• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆରପାରିରେ ଆମେରିକାର ସନ ଡିଏଗୋ ଚିଡିଆଖାନାର ବୟୋଜ୍ୟେଷ୍ଠ ଗ୍ୟାଲାପାଗୋସ ପ୍ରଜାତିର କଇଁଛ ଗ୍ରେମା । ମୃତ୍ୟୁ ବେଳକୁ କଇଁଛର ବୟସ ୧୪୧ ବର୍ଷ ହୋଇଥିଲା ।

  2. 2.ଆସନ୍ତା ୨୭ ତାରିଖରେ ମହାମହିମ ରାଷ୍ଟପତି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶା ବିଧାନସଭାରେ ଶୀତକାଳୀନ ଅଧିବେଶନକୁ ରାଷ୍ଟପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିବେ।

  3. 3.ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିବାକୁ ମନା କରିଥିବା ଜଣେ ଖ୍ରୀଷ୍ଟିଆନ ସେନା ଅଧିକାରୀଙ୍କ ବରଖାସ୍ତକୁ ମଙ୍ଗଳବାର ସୁପ୍ରିମ୍‌କୋର୍ଟ କାଏମ୍ ରଖିଛନ୍ତି। କୋର୍ଟ କହିଛନ୍ତି ଯେ, ସେନା ଏକ ଅନୁଷ୍ଠାନ ଭାବରେ ଧର୍ମନିରପେକ୍ଷ ଏବଂ ଏହାର ଶୃଙ୍ଖଳା ସହିତ ସାଲିସ କରାଯାଇପାରିବ ନାହିଁ। 

  4. 4.ଅରୁଣାଚଳ ପ୍ରଦେଶ ସମ୍ପର୍କରେ ଚୀନର ଉତ୍ତେଜନାମୂଳକ ବୟାନ ଉପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦୃଢ଼ ପ୍ରତିବାଦ କରିଛି। ଚୀନକୁ ଜବାବ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଏବଂ ଅବିଚ୍ଛେଦ୍ୟ ଅଂଶ। 

  5. 5.ସରକାର ୨୬ ନଭେମ୍ବର ୧୯୪୯ରେ ସମ୍ବିଧାନ ସଭା ଦ୍ୱାରା ସମ୍ବିଧାନ ଗ୍ରହଣକୁ ସ୍ମରଣ କରିବା ପାଇଁ ୨୦୧୫ରୁ ସମ୍ବିଧାନ ଦିବସ ପାଳନ କରିଆସୁଛନ୍ତି। 

  6. 6.ମାଲକାନଗିରିଜିଲ୍ଲା ଏମ୍‌ଭି-୭୯ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଲଲିପପ୍‌ ଦେଇ ୩ ଶିଶୁଙ୍କୁ ଘରେ ଦୁଷ୍କର୍ମ ପରେ ଜଙ୍ଗଲରେ ଲୁଚି ରହିଥିବା ଅଭିଯୁକ୍ତ ନରେନ ରାୟ (୪୭)କୁ ପୁଲିସ ଅଟକ ରଖିଛି।

  7. 7.ବାରବାଟୀ ଷ୍ଟାଡିୟମ୍‌ରେ ନାହିଁ ସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା। ବିଶେଷକରି ବାରବାଟୀ ଷ୍ଟାଡିୟମ୍‌ରେ ଆନ୍ତର୍ଜାତିକ ମ୍ୟାଚ୍‌ ଆସିଲେ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ। ହେଲେ ସ୍ଥାୟୀ ବ୍ୟବସ୍ଥା ନଥିବାରୁ ସ୍ଥାୟୀ ପ୍ରମାଣପତ୍ର କିନ୍ତୁ ମିଳିପାରୁନି।

  8. 8.ପାକିସ୍ତାନୀ ଏୟାର୍ ଷ୍ଟ୍ରାଇକ୍‌ରେ ଆଫଗାନିସ୍ତାନର ନଅ ଜଣ ଶିଶୁ ଓ ଜଣେ ମହିଳା ପ୍ରାଣ ହରାଇଛନ୍ତି। ଆଫଗାନିସ୍ତାନର ତାଲିବାନ ପ୍ରଶାସନ ମଙ୍ଗଳବାର କହିଛି ଯେ, ଏହାର ଜବାବ ଦିଆଯିବ। ରିପୋର୍ଟ ଅନୁସାରେ ପାକିସ୍ତାନ ରାତିସାରା ବୋମାମାଡ଼ କରିବା ଫଳରେ ଶିଶୁ ଓ ମହିଳାଙ୍କ ସମେତ ବହୁଲୋକ ପ୍ରାଣ ହରାଇଛନ୍ତି।

  9. 9.ପୁରୀଜିଲ୍ଲା ନିମାପଡା ସବ୍‌ଜେଲର ଜଣେ ବିଚାରାଧୀନ ବନ୍ଦୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ନେଇ ଦାୟର ମାମଲାର ହାଇକୋର୍ଟ ଶୁଣାଣି କରି ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ତଥା ମୃତକଙ୍କ ପତ୍ନୀଙ୍କୁ ୨୦ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ୬ ସପ୍ତାହ ଭିତରେ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

  10. 10.ଆସାମର ପ୍ରସିଦ୍ଧ ଗାୟକ ଜୁବିନ ଗର୍ଗଙ୍କ ମୃତ୍ୟୁ ଏକ ଦୁର୍ଘଟଣା ନୁହେଁ ବରଂ ଏକ "ହତ୍ୟା" ଥିଲା । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ମଙ୍ଗଳବାର ଦିନ ଏହା କହିଛନ୍ତି ।

  11. 11.ସୁନା ମୂଲ୍ୟ ୧୬୨ଟଙ୍କା ବୃଦ୍ଧି ପାଇ ୧.୨୩ଲକ୍ଷ ଟଙ୍କାରେ ପହଞ୍ଚିଛି । କିଛିଦିନ ସୁନା ମୂଲ୍ୟରେ ହ୍ରାସପରେ ପୁନର୍ବାର ବୃଦ୍ଧି ପାଇଛି । ଇଣ୍ଡିଆ ବୁଲିୟନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ ସୁନା ମୂଲ୍ୟ ୧୬୨ଟଙ୍କା ବୃଦ୍ଧି ପାଇ ପ୍ରତି୧୦ ଗ୍ରାମ ୧,୨୩,୩୦୮ଟଙ୍କାରେ ପହଞ୍ଚିଛି ।

  12. 12.ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆରସି) ଅନୁମୋଦନ କରିଥିବା ଦରଠାରୁ ୟୁନିଟ୍‌ ପିଛା ୩୬ ପଇସା ଅଧିକ ଆଦାୟ କରିଛନ୍ତି ବିତରଣ କମ୍ପାନୀ। ଟାଟାର ୪ ବିତରଣ କମ୍ପାନୀର କାର୍ଯ୍ୟଦକ୍ଷତା ସମୀକ୍ଷା ରିପୋର୍ଟ ୨୦୨୪-୨୫ରୁ ଏହା ଜଣାପଡ଼ିଛି। ୨୦୨୪-୨୫ରେ ଗ୍ରିଡ୍‌କୋର ବ୍ୟବସାୟିକ ଲାଭ ୩୪୭ କୋଟି ଟଙ୍କା ହୋଇଛି।

  13. 13.ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ଵାରା ପୁରୀ ଜିଲ୍ଲା ନିମାପଡ଼ା ଅଧିନସ୍ଥ ତହସିଲ କାର୍ଯ୍ୟାଳୟରେ ଉତ୍କର୍ଷ ଇ-ସେବା ଶୁଭାରମ୍ଭ କରାଯାଇଛି।

  14. 14.ଆସନ୍ତା ବର୍ଷ ଫେବ୍ରୁଆରି ୧୫ ତାରିଖରେ ଭାରତ ଓ ପାକିସ୍ତାନ ଦଳ ଟି –ଟ୍ବେଣ୍ଟି ବିଶ୍ଵକପ ଅବସରରେ ପୁଣି ଖେଳ ମୈଦାନରେ ଏକାଠି ହେବେ । କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ଵଦୀ ମୁହାଁମୁହିଁ ହେବେ।

  15. 15.ଆଗାମୀ ସପ୍ତାହେ ଯାଏ ଓଡ଼ିଶାରେ ବର୍ଷା ନାହିଁ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତାକାଲିଠାରୁ ତାପମାତ୍ରା ୨ରୁ ୩ ଡିଗ୍ରି ଯ‌ାଏ ହ୍ରାସ ପାଇବ। ଫଳରେ ଥଣ୍ଡା ଅନୁଭୂତ ହେବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.