-
1.ବେଙ୍ଗାଲୁରୁର ସ୍ପେସ୍ ଷ୍ଟାର୍ଟଅପ୍ ଗାଲାକ୍ସଆଇ ରବିବାର ଏହାର ପ୍ରଥମ ବ୍ୟବସାୟିକ ସାଟେଲାଇଟ୍ ‘ଦୃଷ୍ଟି’କୁ କାଲିଫର୍ନିଆର ଭଣ୍ଡେନ୍ବର୍ଗରୁ ସ୍ପେସ୍ଏକ୍ସର ଫାଲ୍କନ-୯ ରକେଟ ସହାୟତାରେ କକ୍ଷପଥରେ ସ୍ଥାପନ କରିଛି।
-
2.ଲ୍ପିଜି ବାହକ ‘ସର୍ବ ଶକ୍ତି’ ଇରାନର ଲାରାକ ଦ୍ୱୀପ ନିକଟରୁ ବାହାରି ତେହେରାନ ଦେଇ ଆସୁଛି। ଜାହାଜଟି ୪୫୦୦୦ ଟନ୍ ଗ୍ୟାସ୍ ଏବଂ ୧୮ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ ଆଣି ଆସୁଛି। ଏହା ବିଶାଖାପାଟଣାର ଏକ ପ୍ରମୁଖ ଏଲ୍ଏନ୍ଜି ଟର୍ମିନାଲକୁ ଯାଉଛି।
-
3. ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ସମୁଦ୍ର ତଳେ ସର୍ବବୃହତ ଭାରତୀୟ ଜାତୀୟ ପତାକା ଉଡ଼ାଇ ଏକ ସ୍ୱତନ୍ତ୍ର ମାଇଲଖୁଣ୍ଟ ହାସଲ କରିଛି।
-
4.ପ୍ଲୁଟୋକୁ ପୁଣି ଥରେ ଏକ ପୂର୍ଣ୍ଣ ଗ୍ରହର ମାନ୍ୟତା ଦେବା ପାଇଁ ନାସା ପ୍ରଶାସକ ଜେରେଡ ଆଇଜାକମ୍ୟାନ୍ ଦୃଢ଼ ଦାବି କରିଛନ୍ତି। ନାସା ପକ୍ଷରୁ ଏ ସମ୍ପର୍କିତ ବୈଜ୍ଞାନିକ ତଥ୍ୟ ଖୁବ୍ଶୀଘ୍ର ଆଇଏୟୁ ନିକଟରେ ଉପସ୍ଥାପନ କରାଯିବ ବୋଲି ସୂଚନା ମିଳିଛି।
-
5. ‘TankerTrackers.com’ ପର୍ଯ୍ୟବେକ୍ଷଣ ସଂସ୍ଥା ଦାବି କରିଛି ଯେ ଏକ ବିଶାଳ ଇରାନୀ ତୈଳ ଟ୍ୟାଙ୍କର୍ ଆମେରିକୀୟ ନୌସେନାର କଠୋର ଅବରୋଧକୁ ଅତିକ୍ରମ କରିବାରେ ସଫଳ ହୋଇଛି। ଏହି ଜାହାଜ ଏବେ ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପହଞ୍ଚିଛି।
-
6.ଇରାନର ସରକାରୀ ସମାଚାର ଏଜେନ୍ସି, IRNA ଅନୁଯାୟୀ, ଏକ କ୍ଲିୟରାନ୍ସ ଅପରେଶନ ସମୟରେ ରିଭୋଲ୍ୟୁସନାରୀ ଗାର୍ଡ (IRGC)ର ୧୪ଜଣ ବୈଜ୍ଞାନିକଙ୍କ ମୃତ୍ୟୁ ଘଟିଛି।
-
7.ଓଡ଼ିଶାରେ କ୍ଷୀର ଦାମ୍ ବୃଦ୍ଧି ହୋଇଛି। ଟୋନ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି କରିଛି ଓମ୍ଫେଡ୍। ତେବେ ୫୦ ଟଙ୍କାରୁ ବୃଦ୍ଧି ପାଇ ଏହା ୫୪ ଟଙ୍କାରେ ପହଞ୍ଚିଛି।
-
8.ବରିଷ୍ଠ ଭାଜପା ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ରବିବାର ନିଲମ୍ୱନ ଆଦେଶ ପ୍ରତ୍ୟାହୃତ ହୋଇଛି। ଭାଜପା ରାଜ୍ୟ ଶୃଙ୍ଖଳା କମିଟି ଆବାହକ ସୁଦର୍ଶନ ନାୟକ ଏହି ସୂଚନା ଦେଇଛନ୍ତି।
-
9.ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ରବିବାର ଚୌଦ୍ୱାର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କୁ ଦଳରୁ ନିଲମ୍ୱନ କରାଯାଇଛି।
-
10.ନବରଙ୍ଗପୁର ବ୍ଲକର ତୁରୀ-ଗୁନଥାଟ୍ ମଧ୍ୟମ ଜଳସେଚନ ପ୍ରକଳ୍ପ। କାର୍ଯ୍ୟ ୮୦% ସରିଯିବା ପରେ ଏବେ ଜମି ଅଧିଗ୍ରହଣ ପାଇଁ ବିଭାଗୀୟ ତତ୍ପରତାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।
-
11.ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଏସ୍ଆର ଛକରେ ଠାବ ହୋଇଛି ଭ୍ରାମ୍ୟମାଣ (ମୋବାଇଲ) ଗଞ୍ଜେଇ ତେଲ କାରଖାନା। ଘଟଣାସ୍ଥଳରୁ ହାସିସ୍ ତେଲ (ତରଳ ଗଞ୍ଜେଇ) ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ୮୦୦ ଲିଟର ରାସାୟନିକ ପଦାର୍ଥ ସହ ଅନ୍ୟ ସାମଗ୍ରୀ ଜବତ କରାଯାଇଛି।
-
12.ଅବସରପ୍ରାପ୍ତ ମେଜର ରାଜଦୀପ ଦିନକର ପାଣ୍ଡେରଙ୍କ ପେନସନ ମାମଲାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏବଂ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କୁ ୨ ଲକ୍ଷ ଟଙ୍କା ଜରିମାନା କରିଛନ୍ତି।
-
13.କପିଲ ଶର୍ମାଙ୍କ କାନାଡ଼ାରେ ଥିବା କାଫେ ନିକଟରେ ଏକ ବାର୍ ଉପରେ ଗୁଳି ମାଡ଼ ହୋଇଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଏହି ଗୁଳିମାଡ଼ ପାଇଁ ନିଜକୁ ଦାୟୀ କରିଛି।
-
14. ଆସନ୍ତା ୭ ତାରିଖରେ ମୁମ୍ବାଇରେ ହେବାକୁ ଥିବା ବୋର୍ଡ ବୈଠକରେ ଖର୍ଚ୍ଚକାଟ ସମେତ ନୂଆ ସିଇଓ ଚୟନ ଆଦି ସଂପର୍କରେ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି ବୋଲି ଏକ ସୂତ୍ରରୁ ଜଣାଯାଇଛି।
-
15.ମୁମ୍ବଇ ଇଣ୍ଡିଆନ୍ସ ଇତିହାସ ରଚିଛି। ଟି୨୦ କ୍ରିକେଟରେ ପ୍ରଥମ ଦଳ ଭାବେ ମୁମ୍ବଇ ଇଣ୍ଡିଆନ୍ସ ୫୦ ହଜାର ରନ ପୂରଣ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
