• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.୨୦୨୪-୨୫ ଆର୍ଥିକ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ପର୍ଯ୍ୟଟନ ମନ୍ତ୍ରଣାଳୟ ଓଡ଼ିଶାର ହୀରାକୁଦ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୯୯ କୋଟି ୯୦ ଲକ୍ଷ ଟଙ୍କା ଏବଂ ସାତକୋଶିଆର ବିକାଶ ଲାଗି ୯୯ କୋଟି ୯୯ ଲକ୍ଷ ଟଙ୍କା ମଞ୍ଜୁର କରିଛି। ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୩୧.୯୨ କୋଟି ଟଙ୍କା ଜାରି କରାଯାଇଛି।

  2. 2.ମଧ୍ୟପ୍ରଦେଶ ଏବେ ମାଓ ହିଂସାରୁ ମୁକ୍ତ। ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଛତିଶଗଡ଼ ଜୋନରେ ସକ୍ରିୟ ସମସ୍ତ ୪୨ ଜଣ ମାଓବାଦୀ ୪୨ ଦିନ ମଧ୍ୟରେ ଆତ୍ମସମର୍ପଣ କରିଛନ୍ତି।

  3. 3.କ୍ରେମଲିନ୍ ବିବୃତ୍ତି ଅନୁଯାୟୀ, ପୁଟିନ୍ ଭେନେଜୁଏଲା ପ୍ରତି ରୁଷର ସମର୍ଥନକୁ ପୁନଃନିର୍ମାଣ କରିଛନ୍ତି।

  4. 4.ମ୍ୟାମାରର ପଶ୍ଚିମ ରାଖାଇନ ରାଜ୍ୟର ମ୍ରାଉକ୍‌ ୟୁ ସହରରେ ଥିବା ଏକ ସରକାରୀ ହସ୍ପିଟାଲ୍ ଉପରେ ସାମରିକ ବିମାନର ଆକ୍ରମଣରେ ଅତି କମରେ ୩୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୦ରୁ ଅଧିକ ଆହତ ହୋଇଛନ୍ତି।

  5. 5.ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିଛି ମେକ୍ସିକୋ। ଆସନ୍ତା ୨୦୨୬ରୁ ଏହି ନୂଆ ବର୍ଦ୍ଧିତ ଶୁଳ୍କ ଲାଗୁ ହେବ।

  6. 6. ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ଭରମୌରସ୍ଥିତ ତାଣ୍ଡାର ଘଞ୍ଚ ଜଙ୍ଗଲରେ ଏକ ବିରଳ "ଧଳା ମାଙ୍କଡ଼" ଦେଖାଦେଇଛି। ପ୍ରଥମ ଥର ପାଇଁ ଏଭଳି ଏକ ମାଙ୍କଡ଼ ଦେଖାଯାଇଛି। 

  7. 7.ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ଉନ୍ନତ ପ୍ରଯୁକ୍ତିବିଦ୍ୟା ବିକ୍ରୟକରିବାକୁ ଅନୁମୋଦନ ଦେଇଛି ।

  8. 8.ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମହାନିର୍ଦେଶକ ଫୈଜ ହମୀଦଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି।

  9. 9.ସମ୍ବାଦର ଜୟପୁର ସଂସ୍କରଣର ସବ୍ ଏଡିଟର ଯୁବ ସାମ୍ବାଦିକ ଅଶୋକ ପଲେଇଙ୍କର ଏକ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇ ଯାଇଛି।

  10. 10.ଓଡ଼ିଶାରେ ଶୀତ ଲହରୀ ବଢ଼ିବାରେ ଲାଗିଛି।  ସେମିଲିଗୁଡ଼ାରେ ତାପମାତ୍ରା ରେକର୍ଡ ସର୍ବନିମ୍ନ ୩ ଡିଗ୍ରି ସେଲସିୟସକୁ ଖସି ଆସିଛି। ସେହିପରି ରାଜଧାନୀ ଭୁବନେଶ୍ଵରର ତାପମାତ୍ରା   ୧୩ ଡିଗ୍ରି ସେଲସିୟସ୍ ରହିଛି।

  11. 11.ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର କୃଷି ଭବନରେ ନାଗରିକତା (ସଂଶୋଧନ) ଆଇନ,୨୦୧୯ ଅନୁଯାୟୀ ବିଭିନ୍ନ ଦେଶରୁ ଆସିଥିବା ୩୫ ଜଣ ଆବେଦନ କାରୀଙ୍କୁ ନାଗରିକତା ପ୍ରମାଣ ପତ୍ର ପ୍ରଦାନ କରାଯାଇଛି।

  12. 12.ଘରୋଇ ଏୟାରଲାଇନ୍ସ ସ୍ପାଇସ୍ ଜେଟ୍‌ ପର୍ଯ୍ୟଟନ ଋତୁର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ପାଇସ୍ ଜେଟ୍ ଅଧିକ ୧୦୦ଟି ବିମାନ ଉଡାଣ କରିବ।

  13. 13.ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)ଙ୍କ  କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା ଭୁବନେଶ୍ବରରେ ଖୋଲିବ। ଏ ସମ୍ପର୍କିତ ପ୍ରସ୍ତାବକୁ ସିଏଜିଙ୍କ ମଞ୍ଜୁରି ମିଳିଛି। ଆସନ୍ତା ବର୍ଷ ଏପ୍ରିଲ ୧୫ରୁ ତାହା କାର୍ଯ୍ୟକ୍ଷମ ହେବ।

  14. 14.କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ପକ୍ଷରୁ ବ୍ରହ୍ମପୁର ଓ ବାଲେଶ୍ବରରେ ହସ୍ପିଟାଲ୍ ସ୍ଥାପନ କରିବା ଲାଗି ଜମି ଅଧିଗ୍ରହଣକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଉଭୟ ସ୍ଥାନରେ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ନିର୍ମାଣ କରିବା ଲାଗି ୫ ଏକର ଲେଖାଏଁ ଜମି ଅଧିଗ୍ରହଣ କରାଯାଉଛି।

  15. 15.କଶ୍ମୀରର ଅନେକ ଅଂଶକୁ ପତଳା କୁହୁଡ଼ି ଘୋଡାଇ ଦେଇଛୀ। ଜୋଜି ଲା ପାସରେ ସର୍ବନିମ୍ନ ତାପମାତ୍ରା -୧୮.୦ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିଲା। ଜମ୍ମୁରେ ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରି ସେଲସିୟସ ଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.