-
1.ଆମେରିକୀୟ ରାଜ୍ୟ ଟେକ୍ସାସର ଗଭର୍ଣ୍ଣର ଗ୍ରେଗ୍ ଆବୋଟ୍ ସମସ୍ତ ରାଜ୍ୟ ସରକାରୀ ସଂସ୍ଥା ଏବଂ ସରକାରୀ ବିଶ୍ୱବିଦ୍ୟାଳୟରେ ନୂତନ H-1B ଭିସା ଆବେଦନଗୁଡ଼ିକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
-
2.ଶ୍ରୀନଗରରେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ମାତ୍ର ୨.୨ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ସୀମା ସଡ଼କ ସଂଗଠନ ଜମ୍ମୁ କଶ୍ମୀରର ଡୋଡା ଜିଲ୍ଲାର ଭାଦରୱାହ-ଚତ୍ତରଗଲା ରାସ୍ତାରେ ପ୍ରବଳ ତୁଷାରପାତରେ ଫସି ରହିଥିବା ୪୦ ସୈନିକଙ୍କ ସମେତ ୬୦ ଜଣଙ୍କୁ ଚ୍ୟାଲେଞ୍ଜିଂ ପରିସ୍ଥିତିରେ ଉଦ୍ଧାର କରିଛି।
-
3.ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ ତାରିଖ ସକାଳ ୭ଟା ସମୟରେ ପୁରୀର ବାଲିସାହି ଶ୍ଵେତଗଙ୍ଗା ଠାରେ ପିଣ୍ତ ଦାନ କରିବାର କାର୍ଯ୍ୟକ୍ରମ ରହିଛି।
-
4. ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଐତିହାସିକ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷରିତ ହୋଇଛି ।
-
5.ଦେଶରେ ବିଚାରାଧୀନ ସମସ୍ତ ଏସିଡ୍ ଆକ୍ରମଣ ମାମଲାରେ ବିଚାରାଧୀନ ଥିବା ସ୍ଥିତି ସମ୍ପର୍କରେ ସୂଚନା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛି ସର୍ବୋଚ୍ଚ ନ୍ୟାୟାଳୟ । ସର୍ବୋଚ୍ଚ ନ୍ୟାୟାଳୟ ଏଥିପାଇଁ ସମସ୍ତ ରାଜ୍ୟ ସରକାର ଏବଂ ଉଚ୍ଚ ଅଦଲଟାକୁ ଚାରି ସପ୍ତାହ ସମୟ ଦେଇଛନ୍ତି ।
-
6.ଫେବ୍ରୁଆରି ୧ରେ ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ ସାଧାରଣ ବଜେଟ ଉପସ୍ଥାପନ କରିବେ। ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ। ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରି ୧୩ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ମାର୍ଚ୍ଚ ୯ରୁ ଏପ୍ରିଲ ୨ ପର୍ଯ୍ୟନ୍ତ ଜାରି ରହିବ।
-
7.ଓଡ଼ିଶାର ବରିଷ୍ଠ ଶବ୍ଦ ଯନ୍ତ୍ରୀ ତଥା ରେକର୍ଡିଷ୍ଟ ଇଂ. ସମୀର କୁମାର ପାତ୍ରଙ୍କ ନିଧନ ହୋଇଛି । ୨୦୦୦ ରୁ ୨୦୨୬ ମସିହା ମଧ୍ୟରେ ସେ ୭୫ ରୁ ଅଧିକ ଚଳଚ୍ଚିତ୍ର, ଟେଲିଭିଜନ ସିରିଜ୍ ଏବଂ ଡିଜିଟାଲ୍ ପ୍ରୋଜେକ୍ଟରେ କାର୍ଯ୍ୟ କରିଥିଲେ ।
-
8.ପ୍ରଖ୍ୟାତ ଗାୟକ ଅରିଜିତ ସିଂ ପ୍ଲେବ୍ୟାକ ସିଙ୍ଗିଙ୍ଗ୍ରୁ ଅବସର ଘୋଷଣା କରିବା ପରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଯାଇଛି।
-
9.ଭାରତ-ଇୟୁ ମୁକ୍ତ ବାଣିଜ୍ୟ ରାଜିନାମା ଚାଷୀ, ଏମ୍ଏସ୍ଏମ୍ଇ ଓ ଶ୍ରମ ସମ୍ବେଦନଶୀଳ ଶିଳ୍ପ ପାଇଁ ଉଲ୍ଲେଖନୀୟ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
-
10.ତାଳଚେର ଭଳି ଶିଳ୍ପାଞ୍ଚଳରେ ବାୟୁ ଗୁଣବତ୍ତା ସୁଧାରିବା, ବାଲେଶ୍ୱର ଭଳି ଜିଲ୍ଲାରେ ବ୍ୟାପକ ବୃକ୍ଷରୋପଣ, ବେଆଇନ ଖନନ, ଜଙ୍ଗଲ ଜମି ଜବରଦଖଲକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି।
-
11.ଦଶରଥପୁର ବ୍ଲକ୍ର ପାଲଟପୁର ପଞ୍ଚାୟତରେ ପିଇବା ପାଣିରେ ମାତ୍ରାଧିକ ବିଷାକ୍ତ ରାସାୟନିକ ଦ୍ରବ୍ୟ ରହିଥିବା ରିପୋର୍ଟ ଆସିବା ପରେ ସମ୍ପୃକ୍ତ ୯୦ଟି ନଳକୂଅ ଜଳକୁ ଆଦୌ ବ୍ୟବହାର ନ କରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।
-
12.ପଠାଣିସମାନ୍ତ ମେଧାବୃତ୍ତି ପରୀକ୍ଷା ପାଇଁ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛି ମାଧ୍ୟମିକ ଶିକ୍ଷା ପରିଷଦ,ଓଡିଶା ମୋଟ ୪୩୬ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ସକାଳ୧୦ଟାରୁ ମଧ୍ୟାହ୍ମ୧ଟା ପର୍ଯ୍ୟନ୍ତ ପରୀକ୍ଷାଗାରରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ।
-
13. ତେଲେଙ୍ଗାନା ରାଜ୍ୟ ନିର୍ବାଚନ ଆୟୋଗ ରାଜ୍ୟର ୧୧୬ ପୌରାଞ୍ଚଳ ଏବଂ ସାତଟି ମହାନଗରରେ ନିର୍ବାଚନ ଅନୁଷ୍ଠିତ ହେବ ।
-
14.ବକ୍ସାଇଟ ଖଣି ପାଇଁ ରାୟଗଡ଼ା ଜିଲାର କାଶୀପୁର ବ୍ଲକ ବିଶ୍ୱରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବ୍ଲକ୍ରେ ଥିବା ବାଫଳିମାଳି, ଶାଶୁବୋହୂମାଳି, ସିଜିମାଳି, କୋଡ଼ିଙ୍ଗାମାଳି ସମେତ ପ୍ରାୟ ପର୍ବତମାଳାରେ ରହିଛି ମୂଲ୍ୟବାନ୍ ବକ୍ସାଇଟ। ସେଥିରୁ ବାଫଳିମାଳିରୁ ଉତ୍କଳ ଆଲୁମିନା ଖଣି ଖନନ କରିବା ସହ ସେଠାରେ କାରଖାନା ମଧ୍ୟ ପ୍ରତିଷ୍ଠା କରିଛି ।
-
15.ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଖେଳାଲୀ ଜ୍ୟାକବ ମାର୍ଟିନ ନିଶାଗ୍ରସ୍ତ ଅବସ୍ଥାରେ କାର୍ ଚଳାଇ ଦୁର୍ଘଟଣା ଘଟାଇବା ଅଭିଯୋଗରେ ଗିରଫ ହୋଇଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
