-
1.ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସରେ ଆନୁଷ୍ଠାନିକ ଭାବରେ ବହୁ ପ୍ରତୀକ୍ଷିତ ‘ଟ୍ରମ୍ପ୍ ଗୋଲ୍ଡ କାର୍ଡ’ ଭିସା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।
-
2.ଓଡିଶା ବିଧାନସଭାର ନିୟମ କହୁଛି ବର୍ଷକୁ ୬୦ ଦିନ ଗୃହ ଚାଲିବ। ୨୦୧୪ ମସିହାରେ ବିଧାନସଭାର କାର୍ଯ୍ୟବିଧି ଆଇନର ୧୭୭ ଧାରା ସଂଶୋଧନ କରାଯାଇ ଏହି ବ୍ୟବସ୍ଥା କରାଯାଇଥିଲା। ଗତବର୍ଷ ୧୬ ଦିନ ଆଗରୁ ବିଧାନସଭା ବନ୍ଦ କରିଦିଆଯାଇଥିଲା ବେଳେ ଏ ବର୍ଷ ୧୮ ଦିନ ଆଗରୁ ବନ୍ଦ କରାଗଲା।
-
3.ନୂଆ ବର୍ଷ ୨୦୨୬ରେ ୫୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୯ ଲକ୍ଷ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା ମାତ୍ର ଦୁଇ ପ୍ରତିଶତ ବୃଦ୍ଧି ହେବାର ସୂଚନା ମିଳିଛି।
-
4.ଭାରତ ସରକାର ବିଦ୍ୟୁତ୍ ବିଲ୍ ହ୍ରାସ କରିବା ଏବଂ ବିଦ୍ୟୁତ୍ ର ସଠିକ୍ ବ୍ୟବହାର କରିବା ପାଇଁ ସାରା ଦେଶରେ କୃତ୍ରିମ ବୁଦ୍ଧିମତ୍ତା (AI) ସହିତ ଏକ ବଡ଼ ପରୀକ୍ଷଣ କରିବା ପାଇଁ ଯାଉଛନ୍ତି ।
-
5.ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ ଥିବା ଆଠମହଲା ବିଶିଷ୍ଟ କୋଠାରେ ଭୟଙ୍କର ନିଆଁ ଲାଗିଛି। ନିଆଁ କବଳରେ ଅନେକ ଲୁଗା ଦୋକାନ ମଧ୍ୟ ରହିଛି ।
-
6.ଅଷ୍ଟ୍ରେଲିଆ ବିଶ୍ୱରେ ପ୍ରଥମ ଦେଶ ହୋଇଛି ଯିଏକି ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆକୁ ନେଇ ନୂଆ ନିୟମ ଆଣିଛି। ୧୬ ବର୍ଷରୁ କମ୍ ବୟସର ପିଲା ମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି।
-
7.ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ କରାଯାଇଛି। ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସ୍ଥାନ ପାଇଲା ଆଲୋକର ପର୍ବ ଦୀପାବଳି।
-
8.ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍ କ୍ଲବରେ ଗତ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟି ୨୫ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ନାଇଟ୍ କ୍ଲବର ମାଲିକ ତଥା ଦୁଇ ଭାଇ ସୌରଭ ଓ ଗୌରବ ଲୁଥ୍ରା ଦେଶଛାଡି ଥାଇଲାଣ୍ଡ ପଳାଇଛନ୍ତି।
-
9.ବିଧାୟକ ଓ ସାଂସଦ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିବା ପ୍ରସଙ୍ଗକୁ ଅଦାଲତୀ ଝଟକା ଲାଗିଛି। ଏ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ମେ’୧୩ରେ ପ୍ରାଥମିକ ଶିକ୍ଷା ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଲେଖାଯାଇଥିବା ଚିଠିକୁ ହାଇକୋର୍ଟ ରଦ୍ଦ କରିଛନ୍ତି।
-
10.ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ବୁଧବାର ଗୃହକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟର ସମସ୍ତ ବୈଦ୍ୟୁତିକ ଯାନ (ଇ-ଯାନ)କୁ ଦିଆଯାଇଥିବା ଟୋଲ୍ ଛାଡ଼ ଆଠ ଦିନ ମଧ୍ୟରେ କାର୍ଯ୍ୟକାରୀ କରାଯାଉ।
-
11.ନ୍ୟାସନାଲ ମେଡିକାଲ ଜର୍ଣ୍ଣାଲ ଅଫ୍ ଇଣ୍ଡିଆରେ ଚଳିତ ମାସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ପ୍ରତି ସାତ ଜଣ ସ୍କୁଲ ଛାତ୍ରଙ୍କ ମଧ୍ୟରୁ ଜଣେ ନିଶା ଜାଲରେ ପଡ଼ିଛନ୍ତି। ଏହି ଅଧ୍ୟୟନରେ ରାଜଧାନୀ ଦିଲ୍ଲୀ ସହିତ ବେଙ୍ଗାଲୁରୁ, ମୁମ୍ବାଇ, ଚଣ୍ଡିଗଡ଼, ହାଇଦ୍ରାବାଦ, ଲକ୍ଷ୍ନୌ, ଇମ୍ଫାଲ, ଜମ୍ମୁ, ଦିବ୍ରୁଗଡ଼ ଏବଂ ରାଞ୍ଚିର ୧୪-୧୭ ବର୍ଷ ବୟସର ୫,୯୨୦ ପିଲା ସାମିଲ ହୋଇଥିଲେ।
-
12.ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
-
13.ଆନ୍ଧ୍ରପ୍ରଦେଶର ବିଶ୍ୱ ପ୍ରସିଦ୍ଧ ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟରେ ଏକ ବଡ଼ ଧରଣର ଦୁର୍ନୀତି ଯାହା ୨୦୧୫ ରୁ ୨୦୨୫ ମଧ୍ୟରେ ଘଟିଛି। ଟେଣ୍ଡରରେ ଶୁଦ୍ଧ ମଲବେରୀ ରେଶମ ଶାଲ୍ ଯୋଗାଇବା ପରିବର୍ତ୍ତେ ଏକ ଠିକାଦାର ୧୦୦% ପଲିଷ୍ଟର ଶାଲ୍ ଯୋଗାଇ ୫୪ କୋଟି ଟଙ୍କାର ହେରଫେର କରିଥିବା ଅଭିଯୋଗ ହୋଇଛି।
-
14.କୋରାପୁଟ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ତଳକୁ ଖସିବା ପରେ କୋରାପୁଟର ରାଜୁଗୁଡ଼ାରେ ଚଳିତବର୍ଷର ପ୍ରଥମ ତୁଷାରପାତ ଦେଖିବାକୁ ମିଳିଛି। ରାଜୁଗୁଡ଼ା ଗ୍ରାମର ଧାନଖଳାରେ ଥିବା ଧାନ କେଣ୍ଡା ଉପରେ ମଙ୍ଗଳବାର ରାତିରେ ତୁଷାରପାତ ହୋଇଥିଲା।
-
15.ଶିମିଳିପାଳ ଦକ୍ଷିଣ ବନ୍ୟଜନ୍ତୁ ବିଭାଗ ପକ୍ଷରୁ AI ଯୁକ୍ତ ଇନଫ୍ରାରେଡ୍ କ୍ୟାମେରା ଓ ଟ୍ରାପ୍ କ୍ୟାମେରା ଲଗାଯିବା ପରେ ଶିକାରୀଙ୍କ ଗତିବିଧି ଉପରେ କଡ଼ା ନଜର ରହିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
