• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ଭାରତୀୟ କାଉ ପୃଥିବୀର ସବୁଠାରୁ ବୁଦ୍ଧିମାନ୍‌ ପକ୍ଷୀ ପ୍ରଜାତି ମଧ୍ୟରୁ ଅନ୍ୟତମ। ମଧ୍ୟପ୍ରଦେଶ ଜବଲପୁରସ୍ଥିତ ଏନ୍.ଡି.ଭି.ଏସ୍.ୟୁ.ର ପଶୁଧନ ଔଷଧୀୟ ବିଭାଗର ପ୍ରଫେସର୍‌ ତଥା ମୁଖ୍ୟ ଡକ୍ଟର ଦେବେନ୍ଦ୍ର କୁମାର ଗୁପ୍ତାଙ୍କ ମତରେ କାଉମାନଙ୍କର ବୌଦ୍ଧିକ କ୍ଷମତା ରହିଛି, ଯାହାକି କେତେକ ସ୍ତନ୍ୟପାୟୀ ପ୍ରାଣୀଙ୍କ ସହ ତୁଳନୀୟ।
  2. 2.ଛତିଶଗଡ଼ର କୋର୍‌ବା ଜିଲ୍ଲାର ରାଜାରାଣୀ ହ୍ରଦ ଗର୍ଭରୁ ମିଳିଥିବା ୨୫୦୦ ବର୍ଷ ତଳର ପରାଗ କଣିକା ଭାରତର ୩୦୦୦ ବର୍ଷ ତଳର ଜଳବାୟୁ ଇତିହାସ ସ୍ପଷ୍ଟ କରିଛି। ଭାରତୀୟ ଗ୍ରୀଷ୍ମ ମୌସୁମୀ (ଆଇଏସ୍ଏମ୍‌)ର ପରିବର୍ତ୍ତିତ ଢାଞ୍ଚାକୁ ଆବିଷ୍କାର କରିବାରେ ଏହା ସାହାଯ୍ୟ କରିଛି। 

  3. 3.ଢେଙ୍କାନାଳ ଜିଲ୍ଲାର ଗଜମରାଠାରେ ପ୍ରାୟ ୧୧୦୦ ଏକର ଜମିରେ ମୋଟର ଯାନ, ବିମାନ ଏବଂ ପ୍ରତିରକ୍ଷା ଉପକରଣ, ଟାଇଟାନିୟମ୍‌, ସ୍ପେଶାଲିଟି ଷ୍ଟିଲ୍ ଉତ୍ପାଦନ କମ୍ପ୍ଲେକ୍ସ ନିର୍ମାଣ ହେବ। ଏହି ନୂତନ ସମନ୍ବିତ କମ୍ପ୍ଲେକ୍ସରେ କଲ୍ୟାଣୀ ଷ୍ଟିଲ୍‌ର ସ୍ବତନ୍ତ୍ର ଇସ୍ପାତ ପ୍ରକଳ୍ପ, ସାରଲୋହା ଆଡଭାନ୍ସଡ୍‌ ମ୍ୟାଟେରିଆଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ସୁପର ଆଲୟ ପ୍ରକଳ୍ପ, ଭାରତ ଫୋର୍ଜର ଶିଳ୍ପ କମ୍ପୋନେଣ୍ଟସ୍‌ କାଷ୍ଟିଂ ଏବଂ ଫୋର୍ଜିଂ ୟୁନିଟ ରହିବ।

  4. 4. ସାତକୋଶିଆର ମହାନଦୀ ଗଣ୍ଡରେ ବଢ଼ିଛି କୁମ୍ଭୀର ସଂଖ୍ୟା। ଗତବର୍ଷ ତୁଳନାରେ ଉଭୟ ଘଡ଼ିଆଳ ଓ ମଗର ସଂଖ୍ୟା ବୃଦ୍ଧି ପାଇଛି ।   ଚଳିତ ବର୍ଷ ମହାନଦୀ   ଗଣ୍ଡରେ ୮୮ଟି ମଗର ଥିବା ବେଳେ ୨୨ଟି ବିଲୁପ୍ତ ପ୍ରାୟ ଘଡ଼ିଆଳ କୁମ୍ଭୀର ରହିଥିବା ଜଣାପଡ଼ିଛି। ମୋଟ ୧୦୨ଟି କୁମ୍ଭୀର ଠାବ କରାଯାଇଛି।.

  5. 5.କଙ୍ଗୋର କୋଲଟାନ ଖଣି ଅଞ୍ଚଳରେ କେତେକ ଖଣି ଭୁଶୁଡ଼ିପଡ଼ିବାରୁ ଅନୂ୍ୟନ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଶନିବାର ବିଦ୍ରୋହୀ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

  6. 6.ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ପୁଣି ଥରେ ଯୁଦ୍ଧକ୍ଷେତ୍ର ପାଲଟିଛି, ଶନିବାର (ଜାନୁଆରୀ ୩୧) ବେଲୁଚି ଆର୍ମିମାନେ ଏକକାଳୀନ ୧୦ଟି ସହରରେ ପାକିସ୍ତାନୀ ସେନା ଏବଂ ISI ଘାଟି ଉପରେ ଆକ୍ରମଣ କରିଛନ୍ତି।

  7. 7.ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବାବେଳେ ଆମେରିକାର ଯୁଦ୍ଧ ଜାହାଜ ତେହେରାନ ନିକଟରେ ପହଞ୍ଚି ଯାଇଛି।

  8. 8.ଯୁଦ୍ଧ ବିରତି ପ୍ରସଙ୍ଗରେ ଆଲୋଚନା କରିବାକୁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ତରଫରୁ ଯେଉଁ ଆମନ୍ତ୍ରଣ କରାଯାଇଥିଲା, ତାହାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର ଜେଲେନ୍‌ସ୍କି ପ୍ରତ୍ୟାଖ୍ୟାନ କରିଥିବା ଜଣାପଡିଛି।

  9. 9.ଭାରତ-ବାଂଲାଦେଶ ସୀମାରେ ତାରବାଡ ନିର୍ମାଣ ପ୍ରସଙ୍ଗରେ ମାର୍ଚ୍ଚ ୩୧ ସୁଦ୍ଧା ଜମି ହସ୍ତାନ୍ତର କରିବାକୁ କଲକାତା ହାଇକୋର୍ଟଙ୍କ ପକ୍ଷରୁ ପଶ୍ଚିମବଙ୍ଗରେ କ୍ଷମତାସୀନ ମମତା ବାନାର୍ଜୀଙ୍କ ସରକାରଙ୍କୁ ନିର୍ଦେଶ ଦିଆଯାଇଛି।

  10. 10.କୋଟିଆ ଓଡ଼ିଶାର ଏକ ଅବିଚ୍ଛେଦ ଅଙ୍ଗ। ଓଡ଼ିଶାରେ ରହିଛି ଏବଂ ରହିବ। କୋଟିଆ ପାଇଁ ପୂର୍ଣ୍ଣକାଳୀନ ‌ରେଡ୍‌ମ୍ୟାପ୍‌ ପ୍ରସ୍ତୁତ ହେଉଛି। କିନ୍ତୁ ଆନ୍ଧ୍ର ନିଜ ଆଧିପତ୍ୟ ଏବେ ଜାରି ରଖିଛି।

  11. 11.କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର ବଜାର ପୁଞ୍ଜିକରଣରେ ଗୋଟିଏ ଦିନରେ ୫.୫ ଟ୍ରିଲିୟନ ଡଲାରର ଐତିହାସିକ ହ୍ରାସ-ବୃଦ୍ଧି ପରିଲକ୍ଷିତ ହୋଇଛି। ଏହା ବିଶ୍ୱ କମୋଡିଟି ବଜାର ଇତିହାସରେ ସବୁଠାରୁ ବଡ଼ ସିଙ୍ଗଲ-ଡେ ସୁଇଙ୍ଗ୍ ବୋଲି କୁହାଯାଉଛି।

  12. 12.ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା ହୋଇଛି। ଦେଶର ସବୁଠାରୁ ନିମ୍ନ ସ୍ତରରେ ଥିବା ୫ ରୁ ୧୦ ପ୍ରତିଶତ ଜନସଂଖ୍ୟାଙ୍କ ମାସିକ ବ୍ୟବହାର କ୍ଷମତାରେ ସର୍ବାଧିକ ବୃଦ୍ଧି ଘଟିଛି। ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଯୋଗୁଁ ଦାରିଦ୍ର୍ୟ ହ୍ରାସ ପାଇବା ସହ ଏହି ବର୍ଗର ଲୋକଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିଥିବା ରିପୋର୍ଟରେ ଦର୍ଶାଯାଇଛି।

  13. 13.ଘରୋଇ ଉପଭୋକ୍ତା ବ୍ୟୟ ସର୍ଭେ ୨୦୨୩-୨୪ ଅନୁଯାୟୀ, ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ରହୁଥିବା ସର୍ବନିମ୍ନ ୧୦% ଆୟକାରୀ ବର୍ଗଙ୍କ ମଧ୍ୟରେ ମାସିକ ମୁଣ୍ଡପିଛା ବ୍ୟୟ ସର୍ବାଧିକ ବଢ଼ିଛି। ଏହା ଦର୍ଶାଉଛି ଯେ ସରକାରଙ୍କ ‘ଅନ୍ତ୍ୟୋଦୟ’ ଲକ୍ଷ୍ୟ ସଫଳ ହେଉଛି। 

  14. 14. ସ୍ଵର୍ଗତ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

  15. 15.ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କହିଛନ୍ତି ଯେ, ହିନ୍ଦୁମାନେ ଗୋଟିଏ କଥା ମନେ ରଖିବା ଉଚିତ ମୁସଲମାନମାନଙ୍କୁ ଦୁର୍ବ୍ୟବହାର କରି ଭାରତ ହିନ୍ଦୁ ରାଷ୍ଟ୍ର ହୋଇ ପାରିବ ନାହିଁ। ହିନ୍ଦୁମାନଙ୍କୁ ସେମାନଙ୍କର ତ୍ରୁଟି ସୁଧାରିବାକୁ ପଡିବ, ତେବେ ହିଁ ଭାରତ ଏକ ହିନ୍ଦୁ ରାଷ୍ଟ୍ର ହେବ।

  16. 16.ଦିଲ୍ଲୀର ଜଣେ ୪୫ ବର୍ଷୀୟ ବ୍ୟକ୍ତି ଜଣକ ଏଆଇର ପରାମର୍ଶ ନେଇ ବିନା ପ୍ରେସକ୍ରିପସନରେ ଏଚଆଇଭି ଔଷଧ କିଣି ଖାଇଥିଲେ। ଯାହାଫଳରେ ତାଙ୍କୁ ଦିଲ୍ଲୀର ଡକ୍ଟର ରାମ ମନୋହର ଲୋହିଆ ହସ୍ପିଟାଲର ଭର୍ତ୍ତି ହେବାକୁ ପଡ଼ିଛି।

  17. 17.ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଆନ୍ତଃରାଜ୍ୟ ଚୋର ଗ୍ୟାଙ୍ଗର ୨୧ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି। ଏଥିସହ ସେମାନଙ୍କଠାରୁ ୧୦୬୬ଟି ମୋବାଇଲ, ୧୨୭୫ଟି ବ୍ୟାଟେରି, ୪୨୫ ଫୋନର ମଦର୍‌ ବୋର୍ଡ, ୫ଟି ଟାବଲେଟ, ନକଲି ଗହଣା ଏବଂ ୧୦ ହଜାର ଟଙ୍କା ଜବତ କରାଯାଇଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କ ଘର ପଶ୍ଚିମବଙ୍ଗରେ।

  18. 18.ଓଡିଶା ସଂସ୍କୃତି ସେବା ନିୟମ, ୨୦୦୬ ଅଧୀନରେ ଥିବା ଜିଲ୍ଲା ସଂସ୍କୃତି ଅଧିକାରୀ ସେବା ବର୍ଗର ପୁନର୍ଗଠନ ସହ ସେମାନଙ୍କୁ ପଦୋନ୍ନତିର ସୁବିଧା ପ୍ରଦାନର ଆବଶ୍ୟକତା ରହିଛି। ଉକ୍ତ ପ୍ରସ୍ତାବ ଆଜି ରାଜ୍ୟ ମନ୍ତ୍ରିମଣ୍ଡଳଙ୍କ ଅନୁମୋଦନ ଲାଭ କରିଛି।

  19. 19.ଆୟକର ବିଭାଗ ପକ୍ଷରୁ ବେଙ୍ଗାଲୁରୁସ୍ଥିତ କନ୍‌ଫିଡେଣ୍ଟ ଗ୍ରୁପ୍‌ କାର୍ଯ୍ୟାଳୟରେ ଚଢଉ କରାଯାଉଥିବାବେଳେ କମ୍ପାନୀର  ୫୭ ବର୍ଷୀୟ ଅଧ୍ୟକ୍ଷ ସି.ଜେ.ରାୟ ଆତ୍ମହତ୍ୟା କରିଥିବା ଜଣାପଡିଛି।

  20. 20.ମହାରାଷ୍ଟ୍ରର ମିନାତାଇ ଠାକରେ ଷ୍ଟାଡିୟମ, ନାସିକରେ ପ୍ରଥମ ଯୁନାଇଟେଡ ନ୍ୟାସନାଲ ମାଷ୍ଟର୍ସ ଗେମ୍ସ ୨୦୨୬ ଗତ ୨୮ତାରିଖରୁ ଶନିବାର ପର୍ଯ୍ୟନ୍ତ ଚାଲିଥିବା ମାଷ୍ଟର ଗେମରେ ବରଗଡ଼ର ୨ଭଉଣୀ ଅରୁଣା ଘିବିଲା ଓ ଅନୁପମା ଘିବିଲା ସ୍ଵର୍ଣ୍ଣ ପଦକ ଲାଭ କରିଛନ୍ତି। ଅରୁଣା ହାଇ ଜମ୍ପରେ ସ୍ଵର୍ଣ୍ଣ ପଦକ ଏବଂ ଲଙ୍ଗ ଜମ୍ପରେ ରୌପ୍ୟ ପଦକ ପାଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.