• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି  ମଙ୍ଗଳବାର ଦିନ ଅଯୋଧ୍ୟା ଗସ୍ତ କରିବେ ଏବଂ ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ଶିଖରରେ  ଧ୍ବଜାରୋହଣ କରିବେ।

  2.  2.ଓଡ଼ିଶାରେ ଅବସ୍ଥାପିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲ୍‌ଏସ୍‌) ଓ ଆଇଆଇଟି ଭୁବନେଶ୍ବରର ବୈଜ୍ଞାନିକମାନେ ଯକ୍ଷ୍ମା ନିୟନ୍ତ୍ରଣ ପାଇଁ ଏଚ୍‌ଏସ୍‌ପି ୧୬.୩ଡିସି୪ ଟିକା ବିକଶିତ କରିଛନ୍ତି। ଏହି ଟିକାର ଫର୍ମୁଲାକୁ ଆଜି ମୁମ୍ବାଇସ୍ଥିତ ଟେକ୍‌ଇନ୍‌ଭେନ୍‌ସନ୍‌ ଲାଇଫ୍‌କେୟାର ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। ମୂଷାଙ୍କ ଶରୀରରେ ଏହି ଟିକାର ପ୍ରୟୋଗ ସଫଳ ହୋଇଛି।

  3. 3.ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଗତ ୧୪ଟି ପାଳିରେ ଆସିଥିବା ୧୨ହଜାର ୯୫୦ଟି ଅଭିଯୋଗ ମଧ୍ୟରୁ ୧୨ହଜାର ୩୭୧ଟି ଅଭିଯୋଗର ସମାଧାନ କରାଯାଇଛି। ସମାଧାନ ହାର ରହିଛି ୯୬%। ବଳକା ଥିବା ୫୭୯ଟି ଅଭିଯୋଗ ପ୍ରକ୍ରିୟା ମଧ୍ୟରେ ରହିଛି।

  4. 4.ଗତ ୧୦ବର୍ଷ ମଧ୍ୟରେ ଜାତୀୟ ଅଭିବୃଦ୍ଧି ହାର ଯାହା ରହିଛି, ତାହାଠାରୁ ଓଡ଼ିଶାର ଅଭିବୃଦ୍ଧି ହାର ୨.୨୦ % ଅଧିକ ରହିଛି ବୋଲି ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି।

  5. 5.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ୧୦ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅତିରିକ୍ତ ବଜେଟକୁ ଅନୁମୋଦନ ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।

  6. 6.ଅରୁଣାଚଳପ୍ରଦେଶର ଜଣେ ମହିଳାଙ୍କୁ ସାଂଘାଇ ବିମାନବନ୍ଦରରେ ନିର୍ଯାତନା ଦିଆଯାଇଛି। ବ୍ରିଟେନରେ ରହୁଥିବା ପ୍ରେମା ୱାଙ୍ଗଜମ ଥଙ୍ଗଡକ ନଭେମ୍ବର ୨୧ରେ ଲଣ୍ଡନରୁ ଜାପାନକୁ ଯାତ୍ରା କରୁଥିବାବେଳେ ସାଙ୍ଘାଇ ପୁଡଙ୍ଗ ବିମାନବନ୍ଦରରେ ସେ ୩ ଘଣ୍ଟା ଅଟକିଥିଲେ। 

  7. 7. ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଦୁର୍ବଳରୁ ଅତି ଦୁର୍ବଳ ସ୍ତର ଆଡ଼କୁ ଗତି କରୁଛି। ଖୁବ୍‌ଶୀଘ୍ର ଏକ ଡଲାର ମୂଲ୍ୟ ୯୦ ଟଙ୍କାରୁ ଅଧିକ ହୋଇଯିବା ଆଶଙ୍କା କରାଯାଉଛି। ଗତ ଶୁକ୍ରବାର ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୮୯ ଟଙ୍କା ୪୯ ପଇସା ଥିଲା। 

  8. 8.ରାଜନଗର ବ୍ଲକ କୋଇଲିପୁର ପଞ୍ଚାଯତ ବାରୁଣିପଲ୍ଲା ଗ୍ରାମର ସୀତା ପ୍ରଧାନଙ୍କର ପରଲୋକ ହୋଇଯାଇଛି | ମୃତ୍ୟୁ ବେଳକୁ ତାଙ୍କୁ ୧୦୫ ବର୍ଷ ବୟସ ହୋଇଥିଲା | ଶତାୟୁ ମହିଳା ଧର୍ମ ପରାୟଣ ଓ ସ୍ନେହୀ ମହିଳା ଭାବେ ଗାଁରେ ପରିଚିତ ଥିଲେ |

  9. 9.ଜଣେ ମୋବାଇଲ ଉପଭୋକ୍ତାଙ୍କ ନାମରେ ଜାରି ହୋଇଥିବା ସିମ୍‌ କାର୍ଡର କୌଣସି ପ୍ରକାର ଅପବ୍ୟବହାର ହେଲେ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଦାୟୀ ରହିବେ ବୋଲି ଟେଲିକମ୍ ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି। ଟେଲିକମ୍ୟୁନିକେସନ ଆଇନ ୨୦୨୩ ଅନୁଯାୟୀ ଜାଲ୍‌ ଆଇଏମଇଆଇ ବ୍ୟବହାର କ୍ଷେତ୍ରରେ ଜଣେ ବ୍ୟକ୍ତିକୁ ୩ବର୍ଷ ଜେଲ୍ କିମ୍ବା ୫୦ଲକ୍ଷ ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡିପାରେ।

  10. 10.ଆଫଗାନିସ୍ତାନରେ ୧୪୦୦ ରୁ ଅଧିକ ମିନେରାଲ ଫିଲ୍ଡ ଅଛି ଯେଉଁଥିରେ କ୍ରୋମାଇଟ୍, କୋଇଲା, କପର, ଲୁହା, ସୁନା, ଲିଥିୟମ୍ ଆଦି ଉତ୍ସ ରହିଛି। ଆଫଗାନିସ୍ତାନର ଉଦ୍ୟେଗ ଓ ବାଣିଜ୍ୟ ମନ୍ତ୍ରୀ ଅଲ୍ହାଜ ନୁରଦ୍ଦିନ୍ ଅଜିଜି ଭାରତ ସହିତ ଆର୍ଥିକ ସମ୍ପର୍କ ଗଢିବାକୁ ଆହ୍ବାନ କରିଛନ୍ତି। ଏହା ବ୍ୟାପାର ଓ ନିବେଶକୁ ବିସ୍ତାର କରିବାର ଏକ ସଙ୍କେତ।

  11. 11.ଆଜିଠାରୁ ରାଜ୍ୟରେ ଆରମ୍ଭ ହେବ ଧାନ କିଣା । ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏନେଇ ସୂଚନା ଦେଇଛନ୍ତି ।

  12. 12.ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଓଟିଇଟିର ଆବେଦନ ର ଶେଷ ତାରିଖ ନଭେମ୍ବର ୨୫ ଥିବା ବେଳେ ଏହାର ଆବେଦନର ତାରିଖ ଦୁଇ ଦିନ ଘୁଞ୍ଚା ଯାଇ ୨୭ କୁ ବୃଦ୍ଧି କରାଯାଇଛି ।

  13. 13.ରାଜଧାନୀର ପ୍ରମୁଖ ରାସ୍ତାରେ ଗଡ଼ିଉଠିଥିବା ବ୍ୟବସାୟ କେଦ୍ର , ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ଏବଂ ସହର ଭିତରେ ପ୍ରତ୍ୟେକ ଦିନ ଯାନବାହାନରେ ଯାତୟାତରେ ଅଧକ ମାତ୍ରାରେ ହେଉଥିବାରୁ ରାସ୍ତାରେ ନାହିଁ ନଥିବା ଭିଡ । ଏହାକୁ ଆଖି ଆଗରେ ରଖି କମିଶନରେଟ୍ ପୁଲିସ ପ୍ରମୁଖ ରାସ୍ତାରେ ପାର୍କିଂ ଉପରେ କଟକଣା ଜାରି ହୋଇଛି। 

  14. 14.ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ୍ ଏନ୍‌ଭାଇରନ୍‌ମେଣ୍ଟ ମ୍ୟାନେଜମେଣ୍ଟ୍ ସର୍ଭିସେସ୍ ଦ୍ୱାରା ଆୟୋଜିତ ୧୬ତମ ଜାତୀୟ ସୁରକ୍ଷା କନକ୍ଲେଭ ୨୦୨୫ରେ ଓଡ଼ିଶା ଖଣି ନିଗମକୁ ୨୦୨୪ ବର୍ଷ ପାଇଁ ୫ଟି ପ୍ରତିଷ୍ଠିତ କଳିଙ୍ଗ ସୁରକ୍ଷା ଉତ୍କର୍ଷତା ପୁରସ୍କାରରେ ସମ୍ମାନିତ କରାଯାଇଛି।

  15. 15.ଭାରତୀୟ ମହିଳା କବାଡି ଦଳ ଲଗାତାର ଦ୍ୱିତୀୟ ଥର ପାଇଁ ମହିଳା କବାଡି ବିଶ୍ୱକପ୍ ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିଛି। ବାଂଲାଦେଶର ଢାକାଠାରେ ସୋମବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତୀୟ ଟିମ୍ ୩୫-୨୮ ପଏଣ୍ଟରେ ଚାଇନିଜ୍ ତାଇପେଇକୁ ପରାସ୍ତ କରି ବିଜୟୀ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.