• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭାରତରେ ଯୁବପିଢିଙ୍କ ମଧ୍ୟରେ ଅଚାନକ ହେଉଥିବା ମୃତ୍ୟୁକୁ ନେଇ ଚିନ୍ତା ପ୍ରକାଶ ପାଉଥିବାବେଳେ ଏହା ପଛରେ କୋଭିଡ୍ ଟୀକା ଥିବା କେତେକ ମହଲରେ ସଂଦେହ କରାଯାଉଛି। କିନ୍ତୁ ଏମ୍ସ-ଆଇସିଏମଆର ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରେ ଏହାକୁ ଖାରଜ କରାଯାଇଛି ।
  2. 2.ନେପାଳରେ ୨୦୦ ଏବଂ ୫୦୦ ଟଙ୍କାର ଭାରତୀୟ ମୁଦ୍ରା ନୋଟ୍ ଏବେ ଚାଳିବ।

  3. 3.ଅଷ୍ଟ୍ରେଲିଆରାଜଧାନୀ ସିଡନୀର ବଣ୍ଡି ବିଚ୍‌ରେ ରବିବାର ସନ୍ଧ୍ୟାରେ ଇହୁଦୀମାନଙ୍କ ଏକ ଉତ୍ସବ ଉପରେ ଦୁଇ ଜଣ ଆତଙ୍କବାଦୀ ଆଖିବୁଜା ଗୁଳିବର୍ଷା କରିବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ ଜଣ ଆହତ ହୋଇଛନ୍ତି। 

  4. 4. ଅଟିଜିମ୍ ଏବଂ ଅନ୍ୟାନ୍ୟ ବୌଦ୍ଧିକ ଅକ୍ଷମତା ଥିବା ଲୋକଙ୍କ ଯତ୍ନ, ପୁନର୍ବାସ ଏବଂ ସୁରକ୍ଷା ପାଇଁ ବ୍ୟାପକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ପାଇଁ ଏକ ଜାତୀୟ ବିଶେଷଜ୍ଞ କମିଟି ଗଠନ ପାଇଁ ଏକ ଆବେଦନର ସୁପ୍ରିମକୋର୍ଟ ଆଜି (ସୋମବାର) ଶୁଣାଣି କରିବେ।

  5. 5.ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବା ନ୍ୟାୟିକ ବ୍ୟବସ୍ଥାର ଲକ୍ଷ୍ୟ ହେବା ଉଚିତ। ଆଇନଗତ ତତ୍ତ୍ବ‌ରେ ନୁହେଁ ସାଧାରଣ ନାଗରିକଙ୍କ ଜୀବନ୍ତ ଅନୁଭବରେ ଅଦାଲତର ଅସଲୀ ପରୀକ୍ଷା ନିହିତ ଥାଏ। ସମୟରେ ସାଧାରଣ ଲୋକଙ୍କୁ ନ୍ୟାୟ ମିଳିବା ଉଚିତ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜ‌ଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି।

  6. 6.ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିବା ଯାତ୍ରୀଙ୍କୁ କ୍ଷତିପୂରଣ ବାବଦରେ ଇଣ୍ଡିଗୋ ଏୟାରଲାଇନ୍ସ କର୍ତ୍ତୃପକ୍ଷ ୫୦୦ କୋଟି ଟଙ୍କାରୁ ଅଧିକ ପ୍ରଦାନ କରିବେ ବୋଲି ଜଣାପଡିଛି।

  7. 7.ଭୋଟରଙ୍କ ନିକଟରୁ ଏନୁମେରେସନ ଫର୍ମ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଇସିଙ୍କ ପକ୍ଷରୁ ଚିଠା ତାଲିକା ପ୍ରକାଶ କରାଯାଇଛି। ତଦନୁଯାୟୀ ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନମଣ୍ଡଳୀ ଭବାନୀପୁରରେ ୪୪,୪୭୭ ଭୋଟରଙ୍କ ନାମ ତାଲିକାରୁ ବାଦ ପଡିଥିବା ଜଣାପଡିଛି।

  8. 8.ବିଜେପି ସଂସଦୀୟ ବୋର୍ଡ ବିହାର କ୍ୟାବିନେଟ୍ ମନ୍ତ୍ରୀ ନିତିନ ନବୀନଙ୍କୁ ଜାତୀୟ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛି।

  9. 9.କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା ଝିଅକୁ ଜନ୍ମଦାତ୍ରୀ ବଳି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦା ଘର ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ସଂପୃକ୍ତ ନାବାଳିକାକୁ ଉଦ୍ଧାର କରି ଜଣେ ପଡ଼ୋଶୀଙ୍କ ଘରେ ରଖିଛନ୍ତି।

  10. 10.ଦେଶ ସ୍ଵାଧୀନତାର ୭୭ବର୍ଷ ପରେ ବି ଓଡିଶା ରାଜ୍ୟର ୬,୭୦୪ଟି ଗାଁକୁ ରାସ୍ତା ସଂଯୋଗ ହୋଇପାରିଲା ନାହିଁ। ଉନ୍ନତ ଜିଲା କୁହାଯାଉଥିବା ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଆଦି ଜିଲାର କେତେକ ଗାଁକୁ ରାସ୍ତା ନାହିଁ।

  11. 11.ମହମ୍ମଦ ମୋକିମ୍ ଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ଲାଗି କଂଗ୍ରେସରୁ ବହିଷ୍କୃତ କରାଯାଇଛି ।  

  12. 12.କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ  ବିଜେପିର ଉତ୍ତରପ୍ରଦେଶ  ସଭାପତି ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି।

  13. 13.୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ ଧୂଳି ଚଟାଇ ଦେଇଛି। ଭାରତୀୟ ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିବାରେ ବିଫଳ ହୋଇଛନ୍ତି ଦକ୍ଷିଣଆଫ୍ରିକା ବ୍ୟାଟ୍ସମ୍ୟାନ। ଯାହାଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୧୭ ରନ କରି ଅଲଆଉଟ ହୋଇଯାଇଛି।

  14. 14.ଆର୍ଜେଣ୍ଟିନା ଫୁଟବଲ ସୁପର୍‌ଷ୍ଟା‌ର ଲିଓନେଲ୍‌ ମେସିଙ୍କ କୋଲକାତା ସଲ୍ଟ ଲେକ୍‌ କାର୍ଯ୍ୟକ୍ରମରେ ଘଟିଥିବା ବ୍ୟାପକ ଭଙ୍ଗାରୁଜା ମାମଲାରେ ଆୟୋଜକ ଶତଦ୍ରୁ ଦତ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଛି।

  15. 15.ଆଗାମୀ ଦୁଇ ଦିନ ପାଇଁ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ପୂର୍ବ ଉତ୍ତର ପ୍ରଦେଶ ଏବଂ ଉତ୍ତର-ପୂର୍ବ ମଧ୍ୟପ୍ରଦେଶରେ ଘନ କୁହୁଡ଼ି ହେବାର ସମ୍ଭାବନା ଅଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.