍ତି ଯେ ୨୦୨୬ ମାର୍ଚ୍ଚ ୩୧ସୁଦ୍ଧା ମାଓଦମନ ଶେଷ ହେବ ।

  15. 15. ଅନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବାଳକ ଓ ବାଳିକା ବର୍ଗର ହକି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ବାଳକରେ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ସ୍କୁଲ ଗୁରୁଣ୍ଡିଆ ବିଜେତା ଓ ମ୍ୟୁନିସିପାଲ ଉଚ୍ଚ ମାଧ୍ୟମିକ ସ୍କୁଲ ଉପବିଜେତା ଏବଂ ବାଳିକା ବର୍ଗରେ କଲ୍ୟାଣୀ ରାୟ ଉଚ୍ଚ ମାଧ୍ୟମିକ ସ୍କୁଲ ବିଜେତା ଓ କିସ୍‌ ଭୁବନେଶ୍ୱର ଉପବିଜେତା ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.