-
1.ପ୍ରଧାନମନ୍ତ୍ରୀ ଇଥିଓପିଆ ସଂସଦକୁ ସମ୍ବୋଧନ କରିଛନ୍ତି । ମୋଦୀ କହିଛନ୍ତି ଯେ ଏହା ମୋ ପାଇଁ ଗର୍ବର ବିଷୟ କି ଲୋକତନ୍ତ୍ରର ମହିନ୍ଦରକୁ ଆସିଛି ।
-
2.ଲୋକସଭାରେ ବୁଧବାର ସଷ୍ଟେନେବଲ୍ ହାର୍ନେସିଙ୍ଗ୍ ଆଣ୍ଡ୍ ଆଡ୍ଭାନ୍ସମେଣ୍ଟ୍ ଅଫ୍ ନ୍ୟୁକ୍ଲିଅର୍ ଏନର୍ଜି ଫର୍ ଟ୍ରାନ୍ସଫର୍ମିଙ୍ଗ୍ ଇଣ୍ଡିଆ (ଭାରତକୁ ପରିବର୍ତ୍ତନ କରିବା ପାଇଁ ପରମାଣୁ ଶକ୍ତିର ସ୍ଥାୟୀ ଉପଯୋଗ ଏବଂ ଉନ୍ନତି (‘ଶାନ୍ତି’) ବିଲ୍, ୨୦୨୫କୁ ଅନୁମୋଦନ ମିଳିଛି।
-
3.ଭାରତ ଏବଂ ଓମାନ ଆଜି (ଡିସେମ୍ବର ୧୮)ରେ ମସ୍କଟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିବେ। ଏହା ଦୁଇ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ବୃଦ୍ଧି କରିବ।
-
4.ଭାରତୀୟ ସେନାକୁ ବଳକା ତିନୋଟି ବୋଇଂ ଆପାଚେ ଆକ୍ରମଣକାରୀ (ଏଏଚ୬୪ଇ) ହେଲିକପ୍ଟର ମିଳିଛି ।
-
5.ଗତ ଅକ୍ଟୋବର ଓ ନଭେମ୍ବର ଭଳି ଏଥର ମଧ୍ୟ ରିଜର୍ଭ ବ୍ୟାଙ୍କ ଦୃଢ଼ ପଦକ୍ଷେପ ନେଇଥିଲା। ଫଳରେ ମୁଦ୍ରା ବିନିମୟ ବଜାରରେ କାରବାର ଆରମ୍ଭ ବେଳକୁ ୯୧ ଟଙ୍କା ସ୍ତର ଅତିକ୍ରମ କରିଥିବା ଟଙ୍କା ମୂଲ୍ୟରେ ଦ୍ରୁତ ସୁଧାର ଘଟି ଏକ ଡଲାର ମୂଲ୍ୟ ୮୯ ଟଙ୍କା ୭୫ ପଇସା ଭଳି ଉନ୍ନତ ସ୍ଥିତିକୁ ଚାଲିଆସିଥିଲା।
-
6.ଭାରତୀୟ ବୀମା କମ୍ପାନିକୁ ବିଦେଶୀ ନିବେଶକମାନେ ସମ୍ପୂର୍ଣ୍ଣ କିଣିପାରିବେ। ବୀମା କ୍ଷେତ୍ରରେ ୧୦୦% ଏଫ୍ଡିଆଇକୁ ଅନୁମତି ଦେବା ସମ୍ପର୍କିତ ‘ସବ୍କା ବୀମା ସବ୍କି ସୁରକ୍ଷା’ ବିଲ୍ ସଂସଦରେ ଗୃହୀତ ହୋଇଛି।
-
7.ରିପୋର୍ଟ ଅନୁଯାୟୀ, ଟେଲିକମ୍ କମ୍ପାନୀଗୁଡ଼ିକ ୨୦୨୬ରେ ସେମାନଙ୍କର 4G ଏବଂ 5G ରିଚାର୍ଜ ପ୍ଲାନର ମୂଲ୍ୟରେ ଯଥେଷ୍ଟ ବୃଦ୍ଧି କରିପାରନ୍ତି। ବାସ୍ତବରେ ୨୦୧୯, ୨୦୨୧ ଏବଂ ୨୦୨୪ ମସିହାରେ ମୋବାଇଲ୍ ରିଚାର୍ଜ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।
-
8.ଆସନ୍ତା ଜାନୁଆରୀ ୬ ତାରିଖରୁ ଚିଲିକା, ନଳବନ, ମଙ୍ଗଳାଯୋଡ଼ି, ହୀରାକୁଦ ଏବଂ ନନ୍ଦନକାନନ ପରି ପ୍ରମୁଖ ସ୍ଥାନମାନଙ୍କରେ ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ଏହି ଗଣନା କାର୍ଯ୍ୟ କରାଯିବ।
-
9.ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଗ୍ରେଟର୍ ବ୍ରହ୍ମପୁର’ ଘୋଷଣା କରିବା ସହ ତୁରନ୍ତ ଡିପିଆର୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୬୦୦୦ କୋଟିରେ ବ୍ରହ୍ମପୁର-ଜୟପୁର ରାସ୍ତା ୬ ଥାକିଆ ହେବ। ୫୨ କୋଟିରେ ବ୍ରହ୍ମପୁର ସହରରେ ରାସ୍ତା ଫିଟିବ।
-
10.ନୂଆବର୍ଷରୁ ରାଜ୍ୟରେ ୧୫ ଲକ୍ଷ ନୂଆ ରାସନ କାର୍ଡ ବଣ୍ଟନ କରାଯିବ। ସରକାରଙ୍କ ପାଖରେ କାର୍ଡର ଅଭାବ ନାହିଁ।
-
11.ଶଙ୍କରପୁରରେ ଦେଢ଼ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ପୁଲିସ ଅଭିଯୁକ୍ତ ଅଶୋକ କୁମାର ବେହେରା(୪୮) କୁ ଗିରଫ କରି ବୁଧବାର ତାକୁ କୋର୍ଟ ଚାଲାଣ କରାଯାଇଛି ।
-
12.ମୁହଁ ଢାଙ୍କି ଶୋଇବାରୁ ଅକ୍ସିଜେନ୍ ସ୍ତର ୧୫-୨୦% ପର୍ଯ୍ୟନ୍ତ ହ୍ରାସ ପାଏ ଏବଂ ଫୁସ୍ଫୁସ୍କୁ ଅକ୍ସିଜେନ୍ ଗ୍ରହଣ କରିବାକୁ ଅଧିକ ପରିଶ୍ରମ କରିବାକୁ ପଡିଥାଏ ବୋଲି ବେଙ୍ଗାଲୁରୁର ସ୍ପର୍ଶ ହସ୍ପିଟାଲ୍ର ପଲ୍ମୋନୋଲୋଜିଷ୍ଟ ବା ଛାତି ରୋଗ ବିଶେଷଜ୍ଞ ଡା. ଶିବରାଜ ଅଜ୍ଜି କାରିୟପ୍ପଲା ଲକ୍ଷ୍ମଣ କହିଛନ୍ତି। ଏହାର ପ୍ରଭାବ ନିଦ ଉପରେ ପଡେ ଯାହାଫଳରେ ନିଦ ବାରମ୍ବାର ଭାଙ୍ଗେ।
-
13.କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଜଗବନ୍ଧୁ ମହାରଣାଙ୍କ ଘରେ ଗୁଣି ଗାରେଡ଼ି ପାଇଁ ୧୦ ଫୁଟ ଗଭୀର ଗାତ ଭିତରେ ପୂଜା ଚାଲିଥିଲା।ଏହି ସମୟରେ ହଠାତ୍ ମାଟି ଧସି ଯାଇଥିଲା। ଫଳରେ ଜଗବନ୍ଧୁ ମାଟି ତଳେ ରହିଯାଇଥିଲେ। ଗ୍ରାମବାସୀମାନେ ଦୁଇ ଗୁଣିଆ ଙ୍କୁ ଅଟକ ରଖିଛନ୍ତି ।
-
14.ଓଡ଼ିଶାର ଜଣାଶୁଣା ସିନେ ପ୍ରଯୋଜକ,ବିତରକ ତଥା ବିଶିଷ୍ଟ ବ୍ୟବସାୟୀ ରବୀନ୍ଦ୍ର ମୋହନ ସାହୁ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା।
-
15.ଉତ୍ତର ଭାରତରେ ଘନ କୁହୁଡ଼ି ଏବଂ ବିଷାକ୍ତ କୁହୁଡ଼ି ତାଣ୍ଡବ ଜାରି ରଖିଛି। ଗତକାଲି ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ କୁହୁଡ଼ି ଯୋଗୁଁ ବାତିଲ କରାଯାଇଥିଲା। ଆମ୍ପାୟର୍ମାନେ ଆଲୋକ ଏବଂ ପିଚ୍ ଅବସ୍ଥାର ୬ ଥର ନୀରିକ୍ଷଣ କରିଥିଲେ। କିନ୍ତୁ ରାତି ୯:୩୦ ସୁଦ୍ଧା ପରିସ୍ଥିତିରେ କୌଣସି ଉନ୍ନତି ନହେବାରୁ ମ୍ୟାଚ୍କୁ ବାତିଲ୍ କରାଯାଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
