• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ଵାରା ପରିଚାଳିତ ଦଶମ ଶ୍ରେଣୀ ଆଜି ଠାରୁ ବାର୍ଷିକ ପରୀକ୍ଷା-୨୦୨୬ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟର ୩ ହଜାର ୮୨ଟି କେନ୍ଦ୍ରରେ ୫ ଲକ୍ଷ ୬୧ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

  2. 2.ଏପ୍ରିଲ ୨ରେ ଓଡ଼ିଶାରେ ଖାଲି ହେବାକୁ ଥିବା ୪ଟି ରାଜ୍ୟସଭା ଆସନ ସମେତ ଦେଶର ୧୦ଟି ରାଜ୍ୟରେ ଖାଲି ହେବାକୁ ଥିବା ମୋଟ୍ ୩୭ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ଏ ନେଇ ଆଜି ଭାରତ ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ‌ଦିଆଯାଇଛି।

  3. 3.ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଏବଂ ଧର୍ମ ବନାମ ସମାନତା ସମ୍ପର୍କିତ ବିବାଦ ଉପରେ ବିତର୍କ ଶୁଣିବା ପାଇଁ ସୁପ୍ରିମକୋର୍ଟ ସମ୍ପୂର୍ଣ୍ଣ ପ୍ରସ୍ତୁତ। ପ୍ରଧାନ ବିଚାରପତି ସ୍ପଷ୍ଟ କରିଛନ୍ତି ଯେ, ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ନଅ ଜଣ ବିଚାରପତିଙ୍କ ଏକ ବୃହତ୍ତର ସମ୍ବିଧାନ ଖଣ୍ଡପୀଠ ୭ ଏପ୍ରିଲ, ୨୦୨୬ ଠାରୁ ଖୋଲା କୋର୍ଟରେ ଯୁକ୍ତି ଶୁଣାଇବେ।

  4. 4.ଇଣ୍ଡିଆ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ର ବିଷୟବସ୍ତୁ ହେଉଛି ‘ସର୍ବଜନ ହିତାୟ, ସର୍ବଜନ ସୁଖାୟ’ ଯାହାର ଅର୍ଥ ସମସ୍ତଙ୍କର କଲ୍ୟାଣ, ସମସ୍ତଙ୍କର ଖୁସି।

  5. 5.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତୁତି ସମ୍ପୂର୍ଣ୍ଣ ଖୁବ୍ ଶୀଘ୍ର ଇରାନ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି।

  6. 6.ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି।

  7. 7.ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଏକ ସାମାନ୍ୟ ଝଗଡ଼ା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି । ଜଣେ ଯୁବକ ତାଙ୍କ ଭାଉଜ ଏବଂ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବଡ଼ ଭାଇ ହରିଶ (୪୦) ଏବଂ ତାଙ୍କ ସ୍ତ୍ରୀ ପୁନମ (୩୮)ଙ୍କ ମୃତ୍ୟୁ ହୋଇଥିଲା।

  8. 8.ରାଜ୍ୟରେ ଦୁଇ ବର୍ଷ ମଧ୍ୟରେ ୬୮୦ଟି ନୂଆ ଷ୍ଟାର୍ଟଅପ୍‌ ସ୍ଥାପନ କରାଯାଇଥିବା ନେଇ ବିଧାନସଭାରେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।

  9. 9.ଆହ୍ଲାବାଦ ହାଇକୋର୍ଟଙ୍କ ଜଣେ ନାବାଳିକାଙ୍କ ପ୍ରତି ହୋଇଥିବା ଯୌନ ନିର୍ଯାତନାକୁ କେବଳ ‘ଅପରାଧର ପ୍ରସ୍ତୁତି’ ବୋଲି ଦର୍ଶାଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ନାବାଳିକାଙ୍କ ବକ୍ଷୋଜ ସ୍ପର୍ଶ କରିବା, ପୋଷାକ ଟାଣିବା ଓ ତାଙ୍କ ପାଇଜାମାର ନାଡ଼ା ଛିଣ୍ଡାଇବା କେବଳ ଏକ ପ୍ରସ୍ତୁତି ନୁହେଁ, ବରଂ ଏହା ଏକ ସ୍ପଷ୍ଟ  ଦୁଷ୍କର୍ମ ଉଦ୍ୟମ। ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ ଅଦାଲତ  ‘ଅତ୍ୟନ୍ତ ସମ୍ବେଦନହୀନ’ ବୋଲି ଦର୍ଶାଇଛନ୍ତି।

  10. 10.ବେଙ୍ଗାଲୁରୁରେ ଇସ୍ରୋର ଜଣେ ପୂର୍ବତନ କର୍ମଚାରୀ ନାଗେଶ ରାଓଙ୍କୁ ନିଜ ପତ୍ନୀଙ୍କ ହତ୍ୟା ଅଭିଯୋଗରେ ଗିରଫ କରାଯାଇଛି। ନାଗେଶ ନିଜ ପତ୍ନୀଙ୍କୁ ଏକ ଟାୱଲରେ ତଣ୍ଟି ଚିପି ହତ୍ୟା କରିଛନ୍ତି। ବେଙ୍ଗାଲୁରୁ ସ୍ଥିତ ଆପାର୍ଟମେଣ୍ଟରୁ ପତ୍ନୀଙ୍କ ଶବ ମିଳିବା ପରେ ବୁଧବାର ନାଗେଶଙ୍କୁ ଗିରଫ କରାଯାଇଛି।

  11. 11.ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କୁ ପେନ୍‌‌ସନ୍‌‌ ଦେବାଲାଗି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ବ୍ଲକଗ୍ରାଣ୍ଟ କର୍ମଚାରୀଙ୍କୁ ପେନ୍‌ସନ ଦେବା ମାମଲାରେ ରାଜ୍ୟ ସରକାର ଜବାବ ଦାଖଲ କରିଛନ୍ତି।

  12. 12.ଆମେରିକାର ଟେକ୍ସାସ ଉପକଣ୍ଠରେ ଭଗବାନ ହନୁମାନଙ୍କ ବିଶାଳ ପ୍ରତିମୂର୍ତ୍ତିକୁ ନେଇ ବିବାଦ ଠିଆ ହୋଇଛି। ଡଲାସ ପୋର୍ଟ ବର୍ଥ ଅଞ୍ଚଳର ରିପବ୍ଲିକାନ କର୍ମୀ କାର୍ଲୋସ ଟୁର୍ସିୟୋସ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହାର ଭିଡିଓ ସେୟାର କରିଛନ୍ତି।

  13. 13.ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ଭେଟିଛନ୍ତି। ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଯୋଗ ଦେବାକୁ ପିଚାଇ ନୂଆଦିଲ୍ଲୀ ଆସିଥିବାବେଳେ ମୋଦୀଙ୍କ ସହ ତାଙ୍କର ସାକ୍ଷାତ ହୋଇଛି।

  14. 14.ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି।

  15. 15.ଅଭିଷେକ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ତାଙ୍କର ପ୍ରଥମ ତିନୋଟି ଇନିଂସରେ ଶୂନ୍ୟରେ ଆଉଟ ହୋଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.