• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଏନ.ଏସ. ରାଜା ସୁବ୍ରମଣି (ଅବସରପ୍ରାପ୍ତ)ଙ୍କୁ ଦେଶର ପରବର୍ତ୍ତୀ ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଭାବରେ ନିଯୁକ୍ତ କରିଛନ୍ତି।

  2. 2.ହାନ୍ତା ଭାଇରସ୍‌ ସଂକ୍ରମିତ ହୋଇଥିବା ଡଚ୍‌ର କ୍ରୁଜ୍‌ ଜାହାଜ ଏମ୍‌ଭି ହୋଣ୍ଡିଅସ୍‌ର କ୍ରିଉ ସଦସ୍ୟଙ୍କ ମଧ୍ୟରେ ଅନୂ୍ୟନ ୨ ଜଣ ଭାରତୀୟ ଥିବା ଜଣାପଡ଼ିଛି। ଜାହାଜରେ ହାନ୍ତା ଭାଇରସ୍‌ ୫ ଜଣଙ୍କୁ ସଂକ୍ରମିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କ ଜୀବନ ଯାଇଛି।

  3. 3.ପେଣ୍ଟାଗନ୍‌ ୟୁଏଫ୍‌ଓ (ଅଜ୍ଞାତ ଉଡ଼ନ୍ତା ବସ୍ତୁ) ସହ ଜଡିତ ଫାଇଲଗୁଡ଼ିକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ପ୍ରକାଶ ଆରମ୍ଭ କରିଛି। ୟୁଏଫ୍‌ଓ ଯାହାକୁ ଏବେ ଅଜଣା ଅସାମାନ୍ୟ ଘଟଣା (ୟୁଏପି) କୁହାଯାଉଥିବା ଫାଇଲ୍‌ର ରେକର୍ଡଗୁଡ଼ିକ PURSUE ନାମକ ଏକ ସରକାରୀ ପୋର୍ଟାଲରେ ପ୍ରକାଶିତ ହେଉଛି।

  4. 4. ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ହର୍ମୁଜ ପ୍ରଣାଳୀ ଦେଇ ଗତି କରିବା ସମୟରେ ତିନୋଟି ଆମେରିକୀୟ ନୌସେନା ଯୁଦ୍ଧଜାହାଜ ଆକ୍ରମଣର ଶିକାର ହୋଇଛି, ଯଦିଓ ଜାହାଜଗୁଡ଼ିକର କୌଣସି କ୍ଷତି ହୋଇନାହିଁ।

  5. 5.ଋଷ ଏବଂ ୟୁକ୍ରେନ ତିନି ଦିନିଆ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି। ଏହି ଅସ୍ତ୍ରବିରତି ମେ’ ୯ରୁ ୧୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ।

  6. 6.ନିଲାମ କରାଯାଉଥିବା ଖଣିଗୁଡ଼ିକୁ ଶୀଘ୍ର କାର୍ଯ୍ୟକ୍ଷମ କରାଇବାରେ ଓଡିଶା ଦେଶରେ ଶୀର୍ଷ ସ୍ଥାନ ହାସଲ କରିଛି। ୨୦୧୫ ପରଠାରୁ ନିଲାମ କରାଯାଇଥିବା ଖଣିଗୁଡ଼ିକ ମଧ୍ୟରୁ ୧୦୧ଟି କାର୍ଯ୍ୟକ୍ଷମ ହୋଇଛି। 

  7. 7.ପରିସଂଖ୍ୟାନକୁ ଦୃଷ୍ଟିକୁ ଆଣିଲେ ୨୦୨୫-୨୬ ବର୍ଷରେ ବାଲେଶ୍ବର ଜିଲ୍ଲାରୁ ମୋଟ୍‌ ୮୮୫ ଜଣ ନାବାଳିକା ଅପହରଣ ହୋଇଥିବା ବେଳେ ଏଥିରୁ ୫୩୯ ଜଣଙ୍କୁ ଉଦ୍ଧାର କରାଯାଇଛି। ଏଥିରୁ ସଦର ବ୍ଲକ୍‌ରୁ ସବୁଠାରୁ ଅଧିକ ୧୦୪ ଜଣ ନାବାଳିକା ଅପହୃତ ହୋଇଥିବା ଜଣାପଡ଼ିଛି।

  8. 8.ପଶ୍ଚିମବଙ୍ଗ ରାଜନୀତିରେ ବିଜେପି ଶୁଭେନ୍ଦୁ ଅଧିକାରୀଙ୍କୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ବାଛିଛି।

  9. 9.ଚନ୍ଦ୍ରଶେଖରନ ଜୋସେଫ ବିଜୟଙ୍କ ନେତୃତ୍ବାଧୀନ ତାମିଲାଗା ଭେଟ୍ରି କାଝାଗମ୍ (ଟିଭିକେ)କୁ ସରକାର ଗଠନ କରିବା ଲାଗି ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକର ଶୁକ୍ରବାର ଆମନ୍ତ୍ରଣ କରିଛନ୍ତି।

  10. 10.‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ (ପିଏମ୍‌ଏଓ୍ବାଇ-ୟୁ ୨.୦)’ ଅଧୀନରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପାଦନରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି।

  11. 11.ଟାଟା ଟ୍ରଷ୍ଟର ହେବାକୁ ଥିବା‌ ବୋର୍ଡ ବୈଠକକୁ ଚଳିତ ମାସ ୧୬କୁ ଘୁଞ୍ଚାଇ ଦିଆଯାଇଛି। ଏହି ବୈଠକ ଉପରେ ରୋକ ଲଗାଇବାକୁ ବମ୍ବେ ହାଇକୋର୍ଟରେ ଏକ ଆବେଦନ କରାଯାଇଥିଲା ଯାହାକୁ କୋର୍ଟ ଖାରଜ କରିଦେଇଥିଲେ।

  12. 12.ସିଟୁ ସର୍ବଭାରତୀୟ ଉପ ସଭାପତି ତଥା ରାଜ୍ୟର ଟାଣୁଆ ଶ୍ରମିକ ନେତା ବିଷ୍ଣୁ ମହାନ୍ତିଙ୍କ ୭୫ ବର୍ଷ ବୟସରେ  ପରଲୋକ ହୋଇଛି ।

  13. 13.ଟେଲିକମ ଗ୍ରାହକମାନଙ୍କ ଲାଗି ଅଭିଯୋଗ ପଞ୍ଜୀକରଣ ଓ ତାହାର ଅଗ୍ରଗତି ଜାଣିବା ବ୍ୟବସ୍ଥାର ସରଳୀକରଣ କରିବାକୁ ଉଦ୍ୟମ କରାଯାଉଛି। ଗ୍ରାହକଙ୍କ ଅଭିଯୋଗ ସମାଧାନ କରିବାରେ ଅବହେଳା କଲେ କମ୍ପାନିକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବାକୁ ପଡ଼ିବ।   

  14. 14.ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରମୁଖ ଅର୍ଥନୈତିକ ନୀତିକୁ ଏକ ବଡ଼ ଝଟକା ଲାଗିଛି। ଗୁରୁବାର, ଏକ ଫେଡେରାଲ କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ୧୦% ବିଶ୍ୱବ୍ୟାପୀ ଶୁଳ୍କକୁ ବେଆଇନ ଘୋଷଣା କରିଛନ୍ତି।

  15. 15.ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର ପୋଲ ନିକଟରେ ଘଟିଥିବା ହତ୍ୟାକାଣ୍ଡକୁ ୨୪ଘଣ୍ଟା ନ ପୂରୁଣୁ ବାଲିପାଟଣା ଥାନା ବେଙ୍ଗବତୀ ଗ୍ରାମ ନିକଟ ଅଠାନ୍ତର ଛକରେ ଶୁକ୍ରବାର ଅପରାହ୍ନରେ ଘଟିଛି ଆଉ ଏକ ହତ୍ୟାକାଣ୍ଡ। ସାମାନ୍ୟ ବଚସାରୁ ଲୁହାରଡ଼ରେ ସାଙ୍ଗଙ୍କୁ ପିଟି ହତ୍ୟା କରିଛନ୍ତି ଅଭିଯୁକ୍ତ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.