• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ବୁଧବାର ୱାଶିଂଟନରେ ରୁଦ୍ଧଦ୍ଵାରର ବୈଠକ କରିଛନ୍ତି।

  2. 2.ବାଂଲାଦେଶରେ ଗୁରୁବାର ଜାତୀୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି। ପ୍ରାୟ ୧୮ ମାସ ପୂର୍ବେ ଜୁଲାଇ ୨୦୨୪ ଛାତ୍ର ବିଦ୍ରୋହ ପରେ ଏହା ବାଂଲାଦେଶର ପ୍ରଥମ ନିର୍ବାଚନ।

  3. 3.୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କରାଯାଇଥିବା ଡଲଫିନ ଗଣନା ରିପୋର୍ଟ ଅନୁଯାୟୀ ଓଡ଼ିଶା ଉପକୂଳ ଏବଂ ଚିଲିକା ହ୍ରଦରେ ମୋଟ ୭୬୫ଟି ଡଲଫିନ ଓ ଅନ୍ୟାନ୍ୟ ସାମୁଦ୍ରିକ ସ୍ତନ୍ୟପାୟୀ ପ୍ରାଣୀ ରହିଛନ୍ତି।

  4. 4.ବ୍ୟାଙ୍କ ଶାଖାରେ ବିଭିନ୍ନ ଆର୍ଥିକ ଉତ୍ପାଦର ବ୍ୟାପକ ମିସ୍‌ ସେଲିଂ ପ୍ରମାଣିତ ହେଲେ ଗ୍ରାହକଙ୍କୁ ବ୍ୟାଙ୍କ କ୍ଷତିପୂରଣ ଦେବେ ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛନ୍ତି। ଆସନ୍ତା ଜୁଲାଇ ୧ରୁ ଏହି ନିୟମ ଲାଗୁ ହେବ।

  5. 5.ଚଳିତ ଆର୍ଥିକ ବର୍ଷରେ ଦେଶରେ ତାପଜ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ଧାର୍ଯ୍ୟ ଲକ୍ଷ୍ୟ ଠାରୁ କମ୍‌ ହେବା ନେଇ ଆଶଙ୍କା।  ଡିସେମ୍ବର ମାସରେ ତାପଜ ଶକ୍ତି ଉତ୍ପାଦନ ନୈରାଶ୍ୟଜନକ ରହିଛି।

  6. 6.ଆଗାମୀ ଦିନରେ ଆମେରିକା ଓ ଭେନେଜୁଏଲାରୁ ଅଧିକ ତେଲ ଭାରତକୁ ଆସିବ। ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ପରେ ତୈଳ କ୍ରୟ ରଣନୀତିରେ ପରିବର୍ତ୍ତନ କରିବାକୁ ତୈଳ କମ୍ପାନିଗୁଡ଼ିକୁ ସରକାର କହିଛନ୍ତି।

  7. 7.ପୁଞ୍ଜି ବଜାର ମୂଲ୍ୟ ଅନୁସାରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଛି। ଏହା ସଫ୍ଟୱେର କମ୍ପାନି ଟାଟା କନ୍‌ସଲଟାନ୍ସି ସର୍ଭିସେସ୍‌ (ଟିସିଏସ୍‌)କୁ ପଛରେ ପକାଇ ଦେଶର ଚତୁର୍ଥ ବଡ଼ ମୂଲ୍ୟବାନ କମ୍ପାନି ଭାବେ ଉଭା ହୋଇଛି।

  8. 8.ଲେହ ପ୍ରଶାସନ ସୋନମ ୱାଙ୍ଗଚୁକ୍‌ଙ୍କୁ ମୁକ୍ତ କରିବାକୁ ମନା କରିଦେଲେ । ସୁପ୍ରିମକୋର୍ଟରେ ତାଙ୍କ ପତ୍ନୀଙ୍କ ଅଭିଯୋଗକୁ ଖଣ୍ଡନ କରି ସେ ସୁସ୍ଥ ଥିବା ଦର୍ଶାଇଛନ୍ତି ପ୍ରଶାସନ।

  9. 9.ଭାରତ ସରକାର ବନ୍ଦେ ମାତରମ୍ ରଚନାର ୧୫୦ ବର୍ଷ ପୂରଣ ଅବସରରେ ଜାତୀୟ ସଙ୍ଗୀତ ବନ୍ଦେ ମାତରମ୍ ପ୍ରତି ସମ୍ମାନ ବୃଦ୍ଧି କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ବନ୍ଦେ ମାତରମ ୩ ମିନିଟ୍ ୧୦ ସେକେଣ୍ଡରେ ସରିବ।

  10. 10.ଜମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ଅତି କମ୍‌ରେ ୩୧ଟି ପଥର କ୍ରସର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ରାଜନେତା ଓ ସରକାରୀ ଅଧିକାରୀମାନଙ୍କ ମାଲିକାନାରେ ଥିବା କଥା ମଙ୍ଗଳବାର କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭାରେ ଦାଖଲ ହୋଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି।

  11. 11.ପୂର୍ବତନ ସେନାମୁଖ୍ୟ ଜେନେରାଲ ଏମ୍‌ ଏମ୍‌ ନରବଣେଙ୍କ ଆତ୍ମଜୀବନୀକୁ ନେଇ ବଡ଼ଧରଣର ବିବାଦ ପରେ ଦିଲ୍ଲୀ ପୁଲିସ ବୁଧବାର ପବ୍ଲିସର୍‌ ପେଙ୍ଗୁଇନ୍‌ ରାଣ୍ଡମ୍‌ ହାଉସ୍‌ ଇଣ୍ଡିଆକୁ ନୋଟିସ ଜାରି କରିଛି।

  12. 12.୧୦ଟି ଶ୍ରମିକ ଓ ସ୍ଵାଧୀନ ଫେଡେରେସନ୍‌ ପକ୍ଷରୁ  ଆଜି ୧୨ ଘଣ୍ଟିଆ ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛି। କେନ୍ଦ୍ରୀୟ ଶ୍ରମ ଆଇନକୁ ବିରୋଧ କରି ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଜାରି ରହିବ।

  13. 13.ଋତୁ ତାୱଡେ  ମୁମ୍ବଇର ପ୍ରଥମ ମହିଳା ବିଜେପି ମେୟର ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

  14. 14.ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗ୍ରୀଣ୍ଡୋଲା ନିକଟରେ ପ୍ରବାହିତ ଜୀରାନଦୀ ଏବଂ ରାଞ୍ଜ ନଦୀର ସଂଯୋଗସ୍ଥଳୀ ଦୋ ମୁହାଣିରେ ନଦୀସ୍ଥ ଜଳ ସଂରକ୍ଷଣ ତଥା ଆନିକଟ୍‌(ଆଇଏସସ୍‌- ଇନ୍‌ ଷ୍ଟ୍ରିମ ଷ୍ଟୋରେଜ) ହେବ।

  15. 15.କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ଵସ୍ତି ମିଳିଛି । ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ହାଇକୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ଉପରେ ରୋକ ଲଗାଇଲେ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.