• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଇରାନ ଏବଂ ରୁଷ ଓମାନ ଉପସାଗର ଏବଂ ଭାରତ ମହାସାଗରରେ ମିଳିତ ନୌସେନା ଅଭ୍ୟାସ କରି ସେମାନଙ୍କର ସାମରିକ ସହଭାଗୀତା ପ୍ରଦର୍ଶନ କରିଛନ୍ତି।

  2. 2.ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଗାଜାର ପୁନଃନିର୍ମାଣ ପାଇଁ ଆମେରିକା ୧୦ ବିଲିୟନ ଡଲାର ଯୋଗଦାନ କରିବ।

  3. 3.ପାକିସ୍ତାନର କରାଚୀ ସହରରେ ଥିବା ଏକ ଆପାର୍ଟମେଣ୍ଟରେ ଗୁରୁବାର ବିସ୍ଫୋରଣ ଘଟି ୧୬ ଜଣ ପ୍ରାଣ ହରାଇଛନ୍ତି।

  4. 4.ଦେଶରେ ସାମରିକ ଶାସନ ଲାଗୁ ଉଦ୍ୟମ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ ଅଦାଲତ ଗୁରୁବାର ପୂର୍ବତନ ରାଷ୍ଟ୍ରପତି ୟୁନ୍‌ ସୁକ୍‌ ୟିଓଲଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ୨୦୨୪ ଡିସେମ୍ବର ୩ରେ ତତ୍କାଳୀନ ରାଷ୍ଟ୍ରପତି ୟୁନ୍‌ ଜାତୀୟ ଟେଲିଭିଜନରେ ସାମରିକ ଶାସନ ଲାଗୁ ସମ୍ପର୍କରେ ଘୋଷଣା କରିଥିଲେ।

  5. 5.ଭାଇବ୍ରାଣ୍ଟ ଗ୍ରାମ କାର୍ଯ୍ୟକ୍ରମ-II ହେଉଛି ଏକ କେନ୍ଦ୍ରୀୟ ଯୋଜନା ଯାହାର ବ୍ୟୟ ୨୦୨୮-୨୯ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୬,୮୩୯ କୋଟି ଟଙ୍କା। ଏହି କାର୍ଯ୍ୟକ୍ରମ ୧୫ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେବ। ଅମିତ ଶାହ ଆସାମର କଛାର ଜିଲ୍ଲାର ନାଥନପୁରରୁ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବେ।

  6. 6.ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ତଥା ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ଙ୍କ ଚାର୍ଜସିଟକୁ ନେଇ ମାର୍ଚ୍ଚ ୯ରେ ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେବ

  7. 7.ପ୍ରଧାନ ବିଚାରପତି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇ କହିଛନ୍ତି, ଯଦି ସକାଳୁ ସଞ୍ଜ ପର୍ଯ୍ୟନ୍ତ ସବୁକିଛି ମାଗଣାରେ ମିଳିବ, ତେବେ କାମ କରିବ କିଏ?  ମାଗଣା ବଣ୍ଟନ ଦେଶର ଶ୍ରମ ସଂସ୍କୃତିକୁ ନଷ୍ଟ କରୁଥିବା କୋର୍ଟ କହିଛନ୍ତି।

  8. 8.ଏକ ତଥ୍ୟ ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତୀୟ ପରିବାରଗୁଡ଼ିକର ଆର୍ଥିକ ସମ୍ପତ୍ତିର ହାରାହାରି ୩୩ ପ୍ରତିଶତ ବ୍ୟାଙ୍କ ଜମା ଆକାରରେ ଥିଲା। ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ପରିବାରଗୁଡ଼ିକର ସମ୍ପତ୍ତିର ୩୩ ପ୍ରତିଶତ ଇକ୍ୟୁଟି ଓ ମ୍ୟୁଚୁଆଲ୍‌ ଫଣ୍ଡରେ ନିବେଶ ହୋଇଥିବାବେଳେ ବ୍ୟାଙ୍କରେ ମାତ୍ର ୭ ପ୍ରତିଶତ ସମ୍ପତ୍ତି ଜମା ରହୁଛି।

  9. 9.ଜିଓ ଦେଶକୁ ଇଣ୍ଟରନେଟ୍ ଯୁଗ ପରେ ବର୍ତ୍ତମାନ ‘ବୁଦ୍ଧିମତ୍ତା ଯୁଗ’ ସହିତ ଯୋଡ଼ିବ। ଏହି ଦିଗରେ ଜିଓ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଆଗାମୀ ସାତ ବର୍ଷରେ ୧୦ ଲକ୍ଷ କୋଟି ଟଙ୍କା ନିବେଶ କରିବେ।

  10. 10.ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ)ରେ ହେଉଥିବା ଜାଲିଆତି ରୋକିବା ଲାଗି ଦାୟର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଉପରେ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଓ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ)କୁ ନୋଟିସ୍‌ ଜାରି କରିଛନ୍ତି।

  11. 11.ପ୍ରାୟ ଛଅବର୍ଷର ବ୍ୟବଧାନ ପରେ ଆସନ୍ତା ମେ’ ୫ରୁ ୧୨ ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ନାଗରିକତ୍ବ ସଂଶୋଧନ ଆଇନ (ସିଏଏ) ସମ୍ପର୍କିତ ସମସ୍ତ ପିଟିସନ୍‌ର ଚୂଡାନ୍ତ ଶୁଶାଣି ଆରମ୍ଭ ହେବ ବୋଲି ଜଣାପଡିଛି।

  12. 12.ମାଲକାନଗିରି, ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳକୁ ମିଳିଛି ଏକ ବଡ଼ ସଫଳତା। ‘ଅପରେସନ୍ ବ୍ଲାକ୍ ଫରେଷ୍ଟ-୨’ରେ ଟଳିଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ।

  13. 13.ଓଡ଼ିଶାର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହେଉଛି। ଏଥିଯୋଗୁ ୨୦୨୫-୨୬ (ଅଗ୍ରୀମ ଆକଳନ)ରେ ଓଡ଼ିଶାର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧,୮୬,୭୬୧ ଟଙ୍କାରେ ପହଞ୍ଚିଛି।

  14. 14.ଭାରତୀୟ ନିର୍ବାଚନ କମିଶନ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏହି ପଦକ୍ଷେପ ଚଳିତ ବର୍ଷ ଏପ୍ରିଲରୁ ସାରା ଦେଶରେ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ।

  15. 15.'ଅପରେସନ୍ ସାଇବର କବଚ' ଅଧୀନରେ ରାଉରକେଲା ପୁଲିସକୁ ବଡ଼ ସଫଳତା ମିଳିଛି। ବନ୍ଧମୁଣ୍ଡା ଥାନା ଅଞ୍ଚଳରେ ଚାଲିଥିବା ଏକ ଆନ୍ତଃରାଜ୍ୟ କ୍ରିକେଟ୍ ବେଟିଂ ସିଣ୍ଡିକେଟ୍‌କୁ ପୁଲିସ ଧ୍ୱସ୍ତ କରିଛି। ଚାଲିଥିବା T-20 ବିଶ୍ୱକପ୍ ଉପରେ ଏହି ବେଟିଂ ଚାଲିଥିବା ବେଳେ ପୁଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.