• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. 1.ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ନେତାଜୀ ଶତାବ୍ଦୀର ମହାନାୟକ ଥିଲେ।

  2. 2.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬୧ ହଜାରରୁ ଅଧିକ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ।

  3. 3.ଉତ୍ତର ପ୍ରଦେଶ ଦିବସ ଅବସରରେ ରାଜ୍ୟର ପାଞ୍ଚ ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ଉତ୍ତରପ୍ରଦେଶ ଗୌରବ ସମ୍ମାନ ମିଳିବ। ମହାକାଶଚାରୀ ଶୁଭାଂଶୁ ଶୁକ୍ଲା, ଅଲାଖ ପାଣ୍ଡେ, ଡକ୍ଟର ହରିଓମ ପନୱାର, ରଶ୍ମି ଆର୍ଯ୍ୟ ଏବଂ ଡକ୍ଟର ସୁଧାଂଶୁ ସିଂହଙ୍କ ସହିତ, ୟୁପି ଗୌରବ ସମ୍ମାନରେ ସମ୍ମାନିତ କରାଯିବ।

  4. 4.ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଥିବା ମାଘ ମେଳାରେ ବସନ୍ତ ପଞ୍ଚମୀ ଅବସରରେ ଶୁକ୍ରବାର ଦିନ ୩.୫୬ କୋଟି ହଜାର ଭକ୍ତ ଗଙ୍ଗା ଏବଂ ସଙ୍ଗମରେ ପବିତ୍ର ବୁଡ଼ ପକାଇଥିଲେ।

  5. 5.ଭାରତ ସରକାରଙ୍କ ପକ୍ଷରୁ ‘ଜନଗଣନା ୨୦୨୬’ର ପ୍ରଥମ ପର୍ଯ୍ୟାୟ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ର ନିର୍ଦ୍ଦେଶାବଳୀ ଅନୁଯାୟୀ, ଗଣନାକାରୀମାନେ ପ୍ରତ୍ୟେକ ପରିବାରକୁ ସେମାନଙ୍କର ରହଣି ଓ ସୁବିଧା ସୁଯୋଗ ସମ୍ପର୍କିତ ୩୩ଟି ପ୍ରଶ୍ନ ପଚାରିବେ।  

  6. 6.ପଶ୍ଚିମ ଉତ୍ତରପ୍ରଦେଶ ପରେ ପୂର୍ବାଞ୍ଚଳକୁ ସ୍ଵତନ୍ତ୍ର ରାଜ୍ୟ ପାଇଁ ଦାବି ଉଠିଛି। ଆମେଠିରେ ଏକ କାର୍ଯ୍ୟକ୍ରମ ସମୟରେ ଦୁଇ ବରିଷ୍ଠ ବିଜେପି ନେତା  ସ୍ଵତନ୍ତ୍ର ରାଜ୍ୟ ପାଇଁ ଦାବି ଉଠାଇଛନ୍ତି ।

  7. 7.ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ଓ ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ସୂଚକାଙ୍କ ବଡ଼ ଧରଣର ହ୍ରାସ ସହ ବନ୍ଦ ହୋଇଛି। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୭୬୯ ପଏଣ୍ଟ ହ୍ରାସ ପାଇ ୮୧,୫୩୭ ପଏଣ୍ଟରେ ବନ୍ଦ ହୋଇଛି।

  8. 8.ଉତ୍ତର ପ୍ରଦେଶର ପ୍ରୟାଗରାଜରେ ମାଘ ମେଳାରେ ମୌନୀ ଅମାବାସ୍ୟା ପରଠାରୁ ଧାରଣାରେ ବସିଥିବା ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଗତ ଛଅ ଦିନ ଧରି ଧର୍ମଘଟ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଆଜି ଶଙ୍କରାଚାର‌୍ୟ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି ।

  9. 9.ଆମେରିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଓହରିଯିବାର ପ୍ରକ୍ରିୟା ଆନୁଷ୍ଠାନିକ ଭାବରେ ସମାପ୍ତ । ଟ୍ରମ୍ପ ପ୍ରଶାସନ ଜାନୁଆରୀ ୨୦ ୨୦୨୫ରେ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଓହରିଯିବାର ଘୋଷଣା କରିଥିଲା।

  10. 10.ଚଳିତ ବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଅନୁକୂଳ ହେଲା ପ୍ରଥମ କାଠ । ଶ୍ରୀକ୍ଷେତ୍ରରେ ରଥକାଠ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ସେବାୟତଙ୍କ ଉପସ୍ଥିତିରେ କରାଗଲା ଅନୁକୂଳ ।

  11. 11.ଓଡ଼ିଶା  ‘ପିଏମ୍‌-ସ୍ବନିଧି’ ଋଣ ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହେଲା ।

  12. 12.ଜାନୁଆରୀ ୨୬ରେ ଅନୁଷ୍ଠିତ ହେବାକୁ ଥିବା ୭୭ ତମ ଗଣତନ୍ତ୍ର ଦିବସରେ କୋରାପୁଟ ଜିଲାରେ ଆମିଷ ବିକ୍ରି ଉପରେ ଜିଲାପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି।

  13. 13.ଆସନ୍ତା ୨୭ତାରିଖରେ ସାରା ଦେଶରେ ବ୍ୟାଙ୍କିଂ ବ୍ୟବସ୍ଥା ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ପ୍ରାୟ ୮ଲକ୍ଷ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀମାନେ ଦେଶବ୍ୟାପୀ ଗୋଟିଏ ଦିନିଆ ଧର୍ମଘଟ କରିବାକୁ ଯୋଜନା କରିଛନ୍ତି ।

  14. 14.କେନ୍ଦ୍ର ସରକାର ପ୍ରାୟ ୯୩ ହଜାର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଦେଇଛନ୍ତି। ସାଧାରଣ ବୀମା କମ୍ପାନୀ, ନାବାର୍ଡ ଏବଂ ଆରବିଆଇ ର କର୍ମଚାରୀଙ୍କ ଦରମା ଓ ପେନସନ ସଂଶୋଧନ ପ୍ରସ୍ତାବକୁ ଅର୍ଥ ମନ୍ତ୍ରଣାଳୟ ଶୁକ୍ରବାର ମଞ୍ଜୁରୀ ପ୍ରଦାନ କରିଛି।

  15. 15.ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୩୭ ବଲ୍‌, ୪ ଛକା, ୯ ଚୌକା ୮୨* ରନ୍‌) ଓ ଇଶନ କିଶନ(୩୨ ବଲ୍‌, ୧୧ ଚୌକା, ୪ ଛକା, ୭୬ ରନ୍‌)ଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ରାୟପୁର ଶହୀଦ ବୀର ନାରାୟଣ ସିଂ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୭ ଉଇକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.