• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭିବି-ଜି ରାମ ଜି (ବିକଶିତ ଭାରତ-ରୋଜଗାର ଏବଂ ଆଜୀବିକା) ବିଲ୍ କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହୋଇଛି।

  2. 2.ବାଂଲାଦେଶରେ ଏବେ ଭାରତ ବିରୋଧୀ ହାଓ୍ବା ଚରମରେ ରହିଛି । ସେଠାକାର ଜନତା ନିଜ ଦେଶର ଦୁର୍ଗତି ପାଇଁ ଭାରତକୁ ଦୋଷ ଦେଉଛନ୍ତି । ଏଥିପାଇଁ ସେଠାରେ ଥିବା ଭାରତୀୟ ଉଚ୍ଚାୟୋଗ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରୁଛନ୍ତି । ଭାରତୀୟ ଉଚ୍ଚାୟୋଗ ଉପରେ ପଥର ମାଡ଼ ବି ହେଉଛି ।

  3. 3.ପରିସଂସ୍ଥାନ ସରକ୍ଷଣ ପାଇଁ ସିଏସ୍‌ଆର୍‌ ପାଣ୍ଠି ଖର୍ଚ୍ଚ ବାଧ୍ୟତାମୂଳକ ବୋଲି ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍‌)କୁ ପରିବେଶ ଦାୟିତ୍ୱରୁ ଅଲଗା କରାଯାଇପାରିବ ନାହିଁ।

  4. 4.ଟେସ୍‌ଲାର ମୁଖ୍ୟ ଏଲନ୍‌ ମସ୍କ ଦୁନିଆର ପ୍ରଥମ ବ୍ୟକ୍ତି ଯାହାଙ୍କ ପାଖରେ ୭୫୦ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତି ରହିଛି। ଭାରତୀୟ ମୁଦ୍ରାରେ ମସ୍କଙ୍କ ସମ୍ପତ୍ତି ପରିମାଣ ହେଉଛି ୬୭.୧୮ ଲକ୍ଷ କୋଟି ଟଙ୍କା। ଗତ ୪ ଦିନରେ ତାଙ୍କ ସମ୍ପତ୍ତିରେ ୧୩.୪୬ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି।

  5. 5.ଭାରତୀୟମାନେ ଚୀନ୍ ଭିସା ପାଇଁ ଅନଲାଇନରେ ଆବେଦନ କରିପାରିବେ। ଦିଲ୍ଲୀରେ ଥିବା ଚୀନ୍ ଦୂତାବାସ ଏକ ଅନଲାଇନ୍ ଭିସା ୱିଣ୍ଡୋ ଆରମ୍ଭ କରୁଛି।

  6. 6.କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆଜି ଆରାବଳୀ ପର୍ବତମାଳାକୁ ନେଇ ଚାଲିଥିବା ବିତର୍କ ଏବଂ ଦ୍ୱନ୍ଦ୍ୱକୁ ସ୍ପଷ୍ଟ କରିଛନ୍ତି। ସେ  କହିଛନ୍ତି, ଆରାବଳୀ ପର୍ବତମାଳା ଅଞ୍ଚଳରେ କୌଣସି କୋହଳ ଗ୍ରହଣ କରାଯାଇ ନାହିଁ। ସରକାର ସୁପ୍ରିମକୋର୍ଟଙ୍କ ପରାମର୍ଶ ଓ ନିୟମକୁ ସମର୍ଥନ କରିଛନ୍ତି। କଠୋର ଖଣିଜ ଖନନ ଆଇନକୁ ବଳବତ୍ତର ରଖାଯାଇଥିବା ସେ ସୂଚନା ଦେଇଛନ୍ତି।

  7. 7.ମହାରାଷ୍ଟ୍ର ପୌର ପରିଷଦ ଏବଂ ନଗର ପଞ୍ଚାୟତ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ମହାଯୁତି ମେଣ୍ଟ ମୋଟ ୨୮୮ ଆସନରୁ ୨୧୭ଟି ଜିତିଛି। ସେପଟେ ବିରୋଧୀ ମହା ବିକାଶ ଆଗାଡିର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି।

  8. 8.ଯାତ୍ରୀଙ୍କ ଯାତ୍ରା ଡିସେମ୍ବର ୨୬ ତାରିଖରୁ ମହଙ୍ଗା ହେବାକୁ ଯାଉଛି। ରେଳବାଇ ଅନୁଯାୟୀ, ୨୧୫ କିଲୋମିଟର ପର୍ଯ୍ୟନ୍ତ ସାଧାରଣ ଶ୍ରେଣୀ ଯାତ୍ରା ପାଇଁ ଭଡ଼ା ବୃଦ୍ଧି କରାଯାଇ ନାହିଁ, କିନ୍ତୁ ଏହାଠାରୁ ଅଧିକ ଦୂରତା ପାଇଁ, ସାଧାରଣ ଶ୍ରେଣୀରେ ପ୍ରତି କିଲୋମିଟର ପାଇଁ ଅତିରିକ୍ତ ୧ ପଇସା ଆଦାୟ କରାଯିବ। ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ, ନନ୍-ଏସି ଏବଂ ଏସି ଉଭୟ ଶ୍ରେଣୀରେ ପ୍ରତି କିଲୋମିଟରରେ ଦୁଇ ପଇସା ଭଡ଼ା ବୃଦ୍ଧି କରାଯାଇଛି।

  9. 9.ସୀମା ସୁରକ୍ଷା ବଳ (BSF) କନଷ୍ଟେବଳ ନିଯୁକ୍ତିରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ କୋଟାକୁ ୧୦ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛି ।

  10. 10.ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ନିକଟସ୍ଥ ଏକ ଟାଉନସିପରେ ଅଜଣା ବନ୍ଧୁକଧାରୀମାନେ ଆଖିବୁଜା ଗୁଳିମାଡରେ ୧୦ଜଣ ପ୍ରାଣ ହରାଇବା ସହ ୧୦ଜଣ ଆହତ ହୋଇଥିବା ସୂଚନା ମିଳିଛି ।

  11. 11.ମୋହନ ଭାଗବତ କହିଛନ୍ତି ଯେ, ବାଂଲାଦେଶରେ ହିନ୍ଦୁଙ୍କ ସଂଖ୍ୟା କମ୍‌। ସେଠାର ପରିସ୍ଥିତି ଅତ୍ୟନ୍ତ ଜଟିଳ। ତେଣୁ ସେଠାରେ ହିନ୍ଦୁମାନଙ୍କୁ ଏକଜୁଟ ହୋଇ ରହିବାକୁ ପଡ଼ିବ। ସାରା ବିଶ୍ଵର ହିନ୍ଦୁମାନେ ସେମାନଙ୍କୁ ସହଯୋଗ କରିବା ଉଚିତ।

  12. 12.ଏସିଆ ମହାଦେଶରେ ଯାଜପୁର ସୁକିନ୍ଦା ଅଞ୍ଚଳରେ ସର୍ବାଧିକ କ୍ରୋମାଇଟ୍‌ ଗଚ୍ଛିତ ରହିଛି  । ପ୍ରାୟ ୬-୭ ଦଶନ୍ଧି ଧରି ଏହି ଅଞ୍ଚଳରୁ ଅନେକ କମ୍ପାନି କ୍ରୋମାଇଟ୍‌ ଉତ୍ତୋଳନ କରିଆସୁଛନ୍ତି।

  13. 13.ରାହାମା ଫରେଷ୍ଟ ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟ ଗିରଫ ହୋଇଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି।

  14. 14.ଅନୁଗୁଳ ସାଇବର ଥାନା ଅଧିକାରୀ ଇନ୍‌ସ୍ପେକ୍ଟର ଖଲେଶ୍ବର ସେଠୀଙ୍କୁ  ଗତ ୧୮ ତାରିଖ ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଥାନା କାମ ସାରି ଫେରୁଥିଲେ। ତାଙ୍କୁ ରାତି ଅଧରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରାଯାଇଛି।

  15. 15.୧୯ ବର୍ଷରୁ କମ ପୁରୁଷ ଦିନିକିଆ ଏସିଆ କପରେ ଭାରତକୁ ୧୯୧  ରନରେ ଶୋଚନୀୟଭାବେ ପରାସ୍ତ କରିଛି ପାକିସ୍ତାନ । ଏହି ମ୍ୟାଚର ପାକିସ୍ତାନ ପକ୍ଷରୁ ଭାରତ ଆଗରେ ୩୪୮ ରନର ଏକ ବିଶାଳ ଲକ୍ଷ୍ୟ ରଖିଥିଲେ ବି ଭାରତୀୟ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୫୬ ରନ କରି ଅଲଆଉଟ ହୋଇଯାଇଥିଲା ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.