• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1.ଟ୍ରମ୍ପ ପ୍ରଶାସନ ଘୋଷଣା କରିଛି ଯେ ଫେବୃଆରୀ ୨୮ରେ ଆରମ୍ଭ ହୋଇଥିବା ଇରାନ ସହିତ ଯୁଦ୍ଧ ଏବେ ସମାପ୍ତ ହୋଇଛି।

  2. 2.ଆମେରିକା ଶୁକ୍ରବାର ଘୋଷଣା କରିଛି ଯେ ସେ ତାର ନାଟୋ ସହଯୋଗୀ ଜର୍ମାନୀରୁ ୫୦୦୦ ସୈନ୍ୟ ପ୍ରତ୍ୟାହାର କରୁଛି।

  3. 3.ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଚାହୁଁଛନ୍ତି। ଗତବର୍ଷ ତାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା।  କିନ୍ତୁ ଏହା ଜଣେ ଭେନେଜୁଏଲାର ମହିଳା ଜିତିଥିଲେ। ଏଥର ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ କରାଯାଇଛି।

  4. 4.ଯୁକ୍ତରାଷ୍ଟ୍ର ଆମେରିକା ପ୍ରାୟ ୧୪ ନିୟୁତ ଡଲାର ମୂଲ୍ୟର ୬୫୭ଟି ପ୍ରାଚୀନ ସାମଗ୍ରୀ ଭାରତକୁ ଫେରାଇ ଦେଇଛି।

  5. 5.ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରୀ ୪୭୨ ଟଙ୍କାକୁ ବୃଦ୍ଧି କରିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୫୨୨ ଏବଂ କୁଶଳୀ ଶ୍ରମିକଙ୍କ ମଜୁରୀ ୫୭୨ ଟଙ୍କାକୁ ବୃଦ୍ଧି କରିଛନ୍ତି ।

  6. 6.ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ବୈଷ୍ଣୋଦେବୀ ମନ୍ଦିରରୁ ଗତକାଲି ରାତିରେ ୪୦ ଲକ୍ଷ ଟଙ୍କାର ସୁନାଗହଣା ଡକାୟତି ହୋଇଛି ।

  7. 7.ମେ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

  8. 8. ବିଜେପି ନେତା ଭେଙ୍କଟେଶ କୁରୁବାରାଙ୍କ ହତ୍ୟା ମାମଲାରେ କେରଳର କାଲିକଟ ପ୍ରଥମ ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ କୋର୍ଟ ଛଅ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି।

  9. 9.ଆସନ୍ତା ଜୁନ୍ ୧୫ ତାରିଖରୁ ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ କମର୍ସିଆଲ୍ ବିମାନ ଉଡ଼ିବ ।

  10. 10.ଗୁଜୁରାଟ ଭଦୋଦରାର ମହାରାଜା ସୟାଜୀରାଓ ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବ ମୋଦୀ ତତ୍ତ୍ୱ । ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ କେବଳ ସମାଜଶାସ୍ତ୍ର ନୁହେଁ , ବରଂ “ମୋଦୀ ତତ୍ତ୍ୱ” ଏବଂ ଆରଏସ୍‌ଏସ୍‌ର ବିଚାରଧାରା ମଧ୍ୟ ଅଧ୍ୟୟନ କରିବେ।

  11. 11.ଶନିବାର ଦିନ (02.05.26) ପଶ୍ଚିମବଙ୍ଗର ଦୁଇଟି ନିର୍ବାଚନମଣ୍ଡଳୀର ୧୫ଟି ବୁଥରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

  12. 12.ଭାରତୀୟ ହଜ୍ କମିଟି ଚଳିତ ବର୍ଷ ହଜ୍ ଯାତ୍ରୀଙ୍କ ପାଇଁ ବିମାନ ଭଡ଼ା ୧୦ ହଜାର ଟଙ୍କା ବୃଦ୍ଧି କରିଛି।

  13. 13.ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ସୁସଂଗଠକ ତଥା ସମାଜସେବୀ ଦେବ ପ୍ରସାଦ ମିଶ୍ର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୈନିକ ଓଡିଆ ଖବର କାଗଜ “ସମାଜ”ରେ ଭୁବନେଶ୍ଵର ଶାଖାର ସେ ବ୍ୟୁରୋ ମୁଖ୍ୟ ଥିଲେ ।

  14. 14.ଓଡିଶା ରାଜ୍ୟରେ ୭ ତାରିଖ ଯାଏ କାଳବୈଶାଖୀ ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ପୂର୍ବାନୁମାନ କରାଯାଇଛି।

  15. 15.ଆମେରିକାର ଟେକ୍ସାସ ରାଜ୍ୟର ଏକ ହିଲ୍ କଣ୍ଟ୍ରି ଅଞ୍ଚଳରେ ଶୁକ୍ରବାର ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୫ ଜଣ ଖେଳାଳିଙ୍କର ମୃତ୍ୟୁ ଘଟିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.