• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ରବିବାର ଆଇଟି (IT) ସେକ୍ଟରକୁ ଛାଡ଼ି ପ୍ରାୟ ସମସ୍ତ ପ୍ରମୁଖ ସେକ୍ଟର ଲାଲ୍ ସଙ୍କେତରେ ବନ୍ଦ ହୋଇଛନ୍ତି। ପିଏସୟୁ ବ୍ୟାଙ୍କ ୪% ହ୍ରାସ, ମେଟାଲ୍ ୩.୮% ହ୍ରାସ, ଅଏଲ୍ ଏବଂ ଗ୍ୟାସ୍ ୨.୭% ହ୍ରାସ ଏବଂ ମିଡ୍‌କ୍ୟାପ୍ ଓ ସ୍ମଲ୍‌କ୍ୟାପ୍ ଯଥାକ୍ରମେ ୨.୨% ଏବଂ ୨.୮% ହ୍ରାସ ପାଇଛି।

  2. 2.ସେନସେକ୍ସ ୧,୫୪୬.୮୪ ପଏଣ୍ଟ (୧.୮୮%) ହ୍ରାସ ପାଇ ୮୦,୭୨୨.୯୪ ସ୍ତରରେ ବନ୍ଦ ହୋଇଛି। ନିଫ୍ଟି ୪୯୫.୨୦ ପଏଣ୍ଟ (୧.୯୬%) ହ୍ରାସ ସହ ୨୪,୮୨୫.୪୫ ସ୍ତରରେ ରହିଛି। ବଜାରରେ ଏହି ବଡ଼ ହ୍ରାସ ଯୋଗୁଁ ନିବେଶକମାନେ ପ୍ରାୟ ୧୧ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।

  3. 3.ସୀତାରାମନ ରବିବାର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ୨୦୨୭ ଜନଗଣନା ପାଇଁ କେନ୍ଦ୍ର ବଜେଟରେ ୬,୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

  4. 4.କେନ୍ଦ୍ର ସରକାର ମଧ୍ୟ ଲକ୍ଷପତି ଦିଦି ଯୋଜନା ଜାରି ରଖିବା ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ୫ ଲକ୍ଷ ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ କରାଯାଏ, ଯାହା ସେମାନଙ୍କୁ ଆର୍ଥିକ ସ୍ଵାଧୀନତା ହାସଲ କରିବାରେ ସକ୍ଷମ କରିଥାଏ। ମହିଳାମାନେ ଏହି ଋଣ ଉପରେ ସରକାରୀ ସବସିଡି ମଧ୍ୟ ପାଆନ୍ତି।

  5. 5.ପ୍ରତ୍ୟେକ ଜିଲାରେ ବାଳିକା ଛାତ୍ରାବାସ ଖୋଲିବା ଘୋଷଣା କରିଛନ୍ତି। ଦେଶର ୭୦୦ ରୁ ଅଧିକ ଜିଲାରେ ବାଳିକା ଛାତ୍ରାବାସ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।

  6. 6.କେନ୍ଦ୍ର ସରକାରଙ୍କ ଲକ୍ଷପତି ଦିଦି ଯୋଜନାର ସଫଳତା ପରେ, ଅର୍ଥମନ୍ତ୍ରୀ ‘ଶି ମାର୍ଟସ’ ଘୋଷଣା କରିଛନ୍ତି। ଏହି ମାର୍ଟଗୁଡ଼ିକ ସ୍ବୟଂ ସହାୟକ ଉଦ୍ୟୋଗୀମାନଙ୍କ ଦ୍ୱାରା ପରିଚାଳିତ ହେବ ଏବଂ ଖୁଚୁରା ଦୋକାନ ଭାବରେ କାର୍ଯ୍ୟ କରିବ।

  7. 7.ଭାରତର ବୈଷୟିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବଜେଟରେ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ISM) ୨.୦ ର ଶୁଭାରମ୍ଭ ଘୋଷଣା ହୋଇଛି। ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ୪୦,୦୦୦ କୋଟି ଟଙ୍କାର ବୃହତ୍ ବ୍ୟୟବରାଦ ଘୋଷଣା କରିଛନ୍ତି।

  8. 8.ଜାତୀୟ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ୫ ବଉଳା କୁମ୍ଭୀରଙ୍କ ମୃତ୍ୟୁ ଘଟିଛି। ଜାନୁଆରୀ ୨୩ରୁ ୩୦ ମଧ୍ୟରେ ମୋଟ ୫ କୁମ୍ଭୀରଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ କର୍ତ୍ତୃପକ୍ଷ କୁମ୍ଭୀରଙ୍କ ପୋଷ୍ଟମର୍ଟମ କରିଛନ୍ତି । 

  9. 9.୧ ଏପ୍ରିଲ ୨୦୨୬ରୁ ନୂଆ ଆୟକର ନିୟମ ଲାଗୁ ହେବ। ଜୁଲାଇ ୩୧ ତାରିଖ ଯାଏଁ ରିଟର୍ଣ୍ଣ ଦାଖଲ କରିପାରିବେ। ଆଇଟିଆର୍‌-୧, ଆଇଟିଆର୍‌ -୨ ଲୋକେ ରିଟର୍ଣ୍ଣ ଭରିପାରିବେ। ଆୟକର ଫାଙ୍କିଲେ ଆଉ ଦଣ୍ଡ ମିଳିବନି। ଅତିରିକ୍ତ ୩୦ ପ୍ରତିଶତ ଟିକସ ଦେଇ ମୁକୁଳିପାରିବେ।

  10. 10ଓଡ଼ିଶା ସମେତ ୫ଟି ରାଜ୍ୟରେ ବିରଳ ଖଣିଜ କରିଡର ନେଇ ଘୋଷଣା କରିଛନ୍ତି । କେରଳ, ଓଡ଼ିଶା, ତାମିଲନାଡୁ, ଛତିଶଗଡ ଓ ଝାଡଖଣ୍ଡରେ ଏହି କରିଡର ନିର୍ମାଣ ହେବ । ନିର୍ମଳା କହିଛନ୍ତି ଆମ ସରକାର ନିଯୁକ୍ତି ଓ ଉତ୍ପାଦନକୁ ଗୁରୁତ୍ୱ ଦେଇଛନ୍ତି ।

  11. 11.ଆଗାମୀ ୫ ବର୍ଷ ମଧ୍ୟରେ ୨୦ଟି ନୂତନ ଜଳପଥ କାର୍ଯ୍ୟକ୍ଷମ କରିବା ପାଇଁ, ଓଡ଼ିଶାରେ ଜାତୀୟ ଜଳପଥ ୫ ସହିତ ଆରମ୍ଭ କରି ତାଳଚେର ଏବଂ ଅନୁଗୁଳର ଖଣିଜ ସମୃଦ୍ଧ ଅଞ୍ଚଳ ଏବଂ କଳିଙ୍ଗନଗର ଭଳି ଶିଳ୍ପ କେନ୍ଦ୍ରଗୁଡ଼ିକୁ ପାରାଦୀପ ଏବଂ ଧାମରାବନ୍ଦର ସହିତ ସଂଯୋଗ କରିବା ପାଇଁ ଅନ୍ତଭୃକ୍ତ।

  12. 12.ବଜେଟରେ  -ମଦ, ଖଣିଜ ପଦାର୍ଥ, ସ୍କ୍ରାପ୍, ସିଗାରେଟ୍, ପାନ ମସଲା, ସୌଖୀନ ପୋଷାକ, ତମାଖୁ ସାମଗ୍ରୀ , ଆମଦାନୀ ଘଣ୍ଟା ମହଙ୍ଗା ହେବ

  13. 13. ବଜେଟରେ - କ୍ୟାନସର ରୋଗର ୧୭ଟି ଔଷଧ, ମଧୁମେହ ଭଳି ୭ ଗମ୍ଭୀର ରୋଗର ଔଷଧ ,ମୋବାଇଲ୍, ମାଇକ୍ରୋ ଓଭେନ୍, କପଡ଼ା ଶସ୍ତା , ଚମଡ଼ାରୁ ପ୍ରସ୍ତୁତ ଜୋତା, ବ୍ୟାଗ, ସୌରଚାଳିତ ବସ୍ତୁ, ସି-ଫୁଡ୍, ଇଭି ବ୍ୟାଟେରୀ, ବାୟୋ ସିଏନ୍‌ଜି ଗ୍ୟାସ୍ ଶସ୍ତା ହେବ।

  14. 14.ବଜେଟରେ - ଜାମନଗରରେ WHO ଗ୍ଲୋବାଲ ଟ୍ରାଡିସନାଲ ମେଡିସିନ ସେଣ୍ଟର ହେବ।

  15. 15.ବଜେଟରେ -  ବାରଣାସୀ ଓ ପାଟଣାରେ ଜାହାଜ ମରାମତି ଇକୋ ସିଷ୍ଟମ୍ , ୭ଟି ହାଇସ୍ପିଡ୍ ରେଲଓ୍ବେ କରିଡର ନିର୍ମାଣ ହେବ।

  16. 16.ବଜେଟରେ - କଷ୍ଟମ ଡ୍ୟୁଟି ୧୦ ପ୍ରତିଶତକୁ ହ୍ରାସ ହେବ ।

  17. 17.ପ୍ରତିବର୍ଷ ବଜେଟ୍ ଦିବସରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ଶାଢ଼ି ମାଧ୍ୟମରେ ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରିଥାନ୍ତି। ଏଥର, ସେ କାଞ୍ଜିଭରମ୍ ସିଲ୍କ ଶାଢ଼ି ପିନ୍ଧି ତାଙ୍କ ଗୃହ ରାଜ୍ୟ ତାମିଲନାଡୁର ପ୍ରାଚୀନ ବୟନ କଳାକୁ ସମ୍ମାନ ଜଣାଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.