• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ରାଜ୍ୟପାଳ ହରିବାବୁ କମ୍ଭମପତି  ରାଜଧାନୀ ଭୁବନେଶ୍ୱରରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ଗାନ୍ଧିମାର୍ଗରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ।
  2. 2.୭୭ତମ ସାଧାରଣତନ୍ତ୍ର ଦିବସ ଅବସରରେ କଟକ ବାରବାଟୀ ଷ୍ଟାଡିୟମରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
  3. 3.ଆସାମ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ସୋମବାର ଦିନ କହିଛନ୍ତି ଯେ ରାଜ୍ୟରେ ପ୍ରାୟ ୧ ଲକ୍ଷ ୭ ହଜାର ଅବୈଧ ବିଦେଶୀଙ୍କୁ ଚିହ୍ନଟ କରାଯାଇଛି। 
  4. 4.ଆବୁଧାବିରେ ଆମେରିକାର ମଧ୍ୟସ୍ଥତାରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଆଲୋଚନାରୁ ଯୁଦ୍ଧ ବନ୍ଦ କରିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି। 
  5. 5. ଗାଜା ଷ୍ଟ୍ରିପରେ ରବିବାର ଦିନ ଦୁଇଟି ପୃଥକ ଘଟଣା ଘଟିଛି। ଇସ୍ରାଏଲୀ ଗୁଳିରେ ତିନି ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି। ଗାଜା ସିଟିରେ ଇସ୍ରାଏଲୀ ଡ୍ରୋନ୍ ଆକ୍ରମଣରେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି।
  6. 6.ରାଜସ୍ଥାନର ନାଗୌର ଜିଲ୍ଲାରେ ସୁରକ୍ଷା ଏଜେନ୍ସିଗୁଡ଼ିକ ଦ୍ବାରା ୯,୫୫୦ କିଲୋ ବିସ୍ଫୋରକ ଜବତ କରିଛନ୍ତି। ଥାନୱାଲା ଥାନାର ପୁଲିସ ପକ୍ଷରୁ ଏକ ଫାର୍ମରେ ଚଢଉ କରାଯାଇ ବିପୁଳ ପରିମାଣର ଆମୋନିୟମ୍ ନାଇଟ୍ରେଟ୍ ଓ ଡେଟୋନେଟର ଜବତ କରାଯାଇଛି.
  7. 7.ରାଜ୍ୟର ପ୍ରଥମ ବିଟେଲ୍‌ (ଭଅଁର) ପ୍ରଜାତିର ଅତ୍ୟାଧୁନିକ ଡ୍ରୋନ୍‌ ତିଆରି କରିବାର ପରିକଳ୍ପନା କରିଛନ୍ତି ନିଷ୍ଟ୍‌ ବିଶ୍ବବିଦ୍ୟାଳୟର ଛାତ୍ର ଗୋଷ୍ଠୀ। ଏହି ଡ୍ରୋନ୍‌ ପ୍ରାକୃତିକ ବିପର୍ଯ୍ୟୟ ଓ ଆଭ୍ୟନ୍ତରୀଣ ସୁରକ୍ଷା ଭଳି ସମ୍ବେଦନଶୀଳ କାର୍ଯ୍ୟରେ ବେଶ୍‌ ଉପଯୋଗୀ ହେବ।
  8. 8.ଲୋକସେବା ଭବନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ୨୦ଜଣଙ୍କୁ ପୁଲିସ ପଦକ ପ୍ରଦାନ କରିଛନ୍ତି। 
  9. 9.୨୦୬୦ ସୁଦ୍ଧା ଚୀନ ଅର୍ଥନୀତିଠାରୁ ଭାରତ ଦୁଇ ଗୁଣା ବଡ଼ ହୋଇଯିବ ଓ ସେହି ସମୟରେ ଆମେରିକାକୁ ମଧ୍ୟ ଅତିକ୍ରମ କରିଯିବ। ୨୦୪୦ ସୁଦ୍ଧା ଆମେରିକା ତୃତୀୟ ସ୍ଥାନକୁ ଖସିଯିବ ଓ ୨୦୭୦ରେ ପୁଣି ଥରେ ଚୀନ୍‌ ଉପରକୁ ଚାଲିଯିବ ବୋଲି ପୂର୍ବାନୁମାନ କରାଯାଇଛି।
  10. 10.ୟୁରୋପୀୟ ସଂଘ (ଇୟୁ) ଅଧୀନରେ ଥିବା ଦେଶରୁ ଆମଦାନୀ ହେଉଥିବା କାର୍‌ ଉପରେ ଲଗାଯାଇଥିବା ୧୧୦ ପ୍ରତିଶତ ଶୁଳ୍କ ୪୦ ପ୍ରତିଶତକୁ ହ୍ରାସ ପାଇବ। ଭାରତ ଓ ଇୟୁ ମଧ୍ୟରେ ହେବାକୁ ଥିବା ବାଣିଜ୍ୟ ରାଜିନାମା‌ରେ କାର୍‌ ଶୁଳ୍କ କମ୍‌ କରିବା ବ୍ୟବସ୍ଥା ରହିଛି। ଏହା ହେଲେ ୟୁରୋପୀୟ କାର୍‌ଗୁଡ଼ିକ ଭାରତୀୟ ବଜାର‌ରେ ଆହୁରି କମ୍‌ ଦାମ୍‌ରେ ଉପଲବ୍ଧ ହୋଇପାରିବ।
  11. 11.ଚିଲିକା ଦ୍ବୀପାଞ୍ଚଳରେ ୧୪ଟି ପଞ୍ଚାୟତ ଥିବା ବେଳେ ଚିଲିକା ସେପାରିରେ ୭ଟି ପଞ୍ଚାୟତ ରହିଛି। ଗ୍ରୀଷ୍ମଋତୁ ପ୍ରାରମ୍ଭରୁ ଚିଲିକାରେ ଜଳସ୍ତର କମିଯାଉଥିବାରୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଚାଳିତ ଯାତ୍ରୀବାହୀ ଭସାପୋଲ ମଝି ଚିଲିକାରେ ଲାଖି ଯାଉଥିବାରୁ ଗମନାଗମନରେ ବାଧା ଉପୁଜୁଛି। 
  12. 12.ବିଶ୍ୱର ଅଗ୍ରଣୀ ଇ-କମର୍ସ ସଂସ୍ଥା ଆମାଜନ ଏକ ବଡ଼ ଧରଣର କର୍ମଚାରୀ ଛଟେଇ କରିବାକୁ ପ୍ରସ୍ତୁତି ଚଳାଇଛି। ରିପୋର୍ଟ ଅନୁସାରେ ଆସନ୍ତା ଜାନୁଆରୀ ୨୭ରୁ କମ୍ପାନୀ ପ୍ରାୟ ୧୬,୦୦୦ କର୍ମଚାରୀଙ୍କୁ ବାହାର କରିପାରେ।
  13. 13.ବାଂଲାଦେଶର ଏକ କୋର୍ଟ ସୋମବାର ଢାକାର ପଳାତକ ପୂର୍ବତନ ପୋଲିସ ମୁଖ୍ୟ ଏବଂ ଦୁଇ ବରିଷ୍ଠ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ଜୁଲାଇ ୨୦୨୪ରେ ହୋଇଥିବା ଗଣ ବିଦ୍ରୋହ ସମୟରେ ୬ ଜଣ ପ୍ରଦର୍ଶନକାରୀଙ୍କୁ ହତ୍ୟା କରିବା ଅପରାଧ ପାଇଁ କୋର୍ଟ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି, ଯାହା ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନାଙ୍କୁ କ୍ଷମତାଚ୍ୟୁତ କରିଥିଲା।
  14. 14.ହକି ଇଣ୍ଡିଆ ଲିଗ୍‌ରେ ସୋମବାର କଳିଙ୍ଗ ଲାନ୍ସର୍ସ ଚାମ୍ପିଅନ ହୋଇଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ରାଞ୍ଚି ରୟାଲ୍ସକୁ ୩-୨ ଗୋଲରେ ପରାସ୍ତ କରି କଳିଙ୍ଗ ଲାନ୍ସର୍ସ ଚାମ୍ପିଅନ ହୋଇଛି। 
  15. 15.ଅଲ୍ ଓଡ଼ିଶା ମାଷ୍ଟର୍ସ ବ୍ୟାଡମିଣ୍ଟନ୍ ରାଙ୍କିଂ ଟୁର୍ଣ୍ଣାମେଣ୍ଟ ସୋନପୁରରେ ଗତ ୨୩ରୁ  ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଏହି ପ୍ରତିଯୋଗିତାର  ନବରଙ୍ଗପୁରର ଆଇ ତେଜେଶ୍ୱର ରାଓ ଏବଂ ଜୟ ପ୍ରକାଶ ସିଂହ ୩୫+ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ୍ ରାଜ୍ୟ ରାଙ୍କିଂ ଟୁର୍ଣ୍ଣାମେଣ୍ଟରେ ବିଜେତା ହୋଇଛନ୍ତି

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.