-
ରାଷ୍ଟ୍ରପତିଙ୍କ ସଂସଦ ଅଭିଭାଷଣରେ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ଭାରତରେ ୪୦ ନିୟୁତ ଗରିବ ଲୋକ ସ୍ଥାୟୀ ଘର ନିର୍ମାଣ କରିଛନ୍ତି। ଚାଉଳ ଉତ୍ପାଦନରେ ଭାରତ ସମସ୍ତ ଦେଶକୁ ପଛରେ ପକାଇ ଦେଇଛି। ଭାରତ ମାଛର ଦ୍ୱିତୀୟ ବୃହତ୍ତମ ଉତ୍ପାଦକ ଦେଶ ହୋଇଛି।
-
ତେହେରାନ ଚେତାବନୀ ଦେଇଥିଲା ଯେ ଏହାର ସେନା ଯେକୌଣସି ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନର କଡ଼ା ଜବାବ ଦେବ।
-
ସୁପ୍ରିମକୋର୍ଟ ଗୁରୁବାର ଦିନ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନୂତନ ଇକ୍ୱିଟି ନିୟମାବଳୀ ୨୦୨୬କୁ ଚ୍ୟାଲେଞ୍ଜ କରି ଅନେକ ଆବେଦନର ଶୁଣାଣି କରିବେ।
-
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି (ଗୁରୁବାର) ପୂର୍ବାହ୍ନ ୧୧ଟାରେ ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬କୁ ଉପସ୍ଥାପନ କରିବେ।
-
ବର୍ଦ୍ଧିତ ବ୍ଲୁଟୁଥ୍ ରେଞ୍ଜ ଓ ଅଧିକ ଧ୍ବନିଯୁକ୍ତ ସ୍ପିକର୍ ସହିତ ଆପଲ୍ କମ୍ପାନି ନୂଆ ଏଆର୍ଟ୍ୟାଗ୍ ମଡେଲ୍ ଉନ୍ମୋଚନ କରିଛି। ଜରୁରି ସାମଗ୍ରୀଗୁଡ଼ିକୁ ସହଜରେ ଖୋଜିବା ଲାଗି ଏହି ଛୋଟ ଗ୍ୟାଜେଟ୍ଟିକୁ ବ୍ୟବହାର କରାଯାଇଥାଏ। ଆଇଫୋନ୍ର ‘ଫାଇଣ୍ଡ୍ ମାଇଁ’ ଆପ୍ ଜରିଆରେ ଏଆର୍ଟ୍ୟାଗ୍ ଉପରେ ନିଘା ରଖିହୁଏ।
-
ଭାରତ ଓ ଚୀନର ଗାଡ଼ି ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇବା ଉପରେ ଦକ୍ଷିଣ ଆଫ୍ରିକା ବିଚାର କରୁଛି। ସ୍ଵଦେଶୀ କମ୍ପାନିଗୁଡ଼ିକୁ ସୁରକ୍ଷା ଦେବା ଲାଗି ଦକ୍ଷିଣ ଆଫ୍ରିକା ସରକାର ଆମଦାନୀ ଉପରେ ଚଢ଼ା ଶୁଳ୍କ ଲଗାଇବାକୁ ବିଚାର କରୁଛି ।
-
ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର ସରକାର ବୁଧବାର ରାଜ୍ୟରେ ତିନିଦିନିଆ ଶୋକ ଘୋଷଣା କରିଛନ୍ତି।
-
ପୂର୍ତ୍ତ ବିଭାଗ ଅଧିନରେ ଥିବା ଡାକ ବଙ୍ଗଳା ବୁକିଂ ପ୍ରକ୍ରିୟାକୁ ଡିଜିଟାଲ୍ କରିବା ଲକ୍ଷ୍ୟରେ e-IB ଅନଲାଇନ୍ ଆପ୍ଲିକେସନ୍ ସୁବିଧାକୁ ଶୁଭାରମ୍ଭ କରାଯାଇଛି ।
-
ଭୁବନେଶ୍ଵର ମହାନଗର ନିଗମ ଅଂଚଳାଧିନରେ ରହିଥିବା ଭେଣ୍ଡିଂ ଜୋନ୍ ଓ ଓମ୍ଫେଡ୍ ବୁଥ୍ ରେ ନିଶା ଦ୍ରବ୍ୟ ଯେପରିକି ଗୁଟଖା, ସିଗେରେଟ, ପାନ ବିକ୍ରି କଲେ ବ୍ୟବସାୟୀଙ୍କ ଉପରେ ବିଏମସି ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନେଇ ଚେତାବନୀ ଦିଆଯାଇଛି।
-
ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ପାଇଁ ବୁଧବାରଠାରୁ ଆବେଦନ ଆରମ୍ଭ ହୋଇ ମାର୍ଚ୍ଚ ୨୨ ତାରିଖ ଯାଏ ଆବେଦନ ଚାଲିବ । ମେ ୪ରୁ ୯ ଯାଏ ପରୀକ୍ଷା ହେବ । ଏସବୁ ପରୀକ୍ଷା କମ୍ପ୍ୟୁଟର ବେସ୍ଡ୍ ଟେଷ୍ଟ (ସିବିଟି) ମୋଡ୍ ରେ ହେବ ।
-
ରାଉରକେଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ୮୮୮୪ କୋଟିର ୨୦ଟି ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ୬୮୩୨ ଚାକିରି ମଧ୍ୟ ସୃଷ୍ଟି ହେବ ବୋଲି ମଧ୍ୟ କହିଛନ୍ତି ।
-
ପ୍ରଥମ ଥର ଭୁବନେଶ୍ଵରରେ ବୁଧବାର ରୁପାର କେଜି ପିଛା ଦର ୧୩ହଜାର ଟଙ୍କା ବୃଦ୍ଧି ପାଇ ୪ ଲକ୍ଷ ଟଙ୍କା ସ୍ତର ସ୍ପର୍ଶ କରିଛି। ଗତ ତିନି ଦିନରେ ରୁପା ୩୫ ହଜାର ଟଙ୍କା ମହଙ୍ଗା ହୋଇଥିଲା।
-
ଆସନ୍ତା ଏପ୍ରିଲ ୨ ତାରିଖରେ ଓଡ଼ିଶାର ୪ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ସରୁଛି। ସେମାନେ ହେଉଛନ୍ତି ମୁନ୍ନା ଖାଁ, ନିରଞ୍ଜନ ବିଶି, ମମତା ମହନ୍ତ ଓ ସୁଜିତ୍ କୁମାର ।
-
ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୋପପୁରରେ ନନ୍ଦରାଜା ଭୂମିକାରେ ଅଭିନୟ କରି ଆସୁଥିବା କଳାକାର ସତ୍ୟନାରାୟଣ ପୋଢଙ୍କ ଗୁରୁବାର ଭୋରରୁ ପରଲୋକ ହୋଇଛି।
-
କଲମ୍ବିଆ ଏବଂ ଭେନେଜୁଏଲା ସୀମା ନିକଟରେ ଥିବା ନର୍ଟ ଡି ସାଣ୍ଟାଣ୍ଡର ପ୍ରଦେଶରେ ସାଟେନା ଏୟାରଲାଇନ୍ସର ଏକ ବାଣିଜି୍ୟକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସମସ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଛି।
-
ବିଶ୍ଵର ଅଗ୍ରଣୀ ଇ-କମର୍ସ କମ୍ପାନି ଆମାଜନ ଆସନ୍ତା ତିନି ମାସରେ ୧୬ହଜାର କର୍ମଚାରୀ ଛଟେଇ କରିବ। ଗତବର୍ଷ ଅକ୍ଟୋବର ୨୮ରେ କମ୍ପାନି ୧୪ ହଜାର କର୍ମଚାରୀଙ୍କୁ ବିଦା କରିଥିଲା। ଏହି ଦୁଇ ପର୍ଯ୍ୟାୟରେ କମ୍ପାନି ମୋଟ୍ ଉପରେ ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରୁଛି।
-
ଗୁଜରାଟର ଭବନଗରଠାରେ ଆରମ୍ଭ ହୋଇଥିବା ଅସ୍ମିତା ୧୩ବର୍ଷରୁ କମ୍ ଜୋନାଲ ଫୁଟ୍ବଲ୍ ଲିଗ୍ର ପ୍ରଥମ ମ୍ୟାଚ୍ରେ ଓଡ଼ିଶା ଲଜ୍ଜାଜନକ ଭାବେ ୦-୭ ଗୋଲ୍ରେ ଆୟୋଜକ ଗୁଜରାଟଠାରୁ ପରାସ୍ତ ହୋଇଛି।
-
ଅହମଦାବାଦର ବୀର ସାବରକର ସ୍ପୋର୍ଟସ୍ କଂପ୍ଲେକ୍ସଠାରେ ଆୟୋଜିତ ହେଉଥିବା ଦଶମ ଜାତୀୟ କନିଷ୍ଠ ବୋସିଆ ପ୍ରତିଯୋଗିତାରେ ଓଡ଼ିଶାର ୧୧ଜଣ ଖେଳାଳି ଅଂଶଗ୍ରହଣ କରିବେ।
-
ଚଣ୍ଡିଗଡ଼ର ସେକ୍ଟର ୪୨ କ୍ରୀଡ଼ା କଂପ୍ଲେକ୍ସରେ ଆୟୋଜିତ ଅନ୍ତଃବିଶ୍ବବିଦ୍ୟାଳୟ ଭାରୋତ୍ତୋଳନରେ ଓଡ଼ିଶାର ରିଙ୍କି ନାୟକ କାଂସ୍ୟ ପଦକ ଜିତି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।
-
ବିଶାଖାପାଟଣାର ଏସିଏ-ଭିଡିସିଏ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଚତୁର୍ଥ ଟି-୨୦ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୫୦ ରନରେ ପରାସ୍ତ କରି ସିରିଜର ପ୍ରଥମ ବିଜୟ ହାସଲ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
