-
1.ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ପକ୍ଷରୁ ଭାରତର ପ୍ରଥମ ସ୍ୱଦେଶୀ ଗ୍ଲାଇଡ୍ ଅସ୍ତ୍ର ଟାକ୍ଟିକାଲ୍ ଆଡଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ୍ ବା 'ତାରା' (TARA) ର ସଫଳ ପରୀକ୍ଷଣ କରାଯାଇଛି।
-
2.ଓଡ଼ିଶା ହାଇକୋର୍ଟ ଲିଗାଲ ସର୍ଭିସେସ କମିଟି ଆନୁକୂଲ୍ୟରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ବର୍ଗର ମୋଟ ୧୧୫ଟି ମାମଲାର ଫଇସଲା କରାଯାଇ ୯ କୋଟି ୬୮ ଲକ୍ଷ ୧୧ ହଜାର ୩୩୪ ଟଙ୍କା କ୍ଷତିପୂରଣ ବାବଦରେ ପ୍ରଦାନ ପାଇଁ ନିର୍ଦେଶ ଦିଆଯାଇଛି।
-
3.ଆସନ୍ତା ୧୧ ଓ ୧୨ ତାରିଖ ଦୁଇଦିନ ଧରି ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
-
4.ଭଉଁରିରେ ରଥଖଳାରେ ଚକ ଅଖ ଡେରା ନୀତି ସମ୍ପନ୍ନ ହୋଇଛି। ତିନି ରଥର ଚକ ସହ ଅଖ ସଂଯୋଗ ପୂର୍ବକ ଚକ ଡେରା ଯାଇଥିଲା।
-
5.ରୁଷିଆ ଏବଂ ୟୁକ୍ରେନ୍ ମଧ୍ୟରେ ୩ ଦିନ ଅସ୍ତ୍ରବିରତି ଏବଂ ବନ୍ଦୀ ବିନିମୟ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଦେଇଥିବା ପ୍ରସ୍ତାବରେ ରୁଷିଆ ଓ ୟୁକ୍ରେନ୍ ନେତା ରାଜି ହୋଇଛନ୍ତି।
-
6.ଚଳିତବର୍ଷ ଏପ୍ରିଲ ମାସରେ ଭାରତର ଇକ୍ବିଟି ବଜାରରେ ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍ଆଇଆଇ)ମାନଙ୍କ ଅଂଶ ୧୪.୭ ପ୍ରତିଶତକୁ ହ୍ରାସ ପାଇଛି। ଗତ ୧୪ ବର୍ଷ ମଧ୍ୟରେ ବା ୨୦୧୨ ଜୁନ୍ ଠାରୁ ଏହା ସର୍ବନିମ୍ନ ବୋଲି ଜେଏମ୍ ଫାଇନାନ୍ସିଆଲ୍ସର ଗବେଷଣା ରିପୋର୍ଟରୁ ଜଣାଯାଇଛି।
-
7.ଜଣେ ବ୍ୟକ୍ତି ଯଦି ଅନ୍ୟ ଜଣଙ୍କୁ ହତ୍ୟା କରିବା କିମ୍ବା ହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଅଭିଯୁକ୍ତ ହୋଇଥାନ୍ତି, ତେବେ ସେ ଉତ୍ତରାଧିକାର ସୂତ୍ରରେ ମୃତ ବ୍ୟକ୍ତିଙ୍କ ସମ୍ପତ୍ତି ପାଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
-
8.ଦୀର୍ଘ ୫ ବର୍ଷର ପ୍ରତୀକ୍ଷା ପରେ କେନ୍ଦ୍ର ସରକାର ନିୟମାବଳୀ ପ୍ରକାଶ କରି ୪ ଶ୍ରମ ସଂହିତାକୁ ପୂର୍ଣ୍ଣ କାର୍ଯ୍ୟକାରୀ କରିଛନ୍ତି।
-
9.ଅଭିନେତାରୁ ରାଜନେତା ହୋଇଥିବା ସି. ଜୋସେଫ ବିଜୟ ରବିବାର ସକାଳ ୧୦ଟାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।
-
10.ପଶ୍ଚିମବଙ୍ଗ ବରିଷ୍ଠ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନବମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
-
11.ବିରୋଧୀ ତୃଣମୂଳ କଂଗ୍ରେସ ଶନିବାର ବିରୋଧୀ ଦଳ ନେତା ଓ ମୁଖ୍ୟ ସଚେତକ ନିଯୁକ୍ତି କରିଛି। ଦଳ ବରିଷ୍ଠ ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧୀ ଦଳ ନେତା ଭାବରେ ନିଯୁକ୍ତ କରିଛି।
-
12.ତେଲେଙ୍ଗାନାରେ ଜଣେ ୧୭ ବର୍ଷୀୟ ଝିଅକୁ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ବନ୍ଦୀ ବାଗୀରଥଙ୍କ ବିରୁଦ୍ଧରେ ପୋକ୍ସୋ ଆଇନ ଲାଗୁ ହୋଇଛି।
-
13.ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ସମାଧାନ ପାଇଁ ମଧ୍ୟସ୍ଥି ସାଜିବା ପାକିସ୍ତାନ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ପଦକ୍ଷେପ ଯୋଗୁଁ ୟୁଏଇ (ଆରବ ଏମିରେଟ୍ସ) ସହିତ ପାକିସ୍ତାନର କୂଟନୈତିକ ସମ୍ପର୍କ ଖରାପ ହେବା ସହ ୟୁଏଇରୁ ବହୁ ସଂଖ୍ୟକ ପାକିସ୍ତାନୀ ଶ୍ରମିକଙ୍କୁ ନିର୍ବାସିତ କରାଯାଉଛି।
-
14.ମିଆମି ବିଚ୍ ନିକଟସ୍ଥ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ହାଉଲୋଭର ସ୍ୟାଣ୍ଡବାରରେ ଶନିବାର ଅପରାହ୍ନରେ ଏକ ଚାର୍ଟର୍ଡ ଡଙ୍ଗାରେ ଏକ ସମ୍ଭାବ୍ୟ ବିସ୍ଫୋରଣ ଘଟି ଅତି କମରେ ୧୧ ଜଣ ଆହତ ହୋଇଛନ୍ତି।
-
15.ଅଧିନାୟକ ଶୁବମନ ଗିଲ୍ ଓ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ପରେ ରଶିଦ ଖାନଙ୍କ ୪ ଉଇକେଟ ସଫଳତା ବଳରେ ଶନିବାର ଅନୁଷ୍ଠିତ ଆଇପିଏଲ୍ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ୭୭ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.
