• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ତଥ୍ୟ ଅନୁସାରେ ଆଠ ମାସରେ ରାଜ୍ୟରେ ୧୬ ଲକ୍ଷରୁ ଅଧିକ ନୂଆ ମୋବାଇଲ୍ ଗ୍ରାହକ ସୃଷ୍ଟି ହୋଇଛନ୍ତି।

  2. 2.ଦୀର୍ଘ ତିରିଶ ବର୍ଷର ବ୍ୟବଧାନ ପରେ ସାଉଦି ଆରବରେ ତୁଷାରପାତ ଘଟିଥିବା ଜଣାପଡିଛି। ଅତ୍ୟଧିକ ଗରମ ଏବଂ ମରୁଭୂମି ପାଇଁ ପରିଚିତ ଲାଭ କରିଥିବା ସାଉଦି ଆରବରେ ତୁଷାରପାତ ଘଟିବା ନିଶ୍ଚିତଭାବେ ଏକ ବିରଳ ଘଟଣା।

  3. 3.ନିର୍ବାଚନ ଆୟୋଗଙ୍କ ୱେବସାଇଟ୍‌ରେ ଉପଲବ୍ଧ ତଥ୍ୟ ଅନୁଯାୟୀ ବିଜେପିକୁ ସର୍ବାଧିକ ୬୬୫୪.୯୩ କୋଟି ଟଙ୍କାର ଚାନ୍ଦା ମିଳିଛି। ବିଜେପି ପଛକୁ କଂଗ୍ରେସ ୫୨୨.୧୩ କୋଟି, ତୃଣମୂଳ କଂଗ୍ରେସକୁ ୧୮୪.୦୮ କୋଟି, ଭାରତ ରାଷ୍ଟ୍ର ସମିତିକୁ ୧୫.୦୯କୋଟି, ଆମ ଆଦମୀ ପାର୍ଟି (ଆପ୍)କୁ ୩୯.୨କୋଟି, ତେଲୁଗୁ ଦେଶମ ପାର୍ଟିକୁ ୮୫.୨ କୋଟି ଓ ବିଜୁ ଜନତା ଦଳ (ବିଜେଡି)କୁ ୬୦ କୋଟି ଟଙ୍କା ଚାନ୍ଦା ମିଳିଛି।

  4. 4.ପଞ୍ଜାବର ପୂର୍ବତନ ଆଇଜି ତଥା ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅମର ସିଂହ ଚହଲ ସୋମବାର ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅନଲାଇନ ଠକେଇ ଯୋଗୁ ଆର୍ଥିକ କ୍ଷତି କାରଣରୁ ସେ ମାନସିକ ସ୍ତରରେ ଅସହାୟ ହୋଇପଡ଼ିଥିଲେ। ପୁଲିସ ସମସ୍ତ ଦିଗକୁ ଦୃଷ୍ଟିରେ ରଖି ତଦନ୍ତକୁ ଅଗ୍ରସର କରିଛି।

  5. 5.ଜାତୀୟ ପରୀକ୍ଷା ସଂସ୍ଥା(ଏନଟିଏ) ଦ୍ଵାରା ଗତ ୧୮ ତାରିଖରେ ସିଏସଆଇଆର ୟୁଜିସି ନେଟ୍ ୨୦୨୫ ପରୀକ୍ଷା ଆୟୋଜିତ ହୋଇଥିଲା। ତେବେ ଏହାର ଦିନକ ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭି​‌ଯୋଗ ​ହୋଇଛି।

  6. 6.ରୁଷ୍‌ ସେନାର ବରିଷ୍ଠ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ଫାନିଲ ସର୍ଭାରୋଭ୍‌ ସୋମବାର ଏକ କାର୍‌ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିବା ଜଣାପଡିଛି।

  7. 7.ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲା ମୀନାଗଟ୍ଟା ଜଙ୍ଗଲରେ ଯବାନଙ୍କ ପକ୍ଷରୁ ତଲାସି ଅଭିଯାନ ବେଳେ ମାଓ ଅସ୍ତ୍ରଶସ୍ତ୍ର କାରଖାନା ଧ୍ୱଂସ କରାଯାଇଛି।

  8. 8.ରାଜ୍ୟରେ ଗଠନ ହେବ ଆଉ ୨୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି) ଏବଂ ୫ଟି ପୌର ପରିଷଦ। ଏ ନେଇ ସରକାରଙ୍କ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି।

  9. 9.ତିନି ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ସିବିଆଇ ପକ୍ଷରୁ ଶନିବାର ସେନାରେ କାର୍ଯ୍ୟରତ ଦୀପକ କୁମାର ଶର୍ମା ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ ଗିରଫ କରାଯାଇଛି। ବେଙ୍ଗାଲୁରୁର ଏକ ଫାର୍ମ ନିକଟରୁ ଦୀପକ ୩ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ଗୁଇନ୍ଦା ସୂଚନାକୁ ଆଧାର କରି ସିବିଆଇ ତାଙ୍କୁ ଗିରଫ କରିଛି।

  10. 10.କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜର୍ମାନୀରେ କହିଛନ୍ତି ଯେ "ମେଡ୍ ଇନ୍ ଚାଇନା" ଗଣତାନ୍ତ୍ରିକ ଦେଶଗୁଡ଼ିକରେ ନିଯୁକ୍ତି ସୃଷ୍ଟିକୁ ଦୁର୍ବଳ କରିଛି, ଯାହା ରାଜନୈତିକ ଅସ୍ଥିରତାକୁ ପ୍ରୋତ୍ସାହିତ କରିଛି ବୋଲି ସେ କହିଛନ୍ତି।

  11. 11.ରାଜ୍ୟରେ ଗତ ୭ ବର୍ଷ ଭିତରେ ୨୫ ହଜାର ୪୩୮ ଜଣ ଶିଶୁ ନିଖୋଜ ହୋଇଛନ୍ତି। ୨୦୨୩ ବର୍ଷରେ ୫ ହଜାର ୯୨୮ ଶିଶୁ ନିଖୋଜ ହୋଇଛନ୍ତି। ପୂର୍ବ ବର୍ଷଗୁଡ଼ିକୁ ହିସାବକୁ ନେଲେ ରାଜ୍ୟରେ ୭୨୭୨ ଜଣ ଶିଶୁଙ୍କ ପତ୍ତା ମିଳିପାରି ନାହିଁ। ଏଥିରେ ସର୍ବାଧିକ ୬୪୯୭ ନାବାଳିକା ଅଛନ୍ତି।

  12. 12.ଦୀର୍ଘ ୯ ମାସର ଆଲୋଚନା ପରେ ଭାରତ ଓ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା (ଏଫ୍‌ଟିଏ) ଚୂଡ଼ାନ୍ତ ହୋଇଛି। ଫଳରେ ଭାରତର ଶତ ପ୍ରତିଶତ ରପ୍ତାନି ଶୁଳ୍କ ମୁକ୍ତ ହୋଇଛି।

  13. 13.କେନ୍ଦ୍ର ସରକାର ଆସନ୍ତା ବର୍ଷ ଫେବ୍ରୁଆରିରୁ ମୁଦ୍ରାସ୍ଫୀତି ଓ ମୋଟ ଘରୋଇ ଉତ୍ପାଦ (ଜିଡିପି)ର ନୂଆ ପଦ୍ଧତିରେ ହିସାବ କରିବେ। ଆସନ୍ତାବର୍ଷ ମେ’ରୁ ଶିଳ୍ପ ଉତ୍ପାଦନ ସୂଚୀ (ଆଇଆଇପି)ର ନୂଆ ତଥ୍ୟ ଜାରି କରାଯିବ।

  14. 14.ଫନିରେ ବେସାହାରା ହୋଇଥିବା ପରିବାରଙ୍କର ସର୍ଭେ ହୋଇଥିଲା। ସର୍ଭେରେ ଯୋଗ୍ୟ ହୋଇଥିଲେ ମଧ୍ୟ ପୁରୀ ସଦର ବ୍ଲକ୍‌ କହ୍ନେଇ ବିଦ୍ୟାଧରପୁର ଗ୍ରାମର ୬୭ ପରିବାରକୁ କ୍ଷତିପୂରଣ ଦେଲେନି। ୨ବର୍ଷ ପରେ ଆଉ ଥରେ ସର୍ଭେ କରି ପ୍ରଶାସନ ଏ ସମସ୍ତଙ୍କୁ ଅଯୋଗ୍ୟ ଘୋଷଣା କରିଥିଲା।

  15. 15.କାନପୁର, ବାରବାଙ୍କୀ, ଅଯୋଧ୍ୟା ଏବଂ ଲକ୍ଷ୍ନୌ ସମେତ ରାଜ୍ୟର ୪୦ ରୁ ଅଧିକ ଜିଲ୍ଲାରେ ଘନ କୁହୁଡି ଦେଖିବାକୁ ମିଳିଥିଲା। ସେପଟେ ଆଇଏମଡିର ସୂଚନା ଅନୁଯାୟୀ ଡିସେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ତାପମାତ୍ରା କମିବ। ଅନେକ ଜିଲ୍ଲାରେ ବଢ଼ୁଥିବା ଲୋକମାନଙ୍କୁ ଅଯଥାରେ ଘରୁ ନ ବାହାରିବାକୁ ଅନୁରୋଧ କରାଯାଇଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.