• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ପରିବହନ ଆୟୁକ୍ତ। ଇଂରାଜୀ ନବବର୍ଷ ପାଇଁ ଗାଡ଼ିମୋଟର ଯାଞ୍ଚ କଡ଼ାକଡ଼ି କରିବାକୁ ସମସ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି।  ଚିଠି ଅନୁସାରେ, ଡିସେମ୍ବର ୩୦ ଏବଂ ୩୧ରେ ମଦ ପିଇ ଗାଡ଼ିଚାଳନା ରୋକିବା ଲାଗି ଯାଞ୍ଚକୁ କଡ଼ାକଡ଼ି କରାଯିବ। 

  2. 2.ସଲମାନ ଖାନ୍‌ଙ୍କ ଦ୍ଵାରା ପ୍ରଯୋଜିତ ଏବଂ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‘ବ୍ୟାଟେଲ ଅଫ୍‌ ଗଲୱାନ’ ଆସନ୍ତା ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି। ୨୦୨୦ ଜୁନରେ ଗଲୱାନ ଘାଟିରେ ଭାରତ ଓ ଚୀନ୍‌ ସୈନ୍ୟଙ୍କ ମଧ୍ୟରେ ଘଟିଥିବା ସଂଘର୍ଷ ଉପରେ ଏହି ଚଳଚ୍ଚିତ୍ରର ବିଷୟବସ୍ତୁ ପର୍ଯ୍ୟବସିତ।

  3. 3.ତେଲଙ୍ଗାନାର ନିଜାମାବାଦ ଜିଲାରେ ୨ଟି ଏଟିଏମରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେବା ଦ୍ଵାରା ୩୭ ଲକ୍ଷ ଟଙ୍କା ସମ୍ପୂର୍ଣ୍ଣ ଜଳିଯାଇଛି।

  4. 4.ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ ଆମଦାନୀ ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।

  5. 5.ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତ ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା ହୋଇଛି ।

  6. 6.ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି ବାଢ଼ିବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ରହିବ।

  7. 7.ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ ପୁଣି ଚମକିଛନ୍ତି।

  8. 8.ଭିଡିଓ ଏଡିଟିଂ ଫାର୍ମ ‘କାପୱିଙ୍ଗ’ର ଏକ ରିପୋର୍ଟ ଅନୁଯାୟୀ, ‘ବନ୍ଦର ଆପନା ଦୋସ୍ତ’ (Bandar Apna Dost) ନାମକ ଏକ ଭାରତୀୟ ଚ୍ୟାନେଲ କେବଳ AI ଦ୍ୱାରା ପ୍ରସ୍ତୁତ ନିମ୍ନମାନର କଣ୍ଟେଣ୍ଟ ଜରିଆରେ ବାର୍ଷିକ ପ୍ରାୟ ୩୫ ରୁ ୩୮ କୋଟି ଟଙ୍କା ($4.25 Million) ରୋଜଗାର କରୁଛି।

  9. 9.ହେଲମେଟ ନ ପିନ୍ଧିବା ପାଇଁ ଚାଲାଣ ହେଉଛି ତା’ ସହିତ ଏବେ ହେଲମେଟ ଠିକ ଭାବେ ନ ପିନ୍ଧିଲେ ମଧ୍ୟ ଟ୍ରାଫିକ ପୋଲିସ ୧୦୦୦ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରିପାରନ୍ତି।

  10. 10.ୟେମେନର ମୁକାଲ୍ଲା ବନ୍ଦରରେ ଠିଆ ହୋଇଥିବା UAE ର ଦୁଇଟି ସାମରିକ ଜାହାଜ ଉପରେ ସାଉଦି ଆରବ ମଙ୍ଗଳବାର ଏୟାରଷ୍ଟ୍ରାଇକ୍ କରିଛି। ଏହି ଜାହାଜଗୁଡ଼ିକ ବିଦ୍ରୋହୀ ଗୋଷ୍ଠୀଙ୍କ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧାସ୍ତ୍ର ନେଇ ଆସିଥିବା ସାଉଦି ଅଭିଯୋଗ କରିଛି।

  11. 11.ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ୮୦ ବର୍ଷ ବୟସରେ ପରଲୋକ ହୋଇଛି।

  12. 12.ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ରାଜ୍ୟରେ ଏସ୍‌ଆଇଆର୍‌ ( ସ୍ବତନ୍ତ୍ର ‌ଭୋଟର ତାଲିକା ସଂଶୋଧନ)କୁ ନେଇ କହିଛନ୍ତି, ରାଜ୍ୟରେ ଏସ୍ଆଇଆର୍‌ ପ୍ରକ୍ରିୟା ଶେଷ ହେବାପରେ ଯଦି ଚୂଡ଼ାନ୍ତ ଭୋଟର ତାଲିକାରୁ ଜଣେ ବି ବୈଧ ଭୋଟରଙ୍କ ନାଁ କଟାଯା‌ଏ ତେବେ ଦିଲ୍ଲୀ ସ୍ଥିତ ନିର୍ବାଚନ କମିସନଅଫିସ ଘେରାଉ କରାଯିବ। 

  13. 13.ଇରାନରେ ଅର୍ଥନୈତିକ ସଂକଟ ଦେଖାଦେଇଛି। ଦେଶର ମୁଦ୍ରା ‘ରିଆଲ’ ମୂଲ୍ୟ ଆମେରିକାର ଡଲାର ତୁଳନାରେ ରେକର୍ଡ ସ୍ତରକୁ ହ୍ରାସ ପାଇବା ପରେ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି।

  14. 14.ଏଟିଏମମ୍ ଉପରେ ଲୋକମାନଙ୍କ ନିର୍ଭରଶୀଳତା କମ୍ ହୋଇଛି। ଏହାର ପ୍ରଭାବରେ ବ୍ୟାଙ୍କଗୁଡ଼ିକ ଗୋଟିଏ ବର୍ଷରେ ୨୩୬୦ ଏଟିଏମ୍‌କୁ ବନ୍ଦ କରିଦେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ୨୦୨୫ ମାର୍ଚ୍ଚ ସୁଦ୍ଧା ଦେଶରେ ଏଟିଏମ୍‌ ସଂଖ୍ୟା ୨,୫୧,୦୫୭କୁ ଖସିଆସିଛି।

  15. 15.ଏହି ବର୍ଷରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କାମ କରୁଥିବା କର୍ମଚାରୀ ସଂଖ୍ୟା ୭,୫୬,୦୧୫ରୁ ବୃଦ୍ଧି ପାଇ ୭,୫୭,୬୪୧ ହୋଇଛି। ଅର୍ଥାତ କର୍ମଚାରୀ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି। କିନ୍ତୁ, ଘରୋଇ ବ୍ୟାଙ୍କ କର୍ମଚାରୀ ସଂଖ୍ୟା ୮,୪୫,୪୦୭ରୁ ହ୍ରାସ ପାଇ ୮,୩୮,୧୫୦କୁ ଖସିଆସିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.