-
1.ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ଦିଲ୍ଲୀରେ ପହଞ୍ଚିଛନ୍ତି । ସେ ୭୭ତମ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ।
-
2.୬୧ହଜାରରୁ ଅଧିକ ଯୁବକ, ଯୁବତୀ ନିଯୁକ୍ତିପତ୍ର ପାଇଲେ । ୧୮ତମ ରୋଜଗାର ମେଳା ଅବସରରେ ୬୧ହଜାରରୁ ଅଧିକ ଯୁବକ, ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଣ୍ଟିଛନ୍ତି।
-
3.ରବିବାର ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ସ୍ଥିତ ପବିତ୍ର ତୀର୍ଥ ପୁଷ୍କରିଣୀରେ ମାଘମାସ ଶୁକ୍ଳପକ୍ଷ ସପ୍ତମୀ ତିଥିରେ ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ମହେନ୍ଦ୍ର ବେଳାର ବହୁ ପୂର୍ବରୁ ଭୋର ୪.୦୧ ମିନିଟରେ ତିନି ଠାକୁର ସ୍ନାନ କରିବା ପରେ ୪.୨୫ ମିନିଟରେ ୩ ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ବୁଡ଼ ପକାଇ ଥିଲେ।
-
4.ଆସନ୍ତା ଫେବୃଆରୀ ୧୩ ତାରିଖରେ ସର୍ବ ଭାରତୀୟ ସ୍ତରରେ ‘ବର ବଧୂ’ ମୁକ୍ତିଲାଭ କରିବ। ନିଛକ ଓଡ଼ିଆ କାହାଣୀକୁ ଆଧାର କରି ପ୍ରସ୍ତୁତ ‘ବର ବଧୂ’ ଚଳଚ୍ଚିତ୍ରର ସମସ୍ତ ଗୀତକୁ ଉପସ୍ଥିତ ଦର୍ଶକ ବେଶ ପସନ୍ଦ କରିଥିଲେ। ବିଶେଷକରି ଯୁବବର୍ଗଙ୍କୁ ଏହି ଗୀତ ଆକୃଷ୍ଟ କରିବ ବୋଲି କୁହାଯାଉଛି ।
-
5.କେନ୍ଦ୍ର ସରକାର ଜାତୀୟ ସଙ୍ଗୀତ “ଜନ ଗଣ ମନ” ପରି ଜାତୀୟ ଗୀତ “ବନ୍ଦେ ମାତରମ୍” ପାଇଁ ନିୟମ ଆଣିବାକୁ ବିଚାର କରୁଛନ୍ତି। ଏହି ମାସର ଆରମ୍ଭରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।
-
6.ଗଣତନ୍ତ୍ର ଦିବସ ପୂର୍ବରୁ ୨୦୨୬ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ବର୍ଡର-୨ ଥିଏଟରରେ ରିଲିଜ୍ କରିଛି।
-
7.ତମାଖୁ ଜାତୀୟ ଖାଉଟି ସାମଗ୍ରୀର କାରବାର ଉପରେ ଚାରି ଦିନ ପୂର୍ବେ ସ୍ଵାସ୍ଥ୍ୟ ବିଭାଗ କଠୋର କଟକଣା ଲଗାଇଛି। ପୂର୍ବରୁ ପ୍ରଚଳିତ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି।
-
8. ‘ଜାତୀୟ ଶିଶୁକନ୍ୟା ଦିବସ’ ଅବସରରେ ସମ୍ବଲପୁରର ଐତିହାସିକ ସି.ଏସ.ବି ଜିଲ୍ଲା ସ୍କୁଲର ବାର୍ଷିକୋତ୍ସବ ‘ଜ୍ୟୋତିର୍ଗମୟ’ରେ ‘ବୋଇଂ ସୁକନ୍ୟା ପ୍ରୋଗ୍ରାମ ଷ୍ଟେମ୍ ଲ୍ୟାବ୍’ର ଉଦଘାଟନ ହୋଇଯାଇଛି।
-
9.ଭିଜନ୍ ୨୦୨୬ ଓ ଭିଜନ୍ ୨୦୪୭କୁ ନଜରରେ ରଖି ରାଜ୍ୟରେ ଏକ ସୁରକ୍ଷିତ, ସମନ୍ବିତ ଓ ସହଭାଗୀ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଇକୋସିଷ୍ଟମ୍ ଗଠନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ‘ସର୍ଭମ୍’ର ନେତୃତ୍ବଙ୍କ ସହ ରାଜ୍ୟ ସରକାରଙ୍କ ଆଲୋଚନା ହୋଇଛି।
-
10.୨୦୩୬ ସୁଦ୍ଧା ରାଜ୍ୟ ସରକାର ବିକଶିତ ଓଡ଼ିଶା ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହାକୁ କିପରି ଧାର୍ଯ୍ୟ ସମୟରେ ହାସଲ କରାଯିବ ସେନେଇ ନୀତି ଆୟୋଗଙ୍କ ସହଯୋଗରେ ରାଜ୍ୟ ସରକାର କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି।
-
11.ଶିକ୍ଷାବର୍ଷ ୨୦୨୬-୨୭ରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରାଯିବ। ଏହା 'ଓଡ଼ିଶା ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା' (ଓଏସସିଏଫ) ଉପରେ ଆଧାରିତ ହେବ। ରାଜ୍ୟର ୧ ଲକ୍ଷ ୬୭ ହଜାର ଶିକ୍ଷକଙ୍କୁ ନୂତନ ପାଠ୍ୟକ୍ରମରେ ଦକ୍ଷ କରିବା ପାଇଁ ଏନସିଇଆରଟି ଏବଂ ଆଇଆଇଟି ମାଡ୍ରାସ ସହାୟତାରେ ଏଆଇ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବା ଆରମ୍ଭ ହୋଇଛି।
-
12.ଭାରତକୁ ବିଭିନ୍ନ ଦେଶରୁ ଆସୁଥିବା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (ଏଫ୍ଡିଆଇ) ପରିମାଣ ନଭେମ୍ବରରେ ହ୍ରାସ ପାଇଛି। ଫଳରେ କ୍ରମାଗତ ୪ ମାସ ହେଲା ଏଫ୍ଡିଆଇ ହ୍ରାସ ପାଇବାରେ ରହିଛି।
-
13.ହତ୍ୟା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇ ଜଣେ ପୁରୁଷ ଓ ଜଣେ ମହିଳା ଜେଲଦଣ୍ଡ ଭୋଗୁଥିଲେ। ଜେଲ୍ରେ ଅବସ୍ଥାନ କାଳରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇଥିଲା। ରାଜସ୍ଥାନ ହାଇକୋର୍ଟ ସେମାନଙ୍କର ବିବାହ ସମ୍ପନ୍ନ ହେବା ପାଇଁ ଉଭୟଙ୍କୁ ୧୫ ଦିନିଆ ପାରୋଲ ଅନୁମତି ଦେଇଥିବା ଜଣାପଡିଛି।
-
14.ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷ ହକି ପ୍ରତିଯୋଗିତାରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ବିଜେତା ହୋଇଛି। ସେହିଭଳି ବୀର ବହାଦୁର ସିଂହ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟ (ଉତ୍ତରପ୍ରଦେଶ) ଦ୍ୱିତୀୟ, ମହାତ୍ମା ଗାନ୍ଧୀ କାଶୀ ବିଶ୍ୱବିଦ୍ୟାଳୟ (ବାରାଣାସୀ) ତୃତୀୟ ଓ କିଟ୍ ବିଶ୍ୱବିଦ୍ୟାଳୟ (ଭୁବନେଶ୍ବର) ଚତୁର୍ଥ ସ୍ଥାନ ହାସଲ କରିଛନ୍ତି।
-
15. ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ଟି୨୦ ବିଶ୍ୱକପ ୨୦୨୬ରୁ ବାଂଲାଦେଶକୁ ଆଉଟ କରିଦେଇଛି । ଶନିବାର ବିଧିବଦ୍ଧ ଭାବେ ଏହି ଘୋଷଣା କରାଯାଇଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
