• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ମଙ୍ଗଳବାର ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ରାଜ୍ୟ ସରକାର ୪,୧୧୧.୮୦ କୋଟି ଟଙ୍କାର ୨୩ଟି ଶିଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

  2. 2.ଝାଡ଼ଖଣ୍ଡ ବିଧାନସଭାରେ ଜାତୀୟ ଇ-ବିଧାନ ଆବେଦନ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଶେଷ ହୋଇଛି।

  3. 3.ଆସାମରେ SIR ପରେ ଚୂଡ଼ାନ୍ତ ଭୋଟର ତାଲିକା ଜାରି କରାଯାଇଛି। ଆସାମରେ ଭୋଟର ତାଲିକାରେ ୨.୪୯ କୋଟି ଭୋଟରଙ୍କର ନାମ ରହିଛି। ଅର୍ଥାତ ସଦ୍ୟ ପ୍ରକାଶିତ ତାଲିକାରେ ପୂର୍ବାପେକ୍ଷା ୦.୯୭ ପ୍ରତିଶତ କମ୍‌ ମତଦାତା ଅଛନ୍ତି।

  4. 4.ଯଦି କୌଣସି ଗାଡ଼ି ବିରୋଧରେ ନିୟମ ଉଲ୍ଲଂଘନ ନେଇ ଚାଲାଣ ବିଚାରାଧୀନ ଥାଏ ତେବେ ସଂପୃକ୍ତ ଗାଡ଼ିକୁ ପିୟୁସିସି ନ ଦେବାକୁ ରାଜ୍ୟ ସରକାର ଗ୍ରହଣ କରିଥିବା ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି।

  5. 5.ନବରରଙ୍ଗପୁର ଜୀବିତ ୧୭ ଶ୍ରମିକଙ୍କୁ ମୃତ ଦର୍ଶାଇ ୩୨ଲକ୍ଷ ୯୦ହଜାର ଟଙ୍କା ହଡପ ହୋଇଥିବା ଅଭିଯୋଗକୁ ନେଇ ପ୍ରଶାସନ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି ।

  6. 6.ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷାରେ କପି କଲେ ୫ ବର୍ଷ ଜେଲ୍ ଏବଂ ୧୦ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିପାରେ। କପି ରୋକିବାକୁ ବ୍ୟବହାର ହେବ ଏଆଇ ଏବଂ କ୍ୟୁଆର କୋଡ୍ ।

  7. 7. ୧୦ ଠାରୁ ୧୯ ଫେବୃଆରୀ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି MDA(Mass Drug Administration) ଅଭିଯାନରେ ବଲାଙ୍ଗୀର, ବରଗଡ଼, ଗଞ୍ଜାମ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାର ୭ଟି ବ୍ଲକ୍/ସହରାଞ୍ଚଳର ପ୍ରାୟ ୭.୪0 ଲକ୍ଷ ଲୋକଙ୍କୁ ଫାଇଲେରିଆ ନିରୋଧୀ ଔଷଧ ସେବନ କରିବାକୁ ଦିଆଯିବ।

  8. 8.ଚେନ୍ନାଇର ପ୍ରସିଦ୍ଧ ଫଟୋଗ୍ରାଫର ରାମ୍ୟା ଶ୍ରୀରାମ କେରଳର ଏକ ପାରମ୍ପରିକ ରୀତିନୀତିର ତାଙ୍କର ସ୍ପନ୍ଦନଶୀଳ ଫଟୋଗ୍ରାଫ ପାଇଁ ବିଶ୍ୱସ୍ତରୀୟ ଖ୍ୟାତି ଅର୍ଜନ କରିଛନ୍ତି। ଏହି ଫଟୋଗ୍ରାଫଟି ନେଟ୍‌ ଜିଓ ଇଣ୍ଡିଆ ୱାର୍ଲୱାଇଡ୍ କଣ୍ଟେଷ୍ଟ ୨୦୨୫ ଜିତିଥିଲା ​​

  9. 9. ଭାରତୀୟ ଗୃହିଣୀମାନଙ୍କ ସୁନା ପ୍ରତି ରୁଚି ସେହି ପାରମ୍ପରିକ ଅଭ୍ୟାସ ଭାରତୀୟ ପରିବାରଗୁଡ଼ିକ ପାଖରେ ୩୦ ହଜାର ଟନ୍‌ରୁ ଅଧିକ ସୁନା ପହଞ୍ଚାଇଛି। 

  10. 10.ଇଣ୍ଟରନେଟ୍ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏଆଇ ଦ୍ୱାରା ସୃଷ୍ଟି ହେଉଥିବା ନକଲି ଏବଂ ଭ୍ରମାତ୍ମକ ବିଷୟବସ୍ତୁକୁ ରୋକିବା ପାଇଁ କେନ୍ଦ୍ର ସରକାର ନୂତନ ସଂଶୋଧନଗୁଡ଼ିକ ଫେବୃଆରୀ ୨୦ରୁ କାର୍ଯ୍ୟକାରୀ ହେବ।

  11. 11.NHMରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଆୟୁଷ ଡାକ୍ତରଙ୍କ ଦରମା ବଢ଼ିଲା। ଏନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ହୋଇଛି। ବରିଷ୍ଠତା ଭିତ୍ତିରେ ୨୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

  12. 12.ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ୨୦୨୭ ମାର୍ଚ୍ଚ ସୁଦ୍ଧା ପ୍ରତି ଗାଁରେ ପାଇପ୍ ଯୋଗେ ପାଣି ପହଞ୍ଚିବା ଦରକାର।

  13. 13.ଗତବର୍ଷ ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ଦେଶର ବେକାରି ହାର ୬.୭ ପ୍ରତିଶତକୁ ହ୍ରାସ ପାଇଥିବା ନେଇ ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୫ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ତାହା ୬.୯ ପ୍ରତିଶତ ଥିଲା। ଗ୍ରାମାଞ୍ଚଳରେ ୧୫ ବର୍ଷରୁ ଅଧିକ ବୟସ ବର୍ଗରେ ବେକାରି ହାର ୪.୪ ପ୍ରତିଶତରୁ ହ୍ରାସ ପାଇ ୪ ପ୍ରତିଶତ ହୋଇଛି।

  14. 14.ନୂଆଦିଲ୍ଲୀରେ ଚାଲିଥିବା ଜାତୀୟ ଦୃଷ୍ଟିବାଧିତ କ୍ରିକେଟ୍‌ ପ୍ରତିଯୋଗିତା ‘ନଗେଶ ଟ୍ରଫି’ର ସୁପର-୮ ପର୍ଯ୍ୟାୟରେ ଓଡ଼ିଶାର ବିଜୟ ଜାରି ରହିଛି। ମଙ୍ଗଳବାର ନିଜର ଦ୍ବିତୀୟ ମ୍ୟାଚ୍‌ରେ ଓଡ଼ିଶା ୨୨୭ ରନ୍‌ରେ କେରଳକୁ ପରାସ୍ତ କରିଛି। 

  15. 15.ଛତିଶଗଡ଼ର ବିଳାସପୁରଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ୍ ସଫ୍ଟ ବଲ୍ ପ୍ରତିଯୋଗିତାରେ ଓଡ଼ିଶାର ଛାତ୍ରମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.