-
1.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୌଣସି ଦେଶ କ୍ୟୁବାକୁ ତେଲ ଯୋଗାଣ ନକରିବାକୁ ଚେତାବନୀ ଦେଇଛନ୍ତି। ସେ ଏ ସମ୍ପର୍କିତ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରିଛନ୍ତି।
-
2. ଆସନ୍ତା ମାସ ୨୭-୨୮ରେ ଇସ୍ରାଏଲ୍ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
-
3.ସି-ଭୋଟର ସର୍ଭେରେ, ୧୧ ପ୍ରତିଶତ ଉତ୍ତରଦାତା ଡକ୍ଟର ମନମୋହନ ସିଂହ ଏବଂ ୬ ପ୍ରତିଶତ ଜବାହରଲାଲ ନେହେରୁଙ୍କୁ ସର୍ବୋତ୍ତମ ପ୍ରଧାନମନ୍ତ୍ରୀ ଭାବରେ ନାମିତ କରିଥିଲେ। ୫୫ ପ୍ରତିଶତ ଲୋକ ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀ ପାଇଁ ନରେନ୍ଦ୍ର ମୋଦିଙ୍କୁ ସଠିକ ପ୍ରାର୍ଥୀ ଭାବରେ ଚିହ୍ନିତ କରିଥିଲେ, ଯେତେବେଳେ ୨୭ ପ୍ରତିଶତ ଲୋକ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଭାବରେ ରାହୁଲ ଗାନ୍ଧୀଙ୍କ ଉପରେ ବିଶ୍ୱାସ ପ୍ରକାଶ କରିଥିଲେ।
-
4.ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬ ଉପସ୍ଥାପନ କରିଛନ୍ତି। ଏଥିରେ ୨୦୨୫-୨୬ ପାଇଁ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୭.୪ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। କିନ୍ତୁ ୨୦୨୬-୨୭ରେ ଜିଡିପି ଅଭିବୃଦ୍ଧି ୬.୮-୭.୨ ପ୍ରତିଶତକୁ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି।
-
5.ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ରେ ସ୍ମାର୍ଟଫୋନ୍, ସୋସିଆଲ ମିଡିଆ, ଗେମିଂ ଏବଂ ଅନଲାଇନ୍ ପ୍ଲାଟଫର୍ମକୁ ଅତ୍ୟଧିକ ବ୍ୟବହାର କରିବା ଦ୍ଵାରା ତାହା ସୁସ୍ଥତା, ଶିକ୍ଷା ଫଳାଫଳକୁ ପ୍ରଭାବିତ କରୁଛି। ତେଣୁ ଏଥିପାଇଁ ବୟସ-ଭିତ୍ତିକ ପ୍ରବେଶ କଟକଣା ଲଗାଇବା ଉପରେ ବିଚାର କରିବାକୁ ପ୍ରସ୍ତାବ ଦିଆଯାଇଛି
-
6.୨୦୨୫-୨୬ରେ କୃଷି କ୍ଷେତ୍ରର ଅଭିବୃଦ୍ଧି ୩.୧ ପ୍ରତିଶତକୁ ଖସିବ। ୨୦୨୪-୨୫ରେ କୃଷି ଅଭିବୃଦ୍ଧି ୪.୫ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଥିଲା। ତେବେ ପ୍ରାଣୀଧନ ଓ ମତ୍ସ୍ୟ କ୍ଷେତ୍ରର ଅଭିବୃଦ୍ଧି ୫-୬ ପ୍ରତିଶତ ହାରରେ ସ୍ଥିର ରହିବ। ଶିଳ୍ପ ଅଭିବୃଦ୍ଧି ୬.୨ ପ୍ରତିଶତକୁ ବୃଦ୍ଧି ପାଇବ, ଯାହା ପୂର୍ବବର୍ଷ ୫.୯ ପ୍ରତିଶତ ରହିଥିଲା।
-
7.ଭାରତ ବିଶ୍ବର ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇଥିବା ରିପୋର୍ଟରେ ଦାବି କରାଯାଇଛି। ଆମେରିକା, ଚୀନ ଓ ଜର୍ମାନୀ ପଛକୁ ଏହି ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି।
-
8.ସୁପ୍ରିମ୍କୋର୍ଟ ଗୁରୁବାର ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଜାତିଗତ ବୈଷମ୍ୟ ପରିଭାଷା ସମ୍ପର୍କିତ ନୂଆ ନିୟମକୁ ସ୍ଥଗିତ ରଖିଛନ୍ତି।
-
9.ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ, କୁକୁରଙ୍କ ପାଇଁ ଆଶ୍ରୟସ୍ଥଳ ସ୍ଥାପନ ଏବଂ ଶିକ୍ଷାନୁଷ୍ଠାନ ସମେତ ଅନ୍ୟାନ୍ୟ ଅନୁଷ୍ଠାନରୁ କୁକୁରଙ୍କୁ ବାହାର କରିବା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାରେ ରାଜ୍ୟମାନେ ବିଫଳ ହୋଇଥିବାରୁ ସୁପ୍ରିମ୍କୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।
-
10.ଜାନୁଆରୀ ୨୫ ତାରିଖରେ ‘ଭାଷା ସହିଦ ଦିବସ’ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ଦଳର ସଭାପତି ଏମ୍.କେ. ଷ୍ଟାଲିନଙ୍କଠାରୁ ଉପ-ମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ପର୍ଯ୍ୟନ୍ତ ସମସ୍ତେ କହିଥିଲେ ଯେ ସମଗ୍ର ତାମିଲନାଡୁ କେନ୍ଦ୍ର ସରକାରଙ୍କ ହିନ୍ଦୀ ଲାଗୁ କରିବାର ପ୍ରୟାସକୁ ବିରୋଧ କରିବ।
-
11.୧୪ ବର୍ଷର ବ୍ୟବଧାନ ପରେ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସିଧାସଳଖ ବିମାନ ସେବା ଢାକାରୁ କରାଚୀକୁ ପ୍ରଥମ ସିଧାସଳଖ ବିମାନ ଯାତ୍ରା ଗୁରୁବାର ରାତିରେ ଆରମ୍ଭ ହୋଇଥିଲା, ଯାହା ଦୁଇ ଦେଶ ମଧ୍ୟରେ ଅବିରତ ବିମାନ ସଂଯୋଗକୁ ପୁନଃସ୍ଥାପିତ କରିଥିଲା।
-
12.ଗୁରୁବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ବିଶ୍ଵବ୍ୟାଙ୍କ ଅଧ୍ୟକ୍ଷ ଅଜୟ ବାଙ୍ଗା। ଓଡ଼ିଶାର ବିକାଶ ଧାରାକୁ ଆହୁରି ଗତିଶୀଳ କରିବା ଉପରେ ଉଭୟଙ୍କ ମଧ୍ୟରେ ହୋଇଛି ଆଲୋଚନା।
-
13.କଟକ ବଡ଼ଡାକ୍ତରଖାନା ହେପାଟୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସନାତନ ବେହେରା ଏକ ଘରୋଇ କମ୍ପାନିରୁ ୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯାଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଟିମ୍ ଧରିଥିଲା।
-
14.ରାଜ୍ୟରେ ସରକାରୀ ହିସାବରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ ପଦ ଖାଲି ପଡ଼ିଥିବା ବେଳେ ଶିକ୍ଷକ ନେତାଙ୍କ ଅଭିଯୋଗ ଅନୁସାରେ, ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ, ବିଭିନ୍ନ ବିଷୟଭିତ୍ତିକ ଖାଲି ପଡିଥିବା ଶିକ୍ଷକ ପଦ ସଂଖ୍ୟା ୯୦ ହଜାରରୁ ଊର୍ଦ୍ଧ୍ବ ହେବ।
-
15.ଫୁଲବାଣୀ, କୋଠା ଅଭାବରୁ ବିଦ୍ୟାଳୟ ଶିକ୍ଷାଦାନ ଗଛମୂଳେ ଚାଲିଛି। ଦୁଇଜଣ ଶିକ୍ଷକ ପିଲାମାନଙ୍କୁ ନେଇ ଗୋଟିଏ ଗଛମୂଳରେ ଦୀର୍ଘ ୧୪ ବର୍ଷ ହେଲା ଶିକ୍ଷାଦାନ କରି ଆସୁଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
