-
1.ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୧୪୨ଟି ଆସନରେ ଭୋଟିଂ ହେଉଛି।
-
2.ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମା ମଙ୍ଗଳବାର କଂଗ୍ରେସ ସାଂସଦ କାର୍ତ୍ତି ଚିଦମ୍ବରମ୍ଙ୍କ ଏକ ଆବେଦନର ଶୁଣାଣିରୁ ଓହରି ଯାଇଛନ୍ତି।
-
3.ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆପ୍ ନେତା ମନିଷ ସିସୋଦିଆ ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇର ଆବେଦନରେ ଜଷ୍ଟିସ୍ ଶର୍ମାଙ୍କ ନିକଟରେ ଶୁଣାଣିରେ ଅଂଶଗ୍ରହଣ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
-
4.ରୁଷ୍ ଓ ଭାରତ ଯୌଥ ଉଦ୍ୟୋଗରେ ୟୁରିଆ କାରଖାନା ସ୍ଥାପନ କରିବେ। ରୁଷ୍ର ସମରାସ୍ଥିତ ଟୋଗଲିଆଟିରେ ଏହି କାରଖାନା ହେବା ନେଇ ଆଶା କରାଯାଉଛି। ପ୍ରାୟ ୨୦ ହଜାର କୋଟି ଟଙ୍କା ନିବେଶରେ ହେବାକୁ ଥିବା ଏହି କାରଖାନାରୁ ବାର୍ଷିକ ୨୦ ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ଉତ୍ପାଦନ ହେବ।
-
5.ଦେଶରେ ଡିଜିଟାଲ ଠକେଇ ଏକ ଗମ୍ଭୀର ସମସ୍ୟାରେ ପରିଣତ ହୋଇଛି। ସାମ୍ନାକୁ ଆସୁଥିବା ବହୁ ମାମଲାରେ ଲୋକମାନେ କୋଟି କୋଟି ଟଙ୍କା ହରାଇ ସର୍ବସ୍ବାନ୍ତ ହୋଇପଡ଼ୁଛନ୍ତି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି ଯେ ଡିଜିଟାଲ ଗିରଫଦାରୀ ମାମଲା ସହ ଜଡ଼ିତ ୯୪୦୦ ହ୍ବାଟସ୍ଆପ୍ ଆକାଉଣ୍ଟ୍କୁ ବନ୍ଦ କରାଯାଇଛି।
-
6.ତୈଳ ଦୁନିଆର ଏକ ବଡ଼ ଘଟଣା ସ୍ବରୂପ ମଧ୍ୟପ୍ରାଚ୍ୟର ତୈଳ ଉତ୍ପାଦନ କରୁଥିବା ଦେଶଗୁଡ଼ିକୁ ନେଇ ଗଠିତ ସଂଘ ଓପେକ୍ରୁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଓହରିଯାଇଛି।
-
7.ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ଆଉ ୩୦୩୪ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି।
-
8.ମେ’ ମାସରେ ୨ କି ୪ ନୁହେଁ ବରଂ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ।
-
9.୧ ମେ’ ୨୦୨୬ ଠାରୁ ଭାରତରେ ଅନେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ରନ୍ଧନ ଗ୍ୟାସ୍ ମୂଲ୍ୟଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ୍ ଏବଂ ଡିଜିଟାଲ୍ ପେମେଣ୍ଟ ନିୟମ ପର୍ଯ୍ୟନ୍ତ ବହୁତ କିଛି ପରିବର୍ତ୍ତନ ହେବାକୁ ଯାଉଛି।
-
10.ସାବରିମାଳା ମାମଲା ସହିତ ଜଡିତ ଆବେଦନ ଉପରେ ଶୁଣାଣି ସମୟରେ ସୁପ୍ରିମକୋର୍ଟ ନଅ ଜଣିଆ ସମ୍ବିଧାନ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ଏକ ଧାର୍ମିକ ଅନୁଷ୍ଠାନ ପରିଚାଳନା କରିବାର ଅଧିକାର ଅରାଜକତାକୁ ବୁଝାଏ ନାହିଁ। କୋର୍ଟ କହିଛନ୍ତି ଯେ ପ୍ରତ୍ୟେକ ଅନୁଷ୍ଠାନର କାର୍ଯ୍ୟକାରିତା ପାଇଁ ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଏବଂ ମାନଦଣ୍ଡ ରହିବା ଆବଶ୍ୟକ।
-
11.ଆଧାର କାର୍ଡ ଆଉ ଜନ୍ମ ତାରିଖର ପ୍ରମାଣ ଭାବରେ ବ୍ୟବହାର କରାଯାଇପାରିବ ନାହିଁ। ଆଧାର କାର୍ଡ କେବଳ ଧାରକଙ୍କ ପରିଚୟ ଏବଂ ବାସସ୍ଥାନ ଠିକଣାର ପ୍ରମାଣ ଭାବରେ କାର୍ଯ୍ୟ କରିବ। ଏହା ବୟସ କିମ୍ବା ଜନ୍ମ ତାରିଖ ପାଇଁ ଏକ ସରକାରୀ ଡକ୍ୟୁମେଣ୍ଟ ଗଠନ କରିବ ନାହିଁ; ତେଣୁ, ନାଗରିକମାନଙ୍କୁ ଏ ବିଷୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।
-
12.ବିଦ୍ୟୁତ୍ଚାଳିତ ଯାନ (ଇଭି) କ୍ରୟ ପାଇଁ ଓଡିଶା ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ମିଳୁଥିବା ସୁଧବିହୀନ ଋଣ ବ୍ୟବସ୍ଥା ପ୍ରତ୍ୟାହାର କରାଯାଇଛି। ଚଳିତ ମାସ ପହିଲାରୁ ଏହି ସୁଧବିହୀନ ଋଣ ପ୍ରଦାନ ବ୍ୟବସ୍ଥା ବନ୍ଦ କରାଯାଇଛି।
-
13.ମୃତ୍ୟୁ ପରେ ମିଳିଲାନି ଟଙ୍କା। ଦୌଡି ଦୌଡି ନୟାନ୍ତ ହେବା ପରେ ମଧ୍ୟ ଶୁଣିନଥିଲା ବ୍ୟାଙ୍କ। ଶେଷରେ ମୃତ୍ୟୁ ପ୍ରମାଣ ଦେବାକୁ ଭଉଣୀର କଙ୍କାଳକୁ ବ୍ୟାଙ୍କ ଆଣିଲା ଭାଇ। ଓଡିଶା ଗ୍ରାମୀଣ ବ୍ୟାଙ୍କର ରିଜିଓନାଲ ମ୍ୟାନେଜର ମଧ୍ୟ ପହଞ୍ଚିଛନ୍ତି। ଭଉଣୀର ଶବ ମାଟିତଳୁ ଖୋଳି ଆଣିଥିବା ଭାଇ ଜିତୁ ମୁଣ୍ଡାଙ୍କୁ ଭେଟି ଟଙ୍କା ଦେଇଛନ୍ତି।
-
14.ଟିଟିଲାଗଡ଼ ଦୁର୍ଘଟଣାରେ ମୃତ ୩ ଶିଶୁଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ସହାୟତା ରାଶି ଘୋଷଣା କରାଯାଇଛି। ସବୁ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ସହାୟତା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
-
15.ଉପକୂଳବର୍ତ୍ତୀ ଜିଲାଗୁଡିକରେ ପାଗ ମେଘୁଆ ରହୁଥିବାବେଳେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ମେ’ ୪ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ସ୍ଥାନେ ସ୍ଥାନେ ଘଣ୍ଟାପ୍ରତି ୫୦ରୁ ୬୦କି.ମି ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
